Posted inଫୁରସତ

ହସ୍ପିଟାଲକୁ ୫୦,୦୦୦ ମାସ୍କ ଦାନ କଲା ଏକ କମ୍ପାନି

ସ୍ବିଡେନ୍‌ର ସରକାରୀ ହସ୍ପିଟାଲ (ଗୋଥେନ୍‌ବର୍ଗସ୍ଥିତ ସାହଲଗ୍ରେନ୍‌ସ୍କା ବିଶ୍ୱବିଦ୍ୟାଳୟ)କୁ ଏକ ଆସବାବପତ୍ର କମ୍ପାନି ୫୦,୦୦୦ ମାସ୍କ ଦାନ କରିଛି। ବର୍ତ୍ତମାନ ସମୟରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଥିବା ବେଳେ ମାସ୍କ ଦାନ କରିବା ବେଶ୍‌ ପ୍ରଶଂସାଯୋଗ୍ୟ। ଏହା ଲୋକଙ୍କ ଦରକାରରେ କାମରେ ଲାଗିବ। ଯେତେବେଳେ ବାର୍ଡ ଫ୍ଲୁ ହୋଇଥିଲା କମ୍ପାନି ପକ୍ଷରୁ ସେତେବେଳେ ମାସ୍କ କିଣାଯାଇଥିଲା। ଏହାକୁ ଗୋଦାମରେ ରଖି ପରବର୍ତ୍ତୀ ସମୟରେ କମ୍ପାନି କର୍ତ୍ତୃପକ୍ଷ ଭୁଲି ଯାଇଥିଲେ।
ସ୍ବିଡେନ୍‌ରେ ବର୍ତ୍ତମାନ ସୁଦ୍ଧା ୧୧୬୭ ଜଣ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି। ସ୍ବିଡେନର ୱେଷ୍ଟ କୋଷ୍ଟର ବୃହତ୍ତମ ଷ୍ଟୋର୍‌ ବୋଲି ଆଇକେଏର ଲଜିଷ୍ଟିକ ମ୍ୟାନେଜର ଜୋହାନ ଆଣ୍ଡର୍‌ସନ କହିଛନ୍ତି, ବାର୍ଡ ଫ୍ଲୁ ସମୟରେ ହଜାର ହଜାର ମାସ୍କ କ୍ରୟ କରାଯାଇଥିଲା। ଆଜି ଗୋଦାମରେ ହଠାତ୍‌ କିଛି ଖୋଜୁଥିବା ବେଳେ ତାଙ୍କ ଟିମ୍‌ ଏହାକୁ ପାଇଛନ୍ତି। ହସ୍ପିଟାଲରେ ମାସ୍କ କମ୍‌ ରହିଥିବା ସେ ନ୍ୟୁଜ୍‌ରୁ ଜାଣିବାକୁ ପାଇଥିଲେ। ତେଣୁ ସେ ସଙ୍ଗେ ଗୋଥେନ୍ସବର୍ଗର ସାହଲଗ୍ରେନ୍‌ସ୍କା ହସ୍ପିଟାଲ ମ୍ୟାନେଜମେଣ୍ଟକୁ ଫୋନ୍‌ କରି ମାସ୍କ ଚାହଁୁଛ କି ନାହିଁ ପଚାରିଥିଲେ। ସେ ହଁ କହିବାରୁ ୫୦,୦୦୦ ମାସ୍କ ଦାନ କରିଛି କମ୍ପାନି।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ରେଷ୍ଟୁରାଣ୍ଟ: ମନ ଇଚ୍ଛା ଖାଆନ୍ତୁ, ବିଲ୍‌ ଦେବାକୁ ହେଲେ..

ଦେଶରେ ଏପରି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠାରେ ଆପଣ ଏକ ସାଧାରଣ ରେଷ୍ଟୁରାଣ୍ଟ ପରି ମେନୁରୁ ଖାଦ୍ୟ ଅର୍ଡର କରି ବିଭିନ୍ନ ପ୍ରକାରର ଖାଦ୍ୟ ଉପଭୋଗ...

ସାଉଥ୍‌ କୋରିଆ

ଏସିଆ ମହାଦେଶର ପୂର୍ବ ଭାଗରେ ରହିଛି ସାଉଥି କୋରିଆ। ଏହା ପୃଥିବୀର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଗଣିତ। ତେବେ ଜାଣିବା ଏହି ଦେଶ...

ଏମିତି ମନ୍ଦିର ଯେଉଁଠି ପ୍ରସାଦ ବଦଳରେ ଭକ୍ତଙ୍କୁ ଦିଆଯାଏ ଟଙ୍କା, ଅଳଙ୍କାର

ଭାରତରେ ଏମିତି ଅନେକ ମନ୍ଦିର ରହିଛି ଯାହାର ନିଜର ସ୍ବତନ୍ତ୍ରତା ରହିଛି। ସେମିତି ଏକ ମନ୍ଦିର ହେଉଛି ମଧ୍ୟପ୍ରଦେଶର ରତଲାମ ଶହରର ମାଣକରେ ଅବସ୍ଥିତ ମା’...

ଦୁଇ ହାତୀ ଛୁଆଙ୍କ ମଧ୍ୟରେ ଲଢେଇ

ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ମାଙ୍କଡ ମୁହଁରେ କନା ଗୁଡାଇ ବୁଲୁଛି ତ ଆଉବେଳେ ବାଘ ମଣିଷ ଭିତରେ ଥିବା...

୩ ହଜାର ବର୍ଷ ପୁରୁଣା ସହର

ଇଜିପ୍ଟରେ ‘ଲଷ୍ଟ ଗୋଲ୍ଡେନ୍‌ ସିଟି’ ନାମକ ୩,୦୦୦ ବର୍ଷ ପୁରୁଣା ଏକ ସହର ଠାବ ହୋଇଛି। ପ୍ରତ୍ନତତ୍ତ୍ୱବିତ୍‌ମାନେ ଦାକ୍ଷିଣାତ୍ୟ ସହର ଲକ୍ସରରେ ଖନନ ବେଳେ ଏହାକୁ...

ଏହି ଦେଶରେ ରହିଛି ବିଶ୍ୱର ସବୁଠୁ ବଡ଼ ଡ୍ୟାମ୍‌

ବିଶ୍ୱରେ ଅନେକ ଡ୍ୟାମ ନିର୍ମାଣ କରାଯାଇଛି। ସେଥିମଧ୍ୟରୁ କିଛି ବଡ଼ ତ ଆଉ କିଛି ବହୁତ ଲମ୍ବା ଡ୍ୟାମ୍‌ ରହିଛି। କିନ୍ତୁ ଦୁନିଆର ସବୁଠୁ ବଡ...

ନଦୀ କୁହେ ସଭ୍ୟତା କଥା

ମଣିଷ ସଭ୍ୟତାଗୁଡ଼ିକ ପ୍ରାୟତଃ ନଦୀକୂଳରେ ଗଢ଼ି ଉଠିଥିଲା। ସଭ୍ୟତାର କ୍ରମବିକାଶ ସମ୍ପର୍କରେ ନଦୀ ମୂକସାକ୍ଷୀ ପାଲଟିଛି। ନଦୀର ଗୁରୁତ୍ୱକୁ ଉପଲବ୍ଧି କରି ପ୍ରତିବର୍ଷ ମାର୍ଚ୍ଚ ୧୪ରେ...

ଦେଶର ପ୍ରଥମ ମହିଳା ବିଧାୟକ ଡା.ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କୁ ମନେପକାଇଲା ଗୁଗୁଲଡୁଡୁଲ

ନୂଆଦିଲ୍ଲୀ, ୩୦।୭: ଭାରତର ପ୍ରଥମ ମହିଳା ବିଧାୟକ ଡା. ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କ ଆଜି ୧୩୩ତମ ଜନ୍ମଦିବସ। ଏହି ଅବସରରେ ଗୁଗୁଲ ଡୁଡୁଲ ପ୍ରସ୍ତୁତ କରି ତାଙ୍କୁ...

Advertisement
Archives

Model This Week