ହଜିବାକୁ ବସିଲାଣି କଟକର ତାରକସି: ଦୁର୍ଦ୍ଦିନରେ ତାରକସି କାରିଗର

ହଜାରହଜାର ବର୍ଷର ସହର କଟକ। ଐତିହ୍ୟ ଓ ପରମ୍ପରା ଭିତରେ ବଞ୍ଚିଛି ଏଠାକାର ଲୋକଙ୍କ ମାନ ଆଉ ସ୍ବାଭିମାନ। ଏହା କେବଳ ଗୋଟିଏ ସହରର ନାଁ ନୁହେଁ, ବରଂ ଭାରତ ଭୂଖଣ୍ଡରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟକୁ ବହନ କରୁଥିବା ଏକ କଳାର ମାଟି। ବିଶ୍ୱ ମାନଚିତ୍ରରେ ଉତ୍କୃଷ୍ଟ ତାରକସି କାର୍ଯ୍ୟ ପାଇଁ ଏହି ମାଟିର ରହିଛି ସ୍ବତନ୍ତ୍ର ପରିଚୟ। ହେଲେ ତାରକସି କଳା ଏବେ ବିଲୁପ୍ତପ୍ରାୟ। ଏବେ ଏହି କଳାକୁ ଏବେ କଳାବାଦଲ ଗ୍ରାସିଛି। ତାରକସି କଳାକୁ ଆଦରି ଜୀବନଜୀବିକାକୁ ଆଗେଇ ନେଉଥିବା କଳାକାରଙ୍କ ଅବସ୍ଥା ଦୁର୍ଦ୍ଦିନରେ ବିତୁଛି। କହିବାକୁ ଗଲେ ବୁଡ଼ିବାକୁ ବସିଲାଣି ତାରକସି କାରଗର କୁଳ। ଏବେ ସହରରେ ହାତଗଣତି ତାରକସି କାରିଗର। ୨୦ବର୍ଷ ପୂର୍ବେ କଟକର ଯେଉଁ ଗଳିରେ ୧୦୦ରୁ ୨୦୦ ତାରକସି କାରିଗର ଥିଲେ ଏବେ ସେଠାରେ ୨ରୁ ୩ଜଣ ଲୋକ ଚାନ୍ଦିକୁ ଚମକାଉଛନ୍ତି। କୌଣସି ବିଶେଷ ସୁବିଧା ସୁଯୋଗ ନ ଥିବାରୁ ପରପିଢ଼ି ମଧ୍ୟ ଏହି କଳାରୁ ମୁହଁ ଫେରାଇଲେଣି। ଏହା ନିଶ୍ଚିତ ଯେ, ତାରକସି କାର୍ଯ୍ୟରେ କୌଣସି ଯୁବପିଢ଼ି ନାହାନ୍ତି। ଏଣୁ ଆଉ ଗୋଟିଏ ପିଢ଼ି ଅତିକ୍ରମ ପରେ କଟକରେ ତାରକସି କାର୍ଯ୍ୟ ପ୍ରାୟ ବନ୍ଦ ହୋଇଯିବାର ସମ୍ଭାବନା ଦେଖା ଦେଇଛି।

କଟକର ସ୍ଥାନ ନେଲାଣି କୋଲିକତା
ଚାନ୍ଦିକୁ ତରଳାଇ, ଏଥିରୁ ତାର ପ୍ରସ୍ତୁତ କରି ବିଭିନ୍ନ ରୂପ ଦିଆଯାଏ। ଏଭଳି ନିଆରା ଆଉ ସ୍ବତନ୍ତ୍ର କାର୍ଯ୍ୟର ନାଁ ତାରକସି । ଏକଦା କଟକର ତାରକସି କାରିଗରମାନେ ଦେଶ ବିଦେଶରେ ପରିଚୟ ସୃଷ୍ଟି କରିଥିଲେ। ମାନସିଂପାଟଣା, ମହମ୍ମଦିଆବଜାର ଓ ଡଗରପଡ଼ା ସାହିରେ ହିଁ ଅଧିକ ମାତ୍ରାରେ ତାରକସି କାରିଗରଙ୍କ ଘର। ବିଦେଶର ବିଭିନ୍ନ ସ୍ଥାନରେ ଏହି କାରିଗରଙ୍କ କଳାକୃତି ସ୍ଥାନ ପାଇଛି। କିଛି ବର୍ଷ ପୂର୍ବେ କଲିକତାର କିଛି କାରିଗର କଟକ ଆସି ତାରକସି କାର୍ଯ୍ୟ ଶିକ୍ଷା କରୁଥିଲେ। ଶିଖୁଥିବା କାରିଗରମାନେ ଏବେ କଲିକତାରେ ତାରକସି କାର୍ଯ୍ୟ କରୁଛନ୍ତି। ଏବେ କଟକର ସ୍ଥାନ କଲିକତା ନେଲାଣି। ଏଠାରୁ ଅଧିକ ମାତ୍ରାରେ ତାରକସି କାର୍ଯ୍ୟ କଲିକତାରେ ହେଉଥିବା ଜଣାପଡ଼ିଛି।

ହଜିଗଲା ‘ତାରକସି ହବ୍‌’
କଟକ ଖପୁରିଆ ଶିଳ୍ପାଞ୍ଚଳ ଭିତରେ କଳିଙ୍ଗ ଫିଲିଗ୍ରୀ ନାମରେ ଏକ ସଂସ୍ଥା ଥିଲା। ରାଜ୍ୟ ସରକାର ଏହାର ପରିଚାଳନା ଦାୟିତ୍ୱରେ ଥିଲେ। ଏଠାରେ ପ୍ରସ୍ତୁତ ତାରକସି ସାମଗ୍ରୀ ବିଦେଶରେ ବିକ୍ରି କରାଯିବା ସହ ମୋଟା ଅଙ୍କର ଅର୍ଥ ରୋଜଗାର ହେଉଥିଲା। ଫଳସ୍ବରୂପ କାରିଗରମାନେ ଲାଭବାନ ହେଉଥିଲେ। ମାତ୍ର ଅନେକ ବର୍ଷ ହେବ କଳିଙ୍ଗ ଫିଲିଗ୍ରୀ ବନ୍ଦ ହୋଇପଡ଼ିଛି। ଏହାକୁ ତାରକସି ହବ୍‌ରେ ପରିଣତ କରାଯିବ ବୋଲି ବିଭିନ୍ନ ନେତା, ମନ୍ତ୍ରୀ କଟକର ସଭାସ୍ଥଳରେ ଘୋଷଣା କରିଥିଲେ। ଶୁଣିବାକୁ ମିଳିଥିଲା ଯେ, ବାରବାଟୀ ଷ୍ଟାଡିୟମ ସମ୍ମୁଖ କିଲା ପଡ଼ିଆରେ ଏହି ହବ୍‌ ନିର୍ମାଣ ହେବ। ପରେ ତୁଳସୀପୁରଠାରେ ତାରକସି ହବ୍‌ ହେବ ବୋଲି କୁହାଯାଉଥିଲା। ଏବେ ହାଡ଼ିଆପଠା ନିକଟରେ କରାଯିବ ବୋଲି ଶୁଣିବାକୁ ମିଳୁଛି। ହେଲେ ଏହି ହବ୍‌ କେବେ ହେବ ତାହାର ସ୍ପଷ୍ଟ ଉତ୍ତର କାହା ପାଖରେ ନାହିଁ।

କାଇଁଚରୁ ପ୍ରସ୍ତୁତ ଅଠା
ନିଖୁଣ ତାରକସି କାର୍ଯ୍ୟରେ ଚାନ୍ଦିର ତାରଗୁଡ଼ିକୁ ଯୋଡ଼ିବା ପାଇଁ କାଇଁଚ ଅଠା ବ୍ୟବହାର ହୁଏ। କାଇଁଚକୁ ପଥରେ ଘସି ଏଥିରୁ ବାହାରୁଥିବା ତରଳ ପଦାର୍ଥ(ଅଠା)କୁ ଚାନ୍ଦି ଯୋଡ଼ିବାରେ ବ୍ୟବହାର କରାଯାଏ। ଏଭଳି କାର୍ଯ୍ୟ କେଉଁଠାରେ ହେଉ ନ ଥିବ ବୋଲି କାରିଗରମାନେ କୁହନ୍ତି। ଏହି ଅଠା ଅନ୍ୟ ସମସ୍ତ ଅଠା ଠାରୁ ମଜଭୁତ ବୋଲି କୁହାଯାଏ।

ପେଟ ପୋଷୁଛି ଦଶହରା ଚାନ୍ଦିମେଢ଼
ଦଶହରାରେ ଚାନ୍ଦି ମେଢ଼ ନିର୍ମାଣ ହୁଏ। ବିଭିନ୍ନ ପୂଜା କମିଟି ଚାନ୍ଦି ମେଢ଼ ଦୌଡ଼ରେ ଅଛନ୍ତି। ଦିନକୁ ଦିନ ଚାନ୍ଦିମେଢ଼ ତାଲିକା ବଢ଼ୁଥିବାବେଳେ ଏଥିରୁ କଟକର ତାରକସି କାରୀଗରମାନେ ହିଁ ଲାଭବାନ ହେଉଛନ୍ତି। କଟକ, ଭୁବନେଶ୍ୱର ସମେତ ରାଜ୍ୟର ଯେଉଁ ସ୍ଥାନରେ ବି ଚାନ୍ଦି ମେଢ଼ ହୋଇଛି ସେ ସବୁ କଟକର କାରିଗରଙ୍କ ଦ୍ୱାରା କରାଯାଇଛି। ଏଣୁ ଦଶହରା ଯୋଗୁଁ ଏହି କାରିଗରମାନେ ପେଟ ପୋଷିବକୁ ସକ୍ଷମ ହେଉଛନ୍ତି ବୋଲି କୁହନ୍ତି।
(ରିପୋର୍ଟ: କୁମାରଶ୍ରୀ ସାହୁ, କଟକ)


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ, ହ୍ୟାଣ୍ଡ୍‌ ସାନିଟାଇଜର ଅତ୍ୟାବଶ୍ୟକ ସାମଗ୍ରୀ ଘୋଷିତ, ଯାଞ୍ଚ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ମାସ୍କ ଓ ହ୍ୟାଣ୍ଡ୍‌ ସାନିଟାଇଜରର ଜରୁରୀ ଆବଶ୍ୟକତା ରହିଛି। ଏପରିସ୍ଥଳେ ମାସ୍କ ଓ ହ୍ୟାଣ୍ଡ୍‌ ସାନିଟାଇଜରକୁ ଅତ୍ୟାବଶ୍ୟକ...

ପ୍ରଚାରପତ୍ରରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ଆକସ୍ମିକ ଦର୍ଶାଯିବା ଘଟଣା: ସମସ୍ତ ପୁସ୍ତିକାକୁ ନଷ୍ଟ କରିବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ଏକ ଆକସ୍ମିକ ଦୁର୍ଘଟଣା ଦର୍ଶାଯିବା ଘଟଣାକୁ ନେଇ ଶନିବାର ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ...

ପୋଲିସ ହାତରେ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ

ଭୁବନେଶ୍ୱର,୧୩ା୧୦(ବ୍ୟୁରୋ): ବ୍ଲାକ୍‌ମେଲିଂ କରି ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ଅଭିନେତା, ବ୍ୟବସାୟୀ, ପ୍ରଶାସନିକ ତଥା ପୋଲିସ ଅଧିକାରୀଙ୍କଠାରୁ ଟଙ୍କା ଲୁଟୁଥିବା ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗଙ୍କ ବ୍ୟାଙ୍କ...

୪୮ ଘଣ୍ଟା ପାଇଁ ବନ୍ଦ ରହିବ ପୋଲିସ ସେବା ଭବନ

ଭୁବନେଶ୍ୱର,୧୦।୭(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭୂତାଣୁ। ସଂକ୍ରମଣକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସର ପୋଲିସ ସେବା ଭବନ ୪୮...

ଭୁବନେଶ୍ୱରରୁ ଆଜି ୩୧୬ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୨୩୨

ଭୁବନେଶ୍ୱର,୯।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୮୪ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୩୨...

ଲଗାଣ ବର୍ଷାକୁ ‘ରାଜ୍ୟ ବିପତ୍ତି’ ଘୋଷଣା: ଜିଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ତଲବ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ରାଜ୍ୟରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ସରକାର ଏହାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ମଙ୍ଗଳବାର ଘୋଷଣା...

ନଡ୍ଡାଙ୍କ ପୂର୍ବରୁ ପୁଣି ଓଡ଼ିଶା ଆସିବେ ପ୍ରଭାରୀ ବଂଶଲ

ଭୁବନେଶ୍ବର,୨୦।୯(ବ୍ୟୁରୋ): ଆସନ୍ତା ୨୯ ଏବଂ ୩୦ରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ତେବେ ତାଙ୍କ ଗସ୍ତ ପୂର୍ବରୁ ଭାଜପା...

ପୁଅର ସ୍ପାଇଡରମ୍ୟାନ୍‌ ହେବା ଇଚ୍ଛା ପୂରଣ କଲେ ବାପା

ସାଧାରଣତଃ ପିଲାମାନେ ସ୍ପାଇଡର ଏବଂ ସୁପରମ୍ୟାନ୍‌ ପରି ସୁପରହିଟ୍‌ ଫିଲ୍ମ ଦେଖିବାକୁ ପସନ୍ଦ କରିଥାନ୍ତି। ଖାଲି ସେତିକି ନୁହେଁ, ମନଭିତରେ ନିଜକୁ ସ୍ପାଇଡର ମ୍ୟାନ୍‌ ବନେଇବାର...

Advertisement
Archives

Model This Week