ସ୍ତ୍ରୀ ମୀରାଙ୍କୁ ଏମିତି ସର୍‌ପ୍ରାଇଜ ଦେଲେ ଶାହିଦ

ଶାହିଦ କପୁର ଏବଂ ମୀରା ରାଜପୁତ ରବିବାର ୪ର୍ଥ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଦୁଇଜଣ ସୋସିଆଲ ମିଡିଆରେ ଫଟୋ ଶେୟାର କରି ସ୍ମୃତିକୁ ତାଜା କରିବାରେ ଲାଗିଛନ୍ତି। ଏମିତି ଖାସ୍‌ ଦିନରେ ମୀରା ଶାହିଦଙ୍କ ସହ ଏକ ରୋମାଣ୍ଟିକ୍‌ ଫଟୋ ଶେୟାର କରିଛନ୍ତି। ଏହା ପରେ ଶାହିଦ ମଧ୍ୟ ଏକ ଫଟୋ ଶେୟାର କରି ମୀରାଙ୍କୁ ସର୍‌ପ୍ରାଇଜ୍‌ ଦେଇଛନ୍ତି। ଶାହିଦ ମୀରାଙ୍କର ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋରେ ମୀରା ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ଫଟୋରେ ଶାହିଦ କ୍ୟାପଶନ ଲେଖିବାକୁ ଆଦୌ ଭୁଲିନାହାନ୍ତି, ସେ ଲେଖିଛନ୍ତି, ‘ମୀରାଙ୍କ ଏଇଟା ପ୍ରଥମ ଫଟୋ, ଯେଉଁଟାକୁ ମୁଁ ଫୋନ୍‌ରେ ସେଭ୍‌ କରି ରଖିଥିଲି।’

ଏହା ପୂର୍ବରୁ ମୀରା ଯେଉଁ ଫଟୋ ଶେୟାର କରିଥିଲେ, ତାହା ତାଙ୍କ ବିବାହ ସମୟର। ଏହି ଫଟୋରେ ମୀରା ବି କ୍ୟାପଶନ ଲେଖିଛନ୍ତି, ‘ ତୁମେ ମୋ’ ଦୁନିଆ ବନାଇ ଦେଲ’। ମୀରା ଏବଂ ଶାହିଦଙ୍କ ଆରେଞ୍ଜ ମ୍ୟାରେଜ୍‌ ହୋଇଥିଲା। ମୀରାଙ୍କ ପରିବାର ଦିଲ୍ଲୀରେ ରହୁଥିଲେ। ବିବାହ ପ୍ରସ୍ତାବ ପଡ଼ିବା ପରେ ଶାହିଦ ଯାଇ ମୀରାଙ୍କୁ ଭେଟିଥିଲେ। ଏହା ପରେ ୭ ଜୁଲାଇ ୨୦୧୫ରେ ମୀରା-ଶାହିଦ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ୧୮ ଦିନ ପୂର୍ବରୁ ସୁଶାନ୍ତଙ୍କୁ ମନେପକାଇ ଏମିତି କହିଥିଲେ ସରୋଜ

ବଲିଉଡ୍‌ର ଭେଟରାନ କୋରିଓଗ୍ରାଫର୍‌ ସରୋଜ ଖାନ୍‌ଙ୍କ ୭୧ ବର୍ଷରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ସରୋଜଙ୍କ ଶେଷ ଇନ୍‌ଷ୍ଟାଗ୍ରାମ ପୋଷ୍ଟ...

ବଡ଼ ଭାଇ ଜୋ’ଙ୍କ ହେବ ବିବାହ, ହେଲେ ଫ୍ରାନ୍ସରେ ରୋମାନ୍ସ କରୁଛନ୍ତି ପିସି-ନିକ୍‌

ମୁମ୍ବାଇ: ବିବାହ କରିବେ ହଲିଉଡ୍‌ ଗାୟକ ନିକ୍‌ ଜୋନାସଙ୍କ ବଡ଼ ଭାଇ ଜୋ’ ଜୋନାସ। ପୂର୍ବରୁ ଜୋ ପ୍ରେମିକା ସୋଫି ଟର୍ନରଙ୍କୁ ଗୁପ୍ତ ଭାବେ ବିବାହ...

‘ମେରେ ସାଇଁ’ର ଶୁଟିଂ ସେଟ୍‌ରେ ପହଞ୍ଚିଲା କରୋନା

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ଫିଲ୍ମଠାରୁ ଆରମ୍ଭକରି ଧାରାବାହିକର ପର୍ଯ୍ୟନ୍ତ ସବୁ ଶୁଟିଂ ବନ୍ଦ ରହିଥିଲା। ଏବେ ଧୀରେ ଧୀରେ ଶୁଟିଂ ଆରମ୍ଭ...

ଚିଡ଼ିଆଖାନାରେ ଜନ୍ମଦିନ ପାଳିଲେ କାଜଲ ଅଗ୍ରଓ୍ବାଲ, ଭାଇରାଲ ହେଉଛି ସିମ୍ପାଞ୍ଜି ସହ ଉଠାଇଥିବା ଫଟୋ

ମୁମ୍ବାଇ: ବଲିଉଡ ଏବଂ ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ୧୯ ଜୁନ୍‌ରେ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ...

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବାଦ୍‌ଶାହ: କଂକ୍ରିଟ୍‌ ସ୍ଲାବ ସହ ପିଟିହେଲା କାର

ବମ୍ବେ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ର଼୍ୟାପର ଆଦିତ୍ୟ ପ୍ରତୀକ ସିଂହ ସିସୋଡ଼ିଆ ଓରଫ ବାଦ୍‌ଶାହ। ଦିଲ୍ଲୀର ପଟିଆଲା ନିକଟ ରାଜପୁରାରେ ତାଙ୍କ କାର ଦୁର୍ଘଟଣାରୁ ବର୍ତ୍ତିଥିବା...

ପ୍ରେମ ବିବାହ ପାଇଁ ହେମା ମାଳିନୀ କରିଥିଲେ ଧର୍ମ ପରିବର୍ତ୍ତନ

ମୁମ୍ବାଇ,୧୬।୧୦: ବଲିଉଡ୍‌ ଡ୍ରିମ୍‌ ଗର୍ଲ ହେମା ମାଳିନୀ ବୁଧବାର ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୮ ଅକ୍ଟୋବର ୧୬ରେ ତାମିଲ୍‌ନାଡୁ ତାଞ୍ଜୋଭର ଜିଲାର ଆମ୍ମାନକୁଡ଼ିଠାରେ...

ଇଣ୍ଡିଆନ୍‌ ଆଇଡଲ୍‌ ଜିତିବା ବଦଳାଇଲା ଭାଗ୍ୟ: ସନିଙ୍କୁ ମିଳିଲା ଟି-ସିରିଜ୍‌ ସହ କାମ କରିବାର ସୁଯୋଗ

ବମ୍ବେ: ଗରିବ ପରିବାରରୁ ଆସିବା ସତ୍ତ୍ୱେ ଜୀବନରେ ଉଚ୍ଚ ଆଶା ରଖିଥିଲେ ଇଣ୍ଡିଆନ୍‌ ଆଇଡଲ୍‌ ବିଜେତା ସନି ହିନ୍ଦୁସ୍ତାନୀ। ସନିଙ୍କ ପିତା ଜୋତା ପଲିସ୍‌ କରୁଥିବା...

ବିକିନିକୁ ନା

କ୍ରିତି ସାନନ୍‌ ମାଇଣ୍ଡ ମେକ୍‌ଅପ କରିଛନ୍ତି, ବିକିନି ପିନ୍ଧି ସେ କେବେ ଶଟ୍‌ ଦେବେ ନାହିଁ। ତେଣିକି ଯେତେ ଅଫର ହାତରୁ ଖସିଗଲେ କିଛି ପର୍‌ବାୟ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *