ସ୍କୁଲରୁ ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଟ୍ରକ: ଛାତ୍ରୀ ମୃତ, ୪୯ନଂ ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଝାରସୁଗୁଡ଼ା ଅଫିସ/ଲଖନପୁର,୧୯।୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ବିଟିଏମ୍‌ ବାଇପାସ୍‌ ୪୯ନଂ ଜାତୀୟ ରାଜପଥରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିିଛି। ଜଣେ ଛାତ୍ରୀ ସାଇକେଲ ଯୋଗେ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ହେଲେ ସ୍ବପ୍ନା ଜେନା ସେ ଏଚ୍‌ କଣ୍ଟାପାଲି ରତ୍ନାକର ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ। ସ୍କୁଲ ଛୁଟି ହେବା ପରେ ସେ ଘରକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଖବର ପାଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛି। ପୋଲିସ ମୃତଦେହ ଜବତ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ମଧ୍ୟ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌କେସିଜିରେ ୩ କରୋନା ସନ୍ଦିଗ୍ଧ, ସ୍ବାବ୍‌ ରିପୋର୍ଟ ମିଳିବାରେ ବିଳମ୍ବ

ବ୍ରହ୍ମପୁର ଅଫିସ,୧୯ା୪: ମେଡିକାଲର ସଂଘରୋଧ କକ୍ଷରେ ୩ ଜଣ କରୋନା ସନ୍ଦିଗ୍ଧ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି...

ରୁଷୁଡା ପଞ୍ଚାୟତ ୭୨ ଘଣ୍ଟା ଶଟ୍‌ଡାଉନ

ଗୁଡ୍‌ଭେଲା,୧୮।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ରୁଷୁଡା ଗ୍ରାମପଞ୍ଚାୟତ ଅଧୀନ ଚାଣ୍ଟିପଦର ଗ୍ରାମରେ ତିନି ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପରେ...

ଯାବରା ବାଲି ଘାଟ ବିବାଦ: ହାଇକୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ

ରସୁଲପୁର,୧୩ା୧୧(ଡି.ଏନ.ଏ.): ରସୁଲପୁର ତହସିଲ ଅଧୀନ ଯାବରା ବାଲି ଘାଟରୁ ବାଲି ଉତ୍ତୋଳନକୁ ନେଇ ବିବାଦ ଦେଖାଦେଇଥିଲା। ଉକ୍ତ ବିବାଦ କ୍ରମଶଃ ହାଇକୋର୍ଟଙ୍କ ପର୍ଯ୍ୟନ୍ତ ଯାଇଥିଲା। ହାଇକୋର୍ଟ...

ମେଡିକାଲ, ଆର୍‌ଟିଓରୁ ଦଲାଲ୍‌ ଛୁ

ଅନୁଗୋଳ ଅଫିସ, ୨୯।୯ – ସରକାରୀ କାର୍ଯ୍ୟାଳୟ, ମେଡିକାଲରୁ ଦଲାଲଙ୍କୁ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଅନୁଗୋଳ ପୋଲିସର ଘନ ଘନ ଚଢ଼ାଉ କାମ...

ଚିତ୍ରକୋଣ୍ଡାର ୧୮ଟି ପଞ୍ଚାୟତ ବସ୍‌ ସେବାରୁ ବଞ୍ଚିତ

ଚିତ୍ରକୋଣ୍ଡା,୧୧।୬(ଡି.ଏନ୍‌.ଏ): କରୋନା ମହାମାରୀ ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହେବା ପରେ ମାର୍ଚ୍ଚ ମାସ ୨୩ଠାରୁ ସମସ୍ତ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। ଫଳରେ...

ଆଜିଠାରୁ ୪୬ତମ ରାଜ୍ୟସ୍ତରୀୟ ବିଜ୍ଞାନମେଳା: ଯୋଗଦେବେ ୧୮୦ କୁନି ବୈଜ୍ଞାନିକ

ଅନୁଗୋଳ ଅଫିସ, ୨୧।୧୨- ଅନୁଗୋଳ ହାଇସ୍କୁଲରେ ଶନିବାର ଠାରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ୪୬ ତମ ବିଜ୍ଞାନମେଳା। ୩ ଦିନ ଧରି ହେବାକୁ ଥିବା ଏହି...

ହାତୀ ଉପଦ୍ରବ, ବ୍ୟାପକ ଧାନ ଫସଲ ନଷ୍ଟ

ଅମରପାଲି, ୧୦।୮ (ଡି.ଏନ.ଏ.) : ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ଗ୍ରାମରେ କିଛିଦିନ ତଳେ ହାତୀପଲ ଧାନ ପହ୍ଲା ନଷ୍ଟ କରିଥିଲେ। ଶୁକ୍ରବାର...

ଏମ୍‌ଆରଙ୍କ କବ୍‌ଜାରୁ ମୁକୁଳିପାରୁନି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ

ନୟାଗଡ଼ ଅଫିସ,୮।୯-ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ଏମ୍‌ଆର (ମେଡିସିନ ରିପ୍ରେଜେଣ୍ଟେଟିଭ)ଙ୍କ କବ୍‌ଜାରୁ ମୁକୁଳି ପାରୁନାହିଁ। ମେଡ଼ିକାଲ ପରିସରକୁ କୌଣସି ଏମ୍‌ଆର ଆସିପାରିବେ ନାହିଁ ବୋଲି ନୋଟିସ୍‌...

Play 250+ Trending Games
Archives

Model This Week

Why Dharitri