ହାଇଓ୍ବା,ବସ୍‌ ମୁହାଁମୁହିଁ: ୧୭ଗୁରୁତର, ୩୨ଆହତ, ସ୍ଥାନୀୟ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଜମନକିରା,୨୦।୩: ସମ୍ବଲପୁର ଜିଲା ଜମନକିରା ଥାନା ଫାସିମାଲ- କୁଚିଣ୍ଡା ରାସ୍ତାରେ ଶୁକ୍ରବାର ଦୁର୍ଘଟଣା ଘଟି ୧୭ ଗୁରୁତର ଥିବା ବେଳେ ୩୨ ଆହତ ହୋଇଛନ୍ତି। ଏକ ଘରୋଇ ବସ୍‌ ସହ ହାଇୱା ମୁହାଁମୁହିଁ ଧକ୍କାହେବା ଫଳରେ ବସ୍‌ରେ ଥିବା ୪୯ ଯାତ୍ରୀଙ୍କ ମଧ୍ୟରୁ ୧୭ ଜଣ ଗୁରୁତର ଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ କେତେଜଣଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଚିକିତ୍ସା କରାଯାଇଥିବା ବେଳେ ଅନ୍ୟମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ପୋଲିସ ସୂଚନାନୁଯାୟୀ, ଶୁକ୍ରବାର ସକାଳେ ଏବିଏସ୍‌ ନାମକ ଘରୋଇ ବସ୍‌(ଓଡି-୧୬-୭୯୪୫) କୁଚିଣ୍ଡା ବସ୍‌ଷ୍ଟାଣ୍ଡରୁ ଫାସିମାଲ ଅଭିମୁଖେ ବାହାରିଥିଲା। ଗୁଲୁଜିପାଲି ପୋଲ ନିକଟରେ ବିପରୀତ ଦିଗରୁ ଫ୍ଲାଏଆଶ୍‌ ନେଇ ଆସୁଥିବା ଏକ ହାଇୱା ( ଓଡି୨୩ ବି୧୯୦୦) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବସ୍‌ରେ ବସିଥିବା ୪୯ ଜଣଙ୍କ ମଧ୍ୟରୁ ୧୭ ଜଣ ଗୁରୁତର ହୋଇଥିଲେ। ଅନ୍ୟ ୩୨ ଜଣ ସାମାନ୍ୟ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଓ ଗୁରୁତରମାନଙ୍କୁ ନିକଟସ୍ଥ ଫାସିମାଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ କୁଚିଣ୍ଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିଲା। କେତେଜଣ ଗୁୁରୁତର ଆହତଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତଙ୍କ ମଧ୍ୟରୁ ବୈକୁଣ୍ଠନାଥ ଭଇଁଷା (୬୦)ଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଛି। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ। ସେମାନଙ୍କ ଦାବି ଅନୁସାରେ ବହୁବାର ଏହି ରାସ୍ତାରେ ହମ୍ସ ନ ଥିବାରୁ ଦୁର୍ଘଟଣା ଘଟୁଛି। ପ୍ରଶାସନ ପାଖରେ ଦାବି ସତ୍ତ୍ୱେ ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ। ଏଥିସହ ଉକ୍ତ ରାସ୍ତାରେ ଥିବା ଟାଇଁସର, ଫାସିମାଳ ଓ ଗୁଲୁଜିପାଲି ପୋଲ ବହୁଦିନରୁ ତିଆରି ହୋଇଥିବାରୁ ସଂକୀର୍ଣ୍ଣ ରହିଛି; ଯଦ୍ଦ୍ବାରା ଯାତାୟାତ କରୁଥିବା ଯାନବାହନଗୁଡ଼ିକ ଦୁର୍ଘଟଣାର ସମ୍ମୁଖୀନ ହେଉଛି। ପୋଲିସ ଓ ବିଭାଗ ଅଧିକାରୀ ପହଞ୍ଚି ହମ୍ସ ଓ ପୋଲ ଓସାରିଆ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଛି। ଏନେଇ ଜମନକିରା ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁକରାଯାଇ ତଦନ୍ତ ଜାରିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଯୋଡ଼ା ହାତୀଦାନ୍ତ ଜବତ: ଜଣେ ଗିରଫ

ବାରିପଦା ଅଫିସ,୨୧ା୪: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗିନେନିଙ୍କ ନିର୍ଦ୍ଦେଶ କ୍ରମେ ବିଭାଗର...

ଥାନାରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଅଭିଯୁକ୍ତ, ଏବେ ବିବାହ କଥା ଉଠିବାରୁ…

ଟିଟିଲାଗଡ଼,୭।୨(ଡି.ଏନ୍‌.ଏ.): ଥାନାରେ ମହିଳା ଅନ୍ତେବାସୀଙ୍କ ସହ ଶାରୀରିକ ସମ୍ପର୍କ ରଖି ପରେ ବିବାହ କରିବାକୁ ମନା କରିଦେଲେ ଅଭିଯୁକ୍ତ। ଏଭଳି ଏକ ଚାଞ୍ଚଲ୍ୟକର ଖବର ଆସିଛି...

ପୁରୀ ପଞ୍ଜାବୀ ମଠକୁ ସିଲ୍‌ କଲା ପୋଲିସ

ପୁରୀ ଅଫିସ୍‌, ୨।୧୨: ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱରେ ଥିବା ପଞ୍ଜାବୀ ମଠକୁ ସୋମବାର ପୋଲିସ ସିଲ୍‌ କରିଦେଇଛି। ରବିବାର ରାତିରେ ମଠରେ ନିଶାକାରବାର ହେଉଥିବା ଖବର...

ବଳଦିଆବନ୍ଧ ଲୁଟ୍‌ ଘଟଣାରେ ୩ ଗିରଫ

ଢେଙ୍କାନାଳ ଅଫିସ,୧୪ା୩: ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ବଳଦିଆବନ୍ଧର ସାଇପ୍ରସାଦ ଦାସଙ୍କ ଘରୁ ଗତ ଫେବୃୟାରୀ ୧୧ରେ ହୋଇଥିବା ଲୁଟ୍‌ ଘଟଣାର ଦେଢ଼ମାସ ପରେ ପୋଲିସ...

ସଙ୍ଗରୋଧ କେନ୍ଦ୍ରରେ ସମ୍ପର୍କୀୟଙ୍କ ଅବାଧ ପ୍ରବେଶ

ଶେରଗଡ଼,୧୦ା୫(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକ ଗୋଠଗାଁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ସଙ୍ଗରୋଧ କେନ୍ଦ୍ରକୁ ସୁରଟ ଫେରନ୍ତାଙ୍କ ସମ୍ପର୍କୀୟ ଭେଟିବାକୁ ଆସିବା ସହ ଜିନିଷ ପତ୍ର ମଧ୍ୟ ଦେଉଛନ୍ତ।...

ରୟତି ଜମି ଅଭାବ:ଆବାସ୍‌ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ମୀନକେତନ

ଅତାବିରା, ୧।୬ (ଡି.ଏନ୍‌.ଏ): ବରଗଡ଼ ଜିଲା ଅତାବିରା ବ୍ଲକ କୁଲତାଟୁକୁରା ପଁଚେତ୍‌ ସଦର ଗଁ। ର ମୀନକେତନ ସିଂ(୪୫)। ସେ ଜନମ୍‌ବେଲେ ଠିକ୍‌ ଠାକ୍‌ ଥିଲେ...

ରିଲିଫ ପାଣ୍ଠିକୁ ଦାନ କଲେ ଏସ୍‌ଏଚଜି

ବାଲେଶ୍ୱର ଅଫିସ, ୮।୪: କରୋନା ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି।...

ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷ ହେଲେ ସୁଶାନ୍ତ

ଦାରିଙ୍ଗବାଡ଼ି,୧୨ା୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷ ପଦବୀ ବିଜେଡି ହାତେଇଛି। ଏହି ପଦରେ ବିଜେଡିର ସୁଶାନ୍ତ କୁମାର ପ୍ରଧାନ ବିଜୟୀ ହୋଇଛନ୍ତି। ସେ ୨୫...

Advertisement
Archives

Model This Week