ସ୍ବଚ୍ଛ, ମଳମୁକ୍ତ ଗ୍ରାମଭାବେ ପୁରସ୍କୃତ ହୋଇଥିଲା ଟାଙ୍ଗରସାହି: ପାଇଖାନା ନିର୍ମାଣ ଅର୍ଥ ନ ପାଇ ନିରାଶ ହିତାଧିକାରୀ

କାଳିଆପାଣି,୨୯।୯(ଡି.ଏନ.ଏ.)- ସୁକିନ୍ଦା ବ୍ଲକରେ ସ୍ବଚ୍ଛ ଓ ମଳମୁକ୍ତ ଗ୍ରାମଭାବେ ଉଦାହରଣ ସୃଷ୍ଟି କରିଥିବା ଟାଙ୍ଗରସାହି ଗ୍ରାମର ହିତାଧିକାରୀ ପ୍ରଶାସନର ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଗତବର୍ଷ ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଟାଙ୍ଗରସାହି ଗ୍ରାମକୁ ସ୍ବଚ୍ଛ ଓ ମଳମୁକ୍ତ ଗ୍ରାମ ଭାବେ ପୁରସ୍କୃତ କରାଯାଇଥିଲା। ଯେଉଁଥିରେ ସ୍ଥାନୀୟ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ହେଲେ ଅଦ୍ୟାବଧି ପାଇଖାନା ନିର୍ମାଣ କରିଥିବା ହିତାଧିକାରୀ ସେମାନଙ୍କ ନିର୍ମାଣ ଟଙ୍କା ପାଇ ନ ଥିବା ଅଭିଯୋଗ କରିଛନ୍ତି। ଏପରିକି ଶୋଷଣର ଶିକାର ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି। ସେ ସମୟରେ ଓଡ଼ିଶା ଖଣି ନିଗମ ପକ୍ଷରୁ ଫିଡ୍‌ବ୍ୟାକ ଫାଉଣ୍ଡେଶନ ଏନ୍‌ଜିଓ ତତ୍ୱାବଧାନରେ ନିଗରାନି ଟିମ୍‌ ଗଠନ କରାଯାଇଥିଲା। ଏହି ଦଳର ପ୍ରେରଣାରେ ମହିଳାମାନେ ଘରଘର ପହଞ୍ଚି ପାଇଖାନା ନିର୍ମାଣ କରି ପରିବେଶକୁ ସ୍ବଚ୍ଛ ଓ ମଳମୁକ୍ତ କରିବାକୁ ବୁଝାଇଥିଲେ। ଗ୍ରାମବାସୀମାନେ ପ୍ରତିଯୋଗିତାମୂଳକ ଭାବେ ପାଇଖାନା ନିର୍ମାଣ କରିବା ସହ ବାହାରେ ମଳତ୍ୟାଗ କରିବା ନାହିଁ କିମ୍ବା କାହାକୁ କରିବାକୁ ଦେବା ନାହିଁ ବୋଲି ପ୍ରତିଜ୍ଞା ନେଇଥିଲେ। ଆଦିବାସୀ ଅଧ୍ୟୁସିତ ପଞ୍ଚାୟତରେ ଏହି ଗ୍ରାମକୁ ଦେଖି ଉତ୍ସାହିତ ହୋଇ ସମସ୍ତ ଗ୍ରାମବାସୀ ପାଇଖାନା ନିର୍ମାଣ କରିଥିଲେ। ଧାର କରଜ କରି ପାଇଖାନା ନିର୍ମାଣ କରିଥିବା ହିତାଧିକାରୀଙ୍କୁ ମାତ୍ର ଏକ ମାସରେ ତାଙ୍କ ପ୍ରାପ୍ୟ ୧୨ହଜାର ଟଙ୍କା ପାଇଯିବେ ବୋଲି ଜଳ ପରିମଳ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ବର୍ଷେରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କ ପ୍ରାପ୍ୟ ପାଇ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହି ଟଙ୍କା ପାଇବାକୁ ବ୍ଲକ କାର୍ଯ୍ୟାଳୟ ଦୌଡ଼ିଦୌଡ଼ି ହିତାଧିକାରୀମାନେ ନୟାନ୍ତ ହୋଇପଡ଼ିଥିବା ଟାଙ୍ଗରସାହି ପ୍ରଭାତି ମହାନ୍ତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଆରଡ଼ବ୍ଲ୍ୟୁଏସ୍‌ଏସ୍‌ ସୁକିନ୍ଦା ବ୍ଲକ କନିଷ୍ଠଯନ୍ତ୍ରୀ ବିଷ୍ଣୁମୋହନ ଶତପଥିଙ୍କୁ ପଚାରିବାରୁ, ଅନେକ ପଞ୍ଚାୟତର ହିତାଧିକାରୀ ପାଇଖାନା ଅର୍ଥ ପାଇବାକୁ ଅଛି। ସେମାନେ ସମସ୍ତେ କିପରି ବକେୟା ଅର୍ଥ ତୁରନ୍ତ ପାଇବେ ସେଥିପାଇଁ ଚେଷ୍ଟା କରାଯାଉଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଗଜ କଲମରେ କଳାଗ୍ରାମ

କାମାକ୍ଷାନଗର, ୧୧।୧ (ସୁଧୀର କୁମାର ପରିଡ଼ା): ଘରେ ଘରେ କଳାକାର। କମିନି କଳାର ଆଦର। ପିଢ଼ି ପରେ ପିଢ଼ି ନିଷ୍ଠାପର ଉଦ୍ୟମ ବଳରେ ଗ୍ରାମରେ ଏବେ...

ଦୁର୍ଗାପୂଜା ପାଇଁ ଉତ୍ସବମୁଖର ବିଜେପୁର

ବିଜେପୁର, ୭।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ପୁରପଲ୍ଲୀ ଶାରଦୀୟ ଦୁର୍ଗାପୂଜା ପାଇଁ ବେଶ୍‌ ଉତ୍ସବମୁଖର ହୋଇପଡ଼ିଛି। ଏହି କ୍ରମରେ ସ୍ଥାନୀୟ ଏନ୍‌ଏସି ସଦର...

ଆମପାଣି ଘାଟିରେ କାର୍‌କୁ ଧକ୍କା ଦେଲା ଟ୍ରକ୍‌, ୭ ଗୁରୁତର

କୋକସରା,୯।୬(ଡି.ଏନ.ଏ.):କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟି ରାସ୍ତା ଏକ ବୁଲାଣିରେ ରବିବାର କୋଟପାଡ଼ରୁ ଭବାନୀପାଟଣା ଆସୁଥିତ୍ବା ଏକ କାର (ନଂ.ଓଡି୧୦ଜେ-୩୪୭୦)କୁ ବିପରିତ ଦିଗରୁ ଆସୁଥିବା...

ସ୍ବଚ୍ଛ ଭାରତ ମିଶନ: ସରିଛି ୭୩.୨୫ ପ୍ରତିଶତ ଶୌଚାଳୟ ନିର୍ମାଣ: ଜୁଲାଇ ୨୦ ସୁଦ୍ଧା ଅବଶିଷ୍ଟ ସାରିବାକୁ ଲକ୍ଷ୍ୟ

ବନ୍ତ, ୨୧।୬ (ସ୍ବ.ପ୍ର.) – ପରିବେଶ ସ୍ବଚ୍ଛତା ସହିତ ଖୋଲାରେ ଶୌଚ ନ ହେବା ପାଇଁ କେନ୍ଦ୍ର ସରକାର ୨୦୧୬ ଅ୍ରକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ...

ମିଶନ ‘ବିୟୁଟି ସିଟି’କୁ ସ୍ବାଗତ: ସହରକୁ ଜବରଦଖଲ ମୁକ୍ତ ଦାବି

ବାଲେଶ୍ୱର ଅଫିସ,୨୬।୭-ବାଲେଶ୍ୱର ସହର ରାସ୍ତା ତଥା ନୟନଯୋରୀକୁ ଜବରଦଖଲ କରି ବହୁ ବ୍ୟକ୍ତିବିଶେଷ, ବ୍ୟବସାୟୀମାନେ ସଙ୍କୁଚିତ କରିବା ଦ୍ୱାରା ସର୍ବସାଧାରଣ ଯାତାୟାତରେ ସମସ୍ୟା ଭୋଗୁଛନ୍ତି। ଏହାକୁ...

ଜିଲା କୋଷାଗାରକୁ ଯିବ ୫ କ୍ୱିଣ୍ଟାଲ ରୁପା

ପୁରୀ ଅଫିସ, ୪।୧୦: ଶ୍ରୀମନ୍ଦିରର କଳାହାଟା ଦ୍ୱାର ପାଇଁ ଆସିଥିବା ସମସ୍ତ ୫ କ୍ୱିଣ୍ଟାଲ ରୁପାକୁ ମଙ୍ଗଳବାର ନିଳାଦ୍ରୀ ଭକ୍ତନିବାସ ଷ୍ଟ୍ରଙ୍ଗରୁମରୁ ଜିଲା କୋଷାଗାରକୁ ସ୍ଥାନାନ୍ତର...

ରାତି ଦେଖିଲା ଅନୁଗୋଳ ବଜାର

ଅନୁଗୋଳ ଅଫିସ, ୨ା୯ – ଗତ ୫ ମାସ ହେଲା ବାରମ୍ବାର ଶଟ୍‌ଡାଉନ୍‌, ଲକ୍‌ଡାଉନ୍‌ ଓ କର୍ଫ୍ୟୁ ପରେ ମଙ୍ଗଳବାରଠାରୁ ଅନୁଗୋଳରେ ସ୍ବାଭାବିକ ହୋଇଛି ବ୍ୟବସାୟ...

ଧାନ କିଣାବିକାରେ ଟୋକନ ବ୍ୟବସ୍ଥାକୁ ବିରୋଧ: ଅତାବିରାରେ ୧୨ ଘଣ୍ଟିଆ ବନ୍ଦ ଆରମ୍ଭ

ବରଗଡ ଅଫିସ,୨୦।୧୧: ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାର ଟୋକନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଛନ୍ତି। ସରକାରଙ୍କ ଏହି ବ୍ୟବସ୍ଥାକୁ ଚାଷୀମାନେ ଦୃଢ ବିରୋଧ...

Advertisement


Archives

Model This Week