ହାଇଓ୍ବା ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଯୋଡ଼ା, ୭।୬ (ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ବାମେବାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଏକ ହାଇଓ୍ବା ଧକାରେ ସ୍ବାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି। ହାଟଡିହୀ ବ୍ଲକ ସୋସୋ ଗ୍ରାମର ଘନଶ୍ୟାମ ପ୍ରଧାନ(୫୪) ଓ ତାଙ୍କ ସ୍ତ୍ରୀ ପ୍ରେମଲତା ରାଜ ଏକ ବାଇକ୍‌ ଯୋଗେ ସୁନ୍ଦରଗଡ ଜିଲା କୋଇଡା ନଦିଡିିହୀ ଅଞ୍ଚଳରୁ ନିଜ ଗ୍ରାମ ସୋସୋ ଫେରୁଥିବା ବେଳେ ରବିବାର ପୂର୍ବାହ୍ନରେ ଏକ ହାଇଓ୍ବା ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ସ୍ବାମୀ ଓ ସ୍ତ୍ରୀ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତ ଅବସ୍ଥାରେ ଉଭୟଙ୍କୁ ଯୋଡାସ୍ଥିତ ଟାଟାଷ୍ଟିଲ ଡାକ୍ତରଖାନା ନିଆଯାଇଥିଲେ ହେଁ, ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀ ଘନଶ୍ୟାମ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ପ୍ରେମଲତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବାମେବାରୀ ପୋଲିସ ଦୁର୍ଘଟଣା ଘଟାଇଥିବା ହାଇଓ୍ବାକୁ ଜବତ କରିଛି। ତେବେ ମୃତ ଘନଶ୍ୟାମ ପ୍ରଧାନ ନଦିଡିହୀ ଖଣିରେ ସହକାରୀ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ସ୍ତ୍ରୀ ପ୍ରେମଲତା ରାଜ କୋଇଡା ବ୍ଲକର ଏକ ସ୍କୁଲରେ ଶୀକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ରଥଯାତ୍ରା ମେଳାକୁ ମାହାସୁଲ ମୁକ୍ତ କରାଯାଉ’

ବାରିପଦା ଅଫିସ,୨୯।୬ – ମୟୂରଭଞ୍ଜ ଜିଲା ବାରିପଦା ରଥଯାତ୍ରା ପଡ଼ିଆରେ ବସୁଥିବା ଉଠା ଦୋକାନୀଙ୍କୁୁ ମହାସୁଲ ମୁକ୍ତ କରିବା ସହିତ ବିଭିନ୍ନ ଦାବି ନେଇ ଭଞ୍ଜସେନା...

ସମ୍ବଲପୁର ଜିଲା ଚିଠି: ଶିଳାନ୍ୟାସରେ ସୀମିତ ଶୀତଳଭଣ୍ଡାର

ସମ୍ବଲପୁର ଜିଲା ସମେତ ପଶ୍ଚିମ ଓଡ଼ିଶାର ୧୦ଟି ଜିଲାର ଚାଷୀମାନଙ୍କ ଉତ୍ପାଦିତ ଶସ୍ୟ,ପନିପରିବା ତଥା ବଜାର ସୁବିଧା ପାଇଁ ଏକ ମଡର୍ନ ଟର୍ମିନାଲ ନିର୍ମାଣ ପାଇଁ...

ପୁଣି ବିବାଦରେ ଜିଲା ମୁଖ୍ୟ ଚିକିତ୍ସାଳୟ: ବେଡ୍‌ରୁ ରୋଗୀ ଗାଏବ

ଅନୁଗୋଳ ଅଫିସ, ୧୯।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ରୋଗୀ ଅଙ୍ଗାରବନ୍ଧ ଗ୍ରାମର ଟିଙ୍କାରୁ ନାଏକ (୨୦) ହଠାତ୍‌ କେଉଁଆଡ଼େ ଚାଲିଯାଇଥିବା ପରିବାର...

କ୍ଷେତ୍ର ପରିଦର୍ଶନ କଲେ ମୃତ୍ତିକା ସଂରକ୍ଷଣ, ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶକ

କେନ୍ଦୁଝର, ୨୮ା୫(ଡି.ଏନ.ଏ.) କେନ୍ଦୁଝର ଜିଲାର ନୋଡାଲ ଅଫିସର ତଥା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଦୁଇଦିନିଆ...

୪ ଆନ୍ତଃଜିଲା ଲୁଟେରା ଗିରଫ

ଉଦଳା,୧୭ା୩(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ପୋଲିସ ୪ ଆନ୍ତଃଜିଲା ଲୁଟେରାଙ୍କୁ ଗିରଫ କରିଛି। ସ୍ଥାନୀୟ ବରବାଡ଼ି କେନାଲ ନିକଟରେ ବିଳମ୍ବିତ ରାତିରେ ଲୁଟ୍‌ ପାଇଁ...

ଧାନ କିଣାରେ ଅସୁବିଧା ନେଇ ଅସନ୍ତୋଷ

ପାଲଲହଡ଼ା, ୧୦ା୨(ଡି.ଏନ.ଏ.) ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଡିମିରିଆ ପଞ୍ଚାୟତର ଧାନମଣ୍ଡିରେ ଧାନ ବିକ୍ରିରେ ଅସୁବିଧା ଉପୁଜିବାକୁ ନେଇ ରବିବାର ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ତେବେ...

ଚର୍ମ ରୋଗରେ ଗାଈ ମୃତ୍ୟୁ ଆଶଙ୍କା: ପଡ଼ୋଶୀ ରାଜ୍ୟରୁ ସଂକ୍ରମଣ ସନ୍ଦେହ

ଭଞ୍ଜନଗର,୧୬।୯(ଡି.ଏନ.ଏ): ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସମେତ ଅନ୍ୟ କେତେକ ରାଜ୍ୟରେ ବର୍ତ୍ତମାନ ଗୋରୁଙ୍କୁ ଚର୍ମ ରୋଗ ଲୁମ୍ପି ହେଉଛି । ଏଥିରେ ବହୁ ଗାଈ, ବାଛୁରୀ ମରିଯାଉଛନ୍ତି।...

ମାଛ ବ୍ୟବସାୟୀ ନିଖୋଜ

ବ୍ରହ୍ମପୁର ଅଫିସ,୬ା୧୦-ସହରର ଜଣେ ଜଣାଶୁଣା ମାଛ ବ୍ୟବସାୟୀ ଅମର ସାହୁ ଶୁକ୍ରବାର ଅପରାହ୍ନରୁ ନିଖୋଜ ହୋଇଯାଇଛନ୍ତି। ଏହାକୁ ନେଇ ଏବେ ମାଛ ବ୍ୟବସାୟୀ ଓ ସ୍ଥାନୀୟ...

Advertisement
Archives

Model This Week