Posted inଖେଳ

ସ୍ପେନ୍‌ରେ ପ୍ରଫେଶନାଲ ଫୁଟ୍‌ବଲ ସସ୍‌ପେଣ୍ଡ୍‌

ମାଡ୍ରିଡ୍‌, ୨୪ା୩ (ଏଏଫ୍‌ପି)- କରୋନା ଭାଇରସ୍‌ ସଂକ୍ରମଣ ଭୟରେ ପୁନର୍ବାର ନୋଟିସ ଜାରି ନ ହେବା ପର୍ଯ୍ୟନ୍ତ ସ୍ପେନରେ ପ୍ରଫେସନାଲ ଫୁଟ୍‌ବଲକୁ ସସ୍‌ପେଣ୍ଡ କରାଯାଇଛି। ଲା ଲିଗା ଓ ସ୍ପାନିଶ ଫୁଟ୍‌ବଲ ଫେଡେରେଶନ (ଆର୍‌ଏଫ୍‌ଇଏଫ୍‌) ପକ୍ଷରୁ ସୋମବାର ଏହା ଘୋଷଣା କରାଯାଇଛି। ସ୍ବାସ୍ଥ୍ୟଗତ ରିସ୍କ୍‌ ନ ଥିବା ବିଷୟ ହୃଦୟଙ୍ଗମ କରି ସ୍ପାନିଶ ସରକାର ଯେତେବେଳେ ନିଷ୍ପତ୍ତି ନେବେ ସେତେବେଳେ ଦୁଇ ଟପ୍‌ ଡିଭିଜନର ମ୍ୟାଚ ଗୁଡ଼ିକ ଖେଳାଯିବ ବୋଲି ଲା ଲିଗା ଓ ଆର୍‌ଏଫ୍‌ଇଏଫ୍‌ ପ୍ରକାଶ କରିଛନ୍ତି। ପୂର୍ବରୁ ମାର୍ଚ୍ଚ ୧୨ରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ କାର୍ଯ୍ୟସୂଚୀକୁ ସସ୍‌ପେଣ୍ଡ କରାଯାଇଥିଲା। ଚଳିତ ସପ୍ତାହ ଶେଷ ଭାଗରେ ଖେଳ ଆରମ୍ଭ କରିବା ଲାଗି ସ୍ଥିର କରାଯାଇଥିଲା। ମାତ୍ର ସଂକଟ ଜାରି ରହିବାରୁ ଶେଷରେ ଫୁଟ୍‌ବଲକୁ ସସ୍‌ପେଣ୍ଡ କରିବା ଲାଗି ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂଜା ରାଣୀ, ଦୀପିକା କୁମାରୀ ପଦକ ଆଶା ବଢାଇଲେ

ଟୋକିଓ,୨୮।୭: ଟୋକିଓ ଅଲିମ୍ପିକ୍ସରେ ଆଜି ଷଷ୍ଠ ଦିନ। ବୁଧବାର ବକ୍ସର ପୂଜା ରାଣୀ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ଅନ୍ତିମ ୧୬ ମୁକାବିଲାରେ ସେ ଆଲଜେରିଆର...

ଏସି ମିଲାନ୍‌ ତରଫରୁ ଖେଳିବେ ଇବ୍ରାହିମୋଭିଚ୍‌

ମିଲାନ, ୨୪ା୪(ଏପି)-ଜ୍ଲାଟାନ ଇବ୍ରାହିମୋଭିଚ୍‌ ୪୦ ବର୍ଷ ବୟସରେ ପଦାର୍ପଣ କରିସାରିବା ପରେ ମଧ୍ୟ ଏସି ମିଲାନ ତରଫରୁ ତାଙ୍କ ଖେଳ ଜାରି ରଖିବେ। ଚାମ୍ପିୟନ୍ସ ଲିଗ୍‌କୁ...

ଶ୍ୱାସ ଉପକରଣ ପ୍ରସ୍ତୁତ କରିବ ମର୍ସିଡିଜ୍‌ ଟିମ୍‌

ଲଣ୍ଡନ, ୮ା୪ (ଏଏଫ୍‌ପି)- କରୋନା ଭାଇରସ୍‌ ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ସାମିଲ ହୋଇଛି ଫର୍ମୁଲାଓ୍ବାନ ଟିମ୍‌ ମର୍ସିଡିଜ୍‌। ଆସନ୍ତା ସପ୍ତାହରୁ ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟ...

ଅନ୍‌ଲାଇନ୍‌ ଚେସ୍‌: ବିକାଶ ଚାମ୍ପିୟନ

ଭୁବନେଶ୍ୱର, ୨୦।୬(କ୍ରୀଡ଼ା ପ୍ରତିନିଧି)- ଏସଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୭ମ ଅନ୍‌ଲାଇନ୍‌ ଚେସ୍‌ରେ ପ୍ରଭୁଜୀ ଇଂଲିଶ୍‌ ମିଡିୟମ ସ୍କୁଲର ବିକାଶ କୁମାର ଲେଙ୍କା ଚାମ୍ପିୟନ...

ମୋ କ୍ୟାରିୟରର ଶ୍ରେଷ୍ଠ ଥ୍ରୋ ଥିଲା : ଜାଡେଜା

ସିଡ୍‌ନୀ,୮।୧- ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ପୂରା ଛାଇ ରହିଥିଲେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା।...

ଏସିଆ କପ୍‌ ୨୦୨୩ ଲାଗି ପାକିସ୍ତାନ ଯାଇପାରେ ଟିମ୍‌ ଇଣ୍ଡିଆ !

ନୂଆଦିଲ୍ଲୀ,୧୪।୧୦: ପାକିସ୍ତାନରେ ଏସିଆ କପ୍‌ ୨୦୨୩ ଆୟୋଜିତ ହେବ ବୋଲି ନିଶ୍ଚିତ ହୋଇଛି। ଏହାପରଠାରୁ ବିସିସିଆଇ ଏହି ଟୁର୍ନାମେଣ୍ଟରେ ଭାଗ ନେବାକୁ ଭାରତୀୟ ଟିମ୍‌କୁ ପଠାଇବ...

କୋହଲିଙ୍କୁ ଫିଟ୍‌ନେସ୍‌କୁ ନେଇ ଆସିଲା ଅପ୍‌ଡେଟ୍‌

ଜୋହାନ୍ସବର୍ଗ,୭।୧:କେଏଲ ରାହୁଲଙ୍କ ନେତୃତ୍ୱରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ହାରିଛି ଏବଂ ଏହି ପରାଜୟ ସହିତ ୩ ମ୍ୟାଚ୍‌ ବିଶିଷ୍ଟ...

ଇଂଲଣ୍ଡ ବିଶ୍ୱକପ୍‌ ଦଳରେ ଆର୍ଚର

ଲଣ୍ଡନ,୨୧ା୫- ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ରେ ଷ୍ଟାଣ୍ଡ ବାଇ ଭାବେ ରଖାଯାଇଥିବା ଜୋର୍ଫା ଆର୍ଚରଙ୍କୁ ବିଶ୍ୱକପ୍‌ ଲାଗି ମଙ୍ଗଳବାର ଘୋଷିତ ଇଂଲଣ୍ଡ ଦଳରେ ସ୍ଥାନ ମିଳିଛି।...

Advertisement
Archives

Model This Week