ହତ୍ୟା ଅଭିଯୁକ୍ତ ୩ ବର୍ଷ ପରେ ଗିରଫ

ନୟାଗଡ଼ ଅଫିସ,୨୧ା୧୦: ୩ ବର୍ଷ ତଳେ ହତ୍ୟାକାଣ୍ଡ ଘଟାଇ ଫେରାର ଥିବା ଜଣେ ଯୁବକଙ୍କୁ ଟାଉନ ଥାନା ପୋଲିସ ଶନିବାର ଗିରଫ କରିଛି। ସେ ହେଲେ ଦୁର୍ଗାପ୍ରସାଦ ଗ୍ରାମର କିଶୋର ମାଝି ଓରଫ କୁମ୍ପା। ଘଟଣାରୁ ପ୍ରକାଶ ଯେ, ଘଡ଼ୁଆଳ ଗ୍ରାମର ସୁରେଶ ପଣ୍ଡା ଗ୍ରାମ ଶେଷମୁଣ୍ଡରେ ମାଙ୍କଡ଼ା ପଥର ବ୍ୟବସାୟ କରୁଥିଲେ। ସେଠାରୁ ଅଳ୍ପ ଦୂରରେ ପୂର୍ବରୁ ଉକ୍ତ ଗ୍ରାମର କୁମ୍ପା ମଧ୍ୟ ପଥର ବ୍ୟବସାୟ କରୁଥିଲେ। ସୁରେଶ ସେଠାରେ ପଥର ବେପାର କରିବାରୁ କୁମ୍ପାର ବ୍ୟବସାୟ ମାନ୍ଦା ପଡ଼ି ଯାଇଥିଲା। ଏହିଭଳି ସମୟରେ ତାଙ୍କସହ ମିଶି ବେପାର କରିବାକୁ କୁମ୍ପା ସୁରେଶଙ୍କୁ କହିଥିଲେ। ହେଲେ ସୁରେଶ ଏଥିରେ ରାଜିହୋଇ ନ ଥିଲେ। ଫଳରେ କୁମ୍ପା ସୁରେଶଙ୍କ ଉପରେ ରାଗ ରଖିଥିଲେ। ୪ ଡିସେମ୍ବର ୨୦୧୬ରେ ଦୁର୍ଗାପ୍ରସାଦର ଏକ ଢାବା ନିକଟରେ ଦୁଇଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। କୁମ୍ପା ସୁରେଶଙ୍କୁ ଗୋଇଠା ବିଧା ସହ ପଥର ମାଡ଼ କରିଥିଲେ। ଏଥିରେ ସୁରେଶ ଗୁରୁତର ହୋଇ ପଡ଼ିବାରୁ କୁମ୍ପା ସେଠାରୁ ପଳାଇଯାଇଥିଲେ। ପରେ ସ୍ଥାନୀୟ ଲୋକେ ସୁରେଶଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସୁରେଶଙ୍କ ସ୍ତ୍ରୀ ଭାରତୀ ଏ ନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୨୧୦/୧୬) ରୁଜୁ କରି ତଦନ୍ତ ଚଳାଇଥିବା ବେଳେ କୁମ୍ପା ଫେରାର ହୋଇଯାଇଥିଲେ। ଶନିବାର ରାତିରେ ଦୁର୍ଗାପ୍ରସାଦସ୍ଥିତ ଏକ ଢାବାରେ କୁମ୍ପା ଖାଉଥିବାବେଳେ ଟାଉନ ପୋଲିସ ତାଙ୍କୁ ଗିରଫ କରିଥିଲା। କୁମ୍ପାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିତ୍ୟକ୍ତ ଖଣି ଅଞ୍ଚଳରେ ଖେଳିବ ସବୁଜିମା

ଅନୁଗୋଳ ଅଫିସ, ୫।୬: ଖଣିଜ ଖନନ ପରେ ପରିତ୍ୟକ୍ତ ହୋଇପଡ଼ୁଥିବା ଅନୁଗୋଳର ଖଣି ଅଞ୍ଚଳରେ ଖେଳିବ ସବୁଜିମା। ଦୁର୍ଘଟଣା ଆଶଙ୍କାରେ ସେଠାକୁ ଯାଉ ନ ଥିବା ଲୋକଙ୍କ...

ଘର ଘର ବୁଲି ପାଠ୍ୟପୁସ୍ତକ ବାଣ୍ଟିଲେ ଶିକ୍ଷକ

ବାଲିଗୁଡା,୨୧ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ କଟକଣା ଯୋଗୁ ସ୍କୁଲ, କଲେଜ ଆଦି ବନ୍ଦ ରହିଛି l ଏଭଳି ସ୍ଥିତିରେ ପିଲାମାନେ ଯେପରି ଘରେ ରହି ପାଠ ପଢିପାରିବେ ସେଥିପାଇଁ...

ନୋଟିସରେ ସୀମିତ କାର୍ଯ୍ୟାନୁଷ୍ଠାନ

ବରୀ,୧୯ା୭(ଡି.ଏନ.ଏ.):ସରକାରୀ ବଜାର ଗୃହକୁ ବେଆଇନ ଭାବେ ଦଖଲ କରିଥିବା ବ୍ୟକ୍ତିଙ୍କୁ ବରୀ ବ୍ଲକ ପ୍ରଶାସନ ନୋଟିସ କରି ୭ଦିନ ଭିତରେ ଗୃହ ଖାଲି କରିବାକୁ ନିର୍ଦ୍ଦେଶ...

ମା’ବାପା କୋଳକୁ ଫେରିଲା ଶିଶୁପୁତ୍ର

ନୟାଗଡ଼ ଅଫିସ,୧୨ା୨: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରୁ ବିକ୍ରି ହୋଇଥିବା ନବଜାତ ଶିଶୁପୁତ୍ର ଉଦ୍ଧାର ହେବାର ୧୪ ଦିନ ପରେ ମା’ବାପାଙ୍କ କୋଳକୁ ଶୁକ୍ରବାର ଫେରିଛି।...

ସର୍ଭେଲାନ୍ସ ଜୋନ୍‌ରେ ଭଦ୍ରକ ଜିଲାର ୩୨ ପଞ୍ଚାୟତ: ଘରକୁ ଘର ବୁଲି କରାଯିବ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ

ଭଦ୍ରକ ଅଫିସ, ୨୮।୪: ଭଦ୍ରକ ଜିଲାର ୩୨ଟି ପଞ୍ଚାୟତକୁ ସର୍ଭେଲାନ୍ସ ଜୋନ୍‌ ଘୋଷଣା କରାଯାଇଛି। ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ଜିଲାପାଳ ଜ୍ଞାନ ଦାସ।...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ଗଞ୍ଜାମ ପୁଇଁତୋଳାର ଭୂପେଶ

ଗଞ୍ଜାମ,୧୨ା୯(ଡି.ଏନ.ଏ.): ଗଞ୍ଜାମ ଜିଲା ପୁଇଁତୋଳା ଗ୍ରାମର ଭୂପେଶ କୁମାର ପଲାଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ୨୦୦ ବୈଷୟିକ ପ୍ରମାଣପତ୍ର ପାଇ ୨୦୨୧ ପାଇଁ ଇଣ୍ଡିଆ...

ଦେଶରେ ଲୁଣା ଜଙ୍ଗଲ ବୃଦ୍ଧିରେ ଭିତରକନିକା ପ୍ରଥମ

ରାଜନଗର, ୧୪ା୧ (ଡି.ଏନ.ଏ.): ବିଶ୍ୱତାପନ ଜଳବାୟୁ ପରିବର୍ତ୍ତନ ସତ୍ତ୍ୱେ ପ୍ରକୃତିର ଅନବଦ୍ୟ ସୃଷ୍ଟି ଲୁଣା ଜଙ୍ଗଲ ଅବକ୍ଷୟର ଦ୍ୱାରଦେଶରେ ପହଞ୍ଚତ୍ଛି। ଭାରତ ସରକାରଙ୍କ ଅଧୀନରେ ଥିବା...

ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ

ଭୁବନେଶ୍ୱର, ୭।୪(ବ୍ୟୁରୋ): ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେ ଭୁବନେଶ୍ୱର ଝାରପଡା ଅଞ୍ଚଳର ୭୨ବର୍ଷୀୟ ବୃଦ୍ଧ ଅଟନ୍ତି। ଗତ ୪ତାରିଖରୁ ଅସୁସ୍ଥତା ଯୋଗୁ...

Advertisement
Archives

Model This Week