Posted inଜାତୀୟ

ହନିଟ୍ରାପ୍‌ ଗୁମର ଖୋଲିଲେ କିଙ୍ଗ୍‌ପିନ୍‌ ଶ୍ୱେତା: ୨୪ ଛାତ୍ରୀଙ୍କୁ କରାଯାଇଥିଲା ଭିଆଇପିଙ୍କ ଶଯ୍ୟାସଙ୍ଗିନୀ

ଇନ୍ଦୋର,୨୮।୯: ମଧ୍ୟପ୍ରଦେଶ ହନିଟ୍ରାପ୍‌ର ଗୁମର ଖୋଲିବା ସହ ବହୁ ରହସ୍ୟପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆସିଛି। ୧୨ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ୮ ପୂର୍ବତନ ମନ୍ତ୍ରୀ ହନିଟ୍ରାପ୍‌ରେ ଫସିଥିବାବେଳେ କିଙ୍ଗପିନ୍‌ କୁହାଯାଉଥିବା ଶ୍ୱେତା ଜୈନ ଏସ୍‌ଆଇଟି ଆଗରେ ଶୁକ୍ରବାର ଗୁମର ଖୋଲିଛନ୍ତି। କଲେଜ ପଢ଼ୁଆ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଝିଅମାନଙ୍କୁ ଭିଆଇପିଙ୍କ ଶଯ୍ୟାସଙ୍ଗିନୀ କରିବା ଲାଗି ବାଧ୍ୟ କରାଯାଇଥିବା ସେ ମାନିିଛନ୍ତି। ସେ କହିଛନ୍ତି, ସରକାରୀ ଫାଇଦା ହାସଲ ଓ ବିପୁଳ ଟଙ୍କା ରୋଜଗାର କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଶ୍ୱେତା ଓ ତାଙ୍କ ସହଯୋଗୀ ଆରତି ଦୟାଲ ଏଥିଲାଗି ବଡ଼ବଡ଼ କମ୍ପାନୀ ଅଧିକାରୀଙ୍କଠାରୁ ମୋଟା ଅଙ୍କର କମିଶନ ପାଉଥିଲେ।
ସହଯୋଗୀ ମୋନିକା ଯାଦବ ବଡ଼ କଲେଜରେ ନାମ ଲେଖାଇବା ଲାଗି ସେମାନଙ୍କ ସହ ସମ୍ପର୍କ ରଖିଥିବା ଏସ୍‌ଆଇଟିକୁ କହିଛନ୍ତି। ଶ୍ୱେତାଙ୍କ ସହ ସେ ସଚିବାଳୟକୁ ଯାଇ ୩ ସଚିବସ୍ତରୀୟ ଆଇଏଏସ୍‌ ଅଧିକାରୀଙ୍କୁ ଭେଟିଥିଲେ। ପରେ ଶ୍ୱେତା ତାଙ୍କୁ ଏକ ଅଡି କାର ଦେଇଥିବା ମୋନିକା ପ୍ରକାଶ କରିଛନ୍ତି। ଏକ ଏନ୍‌ଜିଓ କରି ଶ୍ୱେତା ଓ ଆରତି ମୋନିକାଙ୍କୁ ଅର୍ଥଲୋଭ ଦେଖାଇବା ସହ ଫସାଇଥିବା ଜଣାପଡିଛି। ହରଭଜନ ସିଂ (୬୦) ନାମକ ଜଣେ ଯନ୍ତ୍ରୀଙ୍କ ସହ ମୋନିକା ଏକ ବିଳାସପୂର୍ଣ୍ଣ ହୋଟେଲରେ ରାତି କାଟିଥିଲେ। ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଆରତି ଶୁଟିଂ କରି ମୋନିକାଙ୍କୁ ବ୍ଲାକ୍‌ମେଲ କରି ଚୁପ୍‌ ରହିବା ଲାଗି ବାଧ୍ୟ କରିଥିଲେ। ଅନେକ କଲେଜ ପଢୁଆ ଛାତ୍ରୀ ଲୋଭରେ ସେମାନଙ୍କ ଜାଲରେ ଫସିଥିବା ଇନ୍ଦୋର ଏସ୍‌ଏସ୍‌ପି ରୁଚିବର୍ଦ୍ଧନ ସିଂ ପ୍ରକାଶ କରିଛନ୍ତି। ଶ୍ୱେତା କଲେଜ ପଢୁଆ ଯୁବତୀ ଓ ପ୍ରାୟ ୪୦ କଲ୍‌ଗର୍ଲ ସମ୍ପର୍କରେ ରହି ଭିଆଇପି ଏବଂ ନେତାଙ୍କୁ ଫସାଇ ଫାଇଦା ହାସଲ କରୁଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ

ମହାକାଳପଡ଼ା,୧୯ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବିଡିଓ ରବି ନାରାୟଣ ଆଚାର୍ଯ୍ୟ, ବ୍ଲକ…

ଏମ୍‌ପି ପ୍ରଦୀପ ପାଣିଗ୍ରାହୀଙ୍କୁ ଭେଟି ନିମନ୍ତ୍ରଣପତ୍ର ଦେଲେ ଯଜ୍ଞ ପରିଚାଳନା କମିଟି

ଗଞ୍ଜାମ,୧୯।୬(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଲକ୍ଷ୍ମୀପୁର ଗ୍ରାମଠାରେ ଶୁକ୍ରବାରଠୁ ଚବିଶି ପ୍ରହର ମହାଯଜ୍ଞ…

ସରକାରୀ ଡିଜିଟାଲ୍‌ ସମ୍ପତ୍ତିର ପରିଚାଳନାକୁ ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର,୧୯ା୬(ସୁନିତ୍‌ ମିଶ୍ର): ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରି ଦୁଇ ବର୍ଷ ପୂରଣ କରିଥିବା ବେଳେ ରାଜ୍ୟ ପ୍ରଶାସନରେ ନୂଆ ଏବଂ ଗମ୍ଭୀର ପ୍ରଶ୍ନବାଚୀ…

କ୍ରାଇମବ୍ରାଞ୍ଚ ରିପୋର୍ଟରେ ବଡ଼ ଖୁଲାସା: ୮ କନଷ୍ଟେବଳଙ୍କୁ ଏମିତି ଘର କାମରେ ଲଗାଉଥିଲେ ଦୟାଲ ଗଙ୍ଗଓ୍ବାର

ଭୁବନେଶ୍ୱର,୧୯ା୬: କ୍ରାଇମବ୍ରାଞ୍ଚ ରିପୋର୍ଟରେ ଏକ ବଡ଼ ଖୁଲାସା ହୋଇଛି। ବରିଷ୍ଠ ଆଇପିଏସ୍‌ ଦୟାଲ ଗଙ୍ଗଓ୍ବାର ପଦର ଅବବ୍ୟବହାର କରୁଥିଲେ। ଏପରିକି ଜଣେ କି ଦୁଇ ଜଣ ନୁହେଁ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଧାରୁଆ ଅସ୍ତ୍ରରେ ଜଣଙ୍କୁ ହତ୍ୟା

ଝାରବନ୍ଧ, ୧୯।୬ (ଦେବେନ୍ଦ୍ର ସାହୁ ): ବରଗଡ ଜିଲା ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା ଠାରେ ଗୁରୁବାର ବିଳମ୍ବିତ ରାତ୍ରିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି ।…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ସକାଳୁ ସକାଳୁ ଭିଜିଲାନ୍ସ ରେଡ୍‌ , ୭ଟି ସ୍ଥାନରେ ଏକକାଳୀନ ଚଢାଉ

କୋରାପୁଟ/ନନ୍ଦପୁର, ୧୯।୬( ଅମିତାଭ ବେହେରା/ତୁଷାର କାନ୍ତ ମହାନ୍ତି ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ବଡ଼ଧରଣର ଚଢ଼ଉ କରାଯାଇଛି।…

ସକାଳୁ ସକାଳୁ ଅଲେଖ ଧର୍ମାବଲମ୍ବୀ ବାବାଙ୍କୁ ବୀଭତ୍ସ ହତ୍ୟା, ଶୌଚ ହେବାକୁ ଯାଇଥିବାବେଳେ ଦୁର୍ବୃତ୍ତ…

କେନ୍ଦୁଝର,୧୯ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଉପରରାଇଗୋଡ଼ା ପଞ୍ଚାୟତ ରଆମୁଣି ଗ୍ରାମର ଭରାଳି ସାହିରେ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri