ସ୍କୁଲରେ ବଢୁଛି ଅସଦାଚରଣ ମାମଲା : ନିଲମ୍ବନରେ ସୀମିତ ରହୁଛି କାର୍ଯ୍ୟାନୁଷ୍ଠାନ

କେନ୍ଦ୍ରାପଡା ଅଫିସ୍‌, ୧୮।୯ : କେନ୍ଦ୍ରାପଡା ଜିଲାର ବିଭିନ୍ନ ସ୍କୁଲରେ ଅନେକ ସମୟରେ ନାବାଳିକା/ନାବାଳକ (ଛାତ୍ରୀ/ଛାତ୍ର)ମାନେ ଅସଦାଚରଣର ଶିକାର ହେଉଛନ୍ତି। କିନ୍ତୁ ଏହି ଘଟଣାରେ ସମ୍ପୃକ୍ତ ଶିକ୍ଷକମାନଙ୍କୁ ନିଲମ୍ବନ କରିଦିଆଯିବା ପରେ ପୋଲିସ କିମ୍ବା ଜିଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ପକ୍ଷରୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଫଳରେ ଏଭଳି ଘଟଣା ଦିନକୁ ଦିନ ବଢ଼ୁଛି ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ଗତ ଅଗଷ୍ଟରେ ଡେରାବିଶ ହାଇସ୍କୁଲର ଖେଳ ଶିକ୍ଷକ ଅରୁଣ କୁମାର ଜେନା ଜନୈକା ଛାତ୍ରୀଙ୍କୁ ଅଶ୍ଳିଳ ଭିଡିଓ ଦେଖାଇବା ଘଟଣାର ଦେଢ଼ ମାସ ନ ପୂରୁଣୁ ମହାକାଳପଡ଼ା ଅଞ୍ଚଳରେ ଏପରି ଆଉ ଏକ ଘଟଣା ଘଟିଛି। ମହାକାଳପଡା ଥାନା ପୋସେଇର ନୀଳକଣ୍ଠେଶ୍ୱର ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜକାନ୍ତ ବାରିକ ଜଣେ ଛାତ୍ରୀଙ୍କୁ ଗତ ୧୪ ତାରିଖରେ ଅସଦାଚରଣ କରିଥିଲେ। ଏହି ଦୁଇ ଘଟଣାରେ ସମ୍ପୃକ୍ତ ୨ ଶିକ୍ଷକଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛି ଜିଲା ଶିକ୍ଷା ବିଭାଗ। ସେହିପରି ୨୦୧୭ ଅକ୍ଟୋବରରେ ଅନୁଷ୍ଠିତ କ୍ରୀଡ଼ା ଶିବିରରେ ଜଣେ ଶିକ୍ଷକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଅସଦାଚରଣର ଶିକାର ହେବା ପରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମଧ୍ୟ ତଦନ୍ତ ସରିବା ପରେ ସମ୍ପୃକ୍ତ ଶିକ୍ଷକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। କିନ୍ତୁ ଏହି ସମସ୍ତ ଘଟଣାରେ ଛାତ୍ରୀଛାତ୍ର ନାବାଳିକା/ନାବାଳକ ହୋଇଥିବାରୁ ପୋକ୍‌ସୋ ଆକ୍ଟରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା। କିନ୍ତୁ ପୋଲିସ୍‌ ଏହି ଘଟଣାରେ ଚୁପ୍‌ ବସିଥିବା ବେଳେ ଜିଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ମଧ୍ୟ ନୀରବଦ୍ରଷ୍ଟା ସାଜିଛି। ଫଳରେ ଶିଶୁ ନିର୍ଯ୍ୟାତନା ବଢ଼ୁଛି ବୋଲି ଜିଲାର ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ରାଧାକାନ୍ତ ମହାନ୍ତି, ମାତୃଦତ୍ତ ମହାନ୍ତି, ଜାତୀୟ ମାନାବାଧିକାର ପରିଷଦର ଜିଲା ସଭାପତି ପ୍ରତାପ ଚନ୍ଦ୍ର ପାଢ଼ୀ ପ୍ରମୁଖ କହିଛନ୍ତି, ଶିଶୁଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୁକ୍ତଙ୍କ ପାଇଁ କଡ଼ା ଆଇନ୍‌ ଅଛି। କିନ୍ତୁ ସଚେତନତା ଅଭାବରୁ ପୀଡିତାଙ୍କୁ ଆଶାନୁରୂପକ ନ୍ୟାୟ ମିଳୁନାହିଁ। ସେହିପରି ଡେରାବିଶ ଥାନା ଅଞ୍ଚଳର ଜନୈକ ଶିକ୍ଷକ ଜଣେ ନାବାଳକ ଛାତ୍ରଙ୍କୁ ଅସଦାଚରଣ କରିଥିବା ଘଟଣା ସୋମବାର ପଦାକୁ ଆସିଛି। ସମ୍ପୃକ୍ତ ଶିକ୍ଷକ ଗିରଫଦାରିକୁ ଏଡ଼ାଇବାକୁ ଯାଇ ରାଜନୈତିକ ଲୋକଙ୍କ ମାଧ୍ୟମରେ ୧ ଲକ୍ଷ ଟଙ୍କା ଜରିମାନା ଆକାରରେ ଦେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ଦିଆଯାଇ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାକଥା ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଅପରପକ୍ଷରେ ଏପରି ଘଟଣା ଥାନାକୁ ଆସିଲେ ମଧ୍ୟ ଜିଲା ପୋଲିସ ନୀରବ ରହୁଥିବା ବେଳେ ଶିକ୍ଷା ବିଭାଗ କର୍ତ୍ତୃପକ୍ଷ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବନ କରି ମାମଲାଠାରୁ ଦୂରେଇ ରହୁଛନ୍ତି। ଏ ନେଇ ଜିଲା ସିଡବ୍ଲ୍ୟୁସି ପଦକ୍ଷେପ ଜରୁରୀ ଥିବା ବେଳେ ସେମାନେ କେବଳ ତଦନ୍ତ କରି ଚୁପ୍‌ ରହୁଛନ୍ତି। ଏ ନେଇ ଜିଲା ସିଡବ୍ଲ୍ୟୁସି ଅଧ୍ୟକ୍ଷା ସ୍ମିତାଞ୍ଜଳି ମହାପାତ୍ର କୁହନ୍ତି, କ୍ରୀଡ଼ା ଶିବିରରେ ଅସଦାଚରଣର ଶିକାର ହୋଇଥିବା ଛାତ୍ରୀଙ୍କ ମୃତ୍ୟୁ ଓ ଡେରାବିଶ ହାଇସ୍କୁଲ ଘଟଣାରେ ଥାନାରେ ମାମଲା ପଞ୍ଜୀକୃତ ହୋଇଥିଲା। ଏ ନେଇ ତଦନ୍ତ କରାଯାଇ ଜିଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରାଯାଇଛି। ମହାକାଳପଡ଼ା ଓ ଡେରାବିଶ ଥାନା ଅଞ୍ଚଳରେ ହୋଇଥିବା ୨ଟି ଯାକ ଘଟଣା ୩ ଦିନ ପୂର୍ବର। ଏ ନେଇ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ତଦନ୍ତ ପରେ ଜିଲା ପୋଲିସକୁ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ହେବ। ଶିଶୁ ସୁରକ୍ଷାକୁ ନେଇ କେବେହେଲେ ସାଲିସ କରାଯିବନାହିଁ ବୋଲି ଅଧ୍ୟକ୍ଷା ମହାପାତ୍ର କହିଛନ୍ତି। ପୋଲିସର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଏସ୍‌ଡିପିଓ ରାଜୀବଲୋଚନ ପଣ୍ଡା କୁହନ୍ତି, ୩ ଦିନ ପୂର୍ବର ଏହି ଦୁଇ ଘଟଣା ସମ୍ପର୍କରେ ପୋଲିସ ପାଖରେ ଅଭିଯୋଗ ପହଞ୍ଚିନାହିଁ। ଡେରାବିଶ ହାଇସ୍କୁଲ ମାମଲାରେ ସମ୍ପୃକ୍ତ ଶିକ୍ଷକ ଉଚ୍ଚ ନ୍ୟାୟାଳୟରୁ ଜାମିନ ଅର୍ଡର ଆଣି ସାରିଥିବାରୁ ଗିରଫ କରିବା ସମ୍ଭବ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?