ହସିବ ଓଡ଼ିଶା…ଫେରିବ ଖୁସିର ଦିନ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ବାତ୍ୟା ହେଉ କି ବନ୍ୟା। ଦୃଢତାର ସହ ମୁକାବିଲା କରିବାରେ କେବେ ପଛଘୁଞ୍ଚା ଦେଇନି ଓଡ଼ିଶା। ଯେତେ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ବି ଭାଙ୍ଗିପଡ଼ିନାହାନ୍ତି ଓଡ଼ିଶାବାସୀ। ପ୍ରତିଥର ଅଣ୍ଟାସଳଖି ଛିଡ଼ାହୋଇଛନ୍ତି। ପୂର୍ବଗୌରବ ଫେରିବା ସହ ନୂଆ ସକାଳ ଆସିଛି, ଆଉ ଫେରିଛି ରାଜ୍ୟବାସୀଙ୍କ ଖୁସି। ଏଥର ବି ପୁଣି ଫେରିବ ସେହି ଖୁସିର ଦିନ। ଆଉ ଥରେ ଆସିବ ନୂଆ ସକାଳ। ଏ ମହାମାରୀ ବି ଚାଲିଯିବ। କିଛିଦିନର ଅପେକ୍ଷା ପରେ ପୁଣି ସବୁ କିଛି ପୂର୍ବଭଳି ସ୍ବାଭାବିକ ହୋଇଯିବ। ଓଡ଼ିଶାବାସୀଙ୍କ ଧୈର୍ଯ୍ୟ ଆଗରେ କରୋନା ହାର୍‌ ମାନିବ। ସୋମବାର ଟୁଇଟ୍‌ କରି ଓଡ଼ିଶାବାସୀଙ୍କୁ ଏଭଳି ସାହସ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ଏକ ମ୍ୟୁଜିକ୍‌ ଭିଡ଼ିଓକୁ ଶେୟାର କରି ମୁଖ୍ୟମନ୍ତ୍ରୀ ଧୈର୍ଯ୍ୟର ସହ କରୋନାର ସମ୍ମୁଖୀନ କରିବାକୁ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି।
ପ୍ରଳୟଙ୍କରୀ ବାତ୍ୟା ହୁଡ୍‌ହୁଡ୍‌ରୁ ଆରମ୍ଭ କରି ଫନୀ ପର୍ଯ୍ୟନ୍ତ, କିଛି ବି ଓଡ଼ିଶାର ମନୋବଳକୁ ଦୋହଲାଇ ପାରି ଥିଲା। ଠିକ୍‌ ସେହିଭଳି ମହାମାରୀ କରୋନା ବି ଆମର କିଛି କ୍ଷତି କରିପାରିବ ନାହିଁ। ଜଗତର ନାଥ ଜଗନ୍ନାଥଙ୍କ ପହଡ଼ ଖୁବ୍‌ଶୀଘ୍ର ଭକ୍ତଙ୍କ ପାଇଁ ଉନ୍ମୁକ୍ତ ହେବ। ବଡ଼ଦାଣ୍ଡ ପୁଣିଥରେ ‘ଜୟ ଜଗନ୍ନାଥ ସ୍ବାମୀ’ ଧ୍ୱନିରେ ପ୍ରକମ୍ପିତ ହେବ। ପୁଣିଥରେ ଦହିବରା ପାଖରେ ଭିଡ଼ ଲାଗିବ ଓ ହକିର ସ୍ବାଭିମାନକୁ ଓଡ଼ିଶା ଫେରାଇ ଆଣିବ। ବାସ୍‌ ଏଥିପାଇଁ ଦିନ କେଇଟା ଆଉ ଅପେକ୍ଷା କରିବାକୁ ପଡ଼ିବ। ଏମିତି କିଛି କଥାକୁ ଗୀତ ଆକାରରେ ସଜାଇ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରିଥିବାବେଳେ ଏହାର ରଚନା, ପ୍ରଯୋଜନା ସହ ନିର୍ଦ୍ଦେଶନା ଦେଇଛନ୍ତି ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡା। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍‌ ଆନନ୍ଦ। ଏହାକୁ ସ୍ବରରେ ସଜାଇଛନ୍ତି କଣ୍ଠଶିଳ୍ପୀ ସବିଶେଷ ଓ ଦିପ୍ତୀରେଖା। ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଏହି ଗୀତରେ ବହୁ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଛି। କଳାକାରଙ୍କଠାରୁ ଆରମ୍ଭକରି କ୍ରୀଡାବିତ୍‌ଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ଘରେ ମୋବାଇଲ୍‌ ମାଧ୍ୟମରେ ଭିଡ଼ିଓ କରି ଏଥିରେ ବାର୍ତ୍ତା ଦେଇଛନ୍ତି। ପଦ୍ମଶ୍ରୀ ହଳଧର ନାଗଙ୍କଠାରୁ ଆରମ୍ଭକରି ଚଳଚ୍ଚିତ୍ର ଅଭିନେତ୍ରୀ ବିଜୟଲକ୍ଷ୍ମୀ ପ୍ରହରାଜ, ଅପରାଜିତା ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ଅର୍ଚ୍ଚିତା ସାହୁ, ଏଲିନା ସାମନ୍ତରାୟ, ପ୍ରକୃତି ମିଶ୍ର, ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି, ବାବୁସାନ୍‌, ପ୍ରଜ୍ଞାରଞ୍ଜନ ଖଟୁଆ, ନୀଳମାଧବ ପଣ୍ଡା, କ୍ରୀଡାବିତ୍‌ ଦିଲୀପ ତିର୍କୀ, ଦୂତୀ ଚାନ୍ଦ, ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖଙ୍କୁ ଏଥିରେ ଦେଖିବାକୁ ମିଳିଛି। ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ବାର୍ତ୍ତା ଦେଇଛନ୍ତି। ଏହି ଗୀତ କେବଳ ଓଡ଼ିଶାବାସୀଙ୍କ ମନରୁ ଭୟ ଦୂର କରିନି, ବରଂ ଏକାଠି ହୋଇ କରୋନା ମୁକାବିଲା କରିବାକୁ ସାହସ ଯୋଗାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦ୍ୟୁମ୍ନଙ୍କୁ ମନ୍ତ୍ରୀ ପଦ ଦେବାକୁ ବଢ଼ୁଛି ଅନୁରୋଧ: ଗଞ୍ଜାମରୁ ୨ ଜଣକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ସମ୍ଭାବନା

ଭଞ୍ଜନଗର,୨୮।୫(ବାବୁଲା ପ୍ରଧାନ): ଦୀର୍ଘ ୧୦ ମାସର ନୀରବତା ପରେ ପୁଣି ରାଜ୍ୟ ମନ୍ତ୍ରୀମଣ୍ଡଳରେ ଖାଲିଥିବା ୬ ମନ୍ତ୍ରୀ ପଦବୀ ପୂରଣ ସହ କିଛି ପୁରୁଣା ମନ୍ତ୍ରୀଙ୍କ ପଦବୀ…

ଇରାନ ଉପରେ ବଡ଼ ଆକ୍ରମଣ କଲା ଆମେରିକା: ଖସାଇଲା ଡ୍ରୋନ୍‌

ଓ୍ବାଶିଂଟନ୍‌,୨୮।୫: ଆମେରିକୀୟ ସେନା ପୁଣି ଥରେ ଇରାନରେ ବଡ଼ ଧରଣର ସାମରିକ ଆକ୍ରମଣ କରିଛି। ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଏହି ରାତାରାତି ଆକ୍ରମଣ ସେହି ସାମରିକ ଘାଟିଗୁଡ଼ିକୁ…

କାଳବୈଶାଖୀର ପ୍ରଭାବରେ ଉଡିଲା ଛପର: ୧୪ ଘଣ୍ଟା ହେଲା ବିଦ୍ୟୁତ-ମୋବାଇଲ ସେବା ଅଚଳ

ଦାରିଙ୍ଗବାଡି, ୨୮।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କାଳ ବୈଶାଖୀର ପ୍ରଭାବରେ ପ୍ରଭାବିତ ହୋଇଛି। ବ୍ଲକ ଅଞ୍ଚଳର ସିମନବାଡି ସମେତ କିରିକୁଟି, ତିଲୋରୀ, ବୁଡ଼ାଗୁଡା,…

ବିଧାୟିକାଙ୍କ ଫଣ୍ଡକୁ ଖର୍ଚ୍ଚ କରିବାରେ ବ୍ଲକ ପ୍ରଶାସନର ବିଳମ୍ବ: ବିଜେଡି କର୍ମୀଙ୍କୁ ଅଣଦେଖା

କେସିଙ୍ଗା,୨୮।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟିକା ମନୋରମା ମହାନ୍ତି କେସିଙ୍ଗା ବ୍ଳକ ଗସ୍ତକରି ନିଜ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କେସିଙ୍ଗା ବ୍ଳକର…

ବିମାନ ଯାତ୍ରୀଙ୍କୁ ଝଟ୍‌କା! ୨୨% ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୮ା୫: ଇନ୍ଧନ ମୂଲ୍ୟ ଅତ୍ୟଧିକ ବୃଦ୍ଧି ଯୋଗୁ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆ ଏହାର ଘରୋଇ ବିମାନ ଉଡ଼ାଣ ଅସ୍ଥାୟୀ ଭାବେ ୨୨ ପ୍ରତିଶତ ହ୍ରାସ କରିଛି।…

ରାସ୍ତା ନ ଥିବାରୁ ୩ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା: ପ୍ରଶଂସା ସାଉଁଟିଲେ ଆମ୍ବୁଲାନ୍ସ କର୍ମଚାରୀ

କେସିଙ୍ଗା/ଖପ୍ରାଖୋଲ,୨୮/୫(ତୁମେଶ୍ୱର ସାହୁ/ଅଭୟ ତ୍ରିପାଠୀ): ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଜାନିପଡା ପାହାଡ଼ ପାଖରେ ରହୁଥିବା ରୋହିତ ଧରୂଆଙ୍କ ସ୍ତ୍ରୀ ସୀମା ମାଝୀଙ୍କ ଗର୍ଭଯନ୍ତ୍ରଣା ହେଉଥିବାରୁ ତାଙ୍କୁ ଡାକ୍ତରଖାନା ଆଣିବା…

୯ମ ଶ୍ରେଣୀ ପାଇଁ CBSEର ତ୍ରିଭାଷୀ ନିୟମ: କେନ୍ଦ୍ର, ଏନ୍‌ସିଇଆର୍‌ଟିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଜୁଲାଇ ୧ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ୩ ଭାଷା ପଢ଼ିବା ବାଧ୍ୟତାମୂଳକ ନୀତି ଲାଗୁ କରିଥିବାରୁ ଏହାକୁ…

୨ଦିନ ପରେ ପାଗ ବଦଳିବ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୨୮ା୫ (ସୌମ୍ୟରଞ୍ଜନ ରାଉତ):ପ୍ରବଳ ଗରମ ଓ ଗୁଳୁଗୁଳିରୁ ଓଡ଼ିଶାବାସୀଙ୍କୁ ଆଶ୍ବସ୍ତି ମିଳିଛି। ରାଜ୍ୟ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ବୁଧବାର ଦିନସାରା ଗୁଳୁଗୁଳି ଜାରି ରହିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri