ହଜିଗଲା ମାନବିକତା: ବୃଦ୍ଧାଙ୍କୁ ରାସ୍ତାରେ ଛାଡ଼ି ଦେଲେ

ଜଳେଶ୍ୱର, ୩୦।୧୦(ଡି.ଏନ.ଏ.)-ଦିନକୁ ଦିନ ଲୋକଙ୍କ ମଧ୍ୟରେ ହଜିଯାଉଛି ମାନବିକତା। ସମାଜରେ ଅସହାୟମାନଙ୍କୁ ସାହାଯ୍ୟ କରିବା ଦୂରେ ଥାଉ ନିଜ ପରିବାରର ସଦସ୍ୟଙ୍କୁ ଅସହାୟ ଅବସ୍ଥାରେ ରାସ୍ତାକଡରେ ଛାଡିଦେବାକୁ ଲୋକେ ପଛାଉନାହାନ୍ତି। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ଜଳେଶ୍ୱର ସହରର ପୁରୁଣିଆ ବଜାର ବାସନ୍ତୀପଡ଼ିଆ ନିକଟରେ। ପଶ୍ଚିମବଙ୍ଗ ରାଜ୍ୟର କଲିକତା ଜିଲା ସିଆଲଦହ ଥାନା ନିମିଲିପୁସିଲି ଗ୍ରାମର ଆସଲିମା ନାମକ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ବୃଦ୍ଧାଙ୍କୁ କିଛିଦିନ ତଳେ ତାଙ୍କର ଭାଉଜ ଏବଂ ମାଉସୀ ଏକ ଭ୍ୟାନ୍‌ରେ ଆଣି ଏହି ସ୍ଥାନରେ ଏକ ଦୋକାନ ପିଣ୍ଡାରେ ବସିବାକୁ କହି ଛାଡି ଚାଲିଯାଇଛନ୍ତି। ବିଚରା ବୃଦ୍ଧା ସେମାନଙ୍କର ଆସିବା ବାଟକୁ ଆଜକୁ ୪ଦିନ ହେଲା ଚାହିଁ ବସିଛନ୍ତି। ସ୍ଥାନୀୟ ଲୋକମାନେ ମାନସିକ ବିକୃତ ଭାବି ପ୍ରଥମ ଦିନ ଖାଇବାକୁ ଦେଇଥିଲେ। ପରେ ବୃଦ୍ଧାଙ୍କ ନିକଟରୁ ସମସ୍ତ କଥା ଜଣାପଡ଼ିଥିଲା। ଆସଲିମା ବନାରସର ଇବ୍ରାହିମ ନାମକ ଲୋକକୁ ବିବାହ କରିଥିଲେ। ତାଙ୍କର କୌଣସି ସନ୍ତାନସନ୍ତତି ନ ଥିଲେ। ସ୍ବାମୀ ଇବ୍ରାହୀମଙ୍କ ମୃତ୍ୟୁ ପରେ ସିଆଲଦହ ଥାନା ଅଞ୍ଚଳରେ ଥିବା ତାଙ୍କ ବାପଘରେ ଭାଇଙ୍କ ସହ ରହୁଥିଲେ। ତାଙ୍କର ଗୋଟିଏ ହାତ ଭଙ୍ଗା ସହ ବୃଦ୍ଧ ହୋଇଯାଇଥିବାରୁ ତାଙ୍କର ଆମତ୍ୀୟମାନେ ତାଙ୍କୁ ଆଣି ଏଠାରେ ଛାଡ଼ି ଚାଲିଯାଇଛନ୍ତି। ଏବେ ସ୍ଥାନୀୟ ଲୋକଙ୍କଠାରୁ କେତେବେଳେ ମାଗି ଖାଉଛନ୍ତି ତ କେତେବେଳେ ଉପାସ ଶୋଇ ରହୁଛନ୍ତି। ପ୍ରଶାସନ ପକ୍ଷରୁ ସହାୟତା କରାଗଲେ ସେ ତାଙ୍କ ଘରକୁ ଫେରିଯାଇପାରନ୍ତେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ନାନଯାତ୍ରାର ସିଧା ପ୍ରସାରଣ କରିବ ଦୂରଦର୍ଶନ

ପୁରୀ ଅଫିସ, ୩ା୬-ଆସନ୍ତା ୫ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପରେ ମହାପ୍ରଭୁ ପ୍ରତ୍ୟକ୍ଷ ସ୍ନାନ କରିବେ। ପ୍ରତିବର୍ଷ ବିଭିନ୍ନ ଚ୍ୟାନେଲ ଚତୁର୍ଦ୍ଧାବିଗ୍ରହଙ୍କ ସ୍ନାନଯାତ୍ରାର ସିଧା ପ୍ରସାରଣ କରି...

୧୧ ମଣ୍ଡପରେ ପୂଜା ପାଇବେ ମା’

ଭଦ୍ରକ ଅଫିସ, ୨୭।୧୦ – ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ପ୍ରସିଦ୍ଧ ଭଦ୍ରକ କାଳୀପୂଜା ପାଇଁ ସାରା ସହର ଉତ୍ସବମୁଖର ହୋଇଉଠିଛି। ସୁସଜ୍ଜିତ ମଣ୍ଡପ,...

ଜଳୁଛି ପେଟ, ପାଠପଢ଼ାକୁ ପଚାରେ କିଏ

ମହାକାଳପଡ଼ା,୧୧ା୧୨(ଡି.ଏନ୍‌.ଏ.): ଶୈଶବ ବନ୍ଧାପଡ଼ିଛି ଚୁଲି ମୁଣ୍ଡରେ। ଚୁଲି ଧୂଆଁ ରେ ଭବିଷ୍ୟତ ସ୍ବପ୍ନ ଅନ୍ଧକାର ହୋଇଯାଉଛି। ଯେଉଁ ବୟସରେ ନିଜ ସାଥୀମାନେ ବିଦ୍ୟାଳୟକୁ ଯାଉଛନ୍ତି ସେତେବେଳେ...

ଏନ୍‌ଜିଟିରେ ଅନୁଗୋଳ-ସୁକିନ୍ଦା ରେଳ ପ୍ରକଳ୍ପ ମାମଲା: ୨୦ କୋଟି ଟଙ୍କା ଦାଖଲ ନିର୍ଦ୍ଦେଶ

ଯାଜପୁର ଅଫିସ,୧୧ା୩: ଯାଜପୁର ଜିଲା ଦେଇ ଯାଇଥିବା ଡୁବୁରୀ-ସୁକିନ୍ଦା-ଅନୁଗୋଳ ରେଳପଥ ନିର୍ମାଣରେ ବିପୁଳ ପରିମାଣର ଲଘୁ ଖଣିଜ ଦ୍ରବ୍ୟ ମୋରମ ଓ ମାଟି ବେଆଇନ ଭାବେ...

ଗାଡ଼ି ଚୋରି ବେଳେ ମାଡ଼ିବସିଲେ

ଢେଙ୍କାନାଳ ଅଫିସ, ୨୪।୮: ଢେଙ୍କାନାଳ ସହର ୫ନଂ. ୱାର୍ଡ ବସ୍‌ଷ୍ଟାଣ୍ଡ ଅମଲାପଡ଼ା ଅଞ୍ଚଳରୁ ମଙ୍ଗଳବାର ରାତି ପ୍ରାୟ ୮ଟାରେ ବୋଲେରୋ ଚୋରି ଉଦ୍ୟମ କରୁଥିବା ଜଣେ...

ଅଭିଯୁକ୍ତଙ୍କ ମାମଲା ଲଢ଼ିବାକୁ ମନାକଲା ଜିଲା ଓକିଲ ସଂଘ: ୩୦ରେ କଳାହାଣ୍ଡିର ସମସ୍ତ କେନ୍ଦ୍ର, ରାଜ୍ୟ ସରକାର କାର୍ଯ୍ୟାଳୟ ବନ୍ଦ କରାଯିବ

ଭବାନୀପାଟଣା,୨୬।୯ (ଡି.ଏନ.ଏ.)  କଳାହାଣ୍ଡି ଜିଲା ଓକିଲ ସଂଘ ପକ୍ଷରୁ କଳାହାଣ୍ଡି ଜିଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆସନ୍ତା ୩୦ ତାରିଖରେ କୋର୍ଟ କଚେରୀ,...

ବୀମା ସହାୟତା ଆଶାରେ ଜମି ଜାଲିଆତି

ବରଗଡ଼ ଅଫିସ୍‌,୨୭।୮: ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଅନିୟମିତତା ଯୋଗୁ ଏହା ବାଟବଣା ହୋଇ ପଡ଼ିଛି। ଅନେକ ସ୍ଥଳେ ବୀମା କମ୍ପାନୀ ବିଭିନ୍ନ ଆଳରେ ଚାଷୀଙ୍କୁ ବୀମା...

ଗୋରୁପଲଙ୍କ ଉପରେ ଡମ୍ପର ମାଡ଼ିଗଲା: ୫ ମୃତ, ଚାଳକ ଗିରଫ

ଶଙ୍କରାଖୋଲ,୨୯ା୮ (ଡି.ଏନ୍‌.ଏ)-ଚକାପାଦ ଥାନା ପସରା ନିକଟରେ କଡ଼ିକାଡୁ ଘାଟିର ପାଣିପକା ବୁଲାଣିଆ ରାସ୍ତାରେ ବୁଧବାର ଦିନ ଗୋରୁ ପଲଙ୍କ ଉପରେ ବାଲି ବୋଝେଇ ଡମ୍ପର ମାଡିଯିବାରୁ...

Advertisement
Archives

Model This Week