ହଲିଉଡ୍‌ରେ ଡିମ୍ପଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କ ଭିନ୍ନ ରୂପ ଏବେ ଦେଖିବାକୁ ମିଳିଛି। କାରଣ ସେ ଏବେ ହଲିଉଡ୍‌ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି। କିଛିଦିନ ତଳେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ହଲିଉଡ୍‌ କଳାକାରଙ୍କ ସହ ରାସ୍ତାରେ ଚାଲୁଥିବା ଦେଖିବାକୁ ମିଳିଥିଲା। ଆଉ ସେଥିରେ ତାଙ୍କ ଲୁକ୍ସ ଏକଦମ୍‌ ହଲିଉଡ୍‌ କଳାକାରଙ୍କ ସହ ମିଶୁଥିଲା। ଶୁଣିବାକୁ ମିଳିଛି ଡିମ୍ପଲ ହଲିଉଡ୍‌ ଫିଲ୍ମ ‘ଟେନେଟ’ରେ ନଜର ଆସିବେ। କାରଣ ହଲିଉଡ୍‌ ଫିଲ୍ମ ମେକର କ୍ରିଷ୍ଟୋଫର ନୋଲନ ଓ ଅଭିନେତା ରବର୍ଟ ପ୍ୟାଟିନଶନ ତାଙ୍କ କ୍ରିୟୁ ମେମ୍ବରଙ୍କ ସହ ‘ଟେନେଟ’ର ଶୁଟିଂ ପାଇଁ ମୁମ୍ବାଇ ଆସିଥିଲେ। ତେବେ ଡିମ୍ପଲ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ସାଉଥ୍‌ ମୁମ୍ବାଇରେ ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ଶୁଟିଂ ଚାଲିବ ବୋଲି ଜଣାପଡିଛି। ଏହା ୭ଟି ଭିନ୍ନ ଭିନ୍ନ ଦେଶରେ ଶୁଟିଂ କରାଯିବାର ଯୋଜନା ରହିଛି। ତେବେ ଏହି ଫିଲ୍ମ ଜରିଆରେ ହିଁ ଡିମ୍ପଲ ହଲିଉଡ୍‌ରେ ଏଣ୍ଟ୍ରି କରିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱାସୀ ପ୍ରେମିକ ଖୋଜୁଛନ୍ତି ମାହି ଗିଲ୍‌: ଶୁକ୍ରବାର ରିଲିଜ୍‌ ହେବ ଦବଙ୍ଗ-୩

ମୁମ୍ବାଇ: ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ମାହି ଗିଲ୍‌ ଗୁରୁବାର ୪୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୫ ଡିସେମ୍ବର ୧୯ରେ ସେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର...

୨୫ ହଜାର ଟଙ୍କିଆ ମାସ୍କ ପିନ୍ଧି ଚର୍ଚ୍ଚାରେ ଦୀପିକା

ମୁମ୍ବାଇ: ଦେଶରେ କରୋନା ମହାମାରୀ କାୟା ବିସ୍ତାର କରିବା ପରଠାରୁ ଏହାକୁ ଦୂରେଇ ଦେବାକୁ ପ୍ରୟାସ ଜାରି ରହିଛି । ସ୍ୱାସ୍ଥ୍ୟବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ସମସ୍ତେ...

ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲା: ସଞ୍ଜୟ ସିଂଙ୍କ ନେତୃତ୍ୱରେ ଦିଲ୍ଲୀ ଏନ୍‌ସିବିର ଏସ୍‌ଆଇଟି ଆରମ୍ଭ କଲା ଯାଞ୍ଚ, ୱାନଙ୍ଖଡେ ବି କରିବେ ସାହାଯ୍ୟ

ମୁମ୍ବାଇ,୬ ।୧୧: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ଦିଲ୍ଲୀ ଟିମ୍‌ରେ ଥିବା ଉପ ମହାନିର୍ଦ୍ଦେଶକ ସଞ୍ଜୟ ସିଙ୍କ ନେତୃତ୍ୱରେ ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାର ଯାଞ୍ଚ ଆରମ୍ଭ...

ସୋନାକ୍ଷୀଙ୍କୁ ପସନ୍ଦ ନୁହେଁ ବଲିଉଡ୍‌ ନାୟକ!

ମୁମ୍ବାଇ: ବଲିଉଡ୍‌ ନାୟକ ନାୟିକାଙ୍କ ପ୍ରେମ ସମ୍ପର୍କକୁ ନେଇ ସାଧାରଣ ଲୋକଙ୍କ ମନରେ ଯେଉଁ ଧାରଣା ରହିଛି ତା’ଠାରୁ ନାୟିକା ସୋନକ୍ଷୀ ସିହ୍ନା ଟିକେ ଭିନ୍ନ।...

ମୋଦିଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଏବଂ ବିଭିନ୍ନ ପ୍ରସଙ୍ଗରେ ତାଙ୍କ ମତାମତ ଦିଅନ୍ତି। ନିଜ ମନ୍ତବ୍ୟ ପାଇଁ ଅନେକ ସମୟରେ...

ଦେଶ ଛାଡ଼ି ପଳାଇବାରେ ସଫଳ ହେଲେ ଆଫଗାନିସ୍ତାନର ଏହି ଲୋକପ୍ରିୟ ପପ୍‌ ଷ୍ଟାର୍‌; ସୋସିଆଲ ମିଡିଆରେ ଲେଖିଲେ…

କାବୁଲ: ଆଫଗାନିସ୍ତାନକୁ ତାଲିବାନ କ୍ଷମତା ଦଖଲ କରିବା ପରେ ସେଠାକାର ପରିସ୍ଥିତି ଚିନ୍ତାଜନକ ରହିଛି। ଏଭଳି ସ୍ଥିତିରେ ସାଧାରଣଜନତା ଦେଶ ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ପ୍ରୟାସ...

କରୋନାରେ ସଂକ୍ରମିତ ହେଲେ ନେହାଙ୍କ ପୂର୍ବତନ ପ୍ରେମିକ

ମୁମ୍ବାଇ: ବଲିଉଡ୍‌ ଅଭିନେତା ହିମାଂଶ କୋହଲିଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। କିଛିଦିନ ତଳେ ଖବର ଆସିଥିଲା କି ହିମାଂଶଙ୍କ ମାତା-ପିତା ଓ...

ମୁଁ ଜନ୍ମରୁ ମୁସଲମାନ, ଆଗକୁ ବି ରହିବି: ନୁଶରତ୍‌ ଜହାଁ

କୋଲକତା, ୪।୭: ପଶ୍ଚିମବଙ୍ଗର ବସିରହାଟରୁ ନବନିର୍ବାଚିତ ତୃଣମୂଳ ସାଂସଦ ନୁଶରତ୍‌ ଜହାଁ ନିକଟରେ କୋଲକାତାର ଜଣେ ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ବିହାହ ପରେ...

Advertisement
Archives

Model This Week