ସ୍ବାମୀଙ୍କ ସହ କାହିଁକି କାମ କରନ୍ତିନି ବିଦ୍ୟା

ମୁମ୍ବାଇ: ବଲିଉଡ୍‌ ଡାର୍ଟି ଗର୍ଲ ବିଦ୍ୟା ବଲାନ୍‌ଙ୍କ ସ୍ବାମୀ ସିଦ୍ଧାର୍ଥ ମଧ୍ୟ ବଲିଉଡ୍‌ର ଜଣେ ଭଲ ପ୍ରଯୋଜକ। ହେଲେ ନାୟିକା ଭାବେ ବିଦ୍ୟା ସିଦ୍ଧାର୍ଥଙ୍କ ସହ କାମ କରିବାକୁ ପସନ୍ଦ କରନ୍ତି ନାହିଁ। ତେବେ ଏହାର କାରଣ ସମ୍ପର୍କରେ ବିଦ୍ୟା ନିକଟରେ ଏକ ସାକ୍ଷାତ୍‌କାରରେ ପ୍ରକାଶ କରିଛନ୍ତି। ସିଦ୍ଧାର୍ଥ ‘ଦଙ୍ଗଲ’, ‘ଏବିସିଡି’, ‘ଚେନ୍ନାଇ ଏକ୍ସପ୍ରେସ୍‌’, ‘ବର୍ଫି’ ଭଳି ହିଟ୍‌ ଫିଲ୍ମ ଭେଟି ଦେଇଥିବା ବେଳେ ବିଦ୍ୟା କିନ୍ତୁ ଏହାଠାରୁ ଦୂରେଇ ରହିଛନ୍ତି। ବିଦ୍ୟା କୁହନ୍ତି ମୁଁ ଅନ୍ୟ ପ୍ରଯୋଜକ ବା ନିର୍ଦ୍ଦେଶକଙ୍କ ସହ କାମ କଲେ କିଛି ଯଦି ଅସୁବିଧା ହୁଏ ତେବେ ମୁଁ କାମ ଅଧାରୁ ବନ୍ଦ କରି ପାରିବି କି ତାଙ୍କ ସହ ତର୍କ କରିପାରିବି। କିନ୍ତୁ ସିଦ୍ଧାର୍ଥଙ୍କ ସହ ସେ ସେମିତି କରିପାରିବେ ନାହିଁ ବୋଲି କହିଛନ୍ତି। ଅନ୍ୟପଟେ ବିଦ୍ୟା ଅନ୍ୟ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ଯେତିକି ପାରିଶ୍ରମିକ ଦାବି କରିପାରିବେ ତାହା ସେ ତାଙ୍କ ସ୍ବାମୀଙ୍କ ପାଖରେ ଦାବି କରି ପାରିବେ ନାହିଁ। ତେଣୁ ତାଙ୍କ ପବିତ୍ର ସମ୍ପର୍କରେ ଫାଟ ହେବାକୁ ସେ କେବେ ଚାହାଁନ୍ତି ନାହିଁ ବୋଲି କହିଛନ୍ତି। ତେଣୁ ସେ ସ୍ବାମୀଙ୍କ ସହ କାମ କରିବାକୁ ପସନ୍ଦ କରୁ ନ ଥିବା କହିଛନ୍ତି। ପାରିବାରିକ ଜୀବନ ତାଙ୍କର ସୁଖମୟ। ତେଣୁ ସେ ଏହାକୁ ବଜାୟ ରଖିବାକୁ ଯାଇ ଏହାଠି କାମ କରୁ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୨ ବର୍ଷରେ ପାଦ ଦେଲେ ସୋନାକ୍ଷୀ

ମୁମ୍ବାଇ, ୨।୬: ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ରବିବାର ୩୨ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୭ ଜୁନ୍‌ ୨ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ...

ଶାଢି ପିନ୍ଧିବାରେ କୌଣସି ଅସୁବିଧା ନାହିଁ

ଅଭିନେତା ଅକ୍ଷୟ କୁମାର ୨୦୧୯ରେ ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ। ୨୦୨୦ରେ ମଧ୍ୟ ତାଙ୍କ ଅଭିନୀତ ଅନେକ ଫିଲ୍ମ ପରଦାକୁ ଆସିବ। ପୃଥୀରାଜ୍‌,...

ଆଇଏଫ୍‌ଏଫ୍‌ଆଇରେ ପ୍ରଦର୍ଶିତ ହେବ ‘ଲଗେ ରହୋ ମୁନ୍ନା ଭାଇ’

ମୁମ୍ବାଇ: ଚଳିତ ବର୍ଷ ନଭେମ୍ବର ୨୩-୨୫ ମଧ୍ୟରେ ଆୟୋଜିତ ଇଣ୍ଟର ନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆ(ଆଇଏଫ୍‌ଏଫ୍‌ଆଇ)ରେ ପ୍ରଦର୍ଶିତ ହେବ ବଲିଉଡ୍‌ ମୁଭି ‘ଲଗେ ରହୋ...

୨୦ ବର୍ଷ ବୟସ ବେଳକୁ ଷ୍ଟାର ପାଲଟିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବୟସ ସହ ଜଣେ କଳାକାରର ଦକ୍ଷତା ମପାଯାଇପାରେନା। ବଲିଉଡ୍‌ରେ ଏପରି କେତେଜଣ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ୨୦ବର୍ଷ ହେବା ପୂର୍ବରୁ ଷ୍ଟାର ପାଲଟିଛନ୍ତି। ୧୫...

ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛୁକ ପ୍ରସଙ୍ଗରେ ଅକ୍ଷୟଙ୍କ ପ୍ରତିକ୍ରିୟା: ମୁଁ ଖୁସିରେ ରହିବାକୁ ଚାହେଁ

ବମ୍ବେ: ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର କରି ଚର୍ଚ୍ଚାର ପରିସରକୁ ଆସିଥିଲେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର। କେହି କେହି ସେ ରାଜନୀତିରେ ପ୍ରବେଶ...

ଫିଟ୍‌ନେସ୍‌ ସିକ୍ରେଟ୍‌ କହିଲେ ମନୀଷ

ମୁମ୍ବାଇ : ଲକ୍‌ଡାଉନ୍‌ ସମୟରେ ସେଲିବ୍ରିଟ୍‌ମାନେ ଘରେ ରହି ସମୟ ଅତିବାହିତ କରୁଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ହାସ୍ୟ ଅଭିନେତା ମନୀଷ ପାଲ୍‌। କିନ୍ତୁ ଏହି...

ବଲିଉଡ୍‌ରେ ଶୋକ: ପରପାରିରେ ନିର୍ଦ୍ଦେଶକ ରଜତ

ମୁମ୍ବାଇ,୧୯।୭: ବଲିଉଡ୍‌ ଦୁନିଆକୁ ଲାଗିଛି ଆଉ ଏକ ଧକ୍କା। ନାମୀଦାମୀ ନିର୍ଦ୍ଦେଶକ ରଜତ ମୁଖାର୍ଜୀଙ୍କୁ ହରାଇଛି ସିନେ ଦୁନିଆ। ଶନିବାର ରାତିରେ ଜୟପୁରଠାରେ ତାଙ୍କର ଦେହାନ୍ତ...

ରାଗିଯାଇ ପ୍ରଶଂସକଙ୍କ ହାତରୁ ଫୋନ୍‌ ଛଡ଼ାଇନେଲେ ସଲମାନ, ଭିଡିଓ ଭାଇରାଲ

ବମ୍ବେ: ରାଗିଗଲେ ଦବଙ୍ଗ ଖାଁ। ରାଗ ପୁଣି ଏପରି ଯେ, ପ୍ରଶଂସକଙ୍କ ହାତରୁ ଫୋନକୁ ଛଡ଼ାଇନେଲେ। ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗୋଆ ବିମାନବନ୍ଦର...

Coronavirus Update


Archives

Model This Week

Why Dharitri