ସ୍ବଚ୍ଛ ଭାରତ ମିଶନ: ଘରୋଇ ପାଇଖାନାରୁ ବଞ୍ଚିତ ଆଦିବାସୀ

ନୂଆଗାଁ,୨୫ା୮ (ଡି.ଏନ.ଏ.): ସ୍ବଚ୍ଛ ଭାରତ ମିଶନ ମାଧ୍ୟମରେ ଦେଶର ପ୍ରତ୍ୟେକ ପରିବାରକୁ ଘରୋଇ ପାଇଖାନା ଯୋଗାଇଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ହେଲେ କେତେଜଣ କର୍ମଚାରୀଙ୍କ ଅବହେଳା ଯୋଗୁ ଏହାର ସୁଫଳ ଲୋକମାନେ ପାଇପାରୁ ନାହାନ୍ତି। ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଏହାର ନମୁନା ଦେଖିବାକୁ ମିଳିଛି। ବ୍ଲକ ଅନ୍ତର୍ଗତ ଜାକେଡା, ଗୁମୀ, କାପ୍ତାପଲ୍ଲୀ ପଞ୍ଚାୟତରେ ଅନେକ ଆଦିବାସୀ ପରିବାର ଏହି କାର୍ଯ୍ୟକ୍ରମ ଜରିଆରେ ଘରୋଇ ପାଇଖାନା ପାଇବାରୁ ବଞ୍ଚିତ ହୋଇଛନ୍ତି।
ଘରୋଇ ପାଇଖାନା ନିର୍ମାଣ କାର୍ଯ୍ୟ ସୁଚାରୁରୂପେ ତୁଲାଇବା ପାଇଁ ପ୍ରଥମେ ଏକ ବେସ୍‌ ଲାଇନ ସର୍ଭେ କରାଯାଇଥିଲା। ସେଥିରେ ନୂଆଗାଁ ବ୍ଲକର ୨୫୯୬୩ ହିତାଧିକାରୀଙ୍କ ନାମ ପଞ୍ଜୀକୃତ ହୋଇ ପ୍ରଥମ ପର୍ଯ୍ୟାୟରେ ୪୯୯୦ ହିତାଧିକାରୀଙ୍କ ପାଇଖାନା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ ୨୦୯୭୩ ହିତାଧିକାରୀଙ୍କ ପାଇଖାନା ନିର୍ମାଣ ୨୦୧୯ ଅକ୍ଟୋବର ସୁଦ୍ଧା କରାଇବାର ଯୋଜନା ରହିଥିବା ବେଳେ ଅଦ୍ୟାବଧି ପ୍ରାୟ ୭ ହଜାର ହିତାଧିକାରୀଙ୍କ ପାଇଖାନା ନିର୍ମାଣ ହୋଇପାରି ନାହିଁ । ସେହିପରି ଦୁଇଟି ଯାକ ତାଲିକାରୁ ବାଦ୍‌ ପଡିଥିବା ବଡଜିରି, ତାକୁଡା, ଲୁଣି, ବାଗିଆମା, କେନ୍ଦୁବଣିଆ, କୁଶବିଡା, ସୁଡୁଙ୍ଗି, ବାମୁରୀ ଆଦି ଗ୍ରାମର ଆଦିବାସୀଙ୍କ ସମେତ ଅନ୍ୟ ହିତାଧିକାରୀଙ୍କ ନାମ ତାଲିକାଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ତାହା କରାଯାଇ ନାହିଁ। ତେଣୁ ଅକ୍ଟୋବର ମାସରେ ସ୍ବଚ୍ଛ ଭାରତ ମିଶନ ଦ୍ୱାରା କରାଯାଉଥିବା ଘରୋଇ ପାଇଖାନା ନିର୍ମାଣ ବନ୍ଦ ହେବାକୁ ବସିଥିବା ବେଳେ ତାଲିକାରୁ ବାଦ୍‌ ପଡିଥିବା ଆଦିବାସୀମାନେ କିଭଳି ପାଇଖାନା ନିର୍ମାଣ କରିବେ ସେ ନେଇ ଚିନ୍ତାରେ ଅଛନ୍ତି। ଅନ୍ୟପକ୍ଷେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ ବ୍ୟସ୍ତ ଯୋଗୁ ନୂଆଗାଁ ବ୍ଲକର ଆମ ଗାଁ ଆମ ବିକାଶ କାର୍ଯ୍ୟ ହୋଇପାରୁ ନ ଥିବା ନେଇ ଗତ ସମିତି ବୈଠକରେ ବିଡିଓ ସଫେଇ ଦେଇଥିବା ବେଳେ ପ୍ରାୟ ୭ ହଜାର ହିତାଧିକାରୀଙ୍କ ପାଇଖାନା ନିର୍ମାଣ ନ ହେବା ଓ ଆଦିବାସୀମାନଙ୍କ ନାମ ତାଲିକାଭୁକ୍ତ କରାଯାଇ ନ ପାରିବା କର୍ମଚାରୀମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ଲକ ଅଧିକାରୀମାନଙ୍କ ଅବହେଳା ଯୋଗୁ ଜନସାଧାରଣ ସରକାରୀ ଯୋଜନାରୁ ବଞ୍ଚତ୍ତ ହେଉଥିବା କହିଛନ୍ତି ଜାକେଡା ସରପଞ୍ଚ ତ୍ରିଲୋଚନ ସାହୁ। ଏ ସମ୍ପର୍କରେ ନୂଆଗାଁ ବିଡିଓ ଶିରିୟାଲ ଶୁଭ୍ର ପଟେଲଙ୍କୁ ପଚାରିବାରୁ ସେ କହିଥିଲେ, ତାଲିକାରୁ ବାଦ୍‌ ପଡିଥିବା ଲୋକମାନଙ୍କ ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ମାଧ୍ୟମରେ ପାଇଖାନା ନିର୍ମାଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri