ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଫୁଲବାଣୀ ଅଫିସ,୧୬ା୧୨-କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ଏମ୍‌ପି ଡା. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ବିଭିନ୍ନ ଉଦ୍‌ଘାଟନ ଏବଂ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା ଜାତୀୟ ସ୍ବାସ୍ଥ୍ୟ ମିଶନ ସହାୟତାରେ ନିର୍ମିତ ସମନ୍ବିତ ପରୀକ୍ଷାଗାର, ଯାନ୍ତ୍ରିକ ଲୁଗାସଫା ଗୃହ, କର୍କଟ ରୋଗୀଙ୍କ ଉପଶମ କେନ୍ଦ୍ରକୁ ଏମ୍‌ପି ଉଦ୍‌ଘାଟନ କରିଥିଲେ ା ଏମ୍‌ପିଙ୍କ ପାଣ୍ଠି ସହାୟତାରେ କିଣା ଯାଇଥିବା ଦୁଇଟି ଆମ୍ବୁଲାନ୍ସ ଜି.ଉଦୟଗିରି ଓ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯୋଗାଇ ଦିଆଯାଇଥିଲା ା ସେହିପରି ଆରଇସିପିଡିସିଏଲ ନୂଆ ଦିଲ୍ଲୀର ସିଏସ୍‌ଆର କାର୍ଯ୍ୟକ୍ରମ ସହାୟତାରେ ବାଲିଗୁଡା ଉପଖଣ୍ଡ ଚିକିିତ୍ସାଳୟ, ଫିରିଙ୍ଗିଆ ବ୍ଲକ ବାଲନ୍ଦାପଡା ଚିକିତ୍ସା କେନ୍ଦ୍ର, ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଗୋଟିଏ ଲେଖାଏ ଆମ୍ବୁଲାନ୍ସ ଦିଆଯାଇଥିଲା ା ବିଗତ ଦିନରେ ୫-ଟି ଅଧିକାରୀମାନେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଆସିଥିଲେ। ଏଠାରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଥିବା ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ରୋଗୀ କଲ୍ୟାଣ ସମିତିକୁ ୧୫ ଲକ୍ଷ ଟଙ୍କା ସହାୟତା ଦେଇଥିଲେ। ଉକ୍ତ ଟଙ୍କାରେ ଏସ୍‌ସି, ଚେୟାର ଟେବୁଲ, ଆଲମିରା, ଚପଲ ଷ୍ଟାଣ୍ଡ, ହୁଇଲ ଚେୟାର, ଫ୍ୟାନ ଆଦି କିଣାଯାଇ ରୋଗୀଙ୍କ ସେବାରେ ଲଗାଯାଇଛି ା ଏସବୁକୁ ଏମ୍‌ପି ସାମନ୍ତ ବୁଲି ଦେଖିଥିଲେ। ପରେ ପାଦବିକୃତି ଅସ୍ତ୍ରୋପଚାର ହୋଇଥିବା ଶିଶୁଙ୍କୁ ଭେଟି କମ୍ବଳ ବଣ୍ଟନ କରିଥିଲେ ା କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଏସ୍‌ପି ପ୍ରତୀକ ଗୀତା ସିଂ, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ବିଜୟ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ, ଅତିରିକ୍ତ ଚିକିତ୍ସାଧିକାରୀ ପ୍ରସନ୍ନ କୁମାର ତ୍ରିପାଠୀ ଓ ଡା.ମନୋରଞ୍ଜନ ରାଉତ, ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା.ବସନ୍ତ କୁମାର ପାତ୍ର, ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ସସ୍ମିତା ଦେବୀ, ଜିଲା ସ୍ବାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗ ନିକଟରେ ଲକ୍ଷାଧିକ ଟଙ୍କା ଥିବା ଜାଣି, ନୃଶଂସ ସାଜିଥିଲେ ଅଭିଯୁକ୍ତ

ଝାରସୁଗୁଡ଼ା ଅଫିସ,୧୮।୭ : ଝାରସୁଗୁଡା ବେହେରାମାଲ ଦୁର୍ଗା ମନ୍ଦିର ନିକଟ ଗଳିରେ ଗୁରୁବାର ବିପିନ ସାହା ନାମକ ଯୁବକଙ୍କୁ ହତ୍ୟାକରି ଅଭିଯୁକ୍ତ ଫେରାର ହୋଇଯାଇଥିଲା ।...

ଧରିତ୍ରୀ ପୋର୍ଟାଲ ପ୍ରଭାବ: ତାଲା ପକାଯାଇଥିବା ଗୋରୁଙ୍କୁ ଛାଡ଼ିଲା ଗଞ୍ଜାମ ଏନ୍‌ଏସି , ଭୋକ ଉପାସରେ ବୁଲୁଥିବାରୁ ଖାଦ୍ୟପେୟ ବ୍ୟବସ୍ଥା କରିବାକୁ ଦାବି

ଗଞ୍ଜାମ,୨୯।୩(ଡି.ଏନ୍‌.ଏ.): କରୋନା କଟକଣା ଲାଗି ଗଞ୍ଜାମ ସହର ଶୂନଶାନ। ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା ପରେ ଘରୁ ବାହାରୁନାହାନ୍ତି ଲେକେ। ଗତ ୨୨ ତାରିଖରେ ହୋଇଥିବା...

ପୁରୀରୁ ଆଉ ଜଣେ ପଜିଟିଭ୍‌ ଚିହ୍ନଟ, ୮୬ରେ ପହଞ୍ଚିଲା ମୋଟ ଆକ୍ରାନ୍ତ ସଂଖ୍ୟା

ପୁରୀ ଅଫିସ,୨୯।୫: ପୁରୀ ଜିଲାରୁ ଶୁକ୍ରବାର ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୮୬ରେ...

ଏଲ୍‌ଆଇସି କାର୍ଯ୍ୟାଳୟ ସମ୍ମୁଖରେ ଏଜେଣ୍ଟଙ୍କ ଧାରଣା

ଦିଗପହଣ୍ଡି,୧ା୧୦(ଡି.ଏନ.ଏ.): ସର୍ବଭାରତୀୟ ଜୀବନ ବୀମା ଏଜେଣ୍ଟ ମହାସଂଘର ଯୁଗ୍ମ କାର୍ଯ୍ୟକାରୀ କମିଟି(ଜଏଣ୍ଟ ଆକ୍ସନ କମିଟି)ର ଆହ୍ବାନ କ୍ରମେ ବ୍ରହ୍ମପୁର ଶାଖା-୧ର ଶତାଧିକ ଏଜେଣ୍ଟ କଳାବ୍ୟାଜ ପିନ୍ଧି...

ଛାତ୍ରୀବାସରେ ଦୀପାବଳି ପାଳନ କରି ମଧ୍ୟାହ୍ନଭୋଜନ ଖାଇଲେ ଜିଲାପାଳ

ମାଲକାନଗିରି,୨୮।୧୦(ଡି.ଏନ୍‌.ଏ.): ଦୀପାବଳିରେ ରାଜ୍ୟର ବିଭିନ୍ନ ଅନାଥାଶ୍ରମ, ଛାତ୍ରାବାସରେ ମନ୍ତ୍ରୀ, ଜିଲାପାଳମାନେ ଦୀପାବଳି ପାଳନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ମାଲକାନଗିରି ଜିଲାପାଳ...

ସ୍କୁଲରୁ କମ୍ପ୍ୟୁଟର ଚୋରି କରି ଧରାପଡ଼ିଲେ

ଜୁନାଗଡ଼,୧୯।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରୁ କମ୍ପ୍ୟୁଟର ଚୋରି ଘଟଣାର ରବିବାର ପୋଲିସ ପର୍ଦ୍ଦାଫାଶ କରିଛି। ଘଟଣାରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ପୋଲିସ...

ରିଲିଫ ପାଣ୍ଠିକୁ ହଜାରେ ଟଙ୍କା ଦେଲେ ୫ମ ଶ୍ରେଣୀ ଛାତ୍ର

ସୋର, ୭ା୪(ଡି.ଏନ.ଏ.)-ସମଗ୍ର ବିଶ୍ୱ ଏବେ କରୋନା ଭୂତାଣୁ ବିରୋଧରେ ଲଢୁଛି। କରୋନା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଙ୍ଗଠନ ପକ୍ଷରୁ ଆର୍ଥତ୍କ ସହାୟତା ପ୍ରଦାନ କରାଯାଉଛି।...

ସହରବାସୀଙ୍କୁ ଡେଙ୍ଗୁ, ମ୍ୟାଲେରିଆ ଭୟ

କେନ୍ଦ୍ରାପଡ଼ା ଅଫିସ, ୧୪।୮ – ୨୦୧୪ ଫେବୃୟାରୀ ୨୩ରୁ ରାଜ୍ୟରେ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଆରମ୍ଭ ହେଲାଣି। ତେବେ କେନ୍ଦ୍ରାପଡ଼ା ସହରରେ ଏହି ମିଶନ...

Advertisement
Archives

Model This Week