Posted inଜାତୀୟ

ହରିୟାଣାରେ ଲାଗୁହେବ ଏନ୍‌ଆର୍‌ସି

ଚଣ୍ଡିଗଡ଼,୧୬ା୯(ପି.ଟି.): ଆସାମ ପରେ ହରିୟାଣାରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ରବିବାର ଘୋଷଣା କରିଛନ୍ତି। ଅକ୍ଟୋବରରେ ହରିୟାଣଶ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଭାଜପାର ମହାସଂକଳ୍ପ ଅଭିଯାନ ଅବସରରେ ଖଟ୍ଟର ଅବସରପ୍ରାପ୍ତ ବିଚାରପତି ଏଚ୍‌.ଏସ୍‌. ଭାଲା ଏବଂ ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ ସୁନିଲ ଲାନ୍‌ବାଙ୍କୁ ଭେଟିବା ପରେ ପଞ୍ଚକୁଲାଠାରେ ଖବରଦାତାମାନଙ୍କୁ ଏହା କହିଛନ୍ତି। ସାରା ଦେଶରେ ଏନ୍‌ଆର୍‌ସି ଲାଗୁ କରିବା ପ୍ରସ୍ତାବକୁ ସେ ପୂର୍ବରୁ ସମର୍ଥନ ଜଣାଇଥିଲେ।
ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଭାଲାଙ୍କ ସହ ସେ ଦେଶର ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ। ଅବସର ପରେ ଜଷ୍ଟିସ୍‌ ଭାଲା ବିଭିନ୍ନ କାର୍ଯ୍ୟ ସହ ସମ୍ପୃକ୍ତ ଅଛନ୍ତି। ସେ ଏନ୍‌ଆର୍‌ସି କାର୍ଯ୍ୟରେ ସାମିଲ ଥିଲେ ଏବଂ ଖୁବ୍‌ଶୀଘ୍ର ଆସାମ ଯିବେ ବୋଲି କହିଛନ୍ତି। ହରିୟାଣାରେ ଏନ୍‌ଆର୍‌ସି ଲାଗୁ କରିବା ନେଇ ପୂର୍ବତନ ବିଚାରପତିଙ୍କ ସମର୍ଥନ ଓ ପ୍ରସ୍ତାବ ଲୋଡିଥିଲେ ଖଟ୍ଟର। ହରିୟାଣାରେ ଏନ୍‌ଆର୍‌ସି ଲାଗୁ କରିବା ପାଇଁ ଏକ ନ୍ୟାୟିକ ଆୟୋଗ ପ୍ରତିଷ୍ଠା ହେବା ଆବଶ୍ୟକ ବୋଲି ଜଷ୍ଟିସ୍‌ ଭାଲା ପ୍ରସ୍ତାବ ଦେଇଥିଲେ। ଆସାମ ଏନ୍‌ଆର୍‌ସି ଚୂଡାନ୍ତ ତାଲିକା ଅଗଷ୍ଟ ୩୧ରେ ପ୍ରକାଶ ପାଇଥିଲା। ଯେଉଁଥିରୁ ୧୯ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବାଦ୍‌ ପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ ଜିନ୍ସ ନ ପିନ୍ଧିବାରୁ ଏମିତି ପଦକ୍ଷେପ ନେଲେ ସ୍ବାମୀ

ମିରୁଟ, ୨୪।୧୨: ଉତ୍ତରପ୍ରଦେଶର ମିରୁଟରେ ଏକ ଅଭାବନୀୟ ଘଟଣା ଘଯିଛି। ସ୍ତ୍ରୀ ଜିନ୍ସ ପିନ୍ଧି ଡ୍ୟାନ୍ସ ନ କରିବାରୁ ତାଙ୍କୁ ତଲାକ ଦେଇଛନ୍ତି ସ୍ବାମୀ। କେବଳ...

୧୪ ଦିନିଆ ନ୍ୟାୟିକ ହେପାଜତରେ ନୁହ ହିଂସା ଅଭିଯୁକ୍ତ ମୋନୁ ମାନେସର

ଚଣ୍ଡିଗଡ,୧୨।୯: ହରିୟାଣାର ନୁହରେ ଘଟିଥିବା ହିଂସା ଅଭିଯୋଗରେ ମୋନୁ ମାନେସରଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ହରିୟାଣା ପୋଲିସ ଦ୍ୱାରା ଅଟକ ରହିବା ପରେ...

ଆର୍‌ଏସ୍‌ଏସ୍‌ ନେତାଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଗୋଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ,୧୦।୨: ଦେଶରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ଥିବା ନେଇ ଗୋଇନ୍ଦା ବିଭାଗ ପକ୍ଷରୁ ରିପୋର୍ଟ ଜାରି ହୋଇଛି। ଏଥିରେ ଦର୍ଶାଯାଇଛି ଯେ, କିଛି ଆର୍‌ଏସ୍‌ଏସ୍‌...

ରାଜନୀତିରେ ସରକାରଙ୍କ ଫୋକସ୍‌, ବିଗୁଡୁଛି ଅର୍ଥ ବ୍ୟବସ୍ଥା: ରଘୁରାମ ରାଜନ

ନୂଆଦିଲ୍ଲୀ,୨୯।୨: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ କହିଛନ୍ତି ବର୍ତ୍ତମାନ ସରକାର ରାଜନୀତି ଉପରେ ଫୋକସ କରୁଛନ୍ତି। ଏହାସହ ସାମାଜିକ ଏଜେଣ୍ଡାକୁ ପୂରଣ କରିବାକୁ...

ପ୍ଲାଷ୍ଟିକ ନୁହେଁ ଫଳ ଖୋଳରେ ଦେଉଛନ୍ତି ଜୁସ୍‌

ବେଙ୍ଗାଲୁରୁ,୬।୨: କର୍ନାଟକର ଜଣେ ଜୁସ୍‌ ଦୋକାନୀ ଏବେ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଛନ୍ତି। ସେ ଏବେ ପ୍ଲାଷ୍ଟିକ ନୁହେଁ...

ଏପ୍ରିଲ ୩୦ଯାଏ ନଏଡାରେ ୧୪୪ ଧାରା ଜାରି: ସ୍କୁଲ ଫି’ ଦେୟ ଉପରେ ରୋକୋ ଲଗାଇଲେ ଜିଲାପାଳ

ନଏଡା,୫।୪: ଉତ୍ତରପ୍ରଦେଶରେ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ସହ ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ଗୌତମବୁଦ୍ଧ ନଗରର ଜିଲା ପ୍ରଶାସନ ପକ୍ଷରୁ ରବିବାର ବଡ଼...

ମୁଜାଫରପୁର ହସ୍ପିଟାଲ ପଛରେ ମିଳିଲା ମାନବ କଙ୍କାଳ

ପାଟନା,୨୨।୬: ବିହାର ମୁଜାଫରପୁରରେ ଥିବା ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲରେ ମସ୍ତିଷ୍କ ଜ୍ୱରରେ ଶହ ଶହ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ଏହି...

ବ୍ଲିଚିଂ ପାଉଡ଼ରରେ ବି କରିହେବ ଘର, କାର୍ଯ୍ୟାଳୟ ସାନିଟାଇଜ୍‌

ନୂଆଦିଲ୍ଲୀ,୨୨।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପି ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପ୍ରସାରଣ ଜାରି ରଖିଛନ୍ତି। କରୋନାଠାରୁ ଦୂରେଇ ରହିବା...

Advertisement
Archives

Model This Week