ହାଇଓ୍ବା ଲୁଟ୍‌ ଘଟଣା, ୨ ଟ୍ରକ୍‌ ଡ୍ରାଇଭର କୋର୍ଟ ଚାଲାଣ

ଧର୍ମଶାଳା/ଜେନାପୁର,୧୧।୧୨(ଡି.ଏନ୍‌.ଏ.)- ଜେନାପୁର ପୋଲିସ ମଙ୍ଗଳବାର ହାଇଓ୍ବା ଲୁଟ୍‌ ଅଭିଯୋଗରେ ୨ ଜଣ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ପୋଲିସ ଚୋରି ହୋଇଥିବା ୨ ହାଇଓ୍ବା ମଧ୍ୟରୁ ଗୋଟିଏ ଜବତ କରିଥିବାବେଳେ ଅନ୍ୟଟିର ଡାଲା ଏବଂ ୧ ଲକ୍ଷ ଟଙ୍କା ଜବତ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ପୁରୀ ଜିଲା ଅନ୍ତର୍ଗତ କଣାସ ଥାନା ଅଧୀନ ନନ୍ଦରଗସ୍ତା ଗଡସେଣପୁର ଗ୍ରାମର ସନ୍ୟାସି ମହାରଣା(୨୪) ଓ ନିମାପଡ଼ା ଥାନା ଅଧୀନ ଢ଼େଇଗାଁ ଗ୍ରାମର ପ୍ରଭାକର ମଲ୍ଲିକ (୩୪)। ଏମାନେ ଗାଡି ୨ଟିକୁ ଚୋରିକରି ଲୁଟ୍‌ର ରୂପ ଦେଇଥିବା ପୋଲିସ ଆଗରେ ସ୍ବୀକାର କରିଥିବା ଜେନାପୁର ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଯାଜପୁର ରୋଡ୍‌ ଏସ୍‌ଡିପିଓ ଚିନ୍ମୟ ନାୟକ ସୂଚନା ଦେଇଛନ୍ତି। ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅଧୀନ ସାହାସାହା ଜାଦନ୍‌ ଓରଫ (ରାଜା)ଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି।
ପ୍ରକାଶ ଯେ, ଗତ ୫ ତାରିଖ ରାତିରେ ଜେନାପୁର ଥାନା ଅଧୀନ ୫୩ ନମ୍ବର ଜାତୀୟ ରାଜପଥ ଚଢେଇଧରା ଛକ ନିକଟରୁ ୬ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୨ ହାଇୱା ଗାଡି ଲୁଟି ନେଇଥିବା ଶନ୍ୟାସୀ ଓ ପ୍ରଭାକର ଗାଡି ମାଲିକଙ୍କୁ ଜଣାଇଥିଲେ। ଏ ସମ୍ପର୍କରେ ୬ ତାରିଖରେ ଗାଡି ମାଲିକ ଜେନାପୁର ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ଏକ ମାମଲା (ନଂ. ୨୮୧/୧୯) ରୁଜୁ କରି ଥାନାଧିକାରୀ ସୁଶାନ୍ତ କୁମାର ଦାସ ଘଟଣାର ତଦନ୍ତ ଚଳାଇଥିଲେ। ତଦନ୍ତବେଳେ ଡ୍ରାଇଭର ଦ୍ୱୟଙ୍କୁ ଘଟଣା ସମ୍ପର୍କରେ ପଚାରିବାରେ ସେମାନଙ୍କ ବୟାନକୁ ନେଇ ପୋଲିସର ସନ୍ଦେହ ସୃଷ୍ଟି ହୋଇଥିଲା ା ଉଭୟ ଡ୍ରାଇଭରଙ୍କୁ ଥାନାରେ ଅଟକ ରଖି ପଚରାଉଚରା ବେଳେ ଗାଡି ୨ଟିକୁ ଚୋରି କରିବା ପରେ ରାଜାଙ୍କୁ ସାଢ଼େ ୩ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ସ୍ବୀକାର କରିଥିଲେ। ଏହାପରେ ପୋଲିସ ରାଜାଙ୍କ କବାଡ଼ିଆ ଦୋକାନରେ ଚଢାଉକରି ୧ ହାଇଓ୍ବା ଜବତ କରିଥିବା ବେଳେ ଅନ୍ୟ ଏକ ହାଇଓ୍ବାର ଡାଲା ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିସ୍ଥାପିତଙ୍କ ଆମରଣ ଅନଶନ

ଲଖନପୁର,୪।୧୧(ଡି.ଏନ୍‌.ଏ): ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ଲୋକଙ୍କୁ ୧୦ ଡିସିମିଲ ଘରଡ଼ିହ ଜମି ଯୋଗାଇ ଦେବା ପାଇଁ ସରକାର ଘୋଷଣା କରିଥିଲେ। ମାତ୍ର ସରକାରଙ୍କ କାଳବିଳମ୍ବ...

ଚୋର ଧରିବାକୁ ବୁଲିଲା ଖଟ

ଭଦ୍ରକ ଅଫିସ, ୨।୩- ଡିଜିଟାଲ ଯୁଗରେ ବି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଚୋର ଧରିବାକୁ ଲୋକେ ଗାଁରେ ବୁଲାଇଲେ ଖଟ। ରବିବାର ଭଦ୍ରକ ଗ୍ରାମାଞ୍ଚଳ ଥାନା...

କରୋନା: ସଙ୍କଟରେ ଦୁଗ୍ଧଚାଷୀ

ମାର୍ଶାଘାଇ, ୨୯।୪ (ଡି.ଏନ୍‌.ଏ.)-ଲକ୍‌ଡାଉନ୍‌ ଯୋଗୁ ବିଭିନ୍ନ କାର୍ଯ୍ୟ ବନ୍ଦ ରହିଥିବା ବେଳେ ଅନେକ ଲୋକ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଏହି ସମୟରେ ଦୁଗ୍ଧ...

ରାଜନଗରରେ କରୋନା ସନ୍ଦେହ: ନିରୀକ୍ଷଣରେ ୩ ଯୁବକ

ରାଜନଗର, ୧୬।୩(ଡି.ଏନ୍‌.ଏ.): ଓଡ଼ିଶାରେ ପ୍ରଥମ କରୋନା ପଜିଟିଭି ଚିହ୍ନଟ ହେବା ପରେ ଆତଙ୍କ ଖେଳିଯାଇଛି। କେନ୍ଦ୍ରାପଡ଼ା ଜିଲା ରାଜନଗରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି।...

ପରପାରିରେ ଗାନ୍ଧୀବାଦୀ ସମାଜସେବୀ ଘାସିରାମ

କୋକସରା,୨୩।୮(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅଞ୍ଚଳର ଚିର ପରିଚିତ ଗାନ୍ଧିବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ ବରିଷ୍ଠ ସମାଜସେବୀ ଘାସିରାମ ପାଟ୍ଟଯୋଶୀଙ୍କ ମଙ୍ଗଳବାର ସନ୍ଧ୍ୟାରେ ନିଜ ବାସ...

ପରିବାରର ୩ ସମେତ ୪ କରୋନା ସଂକ୍ରମିତ: ଜିଲାରେ ଭୟର ବାତାବରଣ

ଜଗତ୍‌ସିଂହପୁର ଅଫିସ, ୬ା୫: ଜଗତ୍‌ସିଂହପୁର ଜିଲାକୁ ବୁଧବାର କରୋନା ଛୁଇଁଛି। ଜିଲାର ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ନାଉଗାଁ ବ୍ଲକ ଅଞ୍ଚଳର...

ପାଖେଇ ଆସୁଛି ଗୋପାଳପୁର ବେଳାଭୂମି ମହୋତ୍ସବ: ସମ୍ପୂର୍ଣ୍ଣ ହୋଇନି ରାସ୍ତା,ଆଲୋକୀକରଣ କାର୍ଯ୍ୟ

ଗୋପାଳପୁର,୧୭।୧୨,(ଡି.ଏନ୍‌.ଏ.): ଗୋପାଳପୁର ବେଳାଭୂମିକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ସୌନ୍ଦର୍ଯ୍ୟକରଣ...

ଚିତ୍ରକୋଣ୍ଡାରେ ଜୁଆଆଡ୍ଡା ଠାବ: ୭ ଗିରଫ

ଚିତ୍ରକୋଣ୍ଡା,୮।୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଭୁକ୍ତ ବାଲିମେଳା ଚିତ୍ରକୋଣ୍ଡା ନାକମାମୁଢୀ ରାସ୍ତା ନୀଳାପାରି ଗ୍ରାମରେ ପୋଲିସ ଜୁଆଆଡ୍ଡାକୁ ଠାବ କରିଛି। ରବିବାର ଅପରାହ୍ନରେ ଚିତ୍ରକୋଣ୍ଡା...

Advertisement
Archives

Model This Week