ସ୍କୁଲ ବ୍ୟାଗ୍‌ ଓଜନ ଯାଞ୍ଚ ପାଇଁ ସ୍କ୍ବାଡ ଗଠନ ହେଲା

କେନ୍ଦୁଝର, ୧୩ା୯(ସ୍ବ.ପ୍ର.)-ଛୋଟ ପିଲାଙ୍କ ବସ୍ତାନୀ ବୋଝ ହାଲୁକା କରିବା ପାଇଁ ହାଇକୋର୍ଟ ଜାରି କରିଥିବା ନିର୍ଦ୍ଦେଶାବଳୀକୁ କଡାକଡି ଲାଗୁ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। କେନ୍ଦୁଝର ଜିଲାରେ ସରକାରୀ ଏବଂ ବେସରକାରୀ ସ୍କୁଲରେ ପିଲାମାନଙ୍କ ବ୍ୟାଗ ଓଜନ ପରଖିବାକୁ କେନ୍ଦୁଝର ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ୨ଟି ସ୍କାଡ ଗଠନ କରାଯାଇଛି। ଗୋଟିଏ ସ୍କାଡରେ ଜିଲ୍ଲା ଶିକ୍ଷା ଅଧିକାରୀ, ଡିସିପି ଓ ବିଇଓ ରହିଥିବାବେଳେ ଅନ୍ୟ ଏକ ସ୍କ୍ବାଡରେ ଡିପିସି, ଜିଲା ମଙ୍ଗଳ ଅଧିକାରୀ, ଘଟଗାଁ ବିଇଓ ଏବଂ ହରିଚନ୍ଦନପୁର ରହିଛନ୍ତି। ଏହି ସ୍କାଡ ଘରୋଇ ସ୍କୁଲ ସମେତ ସରକାରୀ ସ୍କୁଲରେ ବ୍ୟାଗ ଯାଞ୍ଚ କରିବେ। ଯାଞ୍ଚ ସମୟରେ ଯଦି କୌଣସି ଛାତ୍ରୀଛାତ୍ରଙ୍କ ବ୍ୟାଗ ନିର୍ଦ୍ଧାରିତ ଓଜନଠାରୁ ଅଧିକ ଥାଏ ତେବେ ବିଦ୍ୟାଳୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଇଓ କପିଳେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରୁ ନିଖୋଜ ବୃଦ୍ଧ ଢେଙ୍କାନାଳରୁ ଉଦ୍ଧାର

ଢେଙ୍କାନାଳ ଅଫିସ, ୩୦।୧୦: ବିହାରରୁ ୭ମାସ ତଳେ ନିଖୋଜ ହୋଇଯାଇଥିବା ଜଣେ ବୃଦ୍ଧଙ୍କୁ ଦୀପାବଳି ଦିନ ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଛି।...

କନ୍ଦାଇଲାଣି କଳାବଜାର

ଖମାର, ୯।୫ – କରୋନା ମହାମାରୀ ଆତଙ୍କ ଭିତରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ଖାଉଟିଙ୍କୁ କନ୍ଦାଇଲାଣି। ଗତ ସପ୍ତାହକ ଭିତରେ ରାଶନ, ପରିବା ସମେତ ସମସ୍ତ...

ଏମିତି ଘଟିଲା ଦୁର୍ଘଟଣା: ଗାଡ଼ିର ଇଞ୍ଜିନ ପସିଗଲା ଚକା ଭିତରେ, ଗ୍ୟାସ କଟର ସାହାର୍ଯ୍ୟରେ ଉଦ୍ଧାର ହେଲେ ଚାଳକ

କେନ୍ଦୁଝର,୨୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କୁଆଝରଣ ଘାଟି ନିକଟରେ ସୋମବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସକାଳେ କେନ୍ଦୁଝରରୁ...

ଉଠାଦୋକାନୀଙ୍କ କବ୍‌ଜାରେ ରାସ୍ତାଘାଟ : ଜରୁରିକାଳୀନ  ସେବା ବ୍ୟାହତ

ଆନନ୍ଦପୁର,୨୧।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ଘସିପୁରା ବ୍ଲକ ବାଲିପାଳ ବଜାରରେ ବିଭିନ୍ନ ସମୟରେ ଟ୍ରାଫିକ୍‌ ସମସ୍ୟା ଗୁରୁତର ହୋଇପଡ଼ୁଛି। ଆନନ୍ଦପୁର ଆର୍‌ଏମ୍‌ସି ଦ୍ୱାରା କରାଯାଇଥିବା ମାର୍କେଟ...

ଏଡିଏମ୍‌ଙ୍କ ଚାମ୍ବରୁ ସିଲିଂ ଖସି ଅଧିକାରୀ ଆହତ

ବଲାଙ୍ଗୀର ଅଫିସ,୫।୪: ବଲାଙ୍ଗୀର ଜିଲାପାଳଙ୍କ ଅଫିସ ପରିସରରେ ଗୁରୁବାର ଛାତ ସିଲିଂ ଖସି ଜଣେ ଅଧିକାରୀ ଆହତ ହୋଇଛନ୍ତି। ଏଡିଏମ୍‌ ଅନନ୍ତ ସିଂ ଲାଗୁରୀଙ୍କ ଚାମ୍ବର...

ସ୍କୁଲ୍‌ ଖୋଲିବା ସମ୍ପର୍କରେ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୨।୨: କରୋନା ମହାମାରୀ କାରଣରୁ ଛାତ୍ରୀଛାତ୍ର ଶିକ୍ଷା କ୍ଷେତ୍ରରେ ପ୍ରଭାବିତ ହୋଇଛନ୍ତି। କୋଭିଡ୍‌ କଟକଣା ମଧ୍ୟରେ କିଛି ଦିନ ଅଫଲାଇନ୍‌ କ୍ଲାସ୍‌ କରିବା ପାଇଁ...

ନଦୀରେ ବୁଡି ୨ ନାବାଳିକା ଭଉଣୀ ମୃତ

କୋଷାଗୁମୁଡ଼ା, ୧୧।୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ପଞ୍ଚାୟତ ରୁନିଗୁଡ଼ା ଗ୍ରାମର ଦୁଇ ନାବାଳିକାକା ଭଉଣୀଙ୍କର ଭାଷ୍କେଲ ନଦୀରେ ବୁଡ଼ି ମୃତ୍ୟୁ ଘଟିଛି। ସେମାନେ ହେଲେ ସମଦୁ...

କେନ୍ଦୁଝର ଜିଲାରେ ପୁଣି ୮ କରୋନା ପଜିଟିଭ୍‌ ଚିହ୍ନଟ

କେନ୍ଦୁଝର,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଗୁରୁବାର ପୁଣି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ପଟେଣା ବ୍ଲକରେ ୩ଜଣ, ଘଟଗାଁ ବ୍ଲକରେ ୪ ଜଣ ଓ ସଦର ବ୍ଲକରେ...

Advertisement
Archives

Model This Week