ଗ୍ରାମାଞ୍ଚଳରେ ପାନୀୟଜଳ ସମସ୍ୟା

ଝୁମ୍ପୁରା, ୨୪।୯ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏହି ଅଞ୍ଚଳରେ ବିଭିନ୍ନ ପ୍ରକାର ସମସ୍ୟା ଲାଗିରହିଥିବାବେଳେ ପାନୀୟଜଳ ସମସ୍ୟା ଏଠାରେ ଉତ୍କଟ ରୂପ ଧାରଣ କରିଛି। ଲୋକେ ପାନୀୟଜଳ ପାଇଁ ନାଳ, ପୋଖରୀ ସହ ଦୂଷିତ ଚୂଆପାଣିକୁ ଭରସା କରି ଚାଲିଛନ୍ତି। ନଳକୂପ ଥିଲେ ମଧ୍ୟ ଖରାପ ହୋଇପଡ଼ିରହିଛି। ଏହାର ମରାମତି କରାଯାଉନାହିଁ। ପାଇପ ଯୋଗେ ପାନୀୟ ଜଳ ପ୍ରକଳ୍ପ ଗୁଡିକ ଚାଲିଥିଲେ ହେଁ, ମରାମତି ଅଭାବରୁ ଦିନ ଦିନ ଧରି ବନ୍ଦ ପଡିବା, ସୋଲାର ସିଷ୍ଟମ ନଳକୂପ ଖରାପ ହେଲେ ସଜଡା ଯାଉନାହିଁ।
ଝୁମ୍ପୁରା ବ୍ଲକର ୨୨ଟି ପଞ୍ଚାୟତରେ ସମୁଦାୟ ୧୫୪ଟି ଗ୍ରାମ ରହିଥିବାବେଳେ, ସେଥିମଧ୍ୟରୁ ୧୫୦ଟି ଗ୍ରାମ ହେଉଛି ରାଜସ୍ବ ଗ୍ରାମ। ଅନ୍ୟ ୪ଟି ଗ୍ରାମ ଜନ ଶୂନ୍ୟ। ମିଳିଥିବା ସୂଚନା ଅନୁଯାୟୀ ଏହି ୧୫୦ ଗ୍ରାମର ଲୋକସଂଖ୍ୟା ପ୍ରାୟ ୧ଲକ୍ଷ ୧୪ହଜାର। ସମୁଦାୟ ବ୍ଲକରେ ୧୫୮୫ ନଳକୂପ ଥିଲେ ମଧ୍ୟ ସେଥିମଧ୍ୟରୁ ପ୍ରାୟ ନଳକୂପ ସମ୍ପୂର୍ଣ୍ଣ ଅଚଳ ହୋଇଥିବାବେଳେ କେତେକ ପୋତି ହୋଇ ପଡିଲାଣି। କିନ୍ତୁ ଏହି ସୂଚନା ପାନୀୟ ଜଳ ବିଭାଗ ପାଖରେ ନାହିଁ। ପାଇପ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ସୂଚନା ଅନୁସାରେ ୩୧ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ଅଛି। ଯାହା ଦ୍ୱାରା କି ୫୦ହଜାର ବାସିନ୍ଦା ପାନୀୟ ଜଳ ପାଇ ପାରିବେ ବୋଲି ଲକ୍ଷ୍ୟ ରଖାଯାଇଛି। ହେଲେ ଖେଣ୍ଡରା, ନହବେଡା, ଅଶୁକି ଆଦି ଗ୍ରାମରେ ଥିବା ପାନୀୟଜଳ ପ୍ରକଳ୍ପ ଗୁଡିକ ବହୁ ସମୟରେ ଅଚଳ ହୋଇ ପଡୁଥିବା ଅଭିଯୋଗ ରହିଛି। ସେହିପରି ଜଙ୍ଗଲାଞ୍ଚଳରେ ଅବସ୍ଥିତ ବସନ୍ତପୁର, ନୟାଗଡ, ମଲଦା, କୁଟୁଗାଁ ପଞ୍ଚାୟତ ଗୁଡିକରେ ରହିଥିବା ଗ୍ରାମ ଗୁଡିକରେ ୧୫୨ଟି ସୋଲାର ସିଷ୍ଟମ ନଳକୂପ କରାଯିବାର ଯୋଜନା କରାଯାଇ ଏକ କମ୍ପାନୀକୁ ଟେଣ୍ଡର ଦିଆଯାଇଥିଲା। ଜିଲା ଖଣିଜ ପାଣ୍ଠିରୁ ପ୍ରତ୍ୟେକ ସୋଲାର ସିଷ୍ଟମ ନଳକୂପ ପାଇଁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ ରହିଛି। ଏହା ମଧ୍ୟରେ ୨ବର୍ଷ ବିତିଲାଣି ବର୍ତ୍ତମାନ ୭୬ଟି ସୋଲାର ସିଷ୍ଟମ ନଳକୂପ କାର୍ଯ୍ୟକ୍ଷମ ହୋଇ ପାରିଛି। ମଲଦା ପଞ୍ଚାୟତରେ ଗୋଟିଏ ହେଲେ ସୋଲାର ନଳକୂପ କାର୍ଯ୍ୟକ୍ଷମ ହୋଇ ନ ଥିବାର ସୂଚନା ମିଳିଛି। ବସନ୍ତପୁର ପଞ୍ଚାୟତରେ ଓଭରହେଡ ଟାଙ୍କି ଫାଟି ଯାଇ ପାଣି ବୋହି ଯାଉଛି। ସେହିପରି କୁଟୁଗାଁ ଏବଂ ନୟାଗଡ ପଞ୍ଚାୟତରେ କେତେକ ସୋଲାର ସିଷ୍ଟମରୁ ପାଣି ବାହାରୁ ନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ପାନୀୟ ଜଳ ସମସ୍ୟା ଅଭିଯୋଗ ଉପରେ ବିଭାଗୀୟ ଯନ୍ତ୍ରୀ ମୋହନ ସିଂ ଏବଂ ଶୁଭସ୍ମିତା ଖମାରୀଙ୍କୁ ପଚାରିବାରୁ ପାଇପ ଯୋଗେ ପାନୀୟ ଜଳ ପ୍ରକଳ୍ପ ଏବଂ ସୋଲାର ସିଷ୍ଟମ ନଳକୂପ ପାଇଁ ଟେଣ୍ଡର ନେଇଥିବା ଠିକାଦାର ମାନେ ଧାର୍ଯ୍ୟ ସମୟରେ ପ୍ରକଳ୍ପ କାମ ସାରିପାରୁ ନାହାନ୍ତି। ନିର୍ଦ୍ଦିଷ୍ଟ ସମୟ ସୀମା ପର୍ଯ୍ୟନ୍ତ ମରାମତି ଦାୟିତ୍ୱ ସେମାନଙ୍କର ରହିଥିଲେ ମଧ୍ୟ କାମ କରୁ ନାହାନ୍ତି। ଏ ନେଇ ବାରମ୍ବାର ରିପୋର୍ଟ କରାଯାଉଛି ଏହା ବ୍ୟତୀତ ଆମେ କଣ କରି ପାରିବୁ ବୋଲି ସେମାନେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ସାତକୋଶିଆ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା; ଅଟୋକୁ ଧକ୍କା ଦେଲା ଥାର୍, ୧୦…

ଆନନ୍ଦପୁର,୨୦।୮((ସୁଶାନ୍ତ କୁମାର ସାହୁ ): ଆନନ୍ଦପୁର ସାତକୋଶିଆ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଥାର୍ ଗାଡିର ଜୋରଦାର ଧକ୍କାରେ ଅଟୋ ଚୁରମାର ହୋଇଯାଇଛି। ଘଟଣାରେ…

‘ଯୁବବର୍ଗ ୧୮ ବର୍ଷରେ ଭୋଟ୍‌ ଦେବା ଅଧିକାର ହେଉଛି ରାଜୀବଙ୍କ ଅବଦାନ’

କେନ୍ଦୁଝର,୨୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଧୁନିକ ଭାରତର ନିର୍ମାତା, ଯୁବ ମାନସର ପ୍ରତୀକ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କର ୮୦ ତମ ଜନ୍ମଜୟନ୍ତୀ ସ୍ଥାନୀୟ…

ବନ୍ୟାପାଣିରେ ଫସିଲେ ହାତୀପଲ

ପାଟଣା,୨୦ା୮(ବୀରକିଶୋର ଦାଶ): ବୈତରଣୀ ନଦୀ ପାର୍‌ ହେବା ସମୟରେ ବନ୍ୟାପାଣି ଯୋଗୁ ଫସିଛନ୍ତି ହାତୀପଲ। ପାଟଣା ରେଞ୍ଜ ତଣ୍ଡ ବିଟ୍‌ ତଣ୍ଡ ବୈତରଣୀ ନଦୀକୂଳର ଏକ ପଥର…

ତାମିଲନାଡୁରେ ୬ ଦାଦନ ଶ୍ରମିକ ଅଟକ ଅଭିଯୋଗ: ଉଦ୍ଧାର ପାଇଁ ନିବେଦନ

ପାଟଣା,୧୯ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା କପୁଣ୍ଡି ପଞ୍ଚାୟତ ଖଲିଆରୀପାଟ ନୂଆଗାଁ ଗ୍ରାମର ୬ଜଣ ଶ୍ରମିକ ତାମିଲନାଡୁର ଚେନ୍ନାଇସ୍ଥିତ ଏକ ଟାୟାର କାରଖାନାରେ ଦାଦନ ଖଟିବାକୁ…

ହାଟଡିହୀ: ଶ୍ରେଷ୍ଠ ବୁଥ୍ ସ୍ତରୀୟ ଅଧିକାରୀ ଭାବେ ଜିତେନ୍ଦ୍ର କୁମାର ସମ୍ବର୍ଦ୍ଧିତ, ଛୁଟିଛି ଶୁଭେଚ୍ଛାର…

ହାଟଡିହୀ/ଛେନାପଦୀ,୧୮।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସଂଯୋଜନାରେ ସାରା ଓଡ଼ିଶାରେ ସ୍ୱତନ୍ତ୍ର ସଂଘନ ସଂଶୋଧନ…

ବଡ଼ରମ୍ପାସ ସେବା ସମବାୟ ସମିତି ପରିଚାଳନା କମିଟିକୁ ନିଲମ୍ବନ କଲେ ଡିଆରସିଏସ

ହାଟଡିହୀ/ଛେନାପଦୀ,୧୮।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ବଡ଼ରମ୍ପାସ ସେବା ସମବାୟ ସମିତିର ପରିଚାଳନା କମିଟିକୁ ନିଲମ୍ବନ କରାଯାଇଛି। କେନ୍ଦୁଝର ଡିଆରସିଏସ (ଡେପୁଟି ରେଜିଷ୍ଟ୍ରାର…

ବନ୍ୟାରେ ଭାଙ୍ଗିଲା ପୋଲ, ୧୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କେନ୍ଦୁଝର,୧୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ନଦୀ, ନାଳରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହ ହେଉଥିବାରୁ ଯାତାୟାତ ସମସ୍ୟା ସୃଷ୍ଟି ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri