ହତ୍ୟା ମାମଲାରେ ୪ ନିର୍ଦ୍ଦୋଷରେ ଖଲାସ

ବାଲେଶ୍ୱର ଅଫିସ, ୩।୮: ଏକ ହତ୍ୟା ମାମଲାର ବିଚାର କରି ବାଲେଶ୍ୱର ଅତିରିକ୍ତ ସେସନ୍ସ ଜଜ୍‌ ଗିରିଜା ଶଙ୍କର ମହାପାତ୍ର ଉପଯୁକ୍ତ ସାକ୍ଷ୍ୟପ୍ରମାଣ ଅଭାବରୁ ବାଲେଶ୍ୱର ଜିଲା ଖଇରା ଥାନା କଡ଼ମିଆଁ ଗ୍ରାମର ବୁଧିରାମ ରାଉତ (୬୦), ମୃଦୁଲତା ରାଉତ (୪୫), ଔପଦା ଥାନା ପୂର୍ଣ୍ଣଚନ୍ଦ୍ର ନାୟକ (୫୫) ଓ ଲମ୍ବୋଦର ନାୟକ (୨୫)ଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଦାଲତ ୧୪ଜଣ ସାକ୍ଷୀଙ୍କର ଜମାନବନ୍ଦୀ ଓ ୨୦ଟି ଦଲିଲ ଦସ୍ତାବିଜକୁ ବିଚାରକୁ ନେଇ ଏହି ରାୟ ଦେଇଛନ୍ତି।
ଗତ ୨୦୧୩ ସେପ୍ଟେମ୍ବର ୨୪ ତାରିଖ ରାତ୍ରିରେ ପର୍ଶୁରାମ ରାଉତ ଯୋସିଆଁ ଗ୍ରାମରେ ଥିବା ଏକ ମଦ ଦୋକାନରେ ପ୍ରଚୁର ମଦ୍ୟପାନ କରିବା ସହ ଉକ୍ତ ରାତ୍ରିରେ ଘରକୁ ଫେରି ନ ଥିଲେ। ଘର ଲୋକମାନେ ତାଙ୍କୁ ରାତିରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ଖବର ପାଇପାରି ନ ଥିଲେ। ଗତ ୨୦୧୩ ସେପ୍ଟେମ୍ବର ୨୫ ତାରିଖ ପୂର୍ବାହ୍ନ ୬ଟାରେ ପର୍ଶୁରାମଙ୍କ ମୃତଦେହ ମଦ ଦୋକାନ ପାଖ ଚାଷଜମିରେ ପଡ଼ିଥିବା ଦେଖି ତାଙ୍କ ସ୍ତ୍ରୀ ଖଇରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଥାନାରେ ମାମଲା (ନଂ. ୧୮୫/୧୩) ରୁଜୁ କରାଯାଇଥିଲା। ମୁଦାଲାମାନଙ୍କ ତରଫରୁ ଆଇନଜୀବୀ ନଟଗୋପାଳ ପଣ୍ଡା ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୬ ବଗି

କୋରାପୁଟ,୧୧ା୩(ଡି.ଏନ୍‌.ଏ.): କୋରାପୁଟ ଜିଲା ଭେଜା ନିକଟରେ ଗୁରୁବାର ବିଳମ୍ବିତ ରାତିରେ କୋରାପୁଟ ଷ୍ଟେଶନଠାରୁ ୨୫ କିମି ଦୂରରେ ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ଟି...

‘ପାରଳାର ଲଲାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ’ ପୁସ୍ତକକୁ ନେଇ ଚର୍ଚ୍ଚା

ପାରଳାଖେମୁଣ୍ଡି, ୪ା୮ (ଡି.ଏନ୍‌.ଏ): ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ୧୮୫୭ର ସିପାହୀ ବିଦ୍ରୋହ ନା ୧୮୧୭ର ପାଇକ ବିଦ୍ରୋହ, ସେ ସମ୍ପର୍କରେ ଚର୍ଚ୍ଚା ଚାଲିଥିବା ବେଳେ...

ଖୋଲିଲା ନୀଳଗିରି ଜଗନ୍ନାଥ ମନ୍ଦିର, ପଞ୍ଚଲିଙ୍ଗେଶ୍ୱର ପୀଠ

ସଜନାଗଡ଼,୬।୧: ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ୯ ମାସର ବ୍ୟବଧାନ ପରେ ବୁଧବାର ବାଲେଶ୍ୱର ଜିଲା ନୀଳଗିରିର ତୃତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥ...

ଦୁର୍ନୀତି ଅଭିଯୋଗ ପରେ ବଣ୍ଟାହେଲା ରାଶନ ଚାଉଳ

କେସିଙ୍ଗା,୮।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଦେଓଗାଁ ପଞ୍ଚାୟତ ମହାଗା, ଜାମଜୋର, ମାଟିଆ, ଦେଓଗାଁ ଗ୍ରାମର ରାଶନ ଚାଉଳ ବଣ୍ଟନରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଥିଲା।...

ପୋଲିସ ଡିଜିପି ଭାବେ ଦାୟିତ୍ୱ ନେଲେ ଅଭୟ

କଟକ ଅଫିସ୍‌, ୯।୧୨:ସୋମବାର ନୂଆ ପୋଲିସ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅଭୟ। କଟକ ପୋଲିସ ମୁଖ୍ୟାଳୟରେ ପହଞ୍ଚି ସେ ଦାୟିତ୍ୱଗ୍ରହଣ କରିଛନ୍ତି। ଅନ୍ତରୀଣ...

ବିଛାଖଣ୍ଡି ପଥର ଖାଦାନରେ ମାରାଥନ ଚଢାଉ : ୩ କ୍ରଶର ସିଲ୍‌, ୧୯କୁ ନୋଟିସ

ଧର୍ମଶାଳା/ଜେନାପୁର,୧୨।୮(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନସ୍ଥ ବିଛାଖଣ୍ଡି ଜଙ୍ଗଲ ଜମିରେ ଥିବା ବେଆଇନ ପଥର ଖାଦାନ ଉପରେ ଧର୍ମଶାଳା ତହସିଲ ପକ୍ଷରୁ ମାରାଥନ ଚଢାଉ...

ଘୋଷଣାରେ ଅଟକିଛି ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ

ଯାଜପୁର ଅଫିସ୍‌,୨୩।୧୦: ରାଜ୍ୟ ସରକାର ଶିଳ୍ପ ସହ ନିଯୁକ୍ତିକୁ ଗୁରୁତ୍ୱ ଦେଇ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସ୍ବତନ୍ତ୍ର ଶିଳ୍ପ ଜୋନ୍‌ ଭାବେ ପରିଗଣିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।...

ରାମକୃଷ୍ଣ ବାଳାଶ୍ରମ ଶିଶୁଗୃହରେ ଶୁଖିଲା ଖାଦ୍ୟ ବଣ୍ଟନ

ବୌଦ୍ଧ,୩୦ା୪(ସ୍ବପ୍ର)-ଗୁରୁବାର ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ବୀରନରସିଂହପୁରଠାରେ ଥିବା ରାମକୃଷ୍ଣ ବାଳାଶ୍ରମ ଶିଶୁଯତ୍ନ ଅନୁଷ୍ଠାନକୁ ଅଚାନକ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଶିଶୁମାନଙ୍କୁ...

Advertisement
Archives

Model This Week