Posted inଖେଳ

ସ୍ପିନର ରୂପେ ପଦାର୍ପଣ କରିଥିଲେ, କିନ୍ତୁ ଏବେ ନଂ ୧ ଟେଷ୍ଟ ବ୍ୟାଟ୍ସମ୍ୟାନ

ଷ୍ଟିଭ ସ୍ମିଥଙ୍କ ନାମ ପ୍ରାୟତଃ କ୍ରିକେଟ ପ୍ରଶଂସକମାନେ ଶୁଣିଥିବେ। କିନ୍ତୁ ତାଙ୍କ ଅତୀତ ବିଷୟରେ ଖୁବ କମ୍‌ଙ୍କୁ ଜଣା। ୨୦୧୦ ସିଜନରେ ମେଲବୋର୍ନଠାରେ ପାକିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ସେ ଜଣେ ଲେଗ୍‌ ସ୍ପିନର ଭାବେ ପଦାର୍ପଣ କରିଥିଲେ। ସେହି ମାସରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ଖେଳିଥିଲେ। ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ୨୦୧୦ ଆଇସିସି ଟି୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଉପବିଜେତା ହୋଇ ରହିଥିଲା। ଦଳରେ ସ୍ଥାନ ପାଇଥିବା ସ୍ପିଥ ୭ ମ୍ୟାଚ୍‌ରେ ୧୧ ଉଇକେଟ ନେଇଥିଲେ। ଏହାପରେ ସମାନ ବର୍ଷ ପାକିସ୍ତାନ ବିପକ୍ଷ ଟେଷ୍ଟ ପାଇଁ ତାଙ୍କୁ ଦଳରେ ସ୍ଥାନ ମିଳିଥିଲା। ସେତେବେଳେ ଶେନ ଓ୍ବର୍ନ ଅବସର ନେଇ ସାରିଥିବାରୁ ଦଳରେ ଏକ ଲେଗ୍‌ ସ୍ପିନରଙ୍କ ଆବଶ୍ୟକତା ଥିଲା। ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ସ୍ମିଥ ବୋଲିଂ ଅପେକ୍ଷା ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଥିଲେ। ଏହାପରେ ଆଶେସ ଓ ଭାରତ ବିପକ୍ଷ ସିରିଜ୍‌ରେ ତାଙ୍କ ବ୍ୟାଟିଂ ପ୍ରଦର୍ଶନରେ ଆହୁରି ସୁଧାର ଆସିଥିଲା। ଏହିଠାରୁ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ପରବର୍ତ୍ତୀ ସମୟରେ ଦଳର ୩ ନଂ ବ୍ୟାଟିଂ ପୋଜିଶନ ଅକ୍ତିଆର କରିବା ସହ ଅଧିନାୟକ ମଧ୍ୟ ହୋଇଥିଲେ। ସେ ଏବେ ନଂ୧ ଟେଷ୍ଟ ବ୍ୟାଟ୍ସମ୍ୟାନ। ଏପର୍ଯ୍ୟନ୍ତ ୬୮ ଟେଷ୍ଟ ଖେଳି ୬,୯୭୩ ରନ୍‌ କରିଥିବାବେଳେ ମାତ୍ର ୧୭ ଉଇକେଟ ନେଇଛନ୍ତି। ଦିନିକିଆରେ ୧୧୮ ମ୍ୟାଚ୍‌ରେ ୩,୮୧୦ ରନ୍‌ କରିବା ସହ ୨୮ ଉଇକେଟ ହାତେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନଙ୍କ ଝିଅଙ୍କୁ ପ୍ରେମ କରି ବସିଛନ୍ତି ଏହି କ୍ରିକେଟର, ଭାଇରାଲ ହେଉଛି ମେସେଜ୍‌

କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ କୁଆଡେ ଏବେ ଜଣେ କ୍ରିକେଟରଙ୍କ ପ୍ରେମରେ ପଡିଥିବା ନେଇ ଆଲୋଚନା...

ଭାରତରେ ହେବ ଏଏଫସି ମହିଳା ଏସିଆନ କପ୍‌

କୁଆଲାଲମ୍ପୁର, ୫।୬-୨୦୨୨ ଏଏଫସି ମହିଳା ଏସିଆନ କପ୍‌ ଭାରତରେ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ ପାଇଁ ଭାରତକୁ ଅଧିକାର ମିଳିଛି। ଏହା ୨୦୨୨...

ଟେଷ୍ଟ କ୍ରିକେଟରେ ରେକର୍ଡ ଭାଗୀଦାରି

ଟେଷ୍ଟ କ୍ରିକେଟରେ ଏମିତି ଏକ ରେକର୍ଡ ଅଛି, ଯାହା ପ୍ରାୟ ପ୍ରଶଂସକଙ୍କୁ ଜଣା ନ ଥିବ। ଟେଷ୍ଟରେ ଯେକୌଣସି ଉଇକେଟ ପାଇଁ ସର୍ବାଧିକ ଭାଗୀଦାରିର ରେକର୍ଡ...

ନାଡାଲଙ୍କ ବିଜୟ ଅଭିଯାନ

ମୋନାକୋ, ୧୮।୪- କ୍ଲେ କୋର୍ଟର ରାଜା ଭାବେ ପରିଚିତ ସ୍ପେନର ରାଫାଲ ନାଡାଲ ଏଠାରେ ଚାଲିଥିବା ମଣ୍ଟେ କାର୍ଲୋ ମାଷ୍ଟର୍ସ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ...

ଇଷ୍ଟ୍‌ ଇଣ୍ଡିଆ ସ୍ନୁକର: ସୁବ୍ରତ ଚାମ୍ପିୟନ

ଭୁବନେଶ୍ୱର,୧୭।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ତାରକା କ୍ୟୁସ୍ପୋଟର୍‌ସ ସ୍ପେଶାଲିଷ୍ଟ ତଥା ବର୍ତ୍ତମାନର ରାଜ୍ୟ ଚାମ୍ପିୟନ ସୁବ୍ରତ ଦାସ ୨୫ ଦିନ ମଧ୍ୟରେ ୩ଟି ଟାଇଟଲ ଜିତି ରେକର୍ଡ...

ପିଏସ୍‌ଏ ବିଶ୍ୱ ର଼୍ୟାଙ୍କିଙ୍ଗ୍‌: ଟପ୍‌ ୧୦ରେ ଜ୍ୟୋତ୍ସ୍ନା

ନୂଆଦିଲ୍ଲୀ,୮।୭(ପି.ଟି.): ଭାରତୀୟ ମହିଳା ସ୍କ୍ବାଶ୍‌ ତାରକା ଜ୍ୟୋତ୍ସ୍ନା ଚିନାପ୍ପା ସଦ୍ୟ ପ୍ରକାଶିତ ପ୍ରଫେଶନାଲ ସ୍କ୍ବାଶ୍‌ ଆସୋସିଏଶନ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ଟପ୍‌-୧୦ରେ ସ୍ଥାନ ହାସଲ କରିଛନ୍ତି। ଇଜିପ୍ଟର...

ଇଂଲଣ୍ଡ ୨୭୧/୮

ଲଣ୍ଡନ, ୧୩|୯-ସ୍ଥାନୀୟ କେନିଙ୍ଗଟନ୍‌ ଓଭାଲଠାରେ ୫ମ ଆଶେସ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏଥିରେ ଟସ୍‌ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ...

ଇଂଲଣ୍ଡ ଗସ୍ତ : ଭାରତୀୟ ମହିଳା ହକି ଦଳରେ ୩ ଓଡ଼ିଆ

ନୂଆଦିଲ୍ଲୀ,୧୩।୯(ପିଟି): ଇଂଲଣ୍ଡରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ପାଇଁ ଷ୍ଟାର ଫରଓ୍ବାର୍ଡ ରାଣୀ ରାମ୍‌ପାଲଙ୍କ ନେତୃତ୍ୱରେ ୧୮ ଜଣିଆ ଭାରତୀୟ ମହିଳା ଦଳ...

Coronavirus Update


Archives

Model This Week

Why Dharitri