Posted inଜାତୀୟ

ହନିଟ୍ରାପ୍‌ ଗୁମର ଖୋଲିଲେ କିଙ୍ଗ୍‌ପିନ୍‌ ଶ୍ୱେତା: ୨୪ ଛାତ୍ରୀଙ୍କୁ କରାଯାଇଥିଲା ଭିଆଇପିଙ୍କ ଶଯ୍ୟାସଙ୍ଗିନୀ

ଇନ୍ଦୋର,୨୮।୯: ମଧ୍ୟପ୍ରଦେଶ ହନିଟ୍ରାପ୍‌ର ଗୁମର ଖୋଲିବା ସହ ବହୁ ରହସ୍ୟପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆସିଛି। ୧୨ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ୮ ପୂର୍ବତନ ମନ୍ତ୍ରୀ ହନିଟ୍ରାପ୍‌ରେ ଫସିଥିବାବେଳେ କିଙ୍ଗପିନ୍‌ କୁହାଯାଉଥିବା ଶ୍ୱେତା ଜୈନ ଏସ୍‌ଆଇଟି ଆଗରେ ଶୁକ୍ରବାର ଗୁମର ଖୋଲିଛନ୍ତି। କଲେଜ ପଢ଼ୁଆ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଝିଅମାନଙ୍କୁ ଭିଆଇପିଙ୍କ ଶଯ୍ୟାସଙ୍ଗିନୀ କରିବା ଲାଗି ବାଧ୍ୟ କରାଯାଇଥିବା ସେ ମାନିିଛନ୍ତି। ସେ କହିଛନ୍ତି, ସରକାରୀ ଫାଇଦା ହାସଲ ଓ ବିପୁଳ ଟଙ୍କା ରୋଜଗାର କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଶ୍ୱେତା ଓ ତାଙ୍କ ସହଯୋଗୀ ଆରତି ଦୟାଲ ଏଥିଲାଗି ବଡ଼ବଡ଼ କମ୍ପାନୀ ଅଧିକାରୀଙ୍କଠାରୁ ମୋଟା ଅଙ୍କର କମିଶନ ପାଉଥିଲେ।
ସହଯୋଗୀ ମୋନିକା ଯାଦବ ବଡ଼ କଲେଜରେ ନାମ ଲେଖାଇବା ଲାଗି ସେମାନଙ୍କ ସହ ସମ୍ପର୍କ ରଖିଥିବା ଏସ୍‌ଆଇଟିକୁ କହିଛନ୍ତି। ଶ୍ୱେତାଙ୍କ ସହ ସେ ସଚିବାଳୟକୁ ଯାଇ ୩ ସଚିବସ୍ତରୀୟ ଆଇଏଏସ୍‌ ଅଧିକାରୀଙ୍କୁ ଭେଟିଥିଲେ। ପରେ ଶ୍ୱେତା ତାଙ୍କୁ ଏକ ଅଡି କାର ଦେଇଥିବା ମୋନିକା ପ୍ରକାଶ କରିଛନ୍ତି। ଏକ ଏନ୍‌ଜିଓ କରି ଶ୍ୱେତା ଓ ଆରତି ମୋନିକାଙ୍କୁ ଅର୍ଥଲୋଭ ଦେଖାଇବା ସହ ଫସାଇଥିବା ଜଣାପଡିଛି। ହରଭଜନ ସିଂ (୬୦) ନାମକ ଜଣେ ଯନ୍ତ୍ରୀଙ୍କ ସହ ମୋନିକା ଏକ ବିଳାସପୂର୍ଣ୍ଣ ହୋଟେଲରେ ରାତି କାଟିଥିଲେ। ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଆରତି ଶୁଟିଂ କରି ମୋନିକାଙ୍କୁ ବ୍ଲାକ୍‌ମେଲ କରି ଚୁପ୍‌ ରହିବା ଲାଗି ବାଧ୍ୟ କରିଥିଲେ। ଅନେକ କଲେଜ ପଢୁଆ ଛାତ୍ରୀ ଲୋଭରେ ସେମାନଙ୍କ ଜାଲରେ ଫସିଥିବା ଇନ୍ଦୋର ଏସ୍‌ଏସ୍‌ପି ରୁଚିବର୍ଦ୍ଧନ ସିଂ ପ୍ରକାଶ କରିଛନ୍ତି। ଶ୍ୱେତା କଲେଜ ପଢୁଆ ଯୁବତୀ ଓ ପ୍ରାୟ ୪୦ କଲ୍‌ଗର୍ଲ ସମ୍ପର୍କରେ ରହି ଭିଆଇପି ଏବଂ ନେତାଙ୍କୁ ଫସାଇ ଫାଇଦା ହାସଲ କରୁଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟୀ ୩ ରାଜ୍ୟରେ ୨ ଜଣିଆ ଉପମୁଖ୍ୟମନ୍ତ୍ରୀ ଫର୍ମୂଲା ଉପରେ ଚିନ୍ତା କରୁଛି ଭାଜପା…

ନୂଆଦିଲ୍ଲୀ,୬।୧୨ : ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ସଂଖ୍ୟାଗରିଷ୍ଠତାରେ ବିଧାନସଭା ନିର୍ବାଚନରେ ଜିତିବା ପରେ ବର୍ତ୍ତମାନ ଏହି ତିନୋଟି ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ...

ପିଲାଙ୍କ ପାଇଁ ହେବ ‘ଅପାର କାର୍ଡ’, ଜାଣନ୍ତୁ କେଉଁ କାମରେ ଲାଗିବ…

ନୂଆଦିଲ୍ଲୀ,୬।୧୨: ଆଧାରକାର୍ଡ ଏବେ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି। ରାଶନ ଦୋକାନରୁ ଆରମ୍ଭ କରି ସିମ କାର୍ଡ କିଣିବା ପର୍ଯ୍ୟନ୍ତ ସବୁଠି ଆଧାର...

ମୋଦି ଦିଅନ୍ତୁ ଗଣତନ୍ତ୍ରକୁ ବଞ୍ଚାଇବା ଗ୍ୟାରେଣ୍ଟି: ଇଭିଏମରେ ଜାଣିଶୁଣି କରାଯାଇଛି ତ୍ରୁଟି, ବାଲାଟ ପେପର ଭୋଟିଂ ପାଇଁ ବିରୋଧୀଙ୍କ ଦାବି…

ନୂଆଦିଲ୍ଲୀ,୬।୧୨ : ନିକଟରେ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ଅନୁଷ୍ଠିତ ତିନୋଟି ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ର ବିଜୟ ପରେ ସମସ୍ତ...

ଭାଜପା ପ୍ରାର୍ଥୀ ହାରିବା ପରେ ଅଧା ନିଶ-କେଶ କାଟିଲେ କାର୍ଯ୍ୟକର୍ତ୍ତା

ରାୟପୁର,୬।୧୨: ଛତିଶଗଡର ବିଧାନସଭା ନିର୍ବାଚନରେ ନେତା ଏବଂ ସେମାନଙ୍କ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ରାଜନୈତିକ ଦଳର ନେତାଙ୍କ ସହ ସେମାନଙ୍କ କର୍ମୀମାନେ ମଧ୍ୟ...

ଲକ୍ଷପତି ଭିକାରୀଙ୍କ ଭୋକରେ ମୃତ୍ୟୁ, ପାଖରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା

ବଲସାଡ,୬।୧୨: ରାସ୍ତାରେ ଯିବାଆସିବା ସମୟରେ ଆପଣ ଭିକାରୀଙ୍କୁ ନିହାତି ଭେଟୁଥିବେ। ପେଟ ପୋଷିବା ପାଇଁ ସେମାନେ ରାସ୍ତାକଡରେ ବସି ଭିକ ମାଗିଥାନ୍ତି। ଭିକରୁ ମିଳୁଥିବା ୩୦-୪୦ଟଙ୍କାକୁ...

ଦୁର୍ବଳ ହେଲା ‘ମିଗଜୋମ’: ୧୭ ମୃତ

ହାଇଦ୍ରାବାଦ୍‌,୫।୧୨: ବାତ୍ୟା ‘ମିଗଜୋମ’ ଭୀଷଣ ରୂପ ନେଇ ଦକ୍ଷିଣ ଆନ୍ଧ୍ର ଉପକୂଳ ନେଲୋର ଏବଂ ମଚ୍ଛଲିପଟନମରେ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇପଡିଥିବା ବୁଧବାର ଭାରତ...

ନିଜ ବୁଥ୍‌କୁ ବି ବଞ୍ଚାଇପାରିଲେନି ପୂର୍ବତନ ମୁଖ୍ୟମନ୍ତ୍ରୀ ଗେହଲଟ; ଯେଉଁଠି ଦେଇଥିଲେ ଭୋଟ ସେଠାରେ ବି ବାଜି ମାରିଲା ଭାଜପା

ଜୋଧପୁର,୬।୧୨: ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହୋଇଛି। ବିଶେଷକରି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଗଡ଼ରେ ଭାଜପାର ବିପୁଳ ବିଜୟ ଚର୍ଚ୍ଚାର...

ସପ୍ତାହକୁ ଅଫିସରେ ୭୦ ଘଣ୍ଟିଆ କାର୍ଯ୍ୟ: ସଂସଦରେ ଚର୍ଚ୍ଚା, ସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୬।୧୨ : ସଂସଦର ଶୀତକାଳୀନ ଅଧିବେଶନରେ ୭୦ ଘଣ୍ଟିଆ କାର୍ଯ୍ୟ ସପ୍ତାହ ବିଷୟରେ ଆଲୋଚନା ହୋଇଥିଲା । ଇନଫୋସିସ ସହ-ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀ ଏହି ବିତର୍କକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri