Posted inଖେଳ

ସ୍ପେଶାଲ ଅଲିମ୍ପିକ୍‌ ଭାରତ- ଓଡ଼ିଶା ଏଫ୍‌ସି ବୁଝାମଣା

ଭୁବନେଶ୍ୱର,୧୩।୧୨(ସ୍ପୋଟର୍‌ସ ବ୍ୟୁରୋ)- ତୃଣମୂଳ ସ୍ତରରେ ଫୁଟବଲର ବିକାଶ ପାଇଁ ଓଡ଼ିଶା ଏଫ୍‌ସି ସ୍ପେଶାଲ ଅଲିମ୍ପିକ୍ସ ଭାରତ (ଏସ୍‌ଓବି) ସହିତ ଏକ ବୁଝାମଣା ପତ୍ରରେ ସ୍ବାକ୍ଷର କରିଛି। ପୂର୍ବରୁ ଓଡ଼ିଶା ଏଫ୍‌ସି ଦିଲ୍ଲୀ ଡାଇନାମୋସ ଦଳ ଥିଲା। ସେବେଠାରୁ କ୍ଲବ ସ୍ପେଶାଲ ଅଲିମ୍ପିକ୍‌ ଭାରତ ସହିତ ଜଡିତ ରହିଆସିଛି। ଓଡ଼ିଶା ଏଫ୍‌ସି ମଧ୍ୟ ସ୍ପେଶାଲ ଅଲିମ୍ପିକ୍‌ ଭାରତର ଏକ କୋଚ୍‌ ଏଡୁକେଶନ ପ୍ରୋଗ୍ରାମ ଆୟୋଜନ କରିଥିଲା। ଏଥିରେ ୨୨ଜଣ କୋଚ୍‌ ଅଂଶଗ୍ରହଣ କରିଥିଲେ। କୋଚ୍‌ମାନଙ୍କ ପାଇଁ ଉଭୟ ଥିଓରୀ ଓ ପ୍ରାକ୍ଟିକାଲ ସେସନର ଆୟୋଜନ କାରଯାଇଥିଲା। ଏହି କାର୍ଯ୍ୟକ୍ରମରେ କ୍ଲବର ହେଡ୍‌ ଅଫ୍‌ ଦି ଫୁଟବଲ ଡେଭଲପ୍‌ମେଣ୍ଟ ଆକାଶ ନରୁଲା, ଗ୍ରାସରୁଟ ମ୍ୟାନେଜର ସାୟାନ୍ତନ ଗାଙ୍ଗୁଲି ଓ ଆସିଷ୍ଟାଣ୍ଟ ମ୍ୟାନେଜର ସୁଭମ ଦାସ ଯୋଗ ଦେଇଥିଲେ। ଦୁଇଜଣ ନୂଆ କୋଚ୍‌ ମହାବୀର ନାଥ ଓ ସୌରଭ ବିର୍ଡି ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ। ଏସ୍‌ଓବି ସହିତ ମଳିତ ଭାବେ କାର୍ଯ୍ୟକରି ଆମେ ବହୁତ ଖୁସି। ଏହାଦ୍ୱାରା ରାଜ୍ୟରେ ଫୁଟବଲର ବିକାଶ ହୋଇପାରିବ ବୋଲି ନରୁଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡ- ପାକିସ୍ତାନ ଟେଷ୍ଟ ସିରିଜ: ଫ୍ରଣ୍ଟଫୁଟ୍‌ ନୋ ବେଲ୍‌ ନେଇ ଟିଭି ଅମ୍ପାୟର ନିଷ୍ପତ୍ତି ନେବେ

ଦୁବାଇ,୬।୮(ପି.ଟି.): ପ୍ରଥମଥର ପାଇଁ ଟେଷ୍ଟ କ୍ରିକେଟରେ ଫ୍ରଣ୍ଟ ଫୁଟ୍‌ ନୋ ବଲ ସଂକ୍ରାନ୍ତରେ ଫିଲ୍ଡ ଅମ୍ପାୟର ନୁହେଁ ଟିଭି ଅମ୍ପାୟର ନିଷ୍ପତ୍ତି ନେବେ। ବୁଧବାରଠାରୁ ଆରମ୍ଭ...

ସନ୍ୟାସ ନେଇଛି ସତ, ହେଲେ ଏତେ ଶୀଘ୍ର କ୍ରିକେଟରୁ ଦୂରେଇ ଯିବି ନାହିଁ: ୟୁସୁଫ

ନୂଆଦିଲ୍ଲୀ,୯।୩: ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଛି। ହେଲେ ଏତେ ଶୀଘ୍ର କ୍ରିକେଟ ପଡ଼ିଆରୁ ଦୂରେଇବାକୁ ଇଚ୍ଛା ନାହିଁ। ଆଗାମୀ ଦିନରେ ମଧ୍ୟ ପ୍ରଶଂସକମାନେ ତାଙ୍କୁ ପଡ଼ିଆରେ...

ମୋ ପାଖରେ କହିବାକୁ ଶବ୍ଦ ନାହିଁ: ଦିଲ୍ଲୀ ଅଧିନାୟକ

ଦୁବାଇ,୧୪।୧୦: ଆଇପିଏଲ୍‌-୨୦୨୦ରେ ରନର୍ସଅପ୍‌ ହୋଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଚଳିତ ସିଜନ ସାରା ଚମତ୍କାର ଖେଳି ଆସିଥିଲେ ହେଁ ବୁଧବାର କ୍ୱାଲିଫାୟର-୨ରେ କୋଲକାତା ନାଇଟ୍‌ ରାଇଡର୍ସଠାରୁ ଦଳ...

ଶୁବମନଙ୍କୁ ମୁଣ୍ଡରେ ବସାନ୍ତୁ ନାହିଁ, କାହିଁକି ଏମିତି କହିଲେ ଗୌତମ ଗମ୍ଭୀର

ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିବା ଓପନିଂ ବ୍ୟାଟ୍ସମ୍ୟାନ ଶୁବମନ ଗିଲ ତାଙ୍କର ପ୍ରଥମ ଟେଷ୍ଟ ସିରିଜରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ମେଲବୋର୍ନ ଟେଷ୍ଟରେ ଡେବ୍ୟୁ...

ଓ୍ବେଷ୍ଟଇଣ୍ଡିଜ ଟି୨୦ ଦଳକୁ ଫେରିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ

ସେଣ୍ଟଜନ୍ସ,୨୭ା୨: ମାର୍ଚ୍ଚ ୩ରୁ ହେବାକୁଥିବା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ଦଳ ଘୋଷଣା କରାଯାଇଛି। ଭେଟେରାନ ବ୍ୟାଟ୍ସମ୍ୟାନ...

ଭାରତରେ ଟି-୨୦ ବିଶ୍ୱକପ୍‌ ଆୟୋଜନ ହେବା ନେଇ ଆଶଙ୍କା: ଆଇସିସି କହିଲା ଏମିତି

ନୂଆଦିଲ୍ଲୀ,୮।୪: ଭାରତରେ, ଟି-୨୦ ବିଶ୍ୱକପ ୨୦୨୧ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବ। କିନ୍ତୁ ଏହାପୂର୍ବରୁ ମଧ୍ୟ ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି...

ଚହଲଙ୍କୁ ମୁସ୍ତାକ ଅହମ୍ମଦଙ୍କ ପରାମର୍ଶ

ନୂଆଦିଲ୍ଲୀ, ୫ା୫ (ପି.ଟି.)-ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟରେ ଶ୍ରେଷ୍ଠ ଲେଗ୍‌ ସ୍ପିନରଙ୍କ ମଧ୍ୟରେ ୟୁଜବେନ୍ଦ୍ର ଚହଲ ଅନ୍ୟତମ ବୋଲି କହିଛନ୍ତି ପୂର୍ବତନ ପାକିସ୍ତାନ ସ୍ପିନର ମୁସ୍ତାକ ଅହମ୍ମଦ।...

ସମାଲୋଚକଙ୍କ ମୁହଁରେ ପ୍ରଶଂସା: ଟି-୨୦ ବିଶ୍ୱକପ୍‌ ଜିତିବା ପାଇଁ ଭାରତ ଦାବିଦାର

ଦୁବାଇ,୨୧।୧୦: ଟି -୨୦ ବିଶ୍ୱକପ ଜିତିବା ପାଇଁ ଭାରତୀୟ ଦଳ ସବୁଠାରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ। ଏବେ ଭାରତର ସବୁଠୁ ବଡ ସମାଲୋଚକ ରହିଥିବା ଇଂଲଣ୍ଡର ପୂର୍ବତନ...

Advertisement
Archives

Model This Week