‘ସ୍ବପ୍ନମହଲର ସ୍ବପ୍ନା’ରେ ଡବଲ ଚରିତ୍ରରେ ରିଙ୍କି

ଦୁଇ ଯାଆଁଳା ଭଉଣୀ। ସ୍ବପ୍ନା ଆଉ ସୁଇଟି। ଦେଖିବାକୁ ଏକାପରି। ଠିକ୍‌ ଯେମିତି ଗୋଟିଏ ଚାଉଳରେ ଗଢ଼ା। ସ୍ବପ୍ନା କାନ୍ଦୁରୀ ହୋଇଥିବା ବେଳେ ସୁଇଟି ରୋକ୍‌ଠୋକ୍‌। କାହାରିକୁ ଛାଡ଼େନା। ପିଲାଟି ବେଳୁ ଅଲଗା ହୋଇଯାଇଛନ୍ତି ଏଇ ଦୁଇ ଭଉଣୀ। ବଡ଼ ହେଉଛି ସ୍ବପ୍ନା। ଭଲ ପାଉଛି ରାଜାକୁ। ମାତ୍ର ରାଜା ପାଇଁ ସ୍ବପ୍ନା କେବଳ ଜଣେ ବାନ୍ଧବୀ। ସ୍ବପ୍ନା ଯେ ତାକୁ ପ୍ରେମକରେ ସେକଥା ସେ ଭାବିପାରେନା। ପରିସ୍ଥିତିରେ ପଡ଼ି ଯେଉଁଦିନ ସ୍ବପ୍ନା ଅଜୟକୁ ବାହାହୋଇଯାଏ ସେହିଦିନ ରାଜା ଜାଣେ ଯେ, ସ୍ବପ୍ନା ତାକୁ ଭଲପାଉଥିଲା। ଅଥୟ ରାଜା ସ୍ବପ୍ନାକୁ ଖୋଜିବୁଲେ। ସ୍ବପ୍ନାର ସ୍ବାମୀ ଅଜୟର ଏକ ଗାଡ଼ି ଆକ୍ସିଡେଣ୍ଟ ହୁଏ। ତାକୁ ଉଦ୍ଧାର କରେ ରାଜା। ଆଉ ରାଜା ଅଜୟର ଜୀବନ ବଞ୍ଚେଇବା ପାଇଁ ତାକୁ ଯେଉଁଠିକି ନେଇଯାଏ ସେଠାରେ ଥାଏ ସୁଇଟି। ସୁଇଟି ଓ ସ୍ବପ୍ନା ତ ଏକାଭଳି ଦେଖିବାକୁ। ତେଣୁ ସୁଇଟିକୁ ଦେଖି ଉଭୟ ରାଜା ଓ ଅଜୟ ଭାବିନିଅନ୍ତି ସେ ହେଉଛି ସ୍ବପ୍ନା। ରାଜା କହେ ଏ ହେଉଛି ମୋ ପ୍ରେମିକା ସ୍ବପ୍ନା। ଅଜୟ କହେ, ଏ ହେଉଛି ମୋ ସ୍ତ୍ରୀ ସ୍ବପ୍ନା। ବାସ୍ତବରେ ସେ ସ୍ବପ୍ନା ହିଁ ନ ଥାଏ। ସେ ହେଉଛି ସୁଇଟି।
ଏହା ହେଉଛି ଯାତ୍ରା ‘ସ୍ବପ୍ନମହଲ’ ପ୍ରାୟୋଜିତ ଚଳିତବର୍ଷର ସୁପରହିଟ୍‌ ନାଟକ ‘ସ୍ବପ୍ନମହଲର ସ୍ବପ୍ନା’ର ସଂକ୍ଷିପ୍ତ କାହାଣୀ। ଏହାପରେ କାହାଣୀ କ’ଣ ହୁଏ କେଉଁ ଆଡ଼କୁ ଗତିକରେ ତାହା ଭିନ୍ନକଥା। ତେବେ ଯାହା ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ଏହି ଦ୍ୱୈତ(ଡବଲ) ଚରିତ୍ରରେ ଅଭିନୟକରି ଚରିତ୍ର ଦୁଇଟିକୁ ଶହେରୁ ଶହେ ପ୍ରତିଶତ ନ୍ୟାୟ ଦେବାରେ ସଫଳ ହୋଇଛନ୍ତି ରିଙ୍କି ଓରଫ ପ୍ରତିଭା ମହାରଣା। ଦୁଇଟି ଯାକ ଚରିତ୍ର ପରସ୍ପରର ବିପରୀତମୁଖୀ। ଜଣେ ଶାନ୍ତ ହେଲେ ଆଉ ଜଣେ ଅଶାନ୍ତ। ”ସାଧାରଣତଃ ଡବଲ ରୋଲ କରିବା କଷ୍ଟକର କଥା। ପୁଣି ଯାତ୍ରାରେ ଡବଲ ରୋଲ ଆହୁରି କଷ୍ଟକର। ଦୁଇଟା ଚରିତ୍ରକୁ ସମାନ ଭାବରେ ନ୍ୟାୟ ନ ଦେଲେ ନାଟକଟିକୁ ଦର୍ଶକ ଗ୍ରହଣ କରିବେ ନାହିଁ। ତେଣୁ ଚଳିତ ବର୍ଷ ଏହା ମୋ ପାଇଁ ଚ୍ୟାଲେଞ୍ଜ। ପାର୍ଟିର ପ୍ରଯୋଜକ, ପରିଚାଳକ, ନାଟ୍ୟକାର ତଥା ନିର୍ଦ୍ଦେଶକ ମୋତେ ଏଥିପାଇଁ ଯୋଗ୍ୟ ବୋଲି ଭାବିଛନ୍ତି। ଆଉ ମୁଁ ସେମାନଙ୍କର ଆଶା ଭରସାକୁ କେବେ ବି ତଳେ ପଡ଼ିବାକୁ ଦେବିନି“ ବୋଲି କହନ୍ତି ଜଲିଉଡ୍‌ର ଏହି ପ୍ରତିଭାଧାରୀ ନାୟିକା। ସେତିକି ନୁହେଁ, ସେ ଏକଥା ବି କହନ୍ତି ଯେ, ”ମୁଁ ଅଭିନୟ କରିବାକୁ ଆସିଛି। ମୋତେ ଯେତେ କଷ୍ଟକର ଅଭିନୟ କରିବାକୁ ଦେଲେ ବି ମୁଁ ପଛକୁ ଫେରିବିନି। ଈଶ୍ୱରଙ୍କ ଆଶୀର୍ବାଦ ଥିଲେ ଅଭିନୟକୁ ଚ୍ୟାଲେଞ୍ଜ ଭାବରେ ନେଇ ତାହାକୁ ସଫଳ କରିବି।“
ଆଲବମ୍‌ରୁ କ୍ୟାରିୟର ଆରମ୍ଭ କରିଥିବା ରିଙ୍କିଙ୍କ ଯାତ୍ରା ଇଂନିସ ଆରମ୍ଭ ହୋଇଥିଲା ‘ରଙ୍ଗମହଲ’ରୁ। ଇତିମଧ୍ୟରେ ସେ ଅନେକ ଯାତ୍ରାନୁଷ୍ଠାନରେ ନିଜର ଅଭିନୟ ଦକ୍ଷତା ଦେଖେଇ ସାରି ଚଳିତ ବର୍ଷ ଆସି ପହଞ୍ଚତ୍ଛନ୍ତି ଯାତ୍ରା ସ୍ବପ୍ନମହଲରେ। ଚଳିତବର୍ଷ ‘ସ୍ବପ୍ନମହଲର ସ୍ବପ୍ନା’ନାଟକକୁ ଛାଡ଼ିଦେଲେ ରିଙ୍କିଙ୍କ ହାତରେ ଅଛି ଆଉ ଦୁଇଖଣ୍ଡ ନାଟକ। ‘ଆପଣମାନେ ଖୁସି ତ’ ନାଟକରେ ସେ ଖୁସି ଚରିତ୍ରରେ ଅଭିନୟ କରିଥିବା ବେଳେ ‘ବାଦ୍‌ଶା’ ନାଟକରେ ସେ ନିଲମ୍‌ ଭୂମିକାରେ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଗୁରୁ ଦାୟିତ୍ୱ, ଜୁନ ୩୦ରେ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ,୧୩।୬: କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଭାରତୀୟ ସେନାର ପରବର୍ତ୍ତୀ ସେନା ମୁଖ୍ୟ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଉପ ସେନା…

ବୁର୍ଲା ଏମସିଏଲର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା, କ୍ୱାର୍ଟରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର,୧୩।୬,(ପ୍ରମୋଦ ବହିଦାର): ବୁର୍ଲା ଆନନ୍ଦ ବିହାର ସ୍ଥିତ ମହାନଦୀ କୋଲଫିଲ୍ଡସ ଲିମିଟେଡ(ଏମସିଏଲ)ର ଜଣେ ମହିଳା କର୍ମଚାରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ମହିଳା ଜଣକ ହେଉଛନ୍ତି…

ଇତିହାସ ରଚିଲା ‘ମାଇକେଲ’: ବିଶ୍ୱପ୍ୟାପୀ ଚମତ୍କାର ପ୍ରଦର୍ଶନ

ମାଇକେଲ ଜ୍ୟାକସନଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ’ ବକ୍ସ ଅଫିସ୍‌ରେ ଚମତ୍କାର ପ୍ରଦର୍ଶନ କରିଛି। ଏହା ନମ୍ବର ୧ ମ୍ୟୁଜିକାଲ ବାୟୋପିକ ପାଲଟିଛି। ପୂର୍ବ ରେକର୍ଡଧାରୀ…

ରମେଶ-ଦେବାଶିଷଙ୍କୁ ଭାଜପା ଦେଲା ନୂଆ ଦାୟିତ୍ୱ: ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛା

ପୁରୁଷୋତ୍ତମପୁର,୧୩।୬(ସବିତା ମିଶ୍ର): ଭାରତୀୟ ଜନତାପାର୍ଟି ଗଞ୍ଜାମ ଜିଲାରେ ଦଳକୁ ଶକ୍ତିଶାଳୀ କରିବା ସହ ସଂଗଠନକୁ ଆଗେଇନେବା ଲାଗି ପୁରୁଷୋତ୍ତମପୁର ଦୁଇ ଯୁବନେତାଙ୍କୁ ଗୁରୁଦାଇତ୍ବ ଦେଇଛି। ବଡଖରିଡା ପଞ୍ଚାୟତ…

ପ୍ରକଳ୍ପ ସମୀକ୍ଷା କଲେ ଆଇନ ମନ୍ତ୍ରୀ: ତୁରନ୍ତ ସାରିବାକୁ ନିର୍ଦ୍ଦେଶ

ଛତ୍ରପୁର,୧୩।୬(ଦିଲ୍ଲୀପ ସାମଲ): ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ଗଞ୍ଜାମ ଜିଲା ପ୍ରଭାରୀ ପୃଥୀରାଜ ହରିଚନ୍ଦନ ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ…

ମମତାଙ୍କ ପାଇଁ ଆସିଲା ଖୁସି ଖବର! ଦଳରେ ବିଦ୍ରୋହ ଭିତରେ ଏକାଠି ହେଲେ…

କୋଲକାତା,୧୩।୬: ପଶ୍ଚିମବଙ୍ଗ ରାଜନୀତି ଉପରେ ଏବେ ସାରା ଦେଶର ନଜର ରହିଛି। ଏହି ସମୟରେ ତୃଣମୂଳ କଂଗ୍ରେସ (TMC) ଭିତରେ ଗତ କିଛି ଦିନ ହେବ କଳହ…

ମାସକ ଭିତରେ ରାଜ୍ୟର ପ୍ରତିଷ୍ଠାନଗୁଡ଼ିକର ନାମ ସଂଶୋଧନ ହେବ: ରାଜସ୍ୱ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୩।୬: ରାଜ୍ୟର ବିଭିନ୍ନ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ସଂସ୍ଥାଗୁଡ଼ିକର ନାମରେ ଥିବା ତ୍ରୁଟିକୁ ସଂଶୋଧନ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା…

ରାଜ୍ୟବାସୀଙ୍କୁ ବଡ଼ ଝଟ୍‌କା, ଜୁନ ମାସ ଶେଷକୁ ବଢ଼ିକି ଆସିବ ବିଜୁଳି ବିଲ୍‌!

ନୂଆଦିଲ୍‌ଲୀ,୧୩।୬: ଗ୍ରାହକମାନଙ୍କୁ ଖୁବଶୀଘ୍ର ମହଙ୍ଗା ବିଜୁଳିର ଝଟକା ଲାଗିପାରେ। କାରଣ ପଶ୍ଚିମ ଏସିଆରେ ଜାରି ରହିଥିବା ଭୂ-ରାଜନୈତିକ ସଙ୍କଟ ଏବଂ ଯୁଦ୍ଧର ସିଧାସଳଖ ପ୍ରଭାବ ବିଦ୍ୟୁତ ଉତ୍ପାଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri