‘ହାଉସ୍‌ଫୁଲ୍‌-୪’ର ଟ୍ରେଲର୍‌ ରିଲିଜ୍‌

ନୂଆଦିଲ୍ଲୀ: ବଲିଉଡ୍‌ ସୁୁପରହିଟ୍‌ ମଲ୍‌ଟିଷ୍ଟାର୍‌ କମେଡ଼ି ସିରିଜ୍‌ ‘ହାଉସ୍‌ଫୁଲ୍‌-୪’ର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ହାଉସ୍‌ଫୁଲ୍‌ ସିରିଜ୍‌ର ପ୍ରତ୍ୟେକ ଫିଲ୍ମ ବଲିଉଡ୍‌ରେ ସୁପରହିଟ୍‌ ରହିଥିବାବେଳେ ଚତୁର୍ଥ ସିରିଜ୍‌ ମଧ୍ୟ ଦର୍ଶକଙ୍କୁ ଭରପୂର୍‌ ମନୋରଞ୍ଜନର ଖୋରାକ୍‌ ଯୋଗାଇବ ବୋଲି ଆଶା କରାଯାଉଛି। ପ୍ରଥମେ ଅକ୍ଷୟ କୁମାର ନିଜର ଏହି ଅପ୍‌କମିଂ ଫିଲ୍ମର ମଜାଦାର ଟ୍ରେଲର୍‌ ନିଜ ଟୁଇଟର ହେଣ୍ଡାଲରେ ଶେୟାର କରିଥିଲେ। ଏହା ପରେ ଫ୍ୟାନ୍ସଙ୍କ ପ୍ରତିକ୍ରିୟା ଆସିବାରେ ଲାଗିଥିଲା। ‘ହାଉସ୍‌ଫୁଲ୍‌-୪’ର ଟ୍ରେଲର୍‌ ଦେଖିଲେ ଦର୍ଶକ ଏକଦମ୍‌ କନ୍‌ଫ୍ୟୁଜ୍‌ ହୋଇଯିବେ। ସମାନ କଳାକାରଙ୍କୁ ନେଇ ଦୁଇଟି ପିଢିକୁ ଫିଲ୍ମରେ ଦେଖିବାକୁ ମିିଳିବ। ପୁନର୍ଜନ୍ମର କାହାଣୀକୁ ନେଇ ପ୍ରସ୍ତୁତ ଏହି କମେଡି ସିରିଜ୍‌ର ଟ୍ରେଲର୍‌ ଦର୍ଶକଙ୍କୁ ହସାଇ ହସାଇ ବେଦମ୍‌ କରାଇଦେବା ଭଳି ହୋଇଛି। ଟ୍ରେଲର୍‌ରୁ ଜଣାପଡ଼ୁଛି ଫିଲ୍ମରେ ଉଚ୍ଚକୋଟୀର ଭିଏଫ୍‌ଏକ୍ସ ବ୍ୟବହାର କରାଯାଇଛି, ଯାହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ମଧ୍ୟ ଆସିଛି। ସେହିପରି ସିନେମାଟୋଗ୍ରାଫି ମଧ୍ୟ ଉଚ୍ଚକୋଟୀର ହୋଇଛି ବୋଲି ସୋସିଆଲ ମିଡିଆରେ ମତ ଆସୁଛି। ୩ ମିନିଟ୍‌ ୩୬ ସେକେଣ୍ଡର ଏହି ଟ୍ରେଲର୍‌ର ପ୍ରତିଟି ଦୃଶ୍ୟ ହସରେ ଲୋଟ୍‌ପୋଟ୍‌ କରିଦେବ। ଏଥିରୁ ଗୋଟିଏ କଥା ହିଁ କୁହାଯାଇପାରିବ ‘ୟେ ତୋ ଟ୍ରେଲର୍‌ ହେ, ପିକ୍‌ଚର ଅଭି ବାକି ହେ ଦୋସ୍ତ’। ‘ହାଉସ୍‌ଫୁଲ୍‌-୪’ରେ ସୁପରଷ୍ଚାର ଅକ୍ଷୟ କୁମାରଙ୍କ ସହ ରିତେଶ୍‌ ଦେଶମୁଖ୍‌, ବବି ଦେଓଲ, କ୍ରିତି ସାନନ୍‌, ପୂଜା ହେଗଡ଼େ ଏବଂ କ୍ରିତି ଖରବନ୍ଦା ପ୍ରମୁଖ ଅଭିନୟ
କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଦରମାରେ ମା’ଙ୍କ ପାଇଁ ଶାଢ଼ି କିଣିଥିଲି: ବିଧାନସଭା ସଚିବ, କବି, ପ୍ରାବନ୍ଧିକ ଦାଶରଥି ଶତପଥୀ

ଜଗତ୍‌ସିଂହପୁର ଜିଲା ମାଛଗାଁ ଗ୍ରାମପଞ୍ଚାୟତ ଅଧୀନ ସୁକିଦା ଗାଁରେ ମୋର ଜନ୍ମ। ଓଚିନ୍ଦା ଉଚ୍ଚ ବିଦ୍ୟାଳୟରୁ ୧୯୭୭ ମସିହାରେ ଏକାଦଶ ପାସ୍‌ କରିବା ପରେ ସ୍ବାମୀ...

ପୁଣି ବଢ଼ିଲା ମୃତ୍ୟୁ ସଂଖ୍ୟା, ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୧।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ଛତିଶଗଡ଼ରେ ଗଢିବାକୁ ପଡିବ ଭାଜପା ସରକାର: ଶାହା

ରାୟପୁର,୨୨।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଛତିଶଗଡ଼ରେ ଭାରତୀୟ ଜନତା ପାର୍ଟି(ଭାଜପା)ର ନିର୍ବାଚନ ବିଗୁଲ ଫୁଙ୍କିଛନ୍ତି। ଦୁର୍ଗରେ ଗୁରୁବାର ସେ କହିଛନ୍ତି ୨୦୨୩ରେ ଛତିଶଗଡ଼ରେ ଭାଜପାର...

ଅଯୋଧ୍ୟା ମାମଲା: ସୁପ୍ରିମ୍‌କୋର୍ଟରେ କ୍ୟୁରେଟିଭ୍‌ ପିଟିଶନ୍‌ ଦାଖଲ କଲା ପିସ୍‌ ପାର୍ଟି

ନୂଆଦିଲ୍ଲୀ,୨୧।୧: ଅଯୋଧ୍ୟା ମାମଲାର ପୁନର୍ବିଚାର ପାଇଁ ପିସ୍‌ ପାର୍ଟି ପକ୍ଷରୁ କ୍ୟୁରେଟିଭ୍‌ ପିଟିଶନ୍‌ ଦାଖଲ କରାଯାଇଛି। ନଭେମ୍ବର ୯ରେ ସର୍ବୋଚ୍ଚ ଆଦାଲତ ପକ୍ଷରୁ ଦିଆଯାଇଥିବା ରାୟରେ...

୬୨ ଦିନ ଧରି କୋମାରେ ଥିଲେ ଯୁବକ, ଏହି ଖାଦ୍ୟ ନାଁ ଶୁଣି ଆସିଗଲା ହୋସ୍‌

କୁହାଯାଏ, ମନପସନ୍ଦର ଖାଦ୍ୟ ନାଁ ଶୁଣିଲେ ପାଟିରେ ଲାଳ ଆସିଯାଏ। ମାତ୍ର ଖାଦ୍ୟର ନାଁ ଶୁଣି କୋମାରେ ଥିବା ଜଣେ ଯୁବକଙ୍କ ଯେ ହୋସ୍‌ ଆସିଯିବ...

ପାଠପଢ଼ାକୁ ନେଇ ଯୁକ୍ତିତର୍କ ପରେ ମା’ଙ୍କୁ ହତ୍ୟା କଲା ନାବାଳିକା ଝିଅ

ମୁମ୍ବାଇ,  ୧୦।୮: ପାଠପଢ଼ାକୁ ନେଇ ଯୁକ୍ତିତର୍କ ପରେ କରାଟେ ବେଲ୍ଟରେ ମା’ଙ୍କ ତଣ୍ଟି ଚିପି ହତ୍ୟା କରିଛି ୧୫ ବର୍ଷୀୟା ନାବଳିକା ଝିଅ। ନବି ମୁମ୍ବାଇରେ...

ଏ ନାବେ ଗୁରୁ କର୍ଣ୍ଣଧାର

ଭାରତୀୟ ଗୁରୁ-ଶିଷ୍ୟ ପରମ୍ପରାରେ ଗୁରୁ କେବଳ ଜଣେ ବ୍ୟକ୍ତି ନୁହନ୍ତି, ସେ ଏକ ଶକ୍ତିର ଉତ୍ସ। ଜୀବନ ଗଢ଼ିବାର ମହାସୂତ୍ର। ସ୍ବାମୀ ବିବେକାନନ୍ଦଙ୍କ ମତରେ, ଯେଉଁ...

ଲକ୍‌ଡାଉନ୍‌ ବିବାହ: ବର ଘରେ ପହଞ୍ଚିଲେ କନ୍ୟା, ଭିଡିଓ କଲ୍‌ରେ ମାତାପିତା ଦେଲେ ବିଦାୟ

କେରଳରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଛି। ବିଗ୍ନେଶ କେ.ଏମ ଏବଂ ଅଞ୍ଜଳି ରଞ୍ଜିଥ ପ୍ରାୟ ବର୍ଷେ ହେବ ବିବାହ ଯୋଜନା କରିଥିଲେ। କିନ୍ତୁ କରୋନା...

Advertisement
Archives

Model This Week