Posted inଫୁରସତ

ହରାଇପାରିନି କର୍କଟ: ସମାଜସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ବିଜୟଲକ୍ଷ୍ମୀ

ପ୍ରତି ମୁହୂର୍ତ୍ତରେ ସେ କର୍କଟ ଭଳି ଦୁରାରୋଗ୍ୟ ସହ ଲଢେଇ ଜାରି ରଖିଛନ୍ତି। ମୃତ୍ୟୁକୁ ଅତି ନିକଟରୁ ଦେଖୁଛନ୍ତି। ତଥାପି ହାର୍‌ ମାନିନାହାନ୍ତି। ନିଜେ ବଞ୍ଚତ୍ବା ସହ ଅନ୍ୟମାନଙ୍କ ପାଇଁ ବଞ୍ଚତ୍ବାର ରାହା ପାଲଟିଛନ୍ତି। ଅସହାୟ ଓ ଅନାଥମାନଙ୍କୁ ସାହାରା ଦେଉଛନ୍ତି। କର୍କଟ ରୋଗୀଙ୍କ ପାଇଁ କାମ କରୁଛନ୍ତି। ନିଜ ଚିକିତ୍ସା ପାଇଁ ଆର୍ଥିକ ସମ୍ବଳ ଥିଲେ ମଧ୍ୟ ସେହି ଅର୍ଥକୁ ନିଜ ପାଇଁ ଖର୍ଚ୍ଚ ନକରି ଅନ୍ୟ ପାଇଁ ଖର୍ଚ୍ଚ କରୁଛନ୍ତି। କୌଣସି ଏନ୍‌ଜିଓ କିମ୍ବା ସାମାଜିକ ସଙ୍ଗଠନ ସହ ଜଡ଼ିତ ନ ହୋଇ ନିଜ ଦ୍ୱାରା ଯେତିକି ସମ୍ଭବ ଅନ୍ୟକୁ ସାହାଯ୍ୟ କରି ସମାଜସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି ଭୁବନେଶ୍ୱରର ବିଜୟଲକ୍ଷ୍ମୀ କର।
୫୮ ବର୍ଷୀୟ ବିଜୟଲକ୍ଷ୍ମୀ। ପେସାରେ ସେ ଜଣେ ଡ୍ରେସ୍‌ ଡିଜାଇନର। ହସଖୁସିର ସଂସାର ଥିଲା। ହେଲେ ୨୦୦୮ରେ ସେ ରକ୍ତ କର୍କଟରେ ପୀଡ଼ିତ ଥିବା ଜଣାପଡ଼ିବା ପରେ ସବୁକିଛି ବଦଳିଗଲା। ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ପାଇଁ ଡାକ୍ତର ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ପାଇଁ କହିଥିଲେ। ଚିକିତ୍ସା ଖର୍ଚ୍ଚ ବହନ କରିବାର କ୍ଷମତା ଥିଲେ ମଧ୍ୟ ନିଜ ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବାକୁ ସେ ରାଜି ହୋଇ ନ ଥିଲେ। ବରଂ ସେହି ଅର୍ଥରେ ଅନ୍ୟ ପାଇଁ କିଛି କରିବାକୁ ସ୍ଥିର କରିଥିଲେ। ଜୀବନସାରା କେମୋ ନେଇ ସବୁକିଛି ଭଗବାନଙ୍କ ଉପରେ ଛାଡିଦେଇଥିବା ବିଜୟଲକ୍ଷ୍ମୀ ଏବେ ପ୍ରତିଦିନ କର୍କଟ ସହ ଲଢେଇ କରୁଛନ୍ତି। ବାହ୍ୟ ଚାକଚକ୍ୟ ଛାଡିଦେଇ ଅନ୍ୟର ଜୀବନକୁ ଆଲୋକିତ କରୁଛନ୍ତି। ନିଜର ଜଣେ କର୍ମଚାରୀଙ୍କ ଦିବ୍ୟାଙ୍ଗ ପୁଅକୁ କୋଳେଇ ନେଇ ତାକୁ ନିଜ ପୁଅ ଭଳି ବଡ଼ କରୁଛନ୍ତି। କେବଳ ଏତିକି ନୁହେଁ, ବହୁ ଦିବ୍ୟାଙ୍ଗ ଶିଶୁଙ୍କ ସହ ଜଡ଼ିତ ହୋଇ ସେମାନଙ୍କ ଅଧିକାର ପାଇଁ ଲଢ଼େଇ କରୁଛନ୍ତି। ଏହାବ୍ୟତୀତ କିନ୍ନରମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ସେ ନିଜସ୍ବ ଉଦ୍ୟମରେ ପ୍ରୟାସ ଜାରି ରଖିଛନ୍ତି। ଭିକ୍ଷା ବୃତ୍ତି ଛାଡି ସେମାନେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିଲାଗି ଉଦ୍ୟମ କରୁଛନ୍ତି। ଯେଉଁମାନେ ଶିକ୍ଷିତ, ସେମାନଙ୍କୁ ନିଜ କମ୍ପାନୀରେ ଚାକିରି ଦେବାସହ ଟେଲରିଂ ପ୍ରଶିକ୍ଷଣ ମାଧ୍ୟମରେ ସେମାନଙ୍କୁ ଆଗାମୀଦିନରେ ସ୍ବାବଲମ୍ବୀ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପଢ଼ିବାକୁ ଓ ଆଗକୁ ବଢ଼ିବାକୁ ଚାହୁଁଥିବା କିନ୍ନରମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ସବୁଠାରୁ ବଡ଼କଥା ହେଲା, ନିକଟରେ ରୋଟାରୀ ଇଣ୍ଟରନ୍ୟାଶନାଲରେ କିନ୍ନରମାନଙ୍କୁ ସଦସ୍ୟଭାବେ ସାମିଲ କରିବାକୁ ସେ ଚିଠି ଲେଖି ଦାବି କରିବା ପରେ ମୀରା ପରିଡ଼ା ଭାରତର ପ୍ରଥମ କିନ୍ନର ରୋଟାରିଆନ୍‌ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ସେହିଭଳି ଏସିଡ୍‌ ଆକ୍ରମଣ ପୀଡ଼ିତା ପ୍ରମୋଦିନୀ ରାଉଳଙ୍କ ସଂସ୍ପର୍ଶରେ ଆସିଥିଲେ ବିଜୟଲକ୍ଷ୍ମୀ। ପ୍ରମୋଦିନୀଙ୍କ ଗୋଟିଏ ଆଖି ଆଂଶିକଭାବେ ଠିକ୍‌ ଥିଲେ ମଧ୍ୟ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ଅର୍ଥ ନ ଥିବାରୁ ସେ ଦେଖି ପାରୁ ନ ଥିଲେ। ଏହା ଜାଣିବା ପରେ ସେ ସହଯୋଗର ହାତ ବଢାଇଥିଲେ। ନିଜେ ୫୦ ହଜାର ଟଙ୍କା ଦେବାସହ ବାକି ଅର୍ଥ ଯୋଗାଡ଼ କରି ତାଙ୍କ ଅସ୍ତ୍ରୋପଚାର କରିଥିଲେ। କିଛିଦିନ ତଳେ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ଜଣେ ଦିବ୍ୟାଙ୍ଗଙ୍କୁ ପରୀକ୍ଷା ହଲ୍‌କୁ ଯିବାଆସିବା ପାଇଁ ଏକ ହ୍ବିଲ୍‌ ଚେୟାର ଦେଇଛନ୍ତି ବିଜୟଲକ୍ଷ୍ମୀ। ସେହିଭଳି ସତ୍ୟନଗର ନିକଟସ୍ଥ ଜଣେ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ ଦେଇ ତାଙ୍କୁ ସ୍ବାବଲମ୍ବୀ କରାଇଥିଲେ।

– ରିପୋର୍ଟ: ସସ୍ମିତା ପାଇକରାୟ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ସାକ୍ଷାତକାର ପାଇଁ ଏହି ମହିଳାଙ୍କୁ ୫୧ କୋଟି ଦେଲା ଟିଭି ଚ୍ୟାନେଲ

ବ୍ରିଟେନର ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ସ୍ତ୍ରୀ ମେଘାନ ମର୍କେଲଙ୍କର ଏକ ଟିଭି ସାକ୍ଷାତକାର ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସାକ୍ଷାତକାର...

ଆକାଶରେ ଉଡୁଥିବା ସବୁଠୁ ଓଜନିଆ ପକ୍ଷୀ

ବିଶ୍ୱରେ ପ୍ରାୟ ୯୫୦୦ ପ୍ରଜାତିର ପକ୍ଷୀ ଦେଖାଯାଆନ୍ତି। ଏଥିମଧ୍ୟରୁ କେତେକ ବିଲୁପ୍ତ ହୋଇସାରିଥିବା ବେଳେ ଆଉ କିଛି ଲୋପ ପାଇବାକୁ ବସିଛନ୍ତି। କୁହାଯାଏ, ପକ୍ଷୀଙ୍କ ଯୋଗୁ...

ମୁସଲମାନ ସମ୍ପ୍ରଦାୟର ଲୋକେ ଚାନ୍ଦା ଆଦାୟ କରି ନିର୍ମାଣ କଲେ କାଳୀ ମନ୍ଦିର, ମୌଲବୀ କଲେ ଉଦ୍‌ଘାଟନ

ପଶ୍ଚିମବଙ୍ଗରେ ମୁସଲମାନ ଭାଇଭଉଣୀମାନେ ଭାଇଚାରାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ବୀରଭୂମ୍‌ ଜିଲାର ବାସପୁରାରେ ରାସ୍ତା ନିର୍ମାଣ ପାଇଁ କାଳୀ ମନ୍ଦିର ଭାଙ୍ଗିଦିଆଯାଇଥିଲା। ଏଠାରେ...

ଏମିତି ମାସ୍କ, ଯାହା ମୁହଁରୁ ନ ଖୋଲି ଖାଇପାରିବେ ଖାଦ୍ୟ

ସାରା ବିଶ୍ୱରେ କରୋନା ଭାଇରସ୍‌ ତା’ର କାୟା ବିସ୍ତାର କରିସାରିଛି। ଏହି ଭାଇରସ୍‌ ଯୋଗୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା...

ପ୍ରଶଂସା ସାଉଁଟୁଛି ଷ୍ଟେଶନ ସୌନ୍ଦର୍ଯ୍ୟକରଣ

ତିରୁର୍‌(କେରଳ): କରୋନା ପରିସ୍ଥିତିରେ ପର୍ଯ୍ୟଟକଙ୍କ ଆସିବା ବନ୍ଦ ହୋଇଛି। ଏହା ଦେଶର ପର୍ଯ୍ୟଟନକୁ ଗୁରୁତରଭାବେ ପ୍ରଭାବିତ କରିଛି। ତେବେ ଭାରତୀୟ ରେଲଓ୍ବେ ପକ୍ଷରୁ ଏବେ ବିଭିନ୍ନ...

କରୋନାକୁ ଡରିଲେଣି ପ୍ରେମୀଯୁଗଳ

କଥାରେ ଅଛି ‘ପ୍ୟାର୍‌ କିୟା ତୋ ଡର୍‌ନା କ୍ୟା’। ମାତ୍ର କରୋନା ଭାଇରସ୍‌ ଏପରି ଏକ ମହାମାରୀ ଯାହାକୁ ପ୍ରେମୀଯୁଗଳ ବି ଡରିଲେଣି। ଏହି ଭାଇରସ୍‌...

ଏହି ବୌଦ୍ଧ ମଠରେ ଥିବା ଅଷ୍ଟଧାତୁ ମୂର୍ତ୍ତି ମୁଣ୍ଡରେ ବଢୁଛି କେଶ…

ହିମାଚଳପ୍ରଦେଶ କିନୌରରେ ରହିଛି ରୋପା ଗାଁ। ଏଠାରେ ଥିବା ବୌଦ୍ଧ ମଠରେ ଅଛି ଭଗବାନ ମେଲାରୋପାଙ୍କ ଅଷ୍ଟଧାତୁ ମୂର୍ତ୍ତି। ମେଲାରୋପାଙ୍କୁ ବୁଦ୍ଧଙ୍କ ଅବତାର ଭାବେ ଶ୍ରଦ୍ଧାଳୁମାନେ...

ସୁଇମିଂ ପୁଲ୍‌ରେ ପଡ଼ିଗଲା ବଲ୍‌, ଆଣିବା ପାଇଁ ପାଣିକୁ ଓହ୍ଲାଇଲା କୁକୁର; ଭିଡିଓ ଦେଖିଲେ…

ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ଯାହାକୁ ଦେଖି ଲୋକେ ହସିହସି ଗଡ଼ିଥାନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି।...

Advertisement


Archives

Model This Week