ସ୍ତ୍ରୀଙ୍କୁ ପିଟି ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ :୪ ଶିଶୁ ଏବେ ଅସହାୟ

ବଡବିଲ, ୨୪।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଦାମୁହଟିଂରେ ସୋମବାର ଦେବକୀ ନାମ୍ନୀ ଜଣେ ମହିଳାଙ୍କ ସହ ତାଙ୍କ ସ୍ବାମୀ କାଳିଆ ଗୋପଙ୍କ ମଧ୍ୟରେ କୌଣସି କାରଣ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ କାଳିଆ ଉତ୍‌କ୍ଷିପ୍ତ ହୋଇ ଏକ ଏକ ପ୍ଲାଷ୍ଟିକ ପାଇପ୍‌ରେ ସ୍ତ୍ରୀଙ୍କୁ ପିଟିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ କାଳିଆଙ୍କୁ ଗିରଫ କରିଛି। ଦେବକୀଙ୍କ ମୃତ୍ୟୁ ଓ ତାଙ୍କ ସ୍ବାମୀ ଗିରଫ ହେବାପରେ ସେମାନଙ୍କ ୪ ଜଣ ସନ୍ତାନ ଅସହାୟ ହୋଇପଡିଛନ୍ତି।
ବଡବିଲ ଥାନା ଇନ୍ସପେକ୍ଟର ସୁଶାନ୍ତ ଦାଶ ଏହି ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ପୋଲିସ ଘଟଣାସ୍ଥଳକୁ ଯାଇ ଅଭିଯୁକ୍ତ କାଳିଆଙ୍କୁ କାବୁ କରିଛି। କେନ୍ଦୁଝରରୁ ସାଇଣ୍ଟିଫିକ ଟିମ୍‌ ଆସି ତଦନ୍ତ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଯାଇଛି। ଏନେଇ ଥାନାରେ ଆଇପିସି ୩୦୨ ଦଫାରେ ଏକ ମାମଲା(ନଂ୧୮୪/୨୦୧୯) ରୁଜୁ କରାଯାଇଛି। ଅସହାୟ ହୋଇପଡ଼ିଥିବା ୪ ଶିଶୁଙ୍କୁ ଚାଇଲ୍ଡଲାଇନର ସହାୟତାରେ ଥାଇଥାନ ନିମନ୍ତେ ବ୍ୟବସ୍ଥା କରାଯିବ।
ଦେବକୀଙ୍କ ବଡ ଝିଅ ରିନୁ(୧୨) ପୋଲିସକୁ ଦେଇଥିବା ସୂଚନା ଅନୁଯାୟୀ ଗତ ୩ ବର୍ଷ ତଳେ ତାଙ୍କର ଗୋଡ ଭାଙ୍ଗିଯିବା ପରଠାରୁ ସେ ଆଉ ସ୍କୁଲ ଯାଇପାରୁ ନ ଥିଲେ। ତାଙ୍କ ସାନ ଭଉଣୀ ମିନୁ ମାମୁ ଘରେ ରହି ପାଠ ପଢୁଥିଲାବେଳେ ୩ ସାନ ଭାଇ ରବୀନ୍ଦ୍ର(୪), ବାଦଲ(୩) ଓ ଆକାଶ (୨) ଘରେ ରହୁଥିଲେ। ମା’ ବାପାଙ୍କ କଳି ସେମାନଙ୍କ ଜୀବନରେ ଦୁଃଖ ଆଣିଦେଇଛି ବୋଲି ରୀନୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

ମହିଳାଙ୍କୁ ନିର୍ଯାତନା ଦେଖି ତାତିଲେ ମହିଳା: ଶାଶୁ , ବଡ଼ଯାଆଙ୍କୁ ନିର୍ଧୁମ ଛେଚିଲେ, ଭିଡିଓ ଭାଇରାଲ

ହାଟଡିହୀ, ୫/୧୦ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଏକ ଗ୍ରାମରେ ଜଣେ ବିଧବା ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ବାରମ୍ବାର ନିର୍ଯାତନା ଦେଉଥିବା…

କଣ୍ଟିଆପଡ଼ାରେ ‘ସେବା ସେତୁ’ ଅଭିଯାନ

ପାଟଣା, ୫/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ପଞ୍ଚାୟତ ସଭାଗୃହରେ ସୋମବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଡିଓ…

ଗଣେଶ ମୂର୍ତ୍ତି ବିସର୍ଜନରେ ନିୟମ ଭଙ୍ଗ: ଅତ୍ୟଧିକ ଉଚ୍ଚଶବ୍ଦରେ ଡିଜେ ବଜାଇବା ପଡ଼ିଲା ମହଙ୍ଗା, ଗାଡ଼ିକୁ ଜବତ କଲା ପୋଲିସ

ବଞ୍ଚୋ,୫।୧୦(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲା ଘଷିପୁରା ଥାନା ପୋଲିସ ଡିଜେ ଗାଡ଼ିକୁ ଜବତ କରିଛି । ପୋଡ଼ାଖମଣ ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ…

ରାସ୍ତା ପାର ହେଉଥିବା ବେଳେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଧକ୍କା ଦେଲା ଟ୍ରକ, ରାସ୍ତାରେ….

ପାଟଣା,୫ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚିଲିଦାସ୍ଥିତ ଏବିସିଡିଆର ଅଙ୍ଗିକଳା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?