Posted inଖେଳ

ସ୍ପିନ୍‌ ବିପକ୍ଷରେ ଚାପେଲଙ୍କ ସର୍ବକାଳୀନ ଶ୍ରେଷ୍ଠ ଇନିଂସ ତାଲିକାରେ ଲକ୍ଷ୍ମଣଙ୍କ ୨୮୧

ମେଲବୋର୍ନ,୨୯।୩(ପି.ଟି.)- ବିଶ୍ୱସ୍ତରୀୟ ସ୍ପିନ୍‌ ବୋଲିଂ ବିପକ୍ଷରେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଇଆନ ଚାପେଲ ତାଙ୍କ ଦୁଇଟି ସର୍ବକାଳୀନ ଶ୍ରେଷ୍ଠ ତଥା ଫେଭରାଇଟ୍‌ ଇନିଂସ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏଥିରେ ସେ ଭାରତୀୟ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଭିଭିଏସ୍‌ ଲକ୍ଷ୍ମଣ ୨୦୦୧ରେ ଇଡେନ ଗାର୍ଡେନରେ ଖେଳିଥିବା ୨୮୧ ରନର ଟେଷ୍ଟ ଇନିଂସକୁ ସାମିଲ କରିଛନ୍ତି। ଲକ୍ଷ୍ମଣଙ୍କ ସହ ରାହୁଲ ଡ୍ରାଭିଡ୍‌ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଏହି ଦ୍ୱିତୀୟ ଟେଷ୍ଟରେ ୧୮୦ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଲକ୍ଷ୍ମଣ ଓ ଡ୍ରାଭିଡ ୩୭୬ ରନର ଭାଗୀଦାରି ସ୍ଥାପନ କରି ଅଷ୍ଟ୍ରେଲିଆକୁ ନିରାଶ କରି ଭାରତକୁ ବିଜୟୀ କରାଇଥିଲେ। ଏହି ବିଜୟ ସହ ଭାରତ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଶେନ୍‌ ଓ୍ବାର୍ନ ଓ ଅନ୍ୟ ବିଶ୍ୱସ୍ତରୀୟ ସ୍ପିନରଙ୍କ ବିପକ୍ଷରେ ଲକ୍ଷ୍ମଣ ଦୃଷ୍ଟାନ୍ତମୂଳକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ବୋଲି ଚାପେଲ କହିଛନ୍ତି। ଲକ୍ଷ୍ମଣ ୪୫୨ଟି ବଲ୍‌ ଖେଳିଥିଲେ ଓ ୪୪ଟି ବାଉଣ୍ଡାରୀ ମାରିଥିଲେ। ଏହି ଐତିହାସିକ ଇନିଂସରେ ଲକ୍ଷ୍ମଣ ନିୟମିତ ଭାବେ ବଲ୍‌କୁ ପ୍ରହାର କରୁଥଲେ। ଲକ୍ଷ୍ମଣଙ୍କ ସ୍ବାଭବ ମଧ୍ୟ ଅନୁରୂପ ଭାବେ ପ୍ରଶଂନୀୟ ବୋଲି ସେ କହିଛନ୍ତି।
ସ୍ପିନ୍‌ ବୋଲିଂକୁ ବେଶ୍‌ ଭଲ ଭାବେ ଖେଳୁଥିବା ନିଜ ସାଥି ବ୍ୟାଟ୍ସମ୍ୟାନ ଡଗ୍‌ ଓ୍ବାଲ୍ଟର୍ସକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ସ୍ପିନ୍‌ ବିପକ୍ଷରେ ଓ୍ବାଲ୍ଟର୍ସ ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି ଚାପେଲ କହିଛନ୍ତି। ଗୋଟିଏ ସେସନରେ ୩ଥର ଓ୍ବାଲ୍ଟର୍ସ ଗୋଟିଏ ଲେଖାଏ ଟେଷ୍ଟ ଶତକ ହାସଲ କରିଛନ୍ତି। ୧୯୯୬ରେ ମାଡ୍ରାସର ମାଇନ୍‌ଫିଲ୍ଡରେ ଭାରତ ବିପକ୍ଷରେ ଓ୍ବାଲ୍ଟର୍ସ ଏକ ଲଢୁଆ ଶତକ ଅର୍ଜନ କରିଥିଲେ। ସ୍ପିନ୍‌ କିମ୍ବଦନ୍ତୀ ଏରାପଲ୍ଲୀ ପ୍ରସନ୍ନାଙ୍କ ସ୍ପିନ୍‌ ବୋଲିଂକୁ ସେ ସଫଳତାର ସହ ମୁକାବିଲା କରିଥିଲେ। ଏହି ଇନିଂସରେ ସେ ୧୪ଟି ଚୌକା ଓ ୨ ଛକା ମାରିଥିଲେ। ସ୍ପିନ୍‌ ବିପକ୍ଷରେ ଏହା ଅନ୍ୟତମ ଶ୍ରେଷ୍ଠ ଇନିଂସ ବୋଲି ଚାପେଲ କହିଛନ୍ତି।
ସାରା ବିଶ୍ୱରେ କୋଭିଡ-୧୯ ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଥିବା ବେଳେ କ୍ରିକେଟ ମ୍ୟାଚ୍‌ ଆୟୋଜନ ପୂରା ବନ୍ଦ ହୋଇଛି। ଫଳରେ ସ୍ପିନ୍‌ ବିପକ୍ଷରେ ଶ୍ରେଷ୍ଠ ଇନିଂସ ଚୟନ କରିବା ନେଇ ମୋତେ ସମୟ ତଥା ସୁଯୋଗ ମିଳିଛି। ଟପ୍‌ କ୍ଲାସ୍‌ ସ୍ପିନ୍‌ ବୋଲିଂ ବିପକ୍ଷରେ ଲକ୍ଷ୍ମଣ ଓ ଓ୍ବାଲ୍ଟର୍ସଙ୍କ ମଧ୍ୟରେ ସାମଞ୍ଜସ୍ୟ ରହିଛି ବୋଲି ଚାପେଲ ଇଏସ୍‌କ୍ରିକ୍‌ଇନଫୋ ସ୍ତମ୍ବରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଖେଳ ରତ୍ନ’ ପୁରସ୍କାର ଫେରାଇ ଦେବାକୁ ଚେତାବନୀ ଦେଲେ ଏହି ଖେଳାଳି

ଚଣ୍ଡିଗଡ,୬।୧୨: ନୂଆ କୃଷି ଆଇନ ବିରୋଧରେ କୃଷକ ଆନ୍ଦୋଳନର ସମର୍ଥନ ବୃଦ୍ଧି ପାଉଛି। ଦିଲ୍ଲୀ ସୀମାରେ ଘେରି ରହିଥିବା ହଜାର ହଜାର କୃଷକ ଛାଉଣି ହୋଇଥିବାବେଳେ...

କୋହଲିଙ୍କୁ କ୍ଷମା ମାଗିଲେ ଷ୍ଟେନ୍‌

ଜୋହାନ୍ସବର୍ଗ,୧୪।୮- ଆହତ ସମସ୍ୟା ଯୋଗୁ ପେସର ଡେଲ ଷ୍ଟେନଙ୍କ ଅନ୍ତର୍ଜାତୀୟ କ୍ୟାରିୟର ବହୁ ମାତ୍ରାରେ ବାଧାପ୍ରାପ୍ତ ହୋଇଛି। ଏବେ ସମ୍ପୂର୍ଣ୍ଣ ଫିଟ୍‌ ଓ ଉପଲବ୍ଧ ଥିଲେ...

ପଞ୍ଜାବକୁ ଭଲ ଫିନିଶିଂ ଦେଲେ ରାହୁଲ-ହରପ୍ରୀତ

ଅହମ୍ମଦାବାଦ,୩୦।୪ : ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଆଗରେ ୧୮୦ ରନ୍‌ର ଟାର୍ଗେଟ ଛିଡ଼ା କରିଛି କିଙ୍ଗ୍ସ ପଞ୍ଜାବ। ଅଧିନାୟକ ଲୋକେଶ...

ବିରାଟ କୋହଲିଙ୍କ ପରେ ପିତା ହେବାକୁ ଯାଉଛନ୍ତି ଆଉ ଜଣେ ଅଧିନାୟକ

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ପିତୃତ୍ୱ ଛୁଟିରେ ଯିବେ। ଜାନୁଆରୀ ଆରମ୍ଭରେ କୋହଲି ଏବଂ ତାଙ୍କ...

ଗିରଫ ହେଲେ ଜାର୍ଭୋ

ଲଣ୍ଡନ,୪।୯: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ରେ ବରାମ୍ବାର ଗ୍ରାଉଣ୍ଡରେ ପଶି ଖେଳରେ ବାଧକ ସାଜୁଥିବା ୟୁଟ୍ୟୁବର ଡାନିଏଲ ଜାର୍ଭିସଙ୍କୁ ଶୁକ୍ରାବର ଗିରଫ କରାଯାଇଛି। ଓଭାଲଠାରେ ଚାଲିଥିବା ଚତୁର୍ଥ...

ମାଲିଙ୍ଗାଙ୍କ ନାମରେ ଥିବା ଏହି ବଡ଼ ରେକର୍ଡକୁ ଭାଙ୍ଗିବା ଲାଗି ଚାଓ୍ବଲାଙ୍କ ନିକଟରେ ସୁଯୋଗ

ଆବୁଧାବି, ୭।୧୦: ଆଇପିଏଲ୍‌ ଇତିହାସରେ ସବୁଠାରୁ ଅଧିକ ଉଇକେଟ୍‌ ହାସଲ କରିବାର ରେକର୍ଡ ମୁମ୍ବାଇ ଇଣ୍ଡିଆନ୍ସର ଲସିଥ୍‌ ମାଲିଙ୍ଗାଙ୍କ ନାମରେ ଲିପିବଦ୍ଧ ରହିଛି। ମାଲିଙ୍ଗା ଆଇପିଏଲ୍‌ରେ...

ଆଇ- ଲିଗ୍‌: ଆଇଜଲ ଏଫ୍‌ସି ବିଜୟୀ

କୋଲକାତା,୩୧।୧(ପି.ଟି.): ସ୍ଥାନୀୟ ମୋହନ ବାଗାନ ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ଆଇ- ଲିଗ୍‌ର ଏକ ମ୍ୟାଚ୍‌ରେ ଆଇଜଲ ଏଫ୍‌ସି ୨-୧ ଗୋଲରେ ନେରେକା ଏଫ୍‌ସିକୁ ପରାସ୍ତ କରିଛି।...

ଶାସ୍ତ୍ରୀଙ୍କ ପରେ ଭାରତୀୟ ଦଳର କୋଚ୍‌ ହେବେ କିଏ; ଗାଙ୍ଗୁଲି କହିଲେ…

ନୂଆଦିଲ୍ଲୀ,୧୪।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ କୋଚ ରବି ଶାସ୍ତ୍ରୀ ଅନେକ ସଫଳତା ହାସଲ କରିଛନ୍ତି କିନ୍ତୁ ଏହି ଯୋଡି ଏପର୍ଯ୍ୟନ୍ତ...

Advertisement
Ten Cric Info


Archives

Model This Week