Posted inଜାତୀୟ

ସ୍କୁଲ୍‌ ଖୋଲିବା ନେଇ ଜାରି ହେଲା ନୂଆ ଏସ୍‌ଓପି

ନୂଆଦିଲ୍ଲୀ,୩।୧:କେନ୍ଦ୍ର ସରକାର ସ୍କୁଲ୍‌ ଖୋଲିବା ନେଇ ଗୁରୁବାର ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ସ୍କୁଲ୍‌ ଆସିବାକୁ ଅଭିଭାବକଙ୍କ ଅନୁମତି ଲୋଡା ନାହିଁ। ସେ ନିଷ୍ପତ୍ତି ରାଜ୍ୟ ନେବ। ସାମାଜିକ ଦୂରତ୍ୱ ଜାଗାରେ ଶାରୀରିକ ଦୂରତ୍ୱ ଶଦ୍ଦ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛିି। ଶାରୀରିକ ଦୂରତ୍ୱ ବଜାୟ ପାଇଁ ସ୍କୁଲ୍‌ ପରିସରରେ ମାର୍କିଂ କରାଯିବ। ସ୍କୁଲ୍‌ରେ କ୍ରୀଡା ଉତ୍ସବ, ସାସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟ ସ୍ଥିର କରିବେ ବୋଲି ଗାଇଡ୍‌ଲାଇନରେ କୁହାଯାଇଛି। ସେହିପରି ବହୁବିଧ ରୋଗାକ୍ରାନ୍ତ ଥିବା ଛାତ୍ରୀଛାତ୍ରଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବ। କଣ୍ଟେନ୍‌ମେଣ୍ଟ ଜୋନରେ ରହୁଥିବା ସ୍କୁଲ୍‌ ବସ୍‌ ଡ୍ରାଇଭରଙ୍କୁ ଆସିବାକୁ ବାରଣ କରାଯାଇଛି। ଏବେ ୧୧ଟି ରାଜ୍ୟରେ ପୂୂର୍ଣ୍ଣ କ୍ଷମତାରେ ସ୍କୁଲ୍‌ ଖୋଲିଥିବାବେଳେ ୧୬ଟି ରାଜ୍ୟରେ କେବଳ ବଡ କ୍ଲାସ୍‌ ପିଲାଙ୍କ ପାଇଁ ଖୋଲାଯାଇଛି। ବାକି ୯ଟି ରାଜ୍ୟରେ ଆଦୌ ସ୍କୁଲ୍‌ ଖୋଲାଯାଇନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରୋ ବୈଜ୍ଞାନିକଙ୍କ ଦରମା କଟିଲା

ନୂଆଦିଲ୍ଲୀ, ୧୨।୭:ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ରେ କାର୍ଯ୍ୟରତ ବୈଜ୍ଞାନିକ ଏବଂ ଇଞ୍ଜିନିୟରଙ୍କ ଦରମା କାଟିଦେଇଛନ୍ତି କେନ୍ଦ୍ର ସରକାର। ୨୦୧୯, ଜୁନ୍‌ ୧୨ରେ ସରକାରଙ୍କ ପକ୍ଷରୁ...

ତିସ୍ତାଙ୍କ ଜାମିନ ନାମଞ୍ଜୁର, ତୁନ୍ତ ଆତ୍ମସମର୍ପଣ କରିବରକୁ କୋର୍ଟଙ୍କ ନିର୍ଦ୍ଦେଶ…

ଅହମଦାବାଦ,୧।୭ : ଗୁଜରାଟ ହାଇକୋର୍ଟ ଶନିବାର ଦ୍‌ସମାଜସେବୀ ତିସ୍ତା ସେତାଲଭାଡଙ୍କ ନିୟମିତ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରି ୨୦୦୨ ଗୋଧ୍ରା ଦଙ୍ଗା ମାମଲାରେ ନିରୀହ ଲୋକଙ୍କୁ...

ନୂଆ ମାର୍ଗଦର୍ଶିକା ଜାରି କଲେ ନିର୍ବାଚନ କମିଶନ: ୨୫ ପ୍ରତିଶତ କମିଲା ଷ୍ଟାର ପ୍ରଚାରକଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୮।୧୦: କରୋନା ମହାମାରୀ ସଙ୍କଟ ସମୟରେ ହେଉଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ନିର୍ବାଚନ କମିଶନ ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି। ଏଥିରେ...

ଆସନ୍ତାକାଲିଠାରୁ ବିଦେଶ ଗସ୍ତରେ ଯିବେ ମୋଦି

ନୂଆଦିଲ୍ଲୀ,୨୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାତ୍‌ ରବିବାରଠାରୁ ତିନିଦିନିଆ ବିଦେଶ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ଜି-୭ ଶିଖର ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୨୬...

ମାନବ କୈନ୍ଦ୍ରିକ ଜଗତୀକରଣ : ଜି-୨୦କୁ ଅନ୍ତିମ ସୋପାନରେ ପହଞ୍ଚାଇବା, କାହାକୁ ବାଦ୍‌ ଦେବା ନାହିଁ

‘ବସୁଧୈବ କୁଟୁମ୍ବକମ୍‌’- ଆମ ଭାରତୀୟ ସଂସ୍କୃତିର ଏହି ଦୁଇଟି ଶବ୍ଦରେ ଏକ ଗଭୀର ଦାର୍ଶନିକ ବିଚାର ସମାହିତ ହୋଇ ରହିଛି। ଏହାର ଅର୍ଥ ହେଉଛି, ‘ସାରା...

ସ୍କୁଲ ଯିବା ପାଇଁ ୧୦ କିମି ରାସ୍ତା ମରାମତି କଲେ ୮୫ ଛାତ୍ରୀଛାତ୍ର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଔରଙ୍ଗାବାଦ୍‌,୧୫।୧: ପାଠପଢ଼ାକୁ ସମାଜ ମଙ୍ଗଳ କାର୍ଯ୍ୟରେ ଲଗାଇବା ଅତି ଗୁରୁତ୍ୱପୂର୍ଣ୍ଣ। କେତେକ ଏଥିରେ ଅସଫଳ ରହିଥାନ୍ତି। ତେବେ ମହାରାଷ୍ଟ୍ରର ଔରଙ୍ଗାବାଦ୍‌ ଜିଲାର ଡଭଣ୍ଡି ଗାଁରେ ସ୍କୁଲକୁ...

୮ରେ ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁ ଉଦ୍‌ଘାଟନ

ନୂଆଦିଲ୍ଲୀ,୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୮ ତାରିଖରେ ବିଜୟ ଚୌକରୁ ଇଣ୍ଡିଆ ଗେଟ୍‌ ପର୍ଯ୍ୟନ୍ତ ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁର ଉଦ୍‌ଘାଟନ କରିବେ। ସେଥିପାଇଁ କେନ୍ଦ୍ରୀୟ...

ନୀତୀଶଙ୍କ ସରକାରରେ ଅଧାରୁ ଅଧିକ ମନ୍ତ୍ରୀଙ୍କ ନାଁରେ ରହିଛି ଆପରାଧିକ ମାମଲା

ପାଟନା,୧୯ ।୧୧: ବିହାର ବିଧାନସଭାର ନୂଆ ମନ୍ତ୍ରିମଣ୍ଡଳ ଗଠନ ସରିଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାର ମଙ୍ଗ ଧରିଛନ୍ତି । ଏବେ ଜଣାପଡିଛି କି...

Advertisement
Archives

Model This Week