ସ୍ୟାଟ୍‌କୁ ନେଇ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଜଣିକିଆ ଖଣ୍ଡପୀଠରେ ହେବ ମାମଲାର ଶୁଣାଣି

କଟକ ଅଫିସ, ୬।୧୨ :ସ୍ୟାଟ୍‌(ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ) ଉଚ୍ଛେଦ ଉପରେ କେନ୍ଦ୍ର ମୋହର ଲଗାଇବା ପରେ ଏହା ଏକପ୍ରକାର ଅଚଳ ହୋଇପଡ଼ିଛି। ସ୍ୟାଟ୍‌ରେ ଅଚଳାବସ୍ଥା ଯୋଗୁ ଏଠାରେ ରୁଜୁ ହୋଇଥିବା ମାମଲାଗୁଡ଼ିକର ବିଚାରରେ ସମସ୍ୟା ଉପୁଜିଛି। ଏଭଳି ସ୍ଥିତିରେ ଗୁରୁବାର ସ୍ୟାଟ୍‌କୁ ନେଇ ହାଇକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ସ୍ୟାଟ୍‌ରେ ବିଚାରାଧୀନ ଥିବା ମାମଲାଗୁଡିକୁ ଯଦି ଆବେଦନକାରୀମାନେ ହାଇକୋର୍ଟକୁ ଆଣନ୍ତି ତେବେ ତାହା ହାଇକୋର୍ଟରେ ପଞ୍ଜୀକୃତ ହେବ। ମାମଲାଟିର ପଞ୍ଜୀକରଣ ପରେ ତାହା ଜଣିକିଆ ଖଣ୍ଡପୀଠରେ ଶୁଣାଣି କରାଯିବ। ରାଜ୍ୟର କଟକ, ଭୁବନେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁର ଆଦି ଖଣ୍ଡପୀଠରୁ ହାଇକୋର୍ଟକୁ ଆସୁଥିବା ମାମଲାଗୁଡ଼ିକର ଏହିଭଳି ଭାବେ ଶୁଣାଣି କରାଯିବ। ତେବେ ହାଇକୋର୍ଟରେ ମାମଲାଗୁଡ଼ିକର ପଞ୍ଜୀକରଣ ହେବା ପରେ ତାହାର ନୂଆ ନାମକରଣ କରାଯିବ। ହାଇକୋର୍ଟଙ୍କ ପକ୍ଷରୁ ଗୁରୁବାର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ସୁଦ୍ଧା ସ୍ୟାଟ୍‌ରେ ଅନୂ୍ୟନ ୭୦ ହଜାର ମାମଲା ବିଚାର ଅପେକ୍ଷାରେ ପଡି ରହିଛି।
ସୂଚନାଥାଉ କି, ସ୍ୟାଟ୍‌ ଉଚ୍ଛେଦ ନେଇ ପ୍ରଥମେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ଅଛି। ମାତ୍ର ସ୍ୟାଟ୍‌ ଉଚ୍ଛେଦ ପ୍ରକ୍ରିୟା ଉପରେ କେନ୍ଦ୍ର ମୋହର ମାରିବା ପରେ ଏହା ଏକପ୍ରକାର ଅଚଳ ହୋଇପଡ଼ିଥିଲା। ନିଯୁକ୍ତି ଆଦି ମାମଲାକୁ ନେଇ ସ୍ୟାଟ୍‌ର ଦ୍ୱାରସ୍ଥ ହୋଇଥିବା ଆବେଦନକାରୀମାନେ ଏକପ୍ରକାର ଦୋଛକି ଭିତରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଶ୍ମଶାନରେ ଜଳିଲା ବାପ-ପୁଅଙ୍କ ଜୁଇ

ସୋନପୁର,୩୦ା୪(ନି.ପ୍ର.): ଶ୍ମଶାନରେ ଜଳୁଛି ଜୁଇ। ଗୋଟିଏ ନୁହେଁ ଦୁଇ ଦୁଇଟି ଜୁଇ। ତାହାପୁଣି ଦୁଇ ବାପ ପୁଅଙ୍କର। ଶନିବାର ପୁଅ ଆର୍ତ୍ତତ୍ରାଣ ବାପା ଆଦି ସା’ଙ୍କ...

ବିଧାୟକ ପାଣ୍ଠି ସଂଶୋଧନ କର

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ବିଧାୟକ ପାଣ୍ଠି (ଏମ୍‌ଏଲ୍‌ଏ ଲ୍ୟାଡ୍‌ ଫଣ୍ଡ)କୁ କୋଭିଡ୍‌ ପରିଚାଳନା ଭିତ୍ତିିଭୂମି ପ୍ରସ୍ତୁତି ଦିଗରେ ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ଆଣିଥିବା ଗାଇଡ୍‌ଲାଇନରେ ଆବଶ୍ୟକ ସଂଶୋଧନ...

ମେଶିନ ବଦଳରେ ଜବ୍‌କାର୍ଡଧାରୀଙ୍କୁ କାମ ଦିଅ

ଏରସମା,୩୧।୧୨(ସ୍ବ.ପ୍ର.): ଏରସମା ବ୍ଲକ ସଭାଗୃହରେ ଶୁକ୍ରବାର ପଞ୍ଚାୟତ ସମିତି ବୈଠକ ହଟ୍ଟଗୋଳ ମଧ୍ୟରେ ଶେଷ ହୋଇଛି। ଅଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ମହାପାତ୍ର ଏଥିରେ ସଭାପତିତ୍ୱ କରିଥିଲେ। ଏହି...

ପୂଜାପାଠ କରୁଥିବା ବ୍ରାହ୍ମଣ ପୁଅଙ୍କୁ କନ୍ୟା ମିଳୁନାହାନ୍ତି

କେନ୍ଦ୍ରପଡ଼ା,୭ା୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପୂଜାପାଠ କରୁଥିବା ବ୍ରାହ୍ମଣ ବରକୁ କନ୍ୟା ମିଳୁନାହାନ୍ତି। ଏଥିଯୋଗୁ ବ୍ରାହ୍ମଣ ପୁଅ ଏବେ ଯଜମାନୀ ଛାଡ଼ି ବିଦେଶରେ...

ଆର୍ଥିକ ଅନଟନରେ ବାରିକ ପରିବାର

ସିନାପାଲି,୩ା୫(ଡି.ଏନ୍‌.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କୌଣସି ସେଲୁନ ଓ ବିଉଟି ପାର୍ଲର ଖୋଲିବା ନାହିଁ ବୋଲି ସରକାର ଘୋଷଣା କରିଛନ୍ତି ା ଏଥିପାଇଁ ଗତ...

କାଟିଙ୍ଗିଆ ବନ୍ଦ ୪ର୍ଥ ଦିନରେ: ତହସିଲଦାରଙ୍କ ଅଧ୍ୟକ୍ଷତାରେ ଦ୍ୱିପାକ୍ଷିକ ଆଲୋଚନା

ଦାରିଙ୍ଗବାଡ଼ି,୨୫।୬(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗିଆରେ ଥିବା ମହର୍ଷି ଦୟାନନ୍ଦ ଉଚ୍ଚ ବିଦ୍ୟାଳୟ ଜମି ଜବରଦଖଲ ଉଚ୍ଛେଦ ଦାବିରେ ଅଞ୍ଚଳବାସୀ ଶୁକ୍ରବାର ଠାରୁ କାଟିଙ୍ଗିଆ ବନ୍ଦ କରିଛନ୍ତି।...

ବାତ୍ୟା ପାଇଁ ତୁରନ୍ତ ଆର୍ଥିକ ସହାୟତା ମାଗିଲେ ନାହିଁ ରାଜ୍ୟ ସରକାର; ଏବେ ଟୁଇଟ୍‌ କରି କାରଣ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଗସ୍ତରେ ଆସି ବାତ୍ୟା ‘ୟାସ୍‌’ଜନିତ କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ...

ବନ୍ଦର ପୋତାଶ୍ରୟରେ ଲାଗିଲା ୪୦ରୁ ଊର୍ଦ୍ଧ୍ୱ ବୋଟ୍‌

ପାରାଦୀପ,୨୪।୧୦(ସ୍ବ.ପ୍ର.): ସମ୍ଭାବ୍ୟବାତ୍ୟା ପ୍ରଭାବରେ ଶନିବାରଠାରୁ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି। ଏହାଦ୍ୱାରା ମହାନଦୀ ମୁହାଣରେ ପ୍ରଖର କରେଣ୍ଟ (ଅନ୍ତଶ୍ରୋତ) ପ୍ରବାହ ହେଉଛି। ଫଳରେ ସମୁଦ୍ରରେ ଥିବା...

Advertisement
Archives

Model This Week