ଦାରିଙ୍ଗବାଡି,୬।୧(ଡି.ଏନ୍.ଏ.)-ଦାରିଙ୍ଗବାଡିଠାରେ ଥିବା ରାପଡା ବାଡି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲରୁ ଜଣେ ନବମ ଶ୍ରେଣୀ ଛାତ୍ରୀ ଶୁକ୍ରବାର ବିଳମ୍ବିତରାତି ଠାରୁ ନିଖୋଜ ହୋଇଯାଇଛନ୍ତି। ଘଟଣାଟି ଘଟିବାର ୩୬ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ହୋଇଥିଲେ ମଧ୍ୟ ତାଙ୍କର କୌଣସି ଖୋଜ ଖବର ମିଳିନାହିଁ। ଏନେଇ ହଷ୍ଟେଲ କର୍ତ୍ତୃପକ୍ଷ ଦାରିଙ୍ଗବାଡି ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ନମିଳିବା ପରେ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ନଂ.୩/୨୦ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ଆଇଆଇସି କୌଶିକ ମାଝୀ କହିଛନ୍ତି।
ପ୍ରକାଶ ଯେ, ବଡଦିନ ଛୁଟି ପରେ ଛାତ୍ରୀଙ୍କୁ ଶୁକ୍ରବାର ତାଙ୍କ ବାପା ଆଣି ହଷ୍ଟେଲରେ ଛାଡିଥିଲେ। ହଷ୍ଟେଲ ଆସିବା ପରେ ସେ ଉଦାସ ରହୁଥିଲେ। ରାତିରେ ଉପସ୍ଥାନ ପକାଇବାବେଳେ ସମ୍ପୃକ୍ତ ନବମ ଶ୍ରେଣୀ ଛାତ୍ରୀ ନଥିବା ଜଣାପଡିଥିଲା। ପରେ ହଷ୍ଟେଲ କର୍ତ୍ତୃପକ୍ଷ ଖୋଜାଖୋଜିବେଳେ ଏକ ଘରୋଇ ବସ୍ରେ ଜଣେ ଝିଅ ଓ ପୁଅ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଖବର ପାଇଥିଲେ। ସେମାନଙ୍କ ପଛେ ପଛେ ଯାଇ ଭୁବନେଶ୍ୱରରେ ପହଞ୍ଚତ୍ବାବେଳେ ସେମାନେ ଓହ୍ଲାଇ କେଉଁଆଡେ ଚାଲି ଯାଇଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ଏନେଇ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ ଶୁଭଲତା ବଳିଆର ସିଂ କହିଛନ୍ତି ଯେ, ରାତିରେ ଏକ ବଡ ମୂଷା ହଷ୍ଟେଲ ଭିତରକୁ ପଶିଆସିବାରୁ ଛାତ୍ରୀମାନେ ଭୟରେ ଏଣେତେଣେ ଦୌଡିବାବେଳେ ଛାତ୍ରୀ ଜଣକ ହଷ୍ଟେଲ ଛାଡି ଚାଲିଯାଇଥିବା ଅନୁମାନ କରାଯାଉଛି। ଛାତ୍ରୀଙ୍କୁ କେହି ଅପହରଣ କରିଥିବା ଚର୍ଚ୍ଚା ହେଉଛି। କିଭଳି ରାତିରେ ମୁଖ୍ୟ ଫାଟକ ଖୋଲାଥିଲା ଏବଂ ଛାତ୍ରୀ ଜଣକ ହଷ୍ଟେଲରୁ ପଳାଇଲେ ତାହା ସନ୍ଦେହ ସୃଷ୍ଟି କରିଛି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ବଟକୃଷ୍ଟ ତ୍ରିପାଠୀଙ୍କୁ ଫୋନ କରିଥିଲେ ମଧ୍ୟ ସେ ଉଠାଇ ନ ଥିଲେ।
Posted inଆମ ଜିଲା ଖବର, କନ୍ଧମାଳ View All

ବନ୍ଧୁଙ୍କୁ ଛାଡ଼ିବାକୁ ଯିବାବେଳେ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର
ପାଟଣା,୧୭ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଢେଙ୍କିକୋଟ ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର କାଶିଆ ଜଙ୍ଗଲ ହନୁମାନ ମନ୍ଦିର ନିକଟରେ ସୋମବାର ଅପରାହ୍ନରେ ଏକ...

ଭିଜିଲାନ୍ସ ଜାଲରେ ବଙ୍ଗାଳପୁର ପିଇଓ
କେନ୍ଦ୍ରାପଡ଼ା ଅଫିସ/ପାଟକୁରା (ଡି.ଏନ୍.ଏ.),୧୮।୮: କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ବଙ୍ଗାଳପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଧର୍ମାନନ୍ଦ ବେହେରାଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ବିଭାଗ...

କନ୍ଧମାଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩: ଦିନକରେ ୭ ଚିହ୍ନଟ, ଜଣଙ୍କୁ ନେଇ ଚିନ୍ତା
ଫୁଲବାଣୀ ଅଫିସ, ୨୭ା୫-କନ୍ଧମାଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଗୋଟିଏ ଦିନରେ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଜିଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ
ଛେଣ୍ଡିପଦା,୨୧।୪(ସ୍ବ.ପ୍ର.) ଛେଣ୍ଡିପଦାର ଅବସରପ୍ରାପ୍ତ କର୍ମଚାରୀ ସଂଘ ଓ ଯୋଗ ଶିବିରର ସଦସ୍ୟମାନେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ୧ଶହ ଟଙ୍କା ଦାନ କରିଛନ୍ତି।...

ଚନ୍ଦନଗଛ କାଟିନେଲେ ଦୁର୍ବୃତ୍ତ
ଦେବଗଡ଼, ୨୮ା୪(ସ୍ବ.ପ୍ର.): ସହରର ୬ ନଂ ଓ୍ବାର୍ଡସ୍ଥିତ ରଙ୍ଗିଆଗୁଡ଼ାରୁ କେହି ଦୁର୍ବୃତ୍ତ ଚନ୍ଦନଗଛ କାଟି ନେଇଥିବା ଜଣାପଡ଼ିଛି। ଖବର ଅନୁଯାୟୀ, ରଙ୍ଗିଆଗୁଡ଼ା ବସ୍ତିର ଅଚ୍ୟୁତ ବେହେରାଙ୍କ...

ଚର୍ମରୋଗ ବିଶେଷଜ୍ଞ ୫ ଦିନ ହେଲା ଛୁଟିରେ ରୋଗୀ ସେବା ବାଧାପ୍ରାପ୍ତ
କେନ୍ଦୁଝର, ୨୦ା୫(ସ୍ବ.ପ୍ର.)-ଦୀର୍ଘ ପ୍ରାୟ ୫ ଦିନ ହେଲା ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଛୁଟିରେ ଅଛନ୍ତି। ଫଳରେ ଜିଲା ମୁଖ୍ୟ ଡାକ୍ତରଖାନାରେ ରୋଗୀ ସେବା ବାଧାପ୍ରାପ୍ତ...

ବର୍ଷେ ନ ପୂରୁଣୁ କୋଟଗଡ, ତୁମୁଡିବନ୍ଧ ରାସ୍ତା ଶୋଚନୀୟ: ଯାତାୟାତ ବାଧାପ୍ରାପ୍ତ
କୋଟଗଡ଼,୬।୯(ଡି.ଏନ୍.ଏ): କନ୍ଧମାଳ ଜିଲା କୋଟଗଡ଼ ବ୍ଲକଠାରୁ୧୫ କି.ମି ତୁମୁଡିବନ୍ଧ ପର୍ଯ୍ୟନ୍ତ ୫ ନଂ. ରାଜ୍ୟ ରାଜପଥ କାମ ହେବାର ବର୍ଷେ ପୂରିନି। ହେଲେ ରାସ୍ତାରୁ ପିଚୁ...

ଇରିଙ୍ଗାଝରଣରେ ବେଲଟିକିରିର ପୁନରାବୃତ୍ତି: ମିଥ୍ୟା ତଥ୍ୟ ଦେଇଥିଲା ଶିଶୁ ସୁରକ୍ଷା ବିଭାଗ
ଢେଙ୍କାନାଳ ଅଫିସ, ୧୨ା୭- ବେଲଟିକିରି ସେଲ୍ଟର ହୋମ୍ ଅନ୍ତେବାସୀ ନିର୍ଯାତନା ଘଟଣାରୁ କିଛି ଶିଖିଲାନି ଢେଙ୍କାନାଳ ଜିଲା ଶିଶୁ ସୁରକ୍ଷା ବିଭାଗ। ଶିଶୁ ନିର୍ଯାତନା ଭଳି...