ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ

ଭଦ୍ରକ ଅଫିସ, ୨୦ା୧୧- ଭଦ୍ରକ ଅତିରିକ୍ତ ଜିଲା ତଥା ଦୌରା ଜଜ୍‌ ପ୍ରଣତି ସାହା ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଶରତ ମଳିକଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେବା ସହିତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ମକଦ୍ଦମା ବିବରଣୀ ଅନୁଯାୟୀ, ଧୂଷୁରୀ ଥାନା ଅନ୍ତର୍ଗତ ବମକୁରା ବନ୍ଧସାହି ଗ୍ରାମର ସୃଷ୍ଟିଧର ମଳିକ ୨୦୧୬ ଜାନୁୟାରୀ ୫ ତାରିଖରେ ଧୂଷୁରୀ ବଜାରକୁ ଯାଇ ଫେରୁଥିବା ବେଳେ ଗାଁମୁଣ୍ଡରେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ପାରିବାରିକ କଳହ ତଥା ଜମିଜମାକୁ କେନ୍ଦ୍ର କରି ଗ୍ରାମର ଶରତ ମଳିକ, ସ୍ତ୍ରୀ ଦ୍ୱିତୀ ମଳିକ, ପୁଅ ବିପିନ ମଳିକ ଓରଫ୍‌ ନନ୍ଦକିଶୋର ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଗୁରୁତର ଆହତ ହୋଥବବା ସୃଷ୍ଟିଧରଙ୍କୁ ଚିକତ୍ସା ଲାଗି ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ୪ ଦିନ ପରେ ଅର୍ଥାତ୍‌ ୯ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଧୂଷୁରୀ ଥାନା ପୋଲିସ ୩୦୨, ୧୦୯ ଓ ୩୪ ଦଫା ଅନୁଯାୟୀ ଏକ ମାମଲା(ନଂ ୪/୧୬) ରୁଜୁ କର ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଦ୍ୱିତୀ ଓ ବିପିନ ଜାମିନରେ ଯାଇଥିଲେ ମଧ୍ୟ ଶରତ ବିଚାରଧୀନ ବନ୍ଦୀ ଭାବେ ଜେଲରେ ଅଟକ ରହିଥିଲେ। କୋର୍ଟ ଏହି ମାମଲାର ବିଚାର କରି ଅଭିଯୁକ୍ତ ଶରତ ମଳିକଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସ୍ତ୍ରୀ ଦ୍ୱିତୀ ଓ ପୁଅ ବିପିନଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରାଯାଇିଛି। ସରକାରଙ୍କ ପକ୍ଷରୁ ଆଡିସନାଲ ପବ୍ଲିକ ପ୍ରସୁକ୍ୟୁଟର ମଧୁସ୍ମିତା ସାହାଣୀ ଏହି ମାମଲା ପରିଚାଳାନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଏକର ଜଙ୍ଗଲରେ ନିଆଁ

ପାଟଣା,୭ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ଡଳଙ୍ଗ ସଂରକ୍ଷିତ ଜଙ୍ଗଲ, ଯମୁନାପଶି ଗ୍ରାମ୍ୟ ଜଙ୍ଗଲରେ ସୋମବାର ସାରେ ନିଆଁ ଲାଗିଛି। ୪ ଏକର...

ଶ୍ରମିକ ଜୀବନ୍ତ ଦଗ୍ଧ ମାମଲାର ତଦନ୍ତ ଆରମ୍ଭ

ଭବାନୀପାଟଣା,୨୮।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ ପାଷ୍ଟିକୁଡି ନିକଟରେ ଥିବା ଏକ ଠିକା କ୍ୟାମ୍ପରେ ନିଆଁ ଲାଗି ଶ୍ରମିକ ପ୍ରଦୀପ କେତକୀ ଜୀବନ୍ତ...

ଗରମରେ ବାରଣ୍ଡାରେ ଶୋଉଛନ୍ତି ପ୍ରସୂତି, ନବଜାତ ଶିଶୁ

କେନ୍ଦୁଝର,୨୦ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ମାତୃ ଓ ଶିଶୁ ଚିକିତ୍ସାଳୟରେ ନବଜାତ ଶିଶୁ ସହିତ ପ୍ରସୂତି ମହିଳା ବେଡ୍‌ ଅଭାବରୁ ତଳେ ଶୋଇବା ଘଟଣା...

ଏୟାରଲିଫ୍ଟ ହେଲେ ୧୧ ମତ୍ସ୍ୟଜୀବୀ

ବ୍ରହ୍ମପୁର ଅଫିସ,୯। ୫: ଗଞ୍ଜାମ ଜିଲା ସୁନାପୁର ନିକଟ ଗଭୀର ସମୁଦ୍ରରୁ ୧୧ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଛି। କୋଷ୍ଟଗାର୍ଡର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ...

ଲଘୁ ବନଜାତ ଦ୍ରବ୍ୟ ଟୋଲରୁ ଆଦିବାସୀଙ୍କୁ ମିଳୁନି ପ୍ରାପ୍ୟ

ମାଲକାନଗିର,୧୩ା୬(ଡି.ଏନ.ଏ.)-ମାଲକାନଗିରି ଜିଲାରେ ଆଦିବାସୀଙ୍କ ଜୀବନ ଜୀବିକାର ମାଧ୍ୟମ ପାଲଟିଛି ବନଜାତ ଦ୍ରବ୍ୟ। ଅନ୍ୟ ଲଘୁ ବନଜାତ ଦ୍ରବ୍ୟ ଭଳି ଟୋଲ ମଧ୍ୟ ଆଦିବାସୀଙ୍କ ଜୀବିକାର୍ଜନର ଏକ...

ମିଳୁନି ମାଗଣା ଔଷଧ, ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ବଇଣ୍ଡା,୨୫ା୧ (ଡି.ଏନ.ଏ.) – କିଶୋରନଗର ବ୍ଲକ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରୋଗୀମାନଙ୍କୁ ମାଗଣା ଔଷଧ ସହ ଠିକ୍‌ ଭାବେ ସେବା ମିଳୁ...

ସାତକୋଶିଆରେ ବୁଲୁଛି ଆହତ ମାଈ ହାତୀ

ବନ୍ତଳା,୧୭।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ରେଞ୍ଜ ଅଞ୍ଚଳରେ ଏକ ମାଈ ହାତୀ ଅସୁସ୍ଥ ଅବସ୍ଥାରେ ଦୁଇଦିନ ହେଲା ବୁଲୁଛି। ହାତୀର ପେଟରେ ତିନିରୁ...

ସୂର୍ଯ୍ୟମୁଖୀ ଚାଷ ପ୍ରତି ବଢୁଛି ଆଗ୍ରହ

ଧରାକୋଟ,୧୩ା୪(ଡି.ଏନ୍‌.ଏ.): କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରୋତ୍ସାହନ ସହ ଗୋଷ୍ଠୀ କୃଷି କାର୍ଯ୍ୟାଳୟର ସଚେତନତା ଯୋଗୁ ଧୀରେ ଧୀରେ ବ୍ଲକର ବିଭିନ୍ନ ପଞ୍ଚାୟତର କୃଷକମାନେ...

Advertisement
Archives

Model This Week