ସ୍ଥାୟୀ ପଟ୍ଟା ଦାବିରେ ବସ୍ତିବାସିନ୍ଦାଙ୍କ ବିକ୍ଷୋଭ

ବାଲେଶ୍ୱର ଅଫିସ, ୩୧।୧୨-ସ୍ଥାୟୀ ପଟ୍ଟା ଦାବିରେ ବାଲେଶ୍ୱର ଜିଲା ବସ୍ତିବାସିନ୍ଦା ସଂଘ ପକ୍ଷରୁ ପୌରାଞ୍ଚଳ ଓ ସହର ସଂଲଗ୍ନ ପଞ୍ଚାୟତର ଶତାଧିକ ବସ୍ତିବାସିନ୍ଦା ସୋମବାର ଏକ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରା ରେଳଷ୍ଟେଶନରୁ ବାହାରି ଜିଲାପାଳଙ୍କ ଫାଟକ ନିକଟରେ ପହଞ୍ଚତ୍ଥିଲା। ଏହାପରେ ବସ୍ତିବାସିନ୍ଦା ଜିଲାପାଳଙ୍କ ଅଫିସ୍‌ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଂଘର ସଭାପତି ବେଣୁଧର ବାରିକ ଏହାର ନେତୃତ୍ୱ ନେଇ ଦୀର୍ଘବର୍ଷ ଧରି ସରକାରୀ ଜମିରେ ବାସ କରିଆସୁଥିବା ପରିବାରଙ୍କୁ ବାସସ୍ଥାନର ପଟ୍ଟା ଓ ରାସ୍ତା, ଲାଇଟ୍‌, ପିଇବାପାଣି ଯୋଗାଇ ଦେବାକୁ ଦାବି କରିଥିଲେ। ଆନ୍ଦୋଳନକାରୀମାନେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଆଇନକୁ ଜିଲାରେ କାର୍ଯ୍ୟକାରୀ କରାଯାଉ ନ ଥିବା ଅଭିଯୋଗ କରିଥିଲେ। ସଂଘର ପ୍ରତିନିଧି ମଣ୍ଡଳଙ୍କ ଦ୍ୱାରା ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ଭାଗବତ ପ୍ରତିହାରୀ, ଆଇନଜୀବୀ ପଞ୍ଚାନନ ପରିଡ଼ା, ରବୀନ୍ଦ୍ର ବେହେରା ଓ ସେକ୍‌ ସଫିକ୍‌ ଅହମ୍ମଦ ପ୍ରମୁଖ ଅଭିଯୋଗ କରିଥିଲେ ଯେ, ସଦର ତହସିଲଦାର ଭୂମିହୀନମାନଙ୍କଠାରୁ ଆବେଦନପତ୍ର ଗ୍ରହଣ କରୁନାହାନ୍ତି। ଆଇଟିଆଇ ପଛପଟରେ ଥିବା ଅଙ୍ଗାରଗଡ଼ିଆ ମୌଜାର ବସ୍ତିବାସିନ୍ଦାମାନେ ଦୀର୍ଘ ୫୦ବର୍ଷ ଧରି ଯାତାୟତ କରୁଥିବା ରାସ୍ତାକୁ ଗତ ଅଗଷ୍ଟରେ ତହସିଲଦାର ପୋଲିସର ସହାୟତାରେ କଂକ୍ରିଟ୍‌ ପ୍ରାଚୀର ନିର୍ମାଣ କରିଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି। ଶୋଭାଯାତ୍ରା ଓ ବିକ୍ଷୋଭରେ ଅନୁରାଗ ମହାନ୍ତି, ସବିତା ଜେନା, ବିଦ୍ୟାଧର ବେହେରା, ଭାନୁମତି ନାୟକ, ଦେବକି ଦାସ ଓ ରମେଶଚନ୍ଦ୍ର ପତି ପ୍ରମୁଖ ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଗୁଳିିବିଦ୍ଧ ଦନ୍ତା ଗୁରୁତର

ଭୁବନେଶ୍ୱର(ବ୍ୟୁରୋ)/ନରସିଂହପୁର (ସ୍ବ.ପ୍ର.)୨୯।୭: ଆଠଗଡ଼ ବନଖଣ୍ଡ ନରସିଂହପୁର ଜଙ୍ଗଲରେ ଗତ ୬ଦିନ ହେଲା ବୁଲୁଥିବା ଗୁଳିବିଦ୍ଧ ଦନ୍ତାକୁ ବନ ବିଭାଗ ଗୁରୁବାର ଠାବ କରି ଚିକିତ୍ସା ଆରମ୍ଭ...

ରାୟଗଡ଼ାର ସରସ୍ବତୀ ସର୍ବକନିଷ୍ଠା ଜିଲା ପରିଷଦ ସଭାପତି

ରାୟଗଡ଼ା ଅଫିସ,୧୪ା୩: ରାୟଗଡ଼ା ଜିଲା ପରିଷଦ ସଭାପତି ରୂପେ କାଶୀପୁର ବ୍ଲକ ‘ଗ’ ଜୋନ୍‌ର ଜିଲା ପରିଷଦ ସଭ୍ୟା ସରସ୍ବତୀ ମାଝି ନିର୍ବାଚିତ ହୋଇଛନ୍ତି। ବିଜେଡିରୁ...

ଜଳକ୍ରୀଡ଼ା ବିକାଶରେ ଓଡ଼ିଶାକୁ ସାହାଯ୍ୟ କରିବ କେରଳ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଓ୍ବାଟର ସ୍ପୋର୍ଟସ ଟୁରିଜମ୍‌ ତଥା ଜଳ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ଲକ୍ଷ୍ୟରେ କେରଳ ଜାହାଜ ଚଳାଚଳ ଏବଂ ଆଭ୍ୟନ୍ତରୀଣ ଜଳ ଯୋଗାଯୋଗ...

ସ୍ବର୍ଗଦ୍ୱାର ପୁନରୁଦ୍ଧାର କାମର ସମୀକ୍ଷା

ପୁରୀ ଅଫିସ, ୩୦।୭: ସ୍ବର୍ଗଦ୍ୱାର ପାଇବ ନୂଆରୂପ। ମୃତଦେହ ଦାହ ପାଇଁ ଆସୁଥିବା ବନ୍ଧୁ ପରିଜନଙ୍କୁ ମିଳିବ ବିଶେଷ ସୁବିଧା। ସ୍ବର୍ଗଦ୍ୱାର ପୁନରୁଦ୍ଧାର ସହ ଏହାର...

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅଭିଜ୍ଞଙ୍କୁ ଆମନ୍ତ୍ରଣ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୮ା୩(ବ୍ୟୁରୋ): କରୋନା ସଂକ୍ରମଣ ମାନବ ସଭ୍ୟତା ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଛି। ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସବୁସ୍ତରରେ ଉଦ୍ୟମ ଜାରି ରଖିଛନ୍ତି।...

୪ ସହରରେ ସଂକ୍ରମଣ ବଢ଼ୁଛି

ଭୁବନେଶ୍ୱର, ୧୨ା୭(ବ୍ୟୁରୋ):ରାଜ୍ୟରେ ଏବେ କରୋନା ଉପରମୁହାଁ ରହିଛି। ୪ଟି ସହରରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଭୁବନେଶ୍ୱର, କଟକ, ପୁରୀ ଏବଂ ରାଉରକେଲାରେ କରୋନା ସଂକ୍ରମଣ ବଢ଼ୁଥିବା...

ରାସ୍ତା ମଝିରେ ପ୍ରକୃତିଙ୍କୁ ମାଡ଼ ମାରିଲେ ବାବୁସାନଙ୍କ ସ୍ତ୍ରୀ: ଭାଇରାଲ ହେଲା ଭିଡ଼ିଓ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଓଲିଉଡ୍‌ ଅଭିନେତା ବାବୁସାନ ମହାନ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି। ଯାହାକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ହେଉଛି।...

ବିଜେଡି ସରକାରଙ୍କ ରିମୋଟ୍‌ ମୋଦିଙ୍କ ହାତରେ: ଜିତେନ୍ଦ୍ର ସିଂ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ଓଡ଼ିଶା ସରକାରଙ୍କ ରିମୋଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ହାତରେ ରହିଛି । ବିଜେଡି ସବୁ କଥାରେ ଭାଜପା ସହିତ ଏକ...

Advertisement
Archives

Model This Week