ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌: ନିୟମ ମାନୁନାହାନ୍ତି ଅନେକ ଶୋ’ରୁମ୍‌ ମାଲିକ

ଭୁବନେଶ୍ୱର, ୨୧ା୯(ବ୍ୟୁରୋ): ଆତଙ୍କବାଦ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମଗ୍ର ଦେଶରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି। ଓଡ଼ିଶାରେ ଗତ ମେ ୧ରୁ ନୂତନ ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ନିୟମ ଲାଗୁ ହୋଇଛି। ଜଣେ ବ୍ୟକ୍ତିଙ୍କୁ ଗାଡ଼ି ବିକିବା ବେଳେ ଶୋ’ ରୁମ୍‌ କର୍ତ୍ତୃପକ୍ଷ ଏହି ନମ୍ବର ପ୍ଲେଟ ଲଗାଇ ଦେବେ। ବିନା ନମ୍ବର ପ୍ଲେଟରେ କୌଣସି ଗାଡ଼ି ରାସ୍ତାରେ ଗଡ଼ିପାରିବ ନାହିଁ। ଏପରି କି ୨୦୧୯ ମୋଟର ଯାନ ଆଇନ ଅନୁଯାୟୀ, ଯଦି କୌଣସି ଶୋ’ରୁମ୍‌ ମାଲିକ ବିନା ନମ୍ବର ପ୍ଲେଟରେ ଗାଡ଼ି ଗ୍ରାହକଙ୍କୁ ଦେଇଥାନ୍ତି, ତାହାହେଲେ ମୋଟରଯାନ ଆକ୍ଟ ୧୮୨(ଏ) ଅନୁଯାୟୀ ଏକ ଲକ୍ଷ ଟଙ୍କା ଫାଇନ କରାଯିବ। ଏଥିସହ ଆର୍‌ଟିଓ ଉକ୍ତ ନମ୍ବର ପ୍ଲେଟ ବିହୀନ ଗାଡ଼ିକୁ ଜବତ କରି ଏକ ଚାଲାଣ କାଟି ମାମଲାକୁ କୋର୍ଟକୁ ପଠାଇ ଦେବେ। କିନ୍ତୁ ଏବେ ରାଜଧାନୀ ସହ ରାଜ୍ୟର ବିଭିନ୍ନ ଜିଲାରେ ଗାଡ଼ି ଶୋ’ରୁମ୍‌ ଗୁଡ଼ିକରେ ଏହି ନିୟମ ଉଲ୍ଲଂଘନ କରାଯାଉଛି। ଶୋ’ରୁମ୍‌ ମାଲିକମାନେ ଗ୍ରାହକଙ୍କୁ ଖୁସି କରିବାକୁ ଯାଇ ବିନା ନମ୍ବର ପ୍ଲେଟ୍‌ରେ ଗାଡ଼ି ଦେଇ ଦେଉଛନ୍ତି। ଫଳରେ ଅନେକ ସମୟରେ ଅପରାଧ ଘଟାଇ ସହଜରେ ଖସିଯିବା ପାଇଁ ନମ୍ବରବିହୀନ ଗାଡ଼ିକୁ ବ୍ୟବହାର କରୁଛନ୍ତି ଦୁର୍ବୃତ୍ତ। ଆର୍‌ଟିଓ କିମ୍ବା ପୋଲିସ ପକ୍ଷରୁ ଏଭଳି ଗାଡ଼ିଗୁଡ଼ିକର ଯାଞ୍ଚ କରାଯାଉନାହିଁ। ଏହି ନିୟମ କେବଳ କାଗଜପତ୍ରରେ ସୀମିତ ରହିଛି।
ରାଜଧାନୀର ବିଭିନ୍ନ ଛକରେ ଗୁରୁବାର ମାଳମାଳ ନୂଆ ଗାଡ଼ିରେ ନମ୍ବର ପ୍ଲେଟ ନ ଥିବା ଦେଖିବାକୁ ମିଳିଥିଲା। ସିଆରପି ଛକରେ ଗୋଟିଏ ନମ୍ବର ପ୍ଲେଟ ବିହୀନ ଗାଡ଼ିର ଚାଳକଙ୍କୁ ଅଟକାଇ ପଚାରିବାରୁ ସେ କହିଥିଲେ, ୪ଦିନ ତଳେ ଗାଡ଼ି କିଣିଛି। ତେବେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ସମ୍ପର୍କରେ କିଛି ଜାଣିନାହିଁ। ସେହିଭଳି ଜୟଦେବ ବିହାର ଛକ, ରାଜମହଲ ଓ ଏଜି ଛକରେ ଏଭଳି ଗାଡ଼ି ସହ କେବଳ ନମ୍ବର ପ୍ଲେଟ ଲାଗିଥିବା ବାଇକ୍‌ ଗଡୁଥିଲା। ପୋଲିସ ଏସବୁ ଦେଖୁଥିଲେ ମଧ୍ୟ ଚୁପ୍‌ ରହିଥିଲା। ଅନ୍ୟପକ୍ଷେ, ୫ଦିନ ତଳେ ଜଣେ ମହିଳା ଏକ ନମ୍ବର ବିହୀନ ଆକ୍ଟିଭାରେ ଯାଉଥିବାବେଳେ ବାରଙ୍ଗ ନିକଟରେ ଆର୍‌ଟିଓ ଚେକିଂରେ ଧରାପଡ଼ିଥିଲେ। ଶୋ’ରୁମ୍‌ ପକ୍ଷରୁ ତାଙ୍କୁ ନମ୍ବର ପ୍ଲେଟ ଦିଆଯାଇ ନ ଥିଲା। ଆର୍‌ଟିଓ କର୍ମଚାରୀ ସେହି ବାଇକ୍‌ ଜବତ କରି ଶୋ’ରୁମ୍‌ ମାଲିକଙ୍କୁ ୧ଲକ୍ଷ ଟଙ୍କା ଫାଇନ୍‌ କରିଥିଲେ। ଭୁବନେଶ୍ୱରସ୍ଥିତ ଏକ ବାଇକ୍‌ ଶୋ’ରୁମ୍‌ ମ୍ୟାନେଜର ମୃତ୍ୟୁଞ୍ଜୟ ମହାପାତ୍ର ଏ ନେଇ କହିଛନ୍ତି, ଆମେ ବିନା ନମ୍ବର ପ୍ଲେଟରେ ବାଇକ୍‌ ଦେବାକୁ ଗ୍ରାହକଙ୍କୁ ମନା କରୁଛୁ। ଏପରି କି, ଯିଏ ଗାଡ଼ି ନେବେ ସେ ଟଙ୍କା ଜମା କରିବା ପରେ ନିଜର ଆଧାରକାର୍ଡ ଦେଇଯିବେ। ପରେ ତାଙ୍କ ନାମରେ ନମ୍ବର ପ୍ଲେଟ ରେଜିଷ୍ଟ୍ରି କରାଯିବ। ଏ ନେଇ ତାଙ୍କ ମୋବାଇଲ ଫୋନ୍‌କୁ ଏକ ମେସେଜ ଯିବ। ୩ ଦିନ ଭିତରେ ଆର୍‌ଟିଓ ଅଫିସରୁ ନୂଆ ନମ୍ବର ଆସିବା ପରେ ଗ୍ରାହକଙ୍କୁ ଗାଡ଼ି ହସ୍ତାନ୍ତର କରାଯାଉଛି। ସୂଚନାନୁଯାୟୀ, ରାଜ୍ୟ ବାହାରର ୫ ଭେଣ୍ଡର ଓଡ଼ିଶାରେ ନୂତନ ନମ୍ବର ପ୍ଲେଟ ଯୋଗାଉଛନ୍ତି। ଏହି ଭେଣ୍ଡରମାନେ ଶୋ’ରୁମ ମାଲିକଙ୍କଠାରୁ ଦୁଇଚକିଆ ଯାନ ନମ୍ବର ପ୍ଲେଟ ଲଗାଇବା ସକାଶେ ୨୨୦ ଟଙ୍କା ଏବଂ ଚାରିଚକିଆ ଯାନ ପାଇଁ ୪୩୦ ଟଙ୍କା ସହିତ ୧୮% ଜିଏସ୍‌ଟି ନେଉଛନ୍ତି। ଶୋ’ରୁମ୍‌ ମାଲିକମାନେ ଗାଡି କିଣୁଥିବା ବ୍ୟକ୍ତିଙ୍କଠାରୁ ଟଙ୍କା ନେଉଥିଲେ ମଧ୍ୟ ତାହା ଠିକ୍‌ ସମୟରେ ପଇଠ କରୁ ନ ଥିବାରୁ ଗ୍ରାହକ ଜିଦ୍‌ କରି ଗାଡ଼ିି ନେଉଛନ୍ତି। ଏ ସଂକ୍ରାନ୍ତରେ ଆର୍‌ଟିଓ ପ୍ରଦୀପ ମହାନ୍ତି କହିଛନ୍ତି, ଶୋ’ରୁମଗୁଡିକ ଏଭଳି କରୁଥିଲେ ଦଣ୍ଡନୀୟ। ଯେଉଁ ନୂଆ ଗାଡିଗୁଡିକ ରାସ୍ତାରେ ବୁଲୁଥିବା ଆମ ନଜରରେ ଆସିବ, ତାହାକୁ ଜବତ କରି ଶୋ’ରୁମ୍‌ ମାଲିକଙ୍କୁ ଏକ ଲକ୍ଷ ଟଙ୍କା ଫାଇନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri