ସ୍ବାସ୍ଥ୍ୟ ସଚିବଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା: ବାପାଙ୍କ ଅନ୍ତିମକ୍ରିୟା ସାରି କାର୍ଯ୍ୟରେ ଯୋଗଦେଲେ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ରବିବାର କରୋନା ମୁକାବିଲା ପାଇଁ ଯେଉଁ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କସରତ ଚାଲିଥିଲା ସେହି ସମୟରେ ସଚିବ ଧଳଙ୍କ ପିତା ସୁଖଦେବ ଧଳ (୯୨)ଙ୍କ ମୃତ୍ୟୁ ଖବର ପାଇଥିଲେ। ହେଲେ ସେ ନିଜ କାର୍ଯ୍ୟ ନିର୍ବାହ କରି ନିଜ ଘର ବିଞ୍ଝାରପୁରକୁ ଯାଇଥିଲେ। ତେବେ ଅନ୍ତିମ କ୍ରିୟା ସାହି ସୋମବାର ସଚିବ ପୁଣି ଅଫିସରେ ଯୋଗଦେଇଥିଲେ। ଏହାଦେଖି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ କହିଛନ୍ତି, ନିକୁଞ୍ଜ ଧଳ ଆମ ସମସ୍ତଙ୍କ ପାଇଁ ଜଣେ କର୍ତ୍ତବ୍ୟପରାୟଣ ବ୍ୟକ୍ତି। ମୋ ତରଫରୁ ଓ ରାଜ୍ୟବାସୀଙ୍କ ତରଫରୁ ଆନ୍ତରିକତା ଧନ୍ୟବାଦ ଜଣାଇବା ସହିତ ସ୍ବର୍ଗତ ପିତାଙ୍କ ପାଇଁ ପ୍ରାର୍ଥନା କରୁଛି। ମୁଖ୍ୟମନ୍ତ୍ରଙ୍କ ଏହି ପ୍ରଶଂସା ସମ୍ପର୍କରେ ସୋମବାର ଗୀତ ଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ କରୋନା ସଚେତନ କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍‌, ୨ ମୃତ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

କେନ୍ଦୁଝର, ୨୯ା୧(ଡି.ଏନ୍‌.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡା ଥାନା ସୁନାଟାଙ୍ଗିରୀ ନିକଟରେ ବୁଧବାର ମଧ୍ୟାହ୍ନରେ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ଥାନୀୟ...

କାମ କରୁନି ସୋଲାର ପ୍ରକଳ୍ପ

କେନ୍ଦୁଝର, ୫ା୧୧(ସ୍ବ.ପ୍ର.)-କେନ୍ଦୁଝର ଜିଲାର ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଯୋଗୁ ଲୋକ ମାନେ ବହୁ ଅସୁବିଧା ଭୋଗୁଛନ୍ତି। ଏଭଳି ଜିଲା ମୁଖ୍ୟାଳୟ ତଥା ଆଖପାଖ ଗ୍ରାମରେ...

ଏମ୍‌କେସିଜିରେ ପୁଣି ୨ କରୋନା ସନ୍ଦିଗ୍ଧ

ବ୍ରହ୍ମପୁର ଅଫିସ,୧୭ା୩ ଗଞ୍ଜାମ ଜିଲାରେ ଏବେ କରୋନାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବ୍ରହ୍ମପର ସହର ବୁଲି ବିଭିନ୍ନ ଦୋକାନ ବନ୍ଦ...

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅଭିଜ୍ଞଙ୍କୁ ଆମନ୍ତ୍ରଣ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୮ା୩(ବ୍ୟୁରୋ): କରୋନା ସଂକ୍ରମଣ ମାନବ ସଭ୍ୟତା ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଛି। ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସବୁସ୍ତରରେ ଉଦ୍ୟମ ଜାରି ରଖିଛନ୍ତି।...

ଆହୁରି ବର୍ଷିବ ୪ଦିନ

ଭୁବନେଶ୍ୱର, ୭।୮(ବ୍ୟୁରୋ)-ଉତ୍ତର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି। ଏହାର ପ୍ରଭାବରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା...

ହୋଟେଲ ଉପରେ କଡ଼ା ନଜର ରଖିବାକୁ ଡିସିପିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଜାରି ରହିଛି। ରବିବାର ଡିସିପି ଅନୁପ ସାହୁ ବୈଠକ ଡାକି ସ୍ଥିତିକୁ ନେଇ...

ପିପିଲି ଉପନିର୍ବାଚନ: ଅଧିକ ୭୫ ବୁଥ୍‌, କୋଭିଡ୍‌ କଟକଣାରେ ହେବ ନିର୍ବାଚନ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ପିପିଲି ଉପନିର୍ବାଚନରେ ମତଦାନ କେନ୍ଦ୍ରସଂଖ୍ୟା ବଢ଼ିବ। ପୂର୍ବରୁ ୨୭୧ଟି ବୁଥ୍‌ ଥିଲା। ଏବେ ଏହାକୁ ବୃଦ୍ଧି କରାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ...

ଟ୍ରକ ବନ୍ଦୀରେ କେନ୍ଦୁଝର ସହର

କେନ୍ଦୁଝର, ୭ା୨ (ସ୍ବ.ପ୍ର.)-ବହୁ ସଂଖ୍ୟାରେ ଏବଂ ଅନିୟନ୍ତ୍ରିତ ଲୁହାପଥର ବୋଝେଇ ଟ୍ରକ ଚଳାଚଳ ଯୋଗୁ କେନ୍ଦୁଝର ସହରରେ ଟ୍ରାଫିକ ସମସ୍ୟା ଗୁରୁତର ହୋଇପଡିଛି। କଟକଣା ଅଭାବରୁ...

Advertisement
Archives

Model This Week