ସ୍ବାଗତ ପାଇଁ ଖରାରେ ଛିଡାହେଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୧୯।୧୦(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ କୋଠାକୁ ଶୁକ୍ରବାର କନ୍ଧମାଳ ଏମ୍‌ପି ଡ.ଅଚ୍ୟୁତାନନ୍ଦ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି ା ତାଙ୍କୁ ସ୍ବାଗତ କରିବାକୁ ପାଇଁ ବିଦ୍ୟାଳୟ ଶିକ୍ଷୟିତ୍ରୀଶିକ୍ଷକ, ଛାତ୍ରୀଛାତ୍ର ଓ ବିଇଓ ବ୍ରହ୍ମାନନ୍ଦ ରାଉତ ବିଦ୍ୟାଳୟଠାରୁ ପ୍ରାୟ ୧ଶହ ମିଟର ଦୂର ୫୯ନଂ ଜାତୀୟ ରାଜପଥରେ ଅପେକ୍ଷା କରିରହିଥିଲେ। ପୂର୍ବାହ୍ନ ୧୦ଟାରେ ପହଞ୍ଚତ୍ବା କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ପ୍ରାୟ ସାଢ଼େ ୧୧ଟାରେ ଏମ୍‌ପି ପହଞ୍ଚତ୍ଥିଲେ। ପ୍ରଚଣ୍ଡ ଖରାରେ ଛାତ୍ରୀଛାତ୍ର ଦେଢଘଣ୍ଟା ଏମ୍‌ପିଙ୍କୁ ଅପେକ୍ଷା କରିଥିଲେ। ବିଇଓ ରାଉତଙ୍କୁ ଛାତ୍ରୀଛାତ୍ରଙ୍କୁ କାହିଁକି ଖରାରେ ଠିଆ କରାଯାଇଛି ବୋଲି ପ୍ରଶ୍ନ କରିବାରୁ ସେ ତରବରିଆ ଭାବେ ସେମାନଙ୍କୁ ବିଦ୍ୟାଳୟକୁ ପଠାଇଦେବାକୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏମପି ସାମନ୍ତ ପହଞ୍ଚତ୍ବାପରେ ପୁଣି ଛାତ୍ରୀଛାତ୍ର ଫୁଲତୋଡ଼ା ଦେଇ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଏନେଇ ବିଇଓ ବ୍ରହ୍ମାନନ୍ଦ ରାଉତଙ୍କୁ ପଚରାଯିବାରୁ ସେ କହିଛନ୍ତି, ସ୍କୁଲର ନୂତନ କୋଠା ଉଦ୍‌ଘାଟନ ହେଉଛି, ଏମ୍‌ପି, ବିଧାୟକ ଆସୁଛନ୍ତି ତେଣୁ ଛାତ୍ରୀଛାତ୍ରମାନେ ଉତ୍ସାହରେ ଅପେକ୍ଷା କରିଥିଲେ। ସରକାରଙ୍କ ନିୟମ ପ୍ରକାରେ କୌଣସି ଲୋକ ପ୍ରତିନିଧି କିମ୍ବା ଅତିଥିଙ୍କୁ ସ୍ବାଗତ କରିବାକୁ ଛାତ୍ରୀଛାତ୍ରଙ୍କୁ ଖରାରେ ଛିଡା କରାଯିବ ନାହିଁ। ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କିରିକୁଟିର ସୁରେସନ ସାହୁ। ଏନେଇ ଏମ୍‌ପି ସାମନ୍ତଙ୍କୁ ପଚାରିବାରୁ ଛାତ୍ରୀଛାତ୍ରଙ୍କୁ ଖରାରେ ଠିଆକରିବା ଘଟଣାକୁ ସେ ନିନ୍ଦା କରିଥିଲେ। ବିଇଓଙ୍କୁ ପଚାରି ବୁଝିବା ସହ ଆଗାମୀ ଦିନରେ ଏଭଳି କରାଯିବ ନାହିଁ ବୋଲି କହିଛନ୍ତି।
ଅତିଥିଭାବେ ଏମ୍‌ପି ସାମନ୍ତଙ୍କ ସହ ବିଧାୟକ ସାଲୁଗା ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନ, କିରିକୁଟି ସରପଞ୍ଚ ନିର୍ମାତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ବିଇଓ ରାଉତ ଅଧ୍ୟକ୍ଷତା କରିଥିଲେ। ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ଅତିଥିଙ୍କୁ ଅବଗତ କରାଯାଇଥିଲା। ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଏସ. ସୁବ୍ରମଣ୍ୟମ୍‌, ସହକାରୀ ନିର୍ବାହୀ ଯନ୍ତ୍ରୀ ମନ୍ମଥ ସୁବୁଦ୍ଧି, କନିଷ୍ଠଯନ୍ତ୍ରୀ ନିମୁରାମ ତୁଡ଼ୁ ପ୍ରମୁଖ ଯୋଗଦେଇଥିଲେ। ସେହିପରି ଏମପି ସାମନ୍ତ, ବିଧାୟକ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ପ୍ରମୁଖ ପର୍ତ୍ତମାହା ପଞ୍ଚାୟତ ଗସ୍ତ କରି ସେଠାରେ ଏକ ମାର୍କେଟ କମ୍ପ୍ଲେକ୍ସ ଉଦ୍‌ଘାଟନ କରିବା ସହ ପାଙ୍ଗାଲି ଠାରୁ ପ୍ଲିହେରୀ ପର୍ଯ୍ୟନ୍ତ ପଦଯାତ୍ରାରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୭୧୦ ଶିଶୁ, ୧୭୩ ଗର୍ଭବତୀଙ୍କୁ ଦିଆଯିବ ଟିକା

ଫୁଲବାଣୀ ଅଫିସ, ୩୦ା୧୧ -କନ୍ଧମାଳ ଜିଲାରେ ମିଶନ ଇନ୍ଦ୍ରଧନୁଷ୍‌ ୨.୦ କାର୍ଯ୍ୟକ୍ରମ ଆସନ୍ତା ୨ତାରିଖରୁ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମ ୪ଟି ପର୍ଯ୍ୟାୟରେ ଜିଲାରେ କାର୍ଯ୍ୟକାରୀ...

ପୁଣି ନଷ୍ଟ ହେଲା ୧୪ କୋଟି ୫୦ ଲକ୍ଷ ଟଙ୍କାର ନୀଳ ଜହର

ବାଲିଗୁଡ଼ା,୧୪ା୧୨(ଡି.ଏନ୍‌.ଏ.): ଜୋର୍‌ ଧରିଲା ଅପରେଶନ ନୀଳ ଜହର। ଗଞ୍ଜେଇ ଚାଷର ମୂଳ ପୋଛ କରିବାକୁ ଅଣ୍ଟା ଭିଡ଼ିଛି କନ୍ଧମାଳ ପୋଲିସ। ପୁଣି ନଷ୍ଟ ହେଲା ୧୪...

ଧୋଇଗଲା ଡାଇଭର୍ସନ ଓ୍ବେ: ୫୯ ନଂ. ଏନ୍‌ଏଚ୍‌ରେ ଯାନବାହନ ଚଳାଚଳ ଠପ୍‌

ତୁମୁଡ଼ିବନ୍ଧ,୨୭।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧରେ ଲଗାଣ ବର୍ଷା ଯୋଗୁ ଗୋପାଳପୁରରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥ (ଏନ୍‌ଏଚ୍‌)ର ମୁଣ୍ଡିଗଡ଼ ଓ ମଣ୍ଡଳପଦରଠାରେ...

ବାଲିଗୁଡ଼ା ଅଞ୍ଚଳରେ ମାଓବାଦୀ ବିରୋଧୀ ପୋଷ୍ଟର: କଟୁ ସମାଲୋଚନା

ବାଲିଗୁଡା,୨୪।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳରେ ମାଓବାଦୀ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। କଞ୍ଜାଲଗୁ ହିଂସାକୁ ବିରୋଧ କରି ଆଇଏନ୍‌ପିପିଏଫ୍‌ ପକ୍ଷରୁ ବାଲିଗୁଡା ଥାନା ଅନ୍ତର୍ଗତ...

ବିପଦସଙ୍କୁଳ ବଙ୍ଗରଦୁଆ ଘାଟି, ଧସୁଛି ଅତଡ଼ା

ଦାରିଙ୍ଗବାଡ଼ି,୯।୨(ଡି.ଏନ.ଏ)-ଦାରିଙ୍ଗବାଡ଼ି ଠାରୁ ବ୍ରାହ୍ମଣୀଗାଁ ଦେଇ ଗଜପତି ଜିଲାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ବଙ୍ଗରଦୁଆ ଘାଟି ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ପୂର୍ବରୁ ଉକ୍ତ...

‘ଓଡ଼ିଆ ଭାଷାକୁ କନ୍ଧମାଳର ଅବଦାନ ଅତୁଳନୀୟ’

ଫୁଲବାଣୀ ଅଫିସ, ୨୮ା୧: କନ୍ଧମାଳ ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ବିମୋହିତ କରିଛି । ଆଦିବାସୀଙ୍କ ନିଷ୍ପାପ ପ୍ରେମ ସମସ୍ତଙ୍କୁ ଋଣୀ କରିଛିା ସରଳ ଆଦିବାସୀଙ୍କ...

ମାଓବାଦୀ ମୁକ୍ତ ପାଇଁ ଗୋଇନ୍ଦା ନିର୍ଦ୍ଦେଶକଙ୍କ ଆହ୍ବାନ

ବାଲିଗୁଡା,୨୩ା୨(ଡି.ଏନ.ଏ): କନ୍ଧମାଳ ଜିଲା ବାଲିଗୁଡା ଥାନା ଅଞ୍ଚଳକୁ ରାଜ୍ୟ ଗୋଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଦିନିକିଆ ଗସ୍ତରେ ଆସି ବିଭିନ୍ନ ଥାନା ଓ ସିଆର୍‌ପିଏଫ କ୍ୟାମ୍ପ...

ଗୁଣି ସନ୍ଦେହରେ ଜଣଙ୍କୁ ହତ୍ୟା: ମାମୁ, ଭଣଜା ଗିରଫ

ଦାରିଙ୍ଗବାଡ଼ି,୧୪ା୧(ଡ଼ି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କ୍ରୁପାଗାଡ଼ି ଜଙ୍ଗଲରେ ଗତ ୩ ତାରିଖରେ କାଟିଙ୍ଗିଆ ପଞ୍ଚାୟତ ତଳକୁଟ୍ରୁକା ଗ୍ରାମର ସୁଦାମ ମଲ୍ଲିକ (୪୦)ଙ୍କୁ ହତ୍ୟା...

Advertisement
Archives

Model This Week