ସ୍ବପ୍ନ ଭାଙ୍ଗିଦେବ ଫଟା ଡଷ୍ଟ୍‌ବିନ୍‌

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଚଳିତ ବର୍ଷ ସ୍ବଚ୍ଛ ସର୍ବେକ୍ଷଣରେ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛି। ନଂ.୧ ସ୍ମାର୍ଟସିଟି ଭଳି ସ୍ବଚ୍ଛ ସର୍ବେକ୍ଷଣକୁ ନେଇ ସ୍ବପ୍ନ ଦେଖୁଛି। ଏଥିପାଇଁ ଏକାଧିକ ଯୋଜନା ହାତକୁ ନେଇଥିବାବେଳେ ବହୁ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଗତ କିଛିଦିନ ତଳେ ଭୁବନେଶ୍ୱରକୁ ଖୋଲା ମଳମୁକ୍ତ (ଓଡିଏଫ++) ସହର ଭାବେ ବିଏମ୍‌ସି ଘୋଷଣା କରିଛି। ହେଲେ ସହରର ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥାରେ କେଉଁଠି ନା କେଉଁଠି ଅନେକ ବ୍ୟତିକ୍ରମ ଏବେ ନଜରକୁ ଆସିଛି। ସହରର କିଛି ମୁଖ୍ୟ ରାସ୍ତାର ରୂପ ବଦଳିଛି। ଗଛ, ଫୁଲ ଓ ଆଲୋକରେ ଚିକ୍‌ମିକ୍‌ ଦିଶୁଛି, ହେଲେ ଅଧିକାଂଶ କଲୋନୀ ଓ ସାହି ରାସ୍ତାର ବିକୃତ ସ୍ଥିତି ସହରବାସୀଙ୍କ ମନରେ ଏବେବି ଅସନ୍ତୋଷ ଭରିଦେଇଛି। ଏପରି କି କେତେକ ମୁଖ୍ୟ ରାସ୍ତା ଓ ଗଳି ରାସ୍ତାରେ ଅଳିଆ ଆବର୍ଜନା ପଡ଼ି ରହୁଥିବା ଦେଖିବାକୁ ମିଳିଛି। କେଉଁଠି ଡଷ୍ଟ୍‌ବିନ୍‌ରୁ ଅଳିଆ ଉଚ୍ଛୁଳି ରାସ୍ତାରେ ଉଡୁଛି ତ ଆଉ କେଉଁଠି ଫଟା ଡଷ୍ଟ୍‌ବିନ୍‌ ଓ ଡ୍ରେନ୍‌ରୁ ବାହାରିଥିବା ଆବର୍ଜନା ସହରର ଚିତ୍ରକୁ ବିକୃତ କରୁଛି। ଇତିମଧ୍ୟରେ ସ୍ବଚ୍ଛ ସର୍ବେକ୍ଷଣର ତୃତୀୟ କ୍ୱାର୍ଟର ଆରମ୍ଭ ହୋଇଥିବାବେଳେ କୌଣସି ମୁହୂର୍ତ୍ତରେ ବି କେନ୍ଦ୍ରୀୟ ଟିମ୍‌ ଭୁବନେଶ୍ୱର ଆସିବାର ସୂଚନା ମିଳିଛି। ଏପରି ସ୍ଥଳେ ଫଟା ଡଷ୍ଟ୍‌ବିନ୍‌ ବିଏମ୍‌ସିର ଭଲ ପ୍ରଦର୍ଶନ ସ୍ବପ୍ନକୁ ଭାଙ୍ଗିଦେବ ବୋଲି ଆଲୋଚନା ଚାଲିଛି।
ସହର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଏମ୍‌ସି ଠିକା ସଂସ୍ଥା ରାମ୍‌କି, ପିଏମ୍‌ଆର ଓ ଜାଗୃତିକୁ ନିୟମିତ ଭାବେ ଡଷ୍ଟବିନ୍‌ର ମରାମତି କରିବା, ଅଳିଆ ଉଠାଇବା, ଘରଠୁ ଘର ବୁଲି ଅଳିଆ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦେଇଛି। କିନ୍ତୁ ଏ କ୍ଷେତ୍ରରେ ଠିକା ସଂସ୍ଥାଗୁଡ଼ିକ ମନମୁଖୀ କାର୍ଯ୍ୟ କରୁଛନ୍ତି। ଏନେଇ ପରିମଳ ଦାୟିତ୍ୱରେ ଥିବା ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି, ସହରକୁ ସବୁଦିନ ପାଇଁ ସ୍ବଚ୍ଛ ରଖିବା ଲାଗି ଚେଷ୍ଟା ଚାଲିଛି। ଠିକା ସଂସ୍ଥାମାନଙ୍କ ସହ ନିୟମିତ ଆଲୋଚନା କରାଯିବା ସହ ବିଭିନ୍ନ ଦିଗରେ ସୁଧାର ଆଣିବା ପାଇଁ ବିଏମ୍‌ସି ପ୍ରୟାସ ଜାରି ରଖିଛି। ଏପରି କି ଗତ ମାସରେ ସେମାନଙ୍କ ଦେୟରୁ ୨୦% ଅର୍ଥ କାଟ କରାଯାଇଛି। ପୂର୍ବାପେକ୍ଷା ସହରରେ ପରିମଳ ବ୍ୟବସ୍ଥାରେ ସୁଧାର ଆସିଛି ବୋଲି ସେ କହିଛନ୍ତି।
ଦୁଇ କ୍ୱାର୍ଟରରେ ନୈରାଶ୍ୟଜନକ ପ୍ରଦର୍ଶନ
ସ୍ବଚ୍ଛ ସର୍ଭେକ୍ଷଣର ଦୁଇଟି କ୍ବାର୍ଟର ସର୍ଭେ ସରିଯାଇଥିବାବେଳେ ଏହାର ଫଳ ପ୍ରକାଶ ପାଇଛି। ଏଥିରେ ଭୁବନେଶ୍ୱରର ପ୍ରଦର୍ଶନ ପୂର୍ବପରି ନୈରାଶଜନକ ରହିଛି। ଭୁବନେଶ୍ୱର ସହର ପ୍ରଥମ କ୍ୱାର୍ଟରରେ ୩୧୧ ଓ ଦ୍ୱିତୀୟ କ୍ୱାର୍ଟରରେ ୧୬୬ ର଼୍ୟାଙ୍କରେ ରହିଛି। ଏବେ ଗତ ୪ରୁ ୩୧ ତାରିଖ ଯାଏ ତୃତୀୟ କ୍ୱାର୍ଟର ସର୍ଭେ ଆରମ୍ଭ ହୋଇଛି। ଯଦି ସହରର ପରିମଳ ବ୍ୟବସ୍ଥା ଏପରି ରହିବ ତେବେ ପୁଣିଥରେ ଭୁବନେଶ୍ୱର ସ୍ବଚ୍ଛ ସର୍ବେକ୍ଷଣରେ ଖରାପ ପ୍ରଦର୍ଶନ କରିବ।
ଏହି ସପ୍ତାହରେ ଆସିପାରନ୍ତି ସର୍ବେକ୍ଷଣ ଟିମ୍‌
ସ୍ବଚ୍ଛ ସର୍ବେକ୍ଷଣର ତୃତୀୟ କ୍ୱାର୍ଟର ସର୍ଭେ ଆରମ୍ଭ ହୋଇଥିବାବେଳେ ସପ୍ତାହକ ମଧ୍ୟରେ ସର୍ବେକ୍ଷଣ ଟିମ୍‌ ଓଡ଼ିଶା ଆସିବାର ସୂଚନା ମିଳିଛି। ଏଥିପାଇଁ ବିଏମ୍‌ସିର ତତ୍ପରତା ବଢ଼ିଯାଇଛି। ଜଣେ ଅଧିକାରୀ କହିଛନ୍ତି, ସହରାଞ୍ଚଳ ବିକାଶ ନିମନ୍ତେ ଗଠିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଗତ ୧୭ରୁ ୧୯ତାରିଖ ଯାଏ ଭୁବନେଶ୍ୱର, ପୁରୀ ଓ କୋଣାର୍କ ଗସ୍ତ କରିଛନ୍ତି। ସେମାନେ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ କେତେକ ପୌରାଞ୍ଚଳ ବୁଲି ସ୍ବଚ୍ଛତା ଓ ପରିମଳ ସ୍ଥିତିର ସମୀକ୍ଷା କରୁଛନ୍ତି। ଯେକୌଣସି ସମୟରେ କେନ୍ଦ୍ରୀୟ ସର୍ବେକ୍ଷଣ ଟିମ୍‌ ପହଞ୍ଚତ୍ପାରନ୍ତି। ତାରିଖ ସମ୍ପର୍କରେ ଆମେ କହିପାରୁନାହୁଁ। କିନ୍ତୁ ଶେଷ ମୁହୂର୍ତ୍ତରେ ନୁହେଁ, ୨୦ରୁ ୨୬ ତାରିଖ ମଧ୍ୟରେ ସେମାନେ ଆସିବେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ଅଧିବେଶନ ପରିଚାଳନା: ୨୫ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ଆସନ୍ତା ୨୯ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। କରୋନା ମହାମାରୀ ଯୋଗୁ ଆସନ୍ତା ଅଧିବେଶନର ଅବଧି ମାତ୍ର ୮ ଦିନ ରଖାଯାଇଛି।...

କଲବଲ କରୁଛି କୁହୁଡ଼ି, ୨୨ରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୯।୧(ବ୍ୟୁରୋ)- ସାରା ଓଡ଼ିଶାରେ କଲବଲ କରୁଛି କୁହୁଡ଼ି। ଘନ କୁହୁଡ଼ି ସହ ପ୍ରବଳ ଶୀତ ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରିଥିବାବେଳେ ଗାଡ଼ିମୋଟର ପାଇଁ କାଳ...

ରାଜଧାନୀରେ ପିକ୍‌ଅପ୍‌ ଭ୍ୟାନ୍‌ରେ ହତ୍ୟା ଘଟଣା: ଦୁଇ ଅଭିଯୁକ୍ତ ଭାଇ କୋର୍ଟ ଚାଲାଣ

ଭୁବନେଶ୍ୱର,୮।୩(ବ୍ୟୁରୋ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶନିବାର ନୟାପଲ୍ଲୀ ଥାନା ଅଞ୍ଚଳରେ ଜଟ ଓରଫ ଟୁକୁନା ଦାସଙ୍କୁ ରାସ୍ତା ଉପରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭିତରେ...

ଆପାତକାଳିନ ସେବା ଦେବେ ବିଡିଏ କର୍ମଚାରୀ: ଗୁରୁବାରଠୁ ଯୋଗଦେବେ ସବୁ କର୍ମଚାରୀ

ଭୁବନେଶ୍ୱର, ୬।୪(ବ୍ୟୁରୋ): ଭୁବନେଶ୍ୱରରେ ବିଏମ୍‌ସି କର୍ମଚାରୀ ଯେପରି ଆପତାକଳୀନ ସେବା ଯୋଗାଉଛନ୍ତି, ବିଡିଏ କର୍ମଚାରୀମାନେ ମଧ୍ୟ ଆପାତକାଳିନ ସେବା ଯୋଗାଇବେ। ସମସ୍ତ କର୍ମଚାରୀ ଗୁରୁବାର ଅର୍ଥାତ...

ମନ୍ତ୍ରୀପଦ ବଞ୍ଚାଇବାକୁ କସରତ

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ଉପରେ ରହିଛି ୩ ପ୍ରମୁଖ ରାଜନୈତିକ ଦଳଙ୍କ ଆଖି । କଂଗ୍ରେସ ତା’ର ପୁରୁଣା ଗଡ଼କୁ ଫେରାଇ ଆଣିବାକୁ ଉଦ୍ୟମ କରୁଥିବା...

‘ଛାତ୍ର ସଂସଦ ନିର୍ବାଚନ ଘୋଷଣା କରାଯାଉ’

ଖୋର୍ଦ୍ଧା,୨୦ା୭(ପ୍ରଭାତ ପାଣିଗ୍ରାହୀ)ବିଭିନ୍ନ ପ୍ରସଙ୍ଗ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ଦୀର୍ଘ ୪ବର୍ଷ ହେବ ଓଡ଼ିଶାରେ ଛାତ୍ର ସଂସଦ...

ବିଧାନସଭା ସମ୍ମୁଖରେ ୩ ଚାଷୀଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର,୨୭।୧୧(ବ୍ୟୁରୋ)-କଡ଼ା ସୁରକ୍ଷା ବଳୟ ଭେଦ କରି ବିଧାନସଭା ଆଗରେ ପୁଣି ଆତ୍ମାହୁତି ଉଦ୍ୟମ। ଗତ ମଙ୍ଗଳବାର ନୟାଗଡ଼ ପରୀ ହତ୍ୟା ମାମଲାରେ ତାଙ୍କ ବାପା ଓ...

ଗାଁ କଲ୍ୟାଣ ସମିତିକୁ ୨୦ ହଜାର

ଭୁବନେଶ୍ୱର,୨୦।୫(ବ୍ୟୁରୋ): କୋଭିଡ୍‌ ପରିଚାଳନା ପାଇଁ ଗାଁ କଲ୍ୟାଣ ସମିତିକୁ ସାମିଲ କରାଯାଇଛି। ଏ ବାବଦକୁ ସମିତିକୁ ମିଳିବ ସର୍ବାଧିକ ୨୦ ହଜାର ଟଙ୍କା। ୨୦୨୧-୨୨ ବର୍ଷ...

Advertisement
Archives

Model This Week