ହଜିଯାଉଛି କୌଳିକ ବୃତ୍ତି

ପାଟଣା,୨।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟଠାରୁ ମାତ୍ର ୩ କି.ମି. ଦୂରରେ ଥିବା ଦୁର୍ଗାଦେଇପୁରର ବେହେରା ସାହି ଓ ଟାଇଁଶିରା ବେହେରା ସାହିର ଲୋକେ ଆଜି ବି ପାରମ୍ପରିକ ବୃତ୍ତି ଆପଣାଇ ବାଉଁଶରୁ ବିଭିନ୍ନ ସାମଗ୍ରୀ ତିଆରି କରି ଜୀବିକା ନିର୍ବାହ କରୁଛନ୍ତି। ସେମାନେ ମୁଖ୍ୟତଃ କୁଲା ,ଡଲା, ପାଛିଆ,ଠେକା,ପସରା, ବିଞ୍ଚଣା ଓ ଫୁଲଚାଙ୍ଗୁଡ଼ି ତିଆରି କରି ବିକିଥାନ୍ତି। ସମୟର ପରିବର୍ତ୍ତନ ସାଙ୍ଗକୁ କଞ୍ଚାମାଲ ଓ ବଜାର ସୁବିଧାର ଅଭାବ ସେମାନଙ୍କ ଦାନାପାଣିରେ ବାଧକ ସାଜିଛି। କୌଣସି ସ୍ତରରୁ ସେମାନେ ପ୍ରୋତ୍ସାହନ ନ ପାଇ ଏବେ ଘୋର ଦୁର୍ଦ୍ଦିନରେ ଦିନ ବିତାଉଛନ୍ତି। ଅର୍ଥନୈତିକ କ୍ଷେତ୍ରରେ ପଛୁଆ ତଥା ଅବହେଳିତ ଏହି ଜନଜାତି ସମ୍ପ୍ରଦାୟର ଲୋକେ ଏବେ ବୃତ୍ତିହରା ହୋଇ ବଞ୍ଚିବା ଲାଗି ସଂଘର୍ଷ କରୁଛନ୍ତି।
ବେହେରା ସାହି ଓ ଟାଇଁଶିରା ବେହେରା ସାହିରେ ଏହି ସମ୍ପ୍ରଦାୟର ୧୫ ରୁ ଊଦ୍ଧର୍‌ବ ପରିବାର ବସବାସ କରୁଛନ୍ତି । ସେମାନଙ୍କ ନିକଟରେ କୌଣସି ସରକାରୀ ଯୋଜନାର ସୁଫଳ ପହଞ୍ଚି ପାରି ନାହିଁ ା ବ୍ଲକ କାର୍ଯ୍ୟାଳୟର ଅନତି ଦୂରରେ ଥିବା ଏହି ଅଞ୍ଚଳରେ ମଧ୍ୟ ବିକାଶଧାରା ପହଞ୍ଚି ପାରି ନାହିଁ ା ଦ୍ବୀପ ତଳ ଅନ୍ଧାର ଭଳି ସେମାନଙ୍କ ଅବସ୍ଥା ହୋଇଥିବା ଗ୍ରାମବାସୀ କହିଛନ୍ତି । ଏହି ଗ୍ରାମର ସ୍ବାମୀ ପରିତ୍ୟକ୍ତା ରୁନି ଓ ଅବିବାହିତା ସୂର୍ଯ୍ୟଙ୍କ ଭଳି ଅସହାୟ ମହିଳା ଭଙ୍ଗା କୁଡ଼ିଆରେ ପଲିଥିନ ଟାଣି କାଳାତିପାତ କରୁଛନ୍ତି। ଆବାସ ଯୋଜନାରେ ଘର ପାଇବାକୁ ଆଶଶା ରଖି ଦୟନୀୟ ସ୍ଥିତିରେ ଦିନ ବିତାଉଛନ୍ତି। ସେମାନେ ପାରମ୍ପରିକ ବୃତ୍ତିରେ ଧୂରନ୍ଧରା ହୋଇ ଥିଲେ ବି ବଜାର ସୁବିଧା ଅଭାବରୁ ବାଉଁଶରୁ ସାମଗ୍ରୀ ତିଆରି କରିବା ଏକପ୍ରକାର ବନ୍ଦ କରି ଦେଇଛନ୍ତି। ଏହି ବ୍ଲକର କେନ୍ଦେଇ ପଶି,ଏରେଣ୍ଡେଇ,କଣ୍ଟିଆପଡା,ଜଡିଚାତର,ଚିଲିଦା ,ପଲାଣିଘାଟି, ଓ ଚିନାବାଳିପଶି ଗ୍ରାମରେ ଏହି ସମ୍ପ୍ରଦାୟର ଅବହେଳିତ ଲୋକେ ମଧ୍ୟ ଅସାସ୍ଥ୍ୟକର ପରିବେଶରେ ଜୀବନ ବିତାଉଛନ୍ତି। ଶିକ୍ଷା ଭଳି ମୌଳିକ ସୁବିଧା ସୁଯୋଗରୁ ସେମାନେ ମଧ୍ୟ ବଞ୍ଚିତ ହେଉଛନ୍ତି। ଏହି ସମ୍ପ୍ରଦାୟର ପୁରୁଖା ଲେଶକେ କହିଛନ୍ତି, ଚାଷ ଜମି ନ ଥିବାରୁ ଆମ ଜନଜାତିର ଲେକେ ବାଉଁଶରୁ ବିଭିନ୍ନ ସାମଗ୍ରୀ ତିଆରି ରି ପେଟ ପୋଷୁଥିଲେ। ବର୍ତ୍ତମାନ ପ୍ଲାଷ୍ଟିକ ସାମଗ୍ରୀର ବହୁଳ ବ୍ୟବହାର ବୃଦ୍ଧି ଯୋଗୁଁ ବାଉଁଶ ତିଆରି ସାମଗ୍ରୀର ଚାହିଦା ହ୍ରାସ ପାଇବାରେ ଲାଗିଛି। ପ୍ରୋତ୍ସାହନ ଅଭାବରୁ ଏହି ହାତ ତିଆରି କୁଟୀର ଶିଳ୍ପ ରୁଗଣ ହୋଇ ପଡ଼ିଲାଣି। ଏହି ଜନଜାତିର ଲୋକେ ପୂର୍ବରୁ ବିବାହ, ବ୍ରତଘର, ଯାନିଯାତ୍ରା ଓ ଶୋଭାଯାତ୍ରାରେ ଢୋଲ ବଜାଇ ସେଥିରୁ ଯେଉଁ ଦୁଇ ପଇସା ପାଉଥିଲେ, ଗୁଜୁରାଣ ମେଣ୍ଟାଉଥିଲେ। ଦିନକୁ ଦିନ ପାରମ୍ପରିକ ବାଦ୍ୟର ଚାହିଦା କମୁଥିବାରୁ ଏହି ବେପାରରେ ମାନ୍ଦା ଅବସ୍ଥା ଦେଖାଦେଇଛି। ଏଭଳି ସ୍ଥିତିରେ କୌଳିକ ବୃତ୍ତି ହରାଇ ସେମାନେ ଦୁଃଖରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଫିକ୍‌ ଜାମ୍‌ରେ ଶିଶୁ ମୃତ୍ୟୁ ଘଟଣାକୁ ନେଇ ତନାଘନା: ଟ୍ରାଫିକ ଡିସିପିଙ୍କୁ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ଟ୍ରାଫିକ ଜାମ୍‌ରେ ଆମ୍ବୁଲାନ୍ସ ଫସିଯିବାରୁ ମେଡିକାଲ ଯାଉଥିବା ଜଣେ ୫ବର୍ଷର ଶିଶୁ ନୀଲ୍‌ ନୀତୀଶ ନାୟକଙ୍କ ଜୀବନ ଚାଲିଯାଇଥିଲା। ମଙ୍ଗଳବାର ପୂର୍ବାହ୍ନରେ ରାଜଧାନୀରେ ଘଟିଥିବା...

୯ କମିଟିକୁ ଉଚ୍ଚ ମୂର୍ତ୍ତି ଅନୁମତି

କଟକ ଅଫିସ,୨୦।୧୦: କଟକ ଦଶହରା ମୂର୍ତ୍ତି ନିର୍ମାଣ ବିବାଦକୁ ନେଇ ହାଇକୋର୍ଟରେ ଚାଲିଥିବା ମାମଲାର ସୋମବାର ଶୁଣାଣି ହୋଇଥିଲା। ଯେଉଁ ୯ଟି ପୂଜା କମିଟି ୪...

‘ତଦନ୍ତ କମିଶନ ସତ୍ତ୍ୱେ ପଦୋନ୍ନତି କେମିତି’

ଭୁବନେଶ୍ବର,୮ା୧୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛତା ଓ ସାଧୁତାର ଆହ୍ବାନକୁ ଗୃହ ବିଭାଗର ଉଚ୍ଚପଦସ୍ଥ ଅଫିସର ବେଖାତିର କରୁଛନ୍ତି। ଏ ବାବଦରେ ସରକାରଙ୍କ ପାଖରେ ତଥ୍ୟ ରହିଛି...

କେନ୍ଦୁଝରରେ ଔଷଧ ଅଭାବ

କେନ୍ଦୁଝର,୫।୪ (ସ୍ବ.ପ୍ର.) : କରୋନା ପାଇଁ ଲକ ଡାଉନ ଘୋଷଣା ଯୋଗୁଁ କେନ୍ଦୁଝରରେ ଔଷଧର ଅଭାବ ଦେଖା ଦେଇଛି। ଗାଡ଼ି ଚଳାଚଳ ବନ୍ଦ ରହିଥିବା ଯୋଗୁ...

ପ୍ରକାଶ ପାଇଲା ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାଫଳ: ପାସ୍‌ ହାର ୭୪.୯୫ ପ୍ରତିଶତ

ଭୁବନେଶ୍ୱର, ୧୯।୮(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ଚଳିତବର୍ଷ ପାସ୍‌ ହାର ୭୪.୯୫...

ନବୀନ ନିବାସରେ ବାଦ୍‌ ପଡ଼ିଥିବା ମନ୍ତ୍ରୀ

ଭୁବନେଶ୍ୱର,୬ା୬(ବ୍ୟୁରୋ): ନବୀନ ସରକାର ରବିବାର ତାଙ୍କର ନୂଆ ମନ୍ତ୍ରିମଣ୍ଡଳ ଗଢ଼ିଛନ୍ତି। ତେବେ ଏହି ମନ୍ତ୍ରିମଣ୍ଡଳରୁ ୧୦ ମନ୍ତ୍ରୀ ବାଦ୍‌ ପଡ଼ିଛନ୍ତି। ବାଦ୍‌ ପଡ଼ିଥିବା ଏହି ମନ୍ତ୍ରୀମାନେ...

ତୃତୀୟ ସପ୍ତାହ ସୁଦ୍ଧା ନୂଆ ପିସିସି ସଭାପତି

ଭୁବନେଶ୍ୱର,୧୨।୪ (ବ୍ୟୁରୋ):ନିର୍ବାଚନ ପରେ ନିର୍ବାଚନ ରାଜ୍ୟ କଂଗ୍ରେସର ଦୁର୍ବଳ ପ୍ରଦର୍ଶନକୁ ନେଇ ସଭାପତି ପରିବର୍ତ୍ତନ ଚର୍ଚ୍ଚା ଜୋର ଧରିଥିଲା। ଏହାକୁ କେନ୍ଦ୍ର କରି ଅଖିଳ ଭାରତ...

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର,୨୪।୫: ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ମେ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। କର୍ମଚାରୀଙ୍କୁ ହେଡ...

Advertisement
Archives

Model This Week