Posted inଜାତୀୟ

ହନିପ୍ରୀତଙ୍କୁ ନେଇ ୨ କଏଦୀଙ୍କ ମଧ୍ୟରେ ଝଗଡା ବଢିଲା ଆଉ ଏକ ବର୍ଷ ଜେଲ୍‌ଦଣ୍ଡ

ସାଗର,୧୪।୭: ମଧ୍ୟ ପ୍ରଦେଶ ସାଗର ଜିଲାରେ ଥିବା ଏକ ଜେଲ୍‌ରେ ୨ କଏଦୀଙ୍କ ମଧ୍ୟରେ ହନିପ୍ରୀତଙ୍କୁ ନେଇ ଝଗଡା ହେବାରୁ ଜଣେ କଏଦୀଙ୍କର ଜେଲ୍‌ଦଣ୍ଡକୁ ଆଉ ଏକ ବର୍ଷ ବଢାଇ ଦିଆଯାଇଛି। ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କ ପାଳିତା କନ୍ୟା ହନିପ୍ରୀତଙ୍କୁ ନେଇ ପ୍ରତାପ ରାଜପୁତ ନାମକ ଜଣେ କଏଦୀ ଏକ ମନ୍ତବ୍ୟ ଦେଇଥଲେ। ସୂଚନାଯୋଗ୍ୟ, ୨୦୧୭, ସେପ୍ଟେମ୍ବର ୨୭ରେ ଟେଲିଭିଜନରେ ହନିପ୍ରୀତଙ୍କ ସମ୍ପର୍କିତ ଖବର ପ୍ରସାରିତ ହେବା ସମୟରେ ପ୍ରତାପ କହିଥିଲେ ହନିପ୍ରୀତଙ୍କୁ ଦିନେ ନା ଦିନେ ତାଙ୍କ କରିଥିବା କର୍ମର ଫଳ ଭୋଗିବାକୁ ପଡିବ। ତେବେ ପ୍ରତାପଙ୍କର ଏହି ମନ୍ତବ୍ୟ ଅନ୍ୟ ଜଣେ କଏଦୀ ମୁକେଶ ରାଏକଓ୍ବାରଙ୍କୁ ଭଲ ଲାଗି ନ ଥିଲା ପ୍ରଥମେ ଉଭୟଙ୍କ ମଧ୍ୟରେ ଏହାକୁ ନେଇ କଥା କଟାକଟି ହେବା ପରେ ମାଡପିଟ ଯାଏ ଯାଇଥିଲା। ଏହି ମାମଲାର ଶୁଣାଣି କରି ଗତ ଶୁକ୍ରବାର ଅଦାଲତ ମୁକେଶଙ୍କୁ ତାଙ୍କ ପୂର୍ବ ମାମଲାର ଜେଲଦଣ୍ଡ ପରେ ଆଉ ଏକ ବର୍ଷ ଜେଲ ଦଣ୍ଡ ସହ ଏକ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସ୍ଥାଭୋଟ ପୂର୍ବରୁ ୨ ବିଧାୟକଙ୍କ ଇସ୍ତଫା

ପୁଡୁଚେରୀ, ୨୨।୨: ଆସ୍ଥା ଭୋଟ୍‌ର ଦିନକ ପୂର୍ବରୁ ପୁଡ଼ୁଚେରୀର ଆଉ ଦୁଇଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା କଂଗ୍ରେସ ବିଧାୟକ...

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାର୍ଯ୍ୟାଳୟର ଟୁଇଟର ଆକାଉଣ୍ଟ ହ୍ୟାକ

ଲକ୍ଷ୍ନୌ,୯ ।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯାଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟର ଟୁଇଟର ଆକାଉଣ୍ଟ ଶୁକ୍ରବାର ବିଳମ୍ବିତ ରାତ୍ରିରେ ହ୍ୟାକ ହୋଇଥିବା ଜଣାପଡିଛି । ହ୍ୟାକର ସିଏମ୍‌ଓଙ୍କ...

ଗରିବ କୃଷକ ପରିବାରରୁ ରକେଟ୍‌ମ୍ୟାନ୍‌ ଶିବନ

ଚନ୍ଦ୍ରୟାନ-୨ର ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କିଛି କ୍ଷଣ ପୂର୍ବରୁ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହେବାପରେ ଏହି ମିଶନକୁ ପୂର୍ଣ୍ଣ ସଫଳତା ମିଳିନଥିଲେ ବି ଭାରତୀୟ...

କର୍ନାଟକ ସରକାର ପୁଣି ସଙ୍କଟରେ

ବେଙ୍ଗାଲୁରୁ,୬।୭: କର୍ନାଟକର ଶାସନ କ୍ଷମତାରେ ଥିବା କଂଗ୍ରେସ-ଜେଡିଏସ୍‌ ସରକାର ପୁଣି ସଙ୍କଟରରେ। କାରଣ ଶନିବାର କଂଗ୍ରେସର ୮ ବିଧାୟକ ଓ ଜେଡିଏସର ୩ ବିଧାୟକ ଇସ୍ତଫା...

ନଭେମ୍ବର ୧୭ରୁ ଖୋଲିବ କରତାରପୁର କରିଡର

ନୂଆଦିଲ୍ଲୀ,୧୬।୧୧:ଶ୍ରୀ ଗୁରୁ ନାନକ ଦେବ ଜୀଙ୍କର ପ୍ରକାଶ ପର୍ବ ପୂର୍ବରୁ କେନ୍ଦ୍ର ସରକାର କରତାରପୁର କରିଡର ଖୋଲିବାକୁ ଘୋଷଣା କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା...

ମୋଦି-ଶାହଙ୍କୁ କଡ଼ା ସମାଲୋଚନା କଲେ ସଞ୍ଜୟ ରାଉତ: ଯେଉଁ ସ୍କୁଲରେ ତୁମେ ପଢୁଛ ଦିନେ ମୁଁ ତାହାର ପ୍ରଧାନ ଶିକ୍ଷକ ଥିଲି

ନୂଆଦିଲ୍ଲୀ,୧୧।୧୨: ନାଗରିକତା ସଂଶୋଧନ ବିଲ୍‌ ନେଇ ରାଜ୍ୟ ସଭାରେ ଶିବସେନା ପ୍ରବକ୍ତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ...

ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡ଼

ଶ୍ରୀନଗର,୪।୧୧: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଗ୍ରେନେଡ୍‌ ମାଡ଼ କରିଛନ୍ତି। ଶ୍ରୀନଗରର ହରି ସିଂ ରୋଡ୍‌ଠାରେ ଆତଙ୍କବାଦୀମାନେ ଏଭଳି କାଣ୍ଡ ଭିଆଇଛନ୍ତି। ଗ୍ରେନେଡ୍‌ ମାଡ଼ରେ ଜଣେ...

ଶୀତଦିନେ ସପ୍ତାହରେ ୨ ଥର କରନ୍ତୁ ଉଷୁମ ତେଲ ମାଲିସ୍‌…

ଶୀତଦିନେ ଶରୀରରେ ଉଷୁମ ତେଲ ମାଲିସ୍‌ କଲେ ଅନେକ ଉପକାର ମିଳିଥାଏ । ଏହା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହେବା ସହିତ ହାର୍ଟ ଆଟାକ୍‌ରୁ ମୁକ୍ତି...

Advertisement
Archives

Model This Week