Posted inଜାତୀୟ

ସ୍ତ୍ରୀ, ଦୁଇ ସନ୍ତାନଙ୍କୁ ମାରି ନିଜେ ଆତ୍ମହତ୍ୟା କଲେ ଡାକ୍ତର

ଗୁରୁଗ୍ରାମ, ୧।୭: ସାରା ଦେଶରେ ଜୁଲାଇ ୧ ତାରିଖକୁ ନ୍ୟାଶନାଲ ଡକ୍ଟର’ସ ଡେ ପାଳନ କରାଯାଉଥିବାବେଳେ ଦିଲ୍ଲୀର ଗୁରୁଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଡାକ୍ତର ସ୍ତ୍ରୀ, ଦୁଇ ସନ୍ତାନଙ୍କୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି। ଗୁରୁଗ୍ରାମର ସେକ୍ଟର ୪୯ରେ ରହୁଥିବା ଡାକ୍ତର ପ୍ରକାଶ ସିଂ(୫୫)ଙ୍କ ଘରୁ ଏକ ସୁଇସାଇଟ୍‌ ନୋଟ ଜବତ କରିଛି ପୋଲିସ। ଯେଉଁଥିରେ ସେ ଲେଖାଅଛି, ମୁଁ ମୋ ପରିବାର ସମ୍ଭାଳି ପାରୁ ନ ଥିବାରୁ ଏଭଳି ପଦକ୍ଷେପ ନେଉଛି। ସୂଚନାଯୋଗ୍ୟ, ମୂଳତଃ ବାରଣାସୀ ବାସିନ୍ଦା ପ୍ରକାଶ ଗତ ୮ ବର୍ଷ ହେଲା ଗୁରୁଗ୍ରାମରେ ରହିଆସୁଥିଲେ। ତାଙ୍କ ସ୍ତ୍ରୀ ସୋନୁ ସିଂ(୫୦)ଙ୍କ ୪ଟି ପ୍ଲୋ ସ୍କୁଲ ଥିଲା। ଝିଅ ଅଦିତି(୨୨) ଏବଂ ପୁଅ ଆଦିତ୍ୟ(୧୨) ପାଠ ପଢୁଥିଲେ। ପ୍ରକାଶ ଏବଂ ତାଙ୍କ ସ୍ତ୍ରୀ ବିଭିନ୍ନ ସାମାଜିକମୂଳକ କାର୍ଯ୍ୟରେ ଜଡିତ ମଧ୍ୟ ଥିଲେ। କେଉଁ କାରଣ ପାଇଁ ସେ ଏଭଳି ନିଷ୍ପତ୍ତି ନେଲେ ତା’ର କାରଣ ଜଣାପଡିନାହିଁ। ପ୍ରଥମେ ସ୍ତ୍ରୀ ଏବଂ ଦୁଇ ସନ୍ତାଙ୍କୁ ଛୁରୀ ମାରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୈତ୍ରୀପୂର୍ଣ୍ଣ ସମାଧାନକୁ ସ୍ବାଗତ: ରବି ଶଙ୍କର

ନୂଆଦିଲ୍ଲୀ,୯।୧୧: ଅଯୋଧ୍ୟା ମାମଲାର ରାୟକୁ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ସ୍ବାଗତ କରିଛନ୍ତି। ଏହାର ମୈତ୍ରୀପୂର୍ଣ୍ଣ ସମାଧାନ ଦେଶବାସୀଙ୍କ ମଧ୍ୟରେ ଏକତାକୁ ସୁଦୃଢ଼ କରିବ...

ଇଟାଲିରେ ଥିବା ଭାରତୀୟଙ୍କୁ ଆଣିବାକୁ ବାହାରିଲା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୨୧।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଏବେ ବିଦେଶରେ ଥିବା ଆଉ କେତେଜଣ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ସରକାର...

ଘରେ ରହି କାମ କଲେ କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୧।୭: କରୋନା ସ୍ଥିତି ବେଳକୁ ବେଳ ଖରାପ ହୋଇ ଚାଲିଥିବା ବେଳେ ଏବେ କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଘରେ ହି ଁକାମ କରିବେ ବୋଲି...

ବନ୍ଧୁତ୍ୱ ଦିବସରେ ମୋଦିଙ୍କୁ ଟୁଇଟ୍‌ କଲେ ବେଞ୍ଜାମିନ୍‌ ନେତାନ୍ୟାହୁ: ଲେଖିଲେ ଶୋଲେ ଫିଲ୍ମର ‘ ୟେ ଦୋସ୍ତି ହମ୍‌ ନେହିଁ ଛୋଡ଼େଙ୍ଗେ’ ଗୀତର ଧାଡ଼ିଏ

ନୂଆଦିଲ୍ଲୀ,୪।୮: ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସରେ ଇସ୍ରାଏଲ୍‌ ରାଷ୍ଟ୍ରପତି ବେଞ୍ଜାମିନ୍‌ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ଏହି ବନ୍ଧୁତା ଆଗାମୀ ଦିନରେ...

‘ଦୁର୍ଭାଗ୍ୟଜନକ’, ରାହୁଲ ଗାନ୍ଧୀଙ୍କ କନଭେକୁ ମଣିପୁର ପୋଲିସ ଅଟକାଇବା ଉପରେ କହିଲା କଂଗ୍ରେସ

ଇମ୍ଫାଲ,୨୯।୬: ହିଂସା ଆଶଙ୍କା ଥିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କନଭେକୁ ମଣିପୁର ପୋଲିସ ଅଟକାଇଥିବା ସୂଚନା ମିଳିଛି। ରାହୁଲ ଗାନ୍ଧୀ ଗୁରୁବାର ଇମ୍ଫାଲରେ ପହଞ୍ଚିବା...

ରାଜଧାନୀରେ ଜିମ ମାଲିକଙ୍କୁ ଅଫିସରେ ପଶି ହତ୍ୟା

ନୂଆଦିଲ୍ଲୀ,୩୧ ।୧୨: ରାଜଧାନୀ ଦିଲ୍ଲୀରେ ଜଣେ ଜିମ ମାଲିକଙ୍କୁ ହତ୍ୟା କରାଯାଇଛି । ପୋଲିସର ସୂଚନା ଅନୁଯାୟୀ, ଇଷ୍ଟ ଦିଲ୍ଲୀରେ ଥିବା ଏନର୍ଜିି ଜିମର ମାଲିକ...

୪ ଆସନରେ ଭାଜପା ବିଜୟୀ

ନୂଆଦିଲ୍ଲୀ,୭ା୧୧: ନିକଟରେ ଅନୁଷ୍ଠିତ ୬ ରାଜ୍ୟର ୭ ବିଧାନସଭା ଉପନିର୍ବାଚନରେ ଭାଜପାକୁ ବଡ଼ ସଫଳତା ମିଳିଛି। ଏଥିରୁ ଗୈରିକ ଦଳ ୪ ଆସନ ଦଖଲ କରିଥିବାବେଳେ...

ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ବୈଠକ ଶେଷ: ନୃତ୍ୟଗୋପାଳ ହେଲେ ଟ୍ରଷ୍ଟର ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୯।୨: ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନ୍ୟାସ ଟ୍ରଷ୍ଟର ପ୍ରଥମ ଔପଚାରିକ ବୈଠକ ଶେଷ ହୋଇଛି। ବୁଧବାର ଏହି ବୈଠକ ଦିଲ୍ଲୀରେ ଥିବା କେ. ପରାଶରନଙ୍କ...

Advertisement
Archives

Model This Week