ଅନୁଗୋଳ ଅଫିସ, ୧୩।୭ – ଅନୁଗୋଳ ଜିଲା କଲିୟରୀ ଥାନା ଅଞ୍ଚଳର ରବି ବିଶ୍ୱାଳଙ୍କ ସ୍ତ୍ରୀଙ୍କୁ ବାପଘର ଲୋକେ ଜବରଦସ୍ତ ନେଇଯାଇଥିବା ରବି ଥାନାରେ ଅଭିଯୋଗ କରିଛନ୍ତି। ଏପରି କି ପୋଲିସ ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉ ନ ଥିବା ରବି କହିଛନ୍ତି। ଅପରପକ୍ଷରେ ଥାନା ଅଧିକାରୀ ସବ୍ୟସାଚୀ ରାଉତ କହିଛନ୍ତି, ରବିଙ୍କ ଅଭିଯୋଗ ଉପରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି। ହେଲେ ରବି ଯେଉଁ ଯୁବତୀଙ୍କୁ ସ୍ତ୍ରୀ ବୋଲି ଦାବି କରୁଛନ୍ତି ସେ ତାଙ୍କର ପ୍ରେମିକା। ରବି ତାଙ୍କୁ ବିବାହ କରି ନ ଥିଲେ ମଧ୍ୟ ଏକାଠି ରହୁଥିଲେ। ସମ୍ପୃକ୍ତା ଯୁବତୀଙ୍କ ବାପା ତାଳଚେର ଥାନାରେ ପୂର୍ବରୁ ଏକ ଅପହରଣ ଅଭିଯୋଗ କରିଥିଲେ। ପୋଲିସ ଯୁବତୀଙ୍କ ସହ ଯୋଗାଯୋଗ କରିବା ପରେ ସେ ତାଙ୍କ ପ୍ରେମିକଙ୍କ ସହ ଥିବା ଜାଣିବାକୁ ପାଇଥିଲା। ତେବେ ରବି ଓ ତାଙ୍କ ପ୍ରେମିକାଙ୍କୁ ରେଜେଷ୍ଟ୍ରି ବିବାହ ପାଇଁ ପୋଲିସ ଡାକିଥିଲେ ମଧ୍ୟ ଦୁହେଁ ଆସି ନ ଥିଲେ। ରବି ପୂର୍ବରୁ ଦୁଇଟି ବିବାହ କରିଛନ୍ତି। ପ୍ରଥମ ସ୍ତ୍ରୀଙ୍କ କୌଣସି ସନ୍ତାନ ନ ଥିବାବେଳେ ଦ୍ୱିତୀୟ ସ୍ତ୍ରୀଙ୍କ ଗୋଟିଏ ୧୧ ବର୍ଷର ପୁତ୍ର ଅଛି। ଦୁଇ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇ ନ ଥିବା ରବି ସମ୍ପୃକ୍ତା ଯୁବତୀଙ୍କ ସହ ରହୁଥିଲେ। ରବି ଘରେ ନ ଥିବା ବେଳେ ଯୁବତୀଙ୍କୁ ବାପା ଓ ଭାଇ କବାଟ ଖୋଲିବାକୁ କହିଥିଲେ। ସେ କବାଟ ଖୋଲିବା ପରେ ତାଙ୍କୁ ଘରକୁ ନେଇଯାଇଛନ୍ତି। ତଥାପି ଏହି ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ କହିଛନ୍ତି। କବାଟ କାଟି ଘରୁ ଅପହରଣ କରି ନେବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଥାନା ଅଧିକାରୀ କହିଛନ୍ତି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…
Archives

