ସ୍ବାଧୀନ ତିଆରି କଲେ ସୁବଠାରୁ କ୍ଷୁଦ୍ରତମ ଗଣେଶ ମୂର୍ତ୍ତି

ପୁରୁଣା ଭୁବନେଶ୍ୱର, ୧। ୯ (ଡି.ଏନ.ଏ.)- ବିଘ୍ନରାଜ ଗଣପତିଙ୍କ ପୂଜାକୁ ନେଇ ମନ୍ଦିରଠାରୁ ମଣ୍ଡପ ଯାଏ ଚଳଚଞ୍ଚଳ ହୋଇ ଉଠିଛି। ଅଧା ଇଞ୍ଚରୁ ଟିକେ ଅଧିକ ଉଚ୍ଚତା ବିଶିଷ୍ଟ ଗଜାନନଙ୍କ କ୍ଷୁଦ୍ରତମ ମୂର୍ତ୍ତି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଭୁବନେଶ୍ୱରର ଜଣେ ଚାରୁ ଓ କାରୁ କଳା ଛାତ୍ର ସ୍ବାଧୀନ ମଲ୍ଲିକ।
କେନ୍ଦ୍ରାପଡ଼ା ଜିଲା ହରିଅଙ୍କ ଗ୍ରାମର ସ୍ବାଧୀନ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଆପ୍ଲାଏଡ୍‌ ଆର୍ଟ ବିଭାଗର ଚତୁର୍ଥ ବର୍ଷର ଛାତ୍ର। କଳାପ୍ରତି ପିଲାଟି ଦିନରୁ ଦୁର୍ବଳତା ରଖିଥିବା ସ୍ବାଧୀନ ଭୁବନେଶ୍ୱରର କଳିଙ୍ଗ ନଗରରେ ରୁହନ୍ତି। ସୃଜନଶୀଳତା ଏବଂ ନୂତନ ଚିନ୍ତାଧାରାକୁ ପାଥେୟ କରି ମୂର୍ତ୍ତି ଦେହରେ ଜୀବନ୍ୟାସ ଦେଉଥିବା ସ୍ବାଧୀନ ଗଣେଶ ପୂଜା ଅବ୍ୟବହିତ ପୂର୍ବରୁ ଏକ ଇଞ୍ଚରୁ କମ୍‌ ଉଚ୍ଚତାର ଗଣେଶ ମୂର୍ତ୍ତି ତିଆରି କରିଛନ୍ତି। କ୍ଷୁଦ୍ର ମୂର୍ତ୍ତି ତିଆରି କରିବା ଏତେ ସହଜ ନ ଥିଲା କୁହନ୍ତି ସ୍ବାଧୀନ। ଆଗ୍ରହ, ନିଷ୍ଠା, ଏକାଗ୍ରତା ବଳରେ ଦୀର୍ଘ ୧୨ ଘଣ୍ଟାର କଠିନ ପରିଶ୍ରମ କରି ସେ ଏପରି ଏକ କ୍ଷୁଦ୍ରତମ ମୂର୍ତ୍ତି ତିଆରି କରି ପାରିଥିବା କୁହନ୍ତି। ଏହି ମୂର୍ତ୍ତିରେ ପ୍ଲାଷ୍ଟର ଅଫ୍‌ ପ୍ୟାରିସ ଓ ପୋଷ୍ଟର କଲର ବ୍ୟବହାର ହୋଇଥିବା ଜଣାଯାଇଛି। ନିଖୁଣ ଭାବେ ତିଆରି ଏହି କ୍ଷୁଦ୍ରତମ ମୂର୍ତ୍ତି ବିରଳ ରେକର୍ଡର ଅଧିକାରୀ ହେବା ନେଇ ସମ୍ଭାବନା ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ଚିନ୍ତା

କେନ୍ଦ୍ରାପଡ଼ା ଅଫିସ,୧ା୧୧: ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ସୁରକ୍ଷା ପାଇଁ ବିଶ୍ୱ ପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ନଭେମ୍ବର ୧ ରବିବାରଠାରୁ କଟକଣା ଆରମ୍ଭ ହେଉଛି।...

କୋଇଲା ଖଣି ନିଲାମ ୩ ମାସ ଘୁଞ୍ଚାଅ

ଭୁବନେଶ୍ୱର, ୨୩।୯(ବ୍ୟୁରୋ):କୋଭିଡ୍‌-୧୯ ଯେ କେବଳ ସ୍ବାସ୍ଥ୍ୟକୁ ପ୍ରଭାବିତ କରି ନାହିଁ, ଆର୍ଥିକ ମେରୁଦଣ୍ଡକୁ ମଧ୍ୟ ଦୋହଲାଇ ଦେଇଛି। ଏହି ମହାମାରୀ କୋଇଲା ବଜାରକୁ ପ୍ରଭାବିତ କରିଛି।...

ଧାରଣା ସ୍ଥଳରେ ଟଳିପଡ଼ିଲେ ଶିକ୍ଷକ

ଭୁବନେଶ୍ୱର,୪ା୧୨ (ବ୍ୟୁରୋ)/ କୁଆମରା/ ଖୁଣ୍ଟା(ଡି.ଏନ୍‌.ଏ):ଦାବି ପୂରଣ ପାଇଁ ଆସିଥିଲେ ରାଜଧାନୀ। ବିଧାନସଭା ସମ୍ମୁଖ ଲୋୟର ପିଏମ୍‌ଜିର ଆନ୍ଦୋଳନସ୍ଥଳରେ ଅନ୍ୟ ଶିକ୍ଷକଙ୍କ ସହ ଧାରଣା ଦେଇଥିଲେ। ବିକ୍ଷୋଭ...

ବିରୋଧୀ ଦଳ ନେତା ପଦକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୮।୫(ବ୍ୟୁରୋ): ନିର୍ବାଚନ ପରେ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଥିବା ବିଜେଡି ବିଧାୟକ ଦଳ ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ସର୍ବସମ୍ମତିକ୍ରମେ ନବୀନ ପଟ୍ଟନାୟକ ବିଧାୟକ...

ଆଜି କଟକରୁ ୧୧୫ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୧୩।୮-କଟକ ସହରରୁ ଗୁରୁବାର ପୁଣି ୧୧୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୬୩ ଜଣ, କଣ୍ଟେନମେଣ୍ଟ ଜୋନରୁ ୨୪...

ଡ୍ରାଇଭରଙ୍କ ମୃତଦେହ ମିଳିବା ଘଟଣା: ହତ୍ୟା ମାମଲା ରୁଜୁକଲା ପୋଲିସ

ଭୁବନେଶ୍ୱର, ୫ା୧୨(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଶ୍ରୀବିହାରସ୍ଥିତ ଏକ ଆପାର୍ଟମେଣ୍ଟ ନିକଟ ପାଚେରୀ କଡ଼ରୁ ସନ୍ଦେହଜନକ ଅବସ୍ଥାରେ ଜଣେ କାର୍‌ ଡ୍ରାଇଭରଙ୍କ ମୃତଦେହକୁ ପୋଲିସ ସୋମବାର ଉଦ୍ଧାର...

ରତ୍ନସିଂହାସନରୁ ପଦ୍ମଖୋଦିତ ପଥର ଗାଏବ ପ୍ରସଙ୍ଗ : ବୟାନ ରଖିଲେ ଅଭିଯୋଗକାରୀ ସେବାୟତ

ପୁରୀ ଅଫିସ, ୭।୮: ଶ୍ରୀମନ୍ଦିର ରତ୍ନସିଂହାସନରୁ ପଦ୍ମଖୋଦିତ ପଥର ଗାଏବ ଘଟଣାରେ ଗୁରୁବାର ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗକାରୀ ସେବାୟତ ଈପ୍‌ସିତ ପ୍ରତିହାରୀ ବୟାନ ରଖିଛନ୍ତି।...

ଏସ୍‌ସିବି ଅଧୀକ୍ଷକ ହେବେ ଅନ୍ନଦା ପଟ୍ଟନାୟକ

କଟକ ଅଫିସ୍‌,୨୮।୨:  କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲ (ଏସ୍‌ସିବି)ର ନୂଆ ଅଧୀକ୍ଷକ ଭାବେ ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ଅନ୍ନଦା ପଟ୍ଟାନାୟକଙ୍କୁ...

Advertisement


Archives

Model This Week