Posted inଖେଳ

ସ୍ବତନ୍ତ୍ର ଟି୨୦ ବ୍ୟାଟ୍ସମ୍ୟାନଙ୍କ କ୍ଲବରେ ଧାଓ୍ବନ

ବାଙ୍ଗାଲୋର,୨୨।୯(ପିଟି): ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ୟ ଟି୨୦ ମ୍ୟାଚ୍‌ରେ ଶିଖର ଧାଓ୍ବନ ୩୬ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଅବସରରେ ସେ ଟି୨୦ ଫର୍ମାଟରେ ଧାଓ୍ବାନ ୭୦୦୦ ରନ୍‌ ପୂରଣ କରି ସ୍ବତନ୍ତ୍ର ବ୍ୟାଟ୍ସମ୍ୟାନଙ୍କ କ୍ଲବରେ ସାମିଲ ହୋଇଛନ୍ତି। ଦେଶର ୪ର୍ଥ ବ୍ୟାଟ୍ସମ୍ୟାନ ଭାବେ ଧାଓ୍ବନ ଏହି ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ଏହି ତାଲିକାରେ ବିରାଟ କୋହଲି (୮,୫୪୭), ରୋହିତ ଶର୍ମା (୮,୩୦୩) ଓ ସୁରେଶ ରାଇନା (୮,୩୯୨) ରହିଛନ୍ତି। ମୋଟ ଉପରେ ୭ ହଜାର ରନ୍‌ ପୂରଣ କରିବାରେ ଧାଓ୍ବନ ବିଶ୍ୱର ୧୫ ନଂ ବ୍ୟାଟ୍ସମ୍ୟାନ। ଏଥିରେ ଓ୍ବେଷ୍ଟଇଣ୍ଡିଜର କିମ୍ବଦନ୍ତୀ ଓପନର କ୍ରିସ ଗେଲ ୧୩,୦୨୧ ରନ୍‌ ସହ ଶୀର୍ଷରେ ଅଛନ୍ତି। ତାଙ୍କ ପରେ ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରେଣ୍ଡଡ଼ ମ୍ୟାକୁଲମ (୯,୯୨୨) ଓ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର କିରନ ପୋର୍ଲାଡ (୯,୬୦୧) ରହିଛନ୍ତି। କେବଳ ଏହି ୩ ଜଣ ବ୍ୟାଟ୍ସମ୍ୟାନ ଟି୨୦ ଫର୍ମାଟରେ ୯ ହଜାର ଅତିକ୍ରମ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଂକେତ ଉପରେ ବୁଢ଼ାବଳଙ୍ଗ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ, ଏସ୍‌ପି

ବୈଶିଙ୍ଗା,୨୮।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ତଥା ବେତନଟୀ ବ୍ଲକ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ପୋଲ ନିକଟରେ ମଙ୍ଗଳବାର ଦ୍ୱିପ୍ରହର ସୁଦ୍ଧା ଜଳସ୍ତର ବିପଦ…

ପାଲଲହଡ଼ା-ବାଉଁଶଯୋଡ଼ା ବ୍ରିଜରେ ୫ ଫୁଟ ବନ୍ୟା ପାଣି

ଭୁବନେଶ୍ୱର,୨୮।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ପାଲଲହଡ଼ା-ବାଉଁଶଯୋଡ଼ା ନଦୀ ବ୍ରିଜ ଉପରେ…

ଅଚାନକ ଭାରତୀୟ କୋଚ୍‌ ଦେଲେ ଇସ୍ତଫା: କ୍ରିକେଟ ଜଗତରେ ହଇଚଇ, ଏମିତି ନିଷ୍ପତ୍ତି ନେଇ…

ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍‌ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ…

ସରକାରଙ୍କ ବଡ଼ ଘୋଷଣା ରାକ୍ଷୀ ପୂର୍ଣ୍ଣିମାଠାରୁ ପ୍ରତି ମାସରେ ମହିଳାଙ୍କ ଖାତାକୁ ଆସିବ ୨୫୦୦ଟଙ୍କା

ନୂଆଦିଲ୍ଲୀ,୨୮।୭: ରକ୍ଷା ବନ୍ଧନ ପୂର୍ବରୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କ୍ୟାବିନେଟ ନିଷ୍ପତ୍ତି ମାଧ୍ୟମରେ ଦିଲ୍ଲୀର ଭଉଣୀମାନଙ୍କୁ…

କେରଳ ଦାଦନ ଖଟିବାକୁ ଯାଇ ଯୁବକ ମୃତ: ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ଜି.ଉଦୟଗିରି,୨୮।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲାରୁ ସୁଦୂର କେରଳରେ ଦାଦନ ଖଟିବାକୁ ଯାଇ ଯୁବକଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା…

କଙ୍ଗନାଙ୍କ ବିବାଦୀୟ ବୟାନର ଜବାବ ରଖିଲା CJP

ନୂଆଦିଲ୍ଲୀ,୨୮।୭: ଭାଜପା ଏମପି କଙ୍ଗନା ରାଣାୱତଙ୍କ Gen-Z ସମ୍ପର୍କରେ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି; ସେ Gen-Zକୁ ‘ଜେନେରେଶନ ଗଟର’ ବୋଲି କହିଥିଲେ। ‘କକ୍ରୋଚ ଜନତା ପାର୍ଟି’ର…

ଶ୍ରାବଣରେ ଏହି ୩ ଗ୍ରହଙ୍କ ଚାଲିରେ ହେବ ବଡ଼ ପରିବର୍ତ୍ତନ, ୪ ରାଶିଙ୍କ ବଢ଼ିପାରେ ସମସ୍ୟା! ରୁହନ୍ତୁ ସତର୍କ…

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଏହି ମାସରେ ମହାଦେବଙ୍କ ବିଶେଷ ପୂଜାର୍ଚ୍ଚନା ଏବଂ ଜଳାଭିଷେକର ବିଧାନ ରହିଛି। ଦୃକ ପଞ୍ଚାଙ୍ଗ ଅନୁସାରେ, ଏହି ବର୍ଷ…

ପୁଅ ନେଲା ବାପାଙ୍କ ଜୀବନ

କୁଚିଣ୍ଡା,୨୮।୭(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ଧୂଡିପାଲି ପଞ୍ଚାୟତ ମନାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ର କରି ପୁଅର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri