ସ୍ତ୍ରୀଙ୍କ ପାଇଁ କରଓ୍ବାଚୌଥ ଉପବାସ କରନ୍ତି ଏହିସବୁ ସେଲିବ୍ରିଟି

୨୪ ଅକ୍ଟୋବର ଅର୍ଥାତ୍‌ ଆଜି କରଓ୍ବାଚୌଥ ବ୍ରତ ପାଳନ କରାଯାଉଛି। ଆଜି ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ ପାଇଁ ଏକ ନିର୍ଜଳା ଉପବାସ ପାଳନ କରିବେ। ବିଶ୍ୱାସ କରାଯାଏ କରଓ୍ବାଚୌଥ ବ୍ରତ କଲେ ସ୍ବାମୀଙ୍କ ଜୀବନରେ କୌଣସି ଅସୁବିଧା ଆସି ନ ଥାଏ। ମନୋରଞ୍ଜନ ଜଗତରେ ମଧ୍ୟ ବିଭିନ୍ନ ସେଲିବ୍ରିଟି ସ୍ବାମୀଙ୍କ ପାଇଁ କରଓ୍ବାଚୌଥ ରଖନ୍ତି।
ଆଜି ଅନେକ ବଲିଉଡ ଅଭିନେତ୍ରୀ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ ପାଇଁ କରଓ୍ବାଚୌଥ ଉପବାସ ରଖିଛନ୍ତି। ଯଦିଓ ଏହି ଉପବାସ କେବଳ ମହିଳା ମାନେ ପାଳନ କରନ୍ତି। କିନ୍ତୁ କିଛି ହିରୋ ମଧ୍ୟ ଅଛନ୍ତି, ଯେଉଁମାନେ ନିଜ ସ୍ତ୍ରୀଙ୍କ ପାଇଁ କରଓ୍ବାଚୌଥ ଉପବାସ ରଖନ୍ତି ଏବଂ ସ୍ତ୍ରୀଙ୍କ ଦୀର୍ଘ ଜୀବନ ପାଇଁ ଇଚ୍ଛା କରନ୍ତି। ତେଣୁ ଆସନ୍ତୁ ସେହି ତାରାମାନଙ୍କ ବିଷୟରେ ଜାଣିବା…

ରଣଭୀର ସିଂ
ଦୀପିକା ପାଦୁକୋନଙ୍କ ପାଇଁ ଅଭିନେତା ରଣଭୀରଙ୍କ ପ୍ରେମ କାହାକୁ ଅଛପା ନାହିଁ। ରଣଭୀର ନିଜ ସ୍ତ୍ରୀଙ୍କୁ କେତେ ଭଲ ପାଆନ୍ତି ସେ ପ୍ରମାଣ କରିସାରିଛନ୍ତି। ନିକଟରେ ରଣଭୀର ତାଙ୍କ ଶୋ’ ବିଗ ପିକ୍ଚରରେ କହିଛନ୍ତି, ସେ ଚଳିତ ବର୍ଷ ତାଙ୍କ ସ୍ତ୍ରୀ ଦୀପିକାଙ୍କ ପାଇଁ କରଓ୍ବାଚୌଥ ଉପବାସ କରିବେ। କେବଳ ଏତିକି ନୁହେଁ, ସେ ତାଙ୍କ ହାତରେ ଦୀପିକାଙ୍କ ନାମର ମେହେନ୍ଦୀ ଲଗାଇଥିଲେ।

ଆୟୁଷ୍ମାନ ଖୁରାନା
ଆୟୁଷ୍ମାନଙ୍କ ଅଭିନୟ ଏବଂ ତାଙ୍କର ସୁନ୍ଦର ଚେହେରା ହୁଏତ ଲକ୍ଷ ଲକ୍ଷ ଝିଅଙ୍କୁ ଆକର୍ଷିତ କରିଥାଇପାରେ, କିନ୍ତୁ ଆୟୁଷ୍ମାନ କେବଳ ତାଙ୍କ ସ୍ତ୍ରୀ ତାହିରାଙ୍କୁ ବହୁତ ଭଲ ପାଆନ୍ତି। କେବଳ ଏତିକି ନୁହେଁ, ସେ ପ୍ରତିବର୍ଷ କରଭା ଚାଉଥରେ ତାଙ୍କ ପାଇଁ ଉପବାସ ରଖନ୍ତି। ୨୦୧୯ ମସିହାରେ ଆୟୁଷ୍ମାନ ଏକ ପୋଷ୍ଟରେ କହିଥିଲେ ଯେ, ତାଙ୍କ ସ୍ତ୍ରୀ କରଓ୍ବାଚୌଥ ଉପବାସ କରିବେ। ତାହିରା ସେତେବେଳେ କର୍କଟରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଏଭଳି ପରିସ୍ଥିତିରେ ଆୟୁଷ୍ମାନ କେବଳ ତାଙ୍କ ପାଇଁ ଉପବାସ ରଖି ଥିଲେ। ହାତରେ ମେହେନ୍ଦୀ ମଧ୍ୟ କରିଥିଲେ।

ବିରାଟ କୋହଲି
ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ମଧ୍ୟ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବହୁତ ଭଲ ପାଆନ୍ତି। ବିରାଟ ମଧ୍ୟ ତାଙ୍କ ସ୍ତ୍ରୀଙ୍କ ପାଇଁ ପ୍ରତିବର୍ଷ କରଓ୍ବାଚୌଥ ଉପବାସ କରନ୍ତି। ଉଭୟଙ୍କ ସୁନ୍ଦର ଫଟୋ ମଧ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ କରଓ୍ବାଚୌଥ ଉପବାସ ରଖିବା ବିଷୟରେ ବିରାଟ କହିଥିଲେ।

ଅଭିଷେକ ବଚ୍ଚନ
ଅଭିଷେକ ବଚ୍ଚନ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ବହୁତ ଭଲ ପାଆନ୍ତି। ଐଶ୍ୱର୍ଯ୍ୟା ଅଭିଷେକଙ୍କୁ ଯେତେ ସମ୍ମାନ ଦିଅନ୍ତି, ଅଭିଷେକ ମଧ୍ୟ ଐଶଙ୍କ ପ୍ରତି ଅଧିକ ପ୍ରେମ ଏବଂ ସମ୍ମାନ କରନ୍ତି। ସେ ମଧ୍ୟ ନିଜ ସୁନ୍ଦର ସ୍ତ୍ରୀ ପାଇଁ ପ୍ରତିବର୍ଷ ଉପବାସ ରଖନ୍ତି। ସୋସିଆଲ ମିଡିଆରେ ତାଙ୍କର ଫଟୋ ବହୁତ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଶାଙ୍କ ସହ ବୁଲିବାକୁ ବାହାରିଲେରାହୁଲ: ବୁକ୍‌ କଲେ ପ୍ରାଇଭେଟ ହେଲିକପ୍ଟର

ରିଆଲିଟି ଶୋ’ ‘ବିଗ ବସ୍‌-୧୪’ର ରନର୍‌ ଅପ୍‌ ହୋଇଥିବା ରାହୁଲ ବୈଦ୍ୟ ବିଗ ବସ୍‌ ଘର ଉକ୍ତ ସମୟରେ ନିଜର ଭଲ ଇମେଜ୍‌ ସୃଷ୍ଟି କରିପାରିଥିଲେ।...

ୟୁନିସେଫ ସହ ହାତ ମିଳାଇଲେ ମାନୁଶି

ମୁମ୍ବାଇ: ପୂର୍ବତନ ମିସ୍‌ ଓ୍ବାର୍ଲଡ ମାନୁଶି ଚ୍ଛିଲର ଏବେ ୟୁନିସେଫ ସହ ହାତ ମିଳାଇଛନ୍ତି। ମାସିକ ଋତୁସ୍ରାବକୁ ନେଇ ସଚେତନତା ସୃଷ୍ଟି କରିବାକୁ ମାନୁଶି ୟୁନିସେଫ...

ସ୍ତ୍ରୀଙ୍କ କମେଣ୍ଟ୍‌କୁ ଅପେକ୍ଷା କରିଥିଲେ ରଣବୀର, ଶେଷରେ…

ବଲିଉଡ୍‌ ଅଭିନେତା ରଣବୀର ସିଂ ସୋସିଆଲ ମିଡିଆରେ ସ୍ତ୍ରୀ ଦୀପିକା ପାଦୁକୋନଙ୍କ ସହ ବହୁତ ମଜା କରନ୍ତି। ପରସ୍ପରର ଗୋଡ ଟାଣିବାଠାରୁ ଆରମ୍ଭ କରି ପରସ୍ପର...

ଅଭିନେତା ବିରାଜ ଦାଶଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ଅଭିନେତା ବିରାଜ ଦାଶଙ୍କର ମଙ୍ଗଳବାର ପରଲୋକ ଘଟିଛି। ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ସେ କର୍କଟ ରୋଗରେ ପୀଡିତ ହୋଇ ୪...

ଶନାୟା କପୁରଙ୍କୁ ଲଞ୍ଚ କରୁଛନ୍ତି କରନ

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।  ତାଙ୍କ ଅଭିନୀତ ଫିଲ୍ମ ‘ବେଧଡକ’ର ପୋଷ୍ଟର ରିଲିଜ୍ ହୋଇଛି...

କରୀନାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଡେବ୍ୟୁ କଲେ ପୁଅ ତୈମୁର

ଏମିତି କୌଣସି ଦିନ ନାହିଁ, ଯେଉଁଦିନ ଅଭିନେତ୍ରୀ କରୀନା କପୁର ଚର୍ଚ୍ଚାରେ ରହିନାହାନ୍ତି। ଗୋଟିଏ ଦିନ ପୂର୍ବରୁ ସେ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଡେବ୍ୟୁ କରିଥିଲେ। ଏବେ...

ବୁଲା କୁକୁର ସହ ଖେଳିଲେ ବିରୁଷ୍କା

ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ଏବେ ଭୁଟାନରେ ଛୁଟି କାଟୁଛନ୍ତି। ପ୍ରତିଦିନ ଉଭୟଙ୍କ ନୂଆ ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ...

କରୋନାକୁ ହରାଇଲେ ଅମିତାଭ ବଚ୍ଚନ

କରୋନା ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିବା ମେଗାଷ୍ଟାର ଅମିତାଭ ବଚ୍ଚନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ପୁଅ ଅଭିଷେକ ଟୁଇଟରରେ ସୂଚନା ଦେଇଛନ୍ତି। ପିତା...

Advertisement
Archives

Model This Week