Posted inଫୁରସତ

ସ୍ବଚ୍ଛତାର ଅଜବ ତରିକା

କାନପୁର: ସ୍ବଚ୍ଛ ଭାରତ ଯୋଜନାକୁ କେମିତି ସଫଳତା ମିଳିବ ତାହା ପାଇଁ ସରକାରୀ ତଥା ବ୍ୟକ୍ତିଗତ ସ୍ତରରେ ଦେଶର ସବୁଆଡେ ଚେଷ୍ଟା କରାଯାଉଛି। କିନ୍ତୁ ଛତିଶଗଡ଼ ଭିଲାଇର ଓ୍ବେଲ୍‌ଫେୟାର ଫାଉଣ୍ଡେଶନ ଯେଉଁ ଉପାୟ ଆପଣାଇଛିି ତାହା ସାରା ଦେଶକୁ ଏକ ସନ୍ଦେଶ ଦେଇଛି। ଏହା ଏକଦମ ବଢ଼ିଆ ଉପାୟ। ଖେଳକୁ ଖେଳ ତା’ସାଙ୍ଗକୁ ଚାଲିଛି ସ୍ବଚ୍ଛତା ଅଭିଯାନ । ଭିଲାଇ ବିକାଶଖଣ୍ଡର ମାଟରା ଗାଁ। ଏହାର ଲୋକସଂଖ୍ୟା ୨୫୦୦। ଏହି ଗାଁରେ ଓ୍ବେଲ୍‌ଫେୟାର ଫାଉଣ୍ଡେଶନ ପ୍ରତି ରବିବାର ଯୁବକଙ୍କ ମଧ୍ୟରେ କ୍ରିକେଟ ମ୍ୟାଚ କରାଉଛି। ଦୁଇଟି ଟିମ୍‌କୁ ସ୍ବଚ୍ଛତା ଦୂତ, ସ୍ବଚ୍ଛତା ସିପାହି ଭାବେ ସ୍ବାଗତ କରାଯାଉଛି। ଦୁଇ ଟିମ୍‌ ପ୍ରଥମେ ଗାଁରେ ମାର୍ଚ୍ଚପାଷ୍ଟ କରି ଖେଳ ଆରମ୍ଭ ହେବାକୁ ଯାଉଛି ବୋଲି ସୂଚନା ଦେଇଥାନ୍ତି। ଖେଳ ଶେଷ ହେବା ପରେ ଉଭୟ ବିଜେତା ଓ ଉପ ବିଜେତା ଟିମ୍‌କୁ ସମାନ ସମ୍ମାନ ମିଳେ। କିନ୍ତୁ ନିୟମ ମୁତାବକ ମ୍ୟାଚ୍‌ରେ ହାରୁଥିବା ଟିମ୍‌ ସେହି ସପ୍ତାହରେ ଗାଁ ସଫା କରୁଛି। କେବଳ ମାଟରା ନୁହେଁ ଏହାର ଆଖପାଖ ଗାଁରେ ବି ଏହାର ପ୍ରଭାବ ପଡିଛି। ସଂସ୍ଥାର ଏହି ଫର୍ମୁଲାକୁ ଦେଶ ସମ୍ମୁଖରେ ଏକ ମଡେଲ କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ସୂତ୍ର କୌଣସି କଠିନ କାର୍ଯ୍ୟକୁ ସରଳ କରିଦେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ସ୍ବଚ୍ଛତାର ଏହି ଅଭିନବ ଉପାୟ ପ୍ରତି ଗ୍ରାମବାସୀ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି। ଓ୍ବେଲ୍‌ଫେୟାର ଫାଉଣ୍ଡେଶନ ଦୋକାନୀଙ୍କୁ ଝାଡୁ ଓ ଡଷ୍ଟବିନ ବାଣ୍ଟିବା ସହ ବର୍ଜ୍ୟକୁ ଅଲଗା ରଖିବାକୁ ଗାମବାସୀଙ୍କୁ ବସ୍ତା ବାଣ୍ଟୁଛି। ଏହି ସଂସ୍ଥାର ସମ୍ପାଦକ କହନ୍ତି, ଗାମବାସୀଙ୍କ ମଧ୍ୟର ଅଧିକାଂଶ ଶ୍ରମିକ ଓ କୃଷକ। ତଥାପି ଏମାନଙ୍କ ଚିନ୍ତାଧାରା ପୂରା ଭିନ୍ନ। ଏମାନେ ସଂସ୍ଥାକୁ ପୂରା ସହଯୋଗ କରି ସ୍ବଚ୍ଛତାକୁ ଆଗକୁ ବଢାଇବାରେ ଲାଗିଛନ୍ତି। ସ୍ବଚ୍ଛତାର ଏହି ସୁନ୍ଦର ଉପାୟ ଯଦି ପ୍ରତି ଗାଁ ଓ ସହର ଆପଣାଇ ପାରନ୍ତେ ତେବେ ସ୍ବଚ୍ଛତା ଶୀଘ୍ର ଆସିପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ମଦ୍ୟପାନ ନିଷେଧ ରାଜ୍ୟ ନାଗାଲାଣ୍ଡରେ ହଇଚଇ: ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ

କୋହିମା,୨୬।୯: ମଦ ନିଷେଧାଦେଶ ଲାଗୁ ଥିବା ରାଜ୍ୟ ନାଗାଲାଣ୍ଡରେ ମଦ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରାଜ୍ୟର ମୋକୋକଚୁଙ୍ଗ (Mokokchung) ଏବଂ ଟୁଏନସାଙ୍ଗ (Tuensang) ଜିଲାରେ ଭେଜାଲ…

ନିର୍ବାଚନ ଆୟୋଗଙ୍କ ବଡ଼ ପଦକ୍ଷେପ ପରେ ପ୍ରଶ୍ନ ଉଠାଇଲେ CJP ମୁଖ୍ୟ ଦୀପକେ, କହିଲେ, ‘ଏପର୍ଯ୍ୟନ୍ତ ଏହା କାହିଁକି କରାଯାଇନଥିଲା?’

ନୂଆଦିଲ୍ଲୀ,୨୬।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ପୁଣିଥରେ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଛନ୍ତି। ଶନିବାର (୨୬ ସେପ୍ଟେମ୍ବର) ସେ ସୋସିଆଲ ମିଡିଆରେ ଏକ…

ତେଲ-ଉତେଇ ନଦୀରେ ବନ୍ୟା: ଶତାଧିକ ଚାଷଜମି ଜଳମଗ୍ନ

କର୍ଲାମୁଣ୍ଡା,୨୬।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

କପାଚାଷ ଦେଖିବାକୁ ଯାଇଥିଲେ ଚାଷୀ, ହାତୀ ହାବୁଡ଼ରେ ପଡ଼ିବାରୁ କଚାଡ଼ି କଚାଡ଼ି ମାରିଲା

ଲାଞ୍ଜିଗଡ଼,୨୬ା୯(ରମେଶ ଚନ୍ଦ୍ର ନାୟକ): ବିଜେପୁର ବନବିଭାଗ ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେଥିଆପଡ଼ା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ବିଜେପୁର ଥାନା ଏବଂ…

ଗୋବିନ୍ଦାଙ୍କୁ ଫେରାଇ ଆଣିବାକୁ କୋମଲ ରାଣୀଙ୍କ ବିରୁଦ୍ଧରେ ମୁହଁ ଖୋଲିଲେ ସୁନିତା! ହାତଯୋଡି କଲେ ନିବେଦନ, ଭିଡ଼ିଓ ଦେଖିଲେ…

ମୁମ୍ବାଇ,୨୬।୯: ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଆସୁଛି। ଖବର ଅନୁଯାୟୀ, ସୁନିତା ଅଭିଯୋଗ କରିଛନ୍ତି ଯେ ଗୋବିନ୍ଦାଙ୍କର କୋମଲ ରାଣୀ…

ଘୋଡ଼ାହାଡ଼ ଡ୍ୟାମ୍‌ରେ ବଢୁଛି ଜଳପତ୍ତନ: ଗୋଟିଏ ଗେଟ୍‌ ଖୋଲି ନଦୀକୁ ଛଡ଼ାଗଲା ପାଣି

ଦିଗପହଣ୍ଡି,୨୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଘୋଡ଼ାହାଡ଼ ଡ୍ୟାମ୍‌ରୁ ସ୍ପିଲ ଓ୍ବେ ମୁଖ୍ୟ ଫାଟକର ଗୋଟିଏ ଗେଟ୍‌ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ଶନିବାର ସକାଳ ପ୍ରାୟ…

‘ଟ୍ରମ୍ପ ଆମ ଜୀବନ ବଞ୍ଚାଇଥିଲେ’ ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଏବେ ମଧ୍ୟ ଭୁଲିନାହିଁ ପାକିସ୍ତାନ; ମନେ ପକାଇ କହିଲା…

ଇସଲାମାବାଦ,୨୬।୯: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମେ’ ୨୦୨୫ରେ ଭାରତ ଦ୍ୱାରା ପାକିସ୍ତାନ ବିରୋଧରେ ଆରମ୍ଭ କରାଯାଇଥିବା ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଭୁଲି ନାହାନ୍ତି; ସେଥିପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?