ସ୍ପେଶାଲ ସ୍କ୍ବାଡ୍‌ର ଚଢ଼ାଉ:ଜବତ ହେଲା ୭ ପେଟି ସିରପ୍‌

ଅନୁଗୋଳ ଅଫିସ, ୨୨ା୧୦

ନିଶା କବଳରେ ପଡ଼ିଥିବା ଯୁବପିଢ଼ି ଏବେ କଫ୍‌ ସିରପ୍‌କୁ ନିଶା ପାନୀୟ ଭାବେ ବ୍ୟବହାର କରୁଛନ୍ତି। ଫଳରେ ଅନୁଗୋଳ ସହରରେ ଏପରି କଫ୍‌ ସିରପର ଚୋରା କାରବାର ବୃଦ୍ଧି ପାଉଥିବା ବେଳେ ଅସାଧୁ ବ୍ୟବସାୟୀମାନେ ମଧ୍ୟ ଚଢ଼ା ଦରରେ ବିକ୍ରି କରି ବେଶ୍‌ ଭଲ ଆୟ କରୁଛନ୍ତି। ସୋମବାର ଅନୁଗୋଳ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଡେଲି ମାର୍କେଟ୍‌ରେ ଥିବା ଏକ ମେଡିକାଲ ଷ୍ଟୋରରେ ଚଢ଼ାଉ କରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ କରିବା ସହ ଜଣଙ୍କୁ ଉଠାଇ ନେଇଛି। ଷ୍ଟୋରର ଅନ୍ୟ ଜଣେ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଉକ୍ତ ଷ୍ଟୋରରୁ ୭ ପେଟି (ପାଖାପାଖି ୭୩୦ ବୋତଲ) କଫ୍‌ ସିରପ ଜବତ କରାଯିବା ସହ ତାହାକୁ ସିଲ୍‌ କରାଯାଇଛି।
ସୂଚନା ମୁତାବକ, ଅନୁଗୋଳ ସ୍ପେଶାଲ ସ୍କ୍ବାଡ୍‌ ଏସ୍‌ଆଇ ଦୀନକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ପୂର୍ବାହ୍ନରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ବଜାର ଛକରେ ଥିବା ଏକ ମେଡିସିନ୍‌ ଷ୍ଟୋରରେ ଚଢ଼ାଉ ବେଳେ ବିପୁଳ ପରିମାଣରେ କଫ୍‌ ସିରପ ଜବତ ହୋଇଥିଲା। ଗୋଟିଏ ବୋତଲ ସିରପର ମୂଲ୍ୟ ୧୧୬ ଟଙ୍କା ରହିଥିବାବେଳେ ଏହାକୁ ୨୫୦ ଟଙ୍କାରେ ବିକ୍ରି କରାଯାଉଥିବା ଜଣାପଡ଼ିଛି। ତେବେ ଏତେ ପରିମାଣର କଫ୍‌ ସିରପ ଉକ୍ତ ଦୋକାନରେ କାହିଁକି ମହଜୁଦ୍‌ ରଖାଯାଇଥିଲା ଓ ଡାକ୍ତରଙ୍କ ଲେଖା ଆଧାରରେ ବିକ୍ରି କରାଯାଉଥିଲା କି ନାହିଁ ତାହାର ଖୋଳତାଡ଼ କରାଯିବ ବୋଲି ସୂଚନା ମିଳିଛି। ଅନୁଗୋଳ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାଲ ସ୍କ୍ବାଡ୍‌ ଏପରି ଚଢ଼ାଉ କରିଥିବା ଜଣାପଡ଼ିିଛି। ପୂର୍ବରୁ ସ୍ପେଶାଲ ସ୍କ୍ବାଡ୍‌ର ଏସ୍‌ଆଇ ଦୀନକୃଷ୍ଣଙ୍କ ନେତୃତ୍ୱରେ ବ୍ରାଉନସୁଗାର, ଗଞ୍ଜେଇ ଓ ଅଫିମ କାରବାର କରୁଥିବା ମାଫିଆଙ୍କ ଉପରେ ଚଢ଼ାଉ କରାଯାଇଥିବାରୁ ଏବେ ଏପରି ନିଶାଯୁକ୍ତ କଫ୍‌ ସିରପ ବିକ୍ରି କରୁଥିବା ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଯାଇଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ଚଳାଇଲେ ଦିବ୍ୟଶଙ୍କର

ଭବାନୀପାଟଣା,୭।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ହେଲିକେପ୍ଟର, ଉଡାଜାହାଜ ଚଳାଇବା କଥା ସମସ୍ତେ ଜାଣନ୍ତି। ହେଲେ...

‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ: ୧ ହଜାର କି.ଗ୍ରା. ପର୍ଯ୍ୟନ୍ତ ବହନ କରିବ ଯୁଦ୍ଧାସ୍ତ୍ର

ବାଲେଶ୍ୱର,୭ା୧୨(ମାନସ ବିଶ୍ୱାଳ): ଭଦ୍ରକ ଜିଲା ଧାମରାସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଗୁରୁବାର ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ ହୋଇଛି।...

ବରଯାତ୍ରୀଙ୍କୁ ପେଟ୍ରୋଲ ବଣ୍ଟା ଯାଉଥିଲା ବେଳେ ଲାଗିଲା ନିଆଁ : ୫ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ

ଭୁବନେଶ୍ୱର,୭।୧୨: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ନିଆଁ ଲାଗି ୫ ବର୍ଷର...

ଖେଳ ଦେଖି ଘରକୁ ଫେରୁଥିଲେ ସେନା କର୍ମଚାରୀ, ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଜୀବନ

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଖେଳ ଦେଖି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜୀବନ ହାରିଛନ୍ତି ଜଣେ ଭାରତୀୟ ସେନା କର୍ମଚାରୀ ।...

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କା

ବୌଦ୍ଧ/ଭୁବନେଶ୍ୱର(ଅଜିତ କୁମାର ବାରିକ/ସତ୍ୟଜିତ୍‌ ରାଉତ), ୭।୧୨ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସ ମୋଡରେ ଆୟକର ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଆୟକର ବିଭାଗ।...

ଅମଳ ବେଳେ ଭିଜିଲା ଧାନ ଫସଲ

ଲାଠୋର/ଖପ୍ରାଖୋଲ, ୭ା୧୨(ଭୁବନେଶ୍ୱର ବାରିକ/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। କ୍ଷେତରେ ଅମଳ...

ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ

ବେଗୁନିଆ,୭।୧୨(ହର ପ୍ରସନ୍ନ ପଣ୍ଡା)କବି ଦ୍ୱିଜ ଗୌରଚରଣ ଅଧିକାରୀ ଜନସାଧାରଣଙ୍କ ମାନସ ପଟରେ ଉଭେଇ ଯିବାକୁ ବସିଛନ୍ତି। ଏପରିକି ତାଙ୍କର ସ୍ମୃତି ପୀଠ ମଧ୍ୟ ମାଟିରେ ଲୀନ...

ଚାଲିଲାନି ଗ୍ୟାସ୍‌ଚୁଲା, ମଶାଣିରୁ ଫେରିଲା ମୃତଦେହ

ଭୁବନେଶ୍ୱର, ୭।୧୨ (ବନ୍ଦନା ସେଠୀ)ଚାଲିଲାନି ଗ୍ୟାସ୍‌ ଚୁଲା ମେଶିନ। ଫଳରେ ମଶାଣିରୁ ଫେରିଲା ମୃତଦେହ। ମଙ୍ଗଳବାର ବିଏମ୍‌ସି ଅଧୀନ ପଟିଆସ୍ଥିତ ଜଳିମୁଣ୍ଡା ସାହି ଶ୍ମଶାନରେ ଏଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri