ସ୍କୁଲ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ବାରଙ୍ଗ/ ନରାଜ, ୨୮।୮(ଡି.ଏନ୍‌.ଏ.): ବାରଙ୍ଗ ବ୍ଳକ ଶିକ୍ଷା ମଣ୍ଡଳ ଅଧୀନସ୍ଥ ପଞ୍ଚୁପାଳ ଉଚ୍ଚପ୍ରଥାମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ଶିକ୍ଷା ଦାନରେ ବାଧାପ୍ରାପ୍ତ ହେଉଥିବା ପ୍ରତିବାଦରେ ବୁଧବାର ଗ୍ରାମବାସୀ ଓ ଗ୍ରାମ୍ୟ କମିଟି ପକ୍ଷରୁ ସ୍କୁଲ ଫାଟକରେ ତାଲା ପକାଇବା ଦେଖିବାକୁ ମିଳିଛି। ସ୍କୁଲର ଛାତୀଛାତ୍ର ଶିକ୍ଷକ ଶିକ୍ଷୟତ୍ରୀମାନେ ଠିକ୍‌ ସମୟରେ ସ୍କୁଲକୁ ଆସିଥିବା ବେଳେ ସ୍କୁଲ ବାହାରେ ଛିଡା ହୋଇରହିଥିଲେ। ଖବରପାଇ ଏବିଓ ପହଞ୍ଚତ୍ ଅଭିଭାବକ ଓ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଜିଦରୁ ହଟି ନ ଥିଲେ। ଏପରିକି ଶିକ୍ଷକ ନଆସିବା ପର୍ଯ୍ୟନ୍ତ ପିଲାମାନେ ସ୍କୁଲକୁ ଆସିବେ ନାହିଁ ବୋଲି ରୋକଠୋକ କହିଥିଲେ। ସୂଚନା ମୁତାବକ, ପଞ୍ଚୁପାଳ ଉପ୍ରା ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୨୦ଜଣ ପିଲା ପାଠ ପଢୁଛନ୍ତି। ଏହି ବିଦ୍ୟାଳୟ ପାଇଁ ୫ଜଣ ଶିକ୍ଷକ ନିଯୁକ୍ତି ହୋଇଥିଲେ। କିନ୍ତୁ ଗତ ମାସରେ ଗୋଟିଏ ଶିକ୍ଷକଙ୍କୁ ଚଣ୍ଡିପ୍ରସାଦ ସ୍କୁଲକୁ ଡେପୁଟେଶନରେ ପଠାଯାଇଥିଲା। ଯାହାକୁ ନେଇ ଅଭିଭାବକମାନେ ବ୍ଲକଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ କରି ଆବଶ୍ୟକତାକୁ ଦେଖି ତୁରନ୍ତ ଆଉ ଗୋଟେ ଶିକ୍ଷକଙ୍କୁ ଦେବାକୁ ଦାବି କରିଥିଲେ। ପ୍ରତିଶ୍ରୁତି ମିଳି ଥିଲେ ମଧ୍ୟ ଶିକ୍ଷକ ଆସି ନ ଥିଲେ। ଏହାପରେ ଅଭିଭାବକମାନେ ବିଧାୟକ ଦେବୀ ରଞନ ତ୍ରିପାଠୀଙ୍କୁ ଭେଟି ଅଭିଯୋଗ କରିଥିଲେ। ୭ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ମିଳିଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ବିଧାୟକଙ୍କୁ କହିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନ ଥିଲା ବୋଲି ଅଭିଭାବକ ରଣଜିତ ବିଶୋଇ ଅଭିଯୋଗ କରିଛନ୍ତି । ଏଭଳି ଦିନ ଗଡିଚାଲିଥିବାରୁ ଶେଷରେ ଅଭିଭାବକମାନେ ମିଶି ବୁଧବାର ସ୍କୁଲ ଖୋଲିବା ପରେ ବିଦ୍ୟାଳୟ ଫାଟକରେ ତାଲା ପକାଇଥିଲେ। ୨ ଘଣ୍ଟାପରେ ମଧ୍ୟାହ୍ନ ୧୨ଟାରେ ଏବିଓ ଭାରତୀ ଆଚାର୍ଯ୍ୟ ପହଞ୍ଚତ୍ ଗ୍ରାମବାସୀ ଓ ଅଭିଭାବକମାନଙ୍କୁ ବୁଝାସୁଝା କରିବା ସହ ୫ଦିନ ମଧ୍ୟରେ ଶିକ୍ଷକଙ୍କୁ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିଲେ କେହି ଶୁଣି ନ ଥିଲେ। ପରେ ଶିକ୍ଷକ ନ ଆସିବା ପର୍ଯ୍ୟନ୍ତ ଜଣେ ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ବିଦ୍ୟାଳୟରେ ପାଠ ପଢାଇବାର ବ୍ୟବସ୍ଥା କରିବୁ ବୋଲି ଏବିଓ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା: ପୁରୀ ରଥଯାତ୍ରାକୁ ଅନୁମତି ଦିଆଯାଉ

ଭୁବନେଶ୍ୱର,୨୦।୬(ବ୍ୟୁରୋ)- ପୁରୀର ଶ୍ରୀ ଜଗନ୍ନାଥ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ନ କରିବା ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର କୋର୍ଟଙ୍କ...

ନିଷ୍କାସନ ନାହିଁ, ଆଣ୍ଠୁଏ ପାଣିରେ ଯାଉଛନ୍ତି ପିଲା

ବାଲିଆପାଳ, ୨୦।୧୦(ସ୍ବ.ପ୍ର.): ଲଘୁଚାପଜନିତ ବର୍ଷାରେ ବାଲିଆପାଳ ବ୍ଲକର ମଧୁପୁରା ପଞ୍ଚାୟତ ଅଧୀନ ଚରବସ୍ତକାଳରୁଇ ଏବଂ ଚୌଧୁରୀକୁଦ ଗ୍ରାମ ମୁଖ୍ୟ ରାସ୍ତା ଆଣ୍ଠୁଏ ପାଣିରେ ଉବୁଟୁବୁ ହେଉଛି।...

ବାହାର ରାଜ୍ୟ ଟ୍ରେଲର ଚଳାଚଳକୁ ବିରୋଧ

କେନ୍ଦୁଝର, ୨୮ା୧୨ (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ବାହାର ରାଜ୍ୟର ଟ୍ରେଲର ଚଳାଚଳକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏନେଇ ବିଭିନ୍ନ ଅଞ୍ଚଳର ୬ଟି ଟ୍ରକ ମାଲିକ ସଂଘକୁ...

ହସ୍ପିଟାଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ ଅଫିସ,୧୩ା୮: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ୫ମ ମହଲାରୁ ଶନିବାର ଅପରାହ୍ନରେ ଚନ୍ଦନ ନାୟକ(୩୭) ନାମକ ଜଣେ ରୋଗୀ ତଳକୁ ଡେଇଁ ପଡ଼ି ଗୁରୁତର...

ମନୋଜ ଦାସ ପାଇବେ ‘କଳିଙ୍ଗ ସାହିତ୍ୟ ସମ୍ମାନ’

ଭୁବନେଶ୍ୱର,୬ା୨(ବ୍ୟୁରୋ): ‘ମାଇଷ୍ଟିକ୍‌ କଳିଙ୍ଗ ଫେଷ୍ଟିଭାଲ-୨୦୨୦’ରେ ବିଶିଷ୍ଟ ସାହିତି୍ୟକ ତଥା କଥାକାର ପ୍ରଫେସର ମନୋଜ ଦାସ ଚଳିତବର୍ଷ ପାଇଁ ‘କଳିଙ୍ଗ ସାହିତ୍ୟ ସମ୍ମାନ’ ପାଇବେ। ଓଡ଼ିଶା ଡାଏରୀ...

ମୈଥାନ କର୍ମଚାରୀଙ୍କ ଧାରଣା: ୩୮ଘଣ୍ଟା ପରେ ନଜରବନ୍ଦୀରୁ ମୁକୁଳିଲେ ରୀତା ସିଂ

କଳିଙ୍ଗନଗର,୫ା୧୨(ଡି.ଏନ.ଏ.): କଳିଙ୍ଗନଗରସ୍ଥିତ ମୈଥାନ କାରଖାନା କର୍ମଚାରୀଙ୍କ ଦ୍ୱାରା ନଜରବନ୍ଦୀ ଥିବା ମେସ୍କୋ ଗ୍ରୁପର ଅଧ୍ୟକ୍ଷା ରୀତା ସିଂ ୩୮ ଘଣ୍ଟା ପରେ ମୁକୁଳିଛନ୍ତି । ବୁଧବାର...

ପରମ୍ପରା : ଖାଡୁ ବଳଦକୁ ଗ୍ରାମ ପରିକ୍ରମା

ଖଣ୍ଡପଡ଼ା, ୧୦।୧୦(ସ୍ବ.ପ୍ର.): ଓଡ଼ିଆ ଘରର ଚଳଣି ଓ ପରମ୍ପରା ଅନୁଯାୟୀ ଦଶହରାରେ ସମସ୍ତ କାର୍ଯ୍ୟର ଅନୁକୂଳ କରାଯାଇଥାଏ । ଦିନ ଥିଲା ଲୋକେ ବ୍ୟବସାୟ, ବାଣିଜ୍ୟକୁ...

ଭୋଟ ଗଣତି ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ରାଜ୍ୟ ନିର୍ବାଚନ କମିଶନ ପକ୍ଷଭୁକ୍ତ ହୋଇ ଶାସକ ଦଳକୁ ଜିତାଇବାର ନୂଆ ଫନ୍ଦି କରିଛନ୍ତି। ଏହା ପଞ୍ଚାୟତ ଆଇନର ସମ୍ପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି। ଶାସକ...

Advertisement
Archives

Model This Week