‘ସ୍କାଏ ଇଜ୍‌ ପିଙ୍କ୍‌’ ଫିଲ୍ମର ପ୍ରମୋଶନ କରିପାରନ୍ତି ଜାଏରା!

‘ଦଙ୍ଗଲ’ ଓ ‘ସିକ୍ରେଟ ସୁପରଷ୍ଟାର୍‌’ ଭଳି ଫିଲ୍ମରେ ନିଜ ଅଭିନୟର ଦକ୍ଷତା ଦେଖାଇ ସାରିଥିବା ଅଭିନେତ୍ରୀ ଜାଏରା ୱାସିମ ବଲିଉଡଠାରୁ ସବୁଦିନ ପାଇଁ ଦୂରେଇ ଯାଇଛନ୍ତି। ବଲିଉଡକୁ ଆସିବା ପରେ ସେ ତାଙ୍କ ଧର୍ମ ଇସଲାମଠାରୁ ଦୂରେଇ ଯାଉଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା କଥା କହିଥିଲେ। କିନ୍ତୁ ଫିଲ୍ମକୁ ଅଲବିଦା କହିବା ପୂର୍ବରୁ ଜାଏରା ‘ସ୍କାଏ ଇଜ୍‌ ପିଙ୍କ୍‌’ରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ଏବେ ପରଦାକୁ ଆସିନାହିଁ। ଏହି ଫିଲ୍ମରେ ତାଙ୍କ ସହ ପ୍ରିୟଙ୍କା ଚୋପ୍ରା ନଜର ଆସିବେ। ତେବେ ‘ସ୍କାଏ ଇଜ୍‌ ପିଙ୍କ୍‌’ ଫିଲ୍ମର ପ୍ରମୋଶନ କରିବେ କି ନାହିଁ ବୋଲି ପ୍ରଶ୍ନ ଉଠୁଛି। ତେବେ ଏହି ହାଇଭୋଲଟଜ୍‌ ଫିଲ୍ମର ପ୍ରମେଶନ ସେ କରିବେ ବୋଲି ତାଙ୍କ ନିକଟତମ ବନ୍ଧୁ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୬ରେ ରିଲିଜ ହୋଇଥିବା ସୁପରହିଟ ଫିଲ୍ମ ‘ଦଙ୍ଗଲ’ରେ ଅଭିନୟ କରି ଜାଏରା ଦଙ୍ଗଲ ଗାର୍ଲ ନାମରେ ପରିଚୟ ପାଇଥିଲେ। ଜଣେ ଉଚ୍ଚକୋଟୀର ଅଭିନେତ୍ରୀଙ୍କ ହଠାତ୍‌ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଏକ୍‌ ଭିଲେନ୍‌’ ସିକୁଏଲରେ ନଜର ଆସିବେ ତାରା ସୁତରିୟା

୨୦୧୪ରେ ରିଲିଜ୍‌ ହୋଇଥିବା ସୁପରହିଟ୍‌ ଫିଲ୍ମ ‘ଏକ୍‌ ଭିଲେନ’କୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏବେ ଏହାର ଏହାର ସିକୁଏଲ ହେବ। ଏଥର ଫିଲ୍ମରେ ଜନ୍‌...

ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ କଙ୍ଗନା

ମୁମ୍ବାଇ: କଙ୍ଗନା ରାଣାଓ୍ବତ୍‌ ବର୍ତ୍ତମାନ ପରଦା ପଛରେ ରହି ଫୁଲ୍‌ ଟାଇମ୍‌ କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ତାଙ୍କ ନିର୍ଦ୍ଦେଶନାରେ ରାମ ମନ୍ଦିର ପ୍ରସଙ୍ଗ...

ସୁଶାନ୍ତ ଆତ୍ମହତ୍ୟା ମାମଲାରେ ଏହି ବ୍ୟକ୍ତିଙ୍କୁ ସମନ ପଠାଇଲା ଇଡ଼ି

ମୁମ୍ବାଇ,୭।୮: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ଆକାଉଣ୍ଟରୁ ହୋଇଥିବା ନେଣଦେଣ...

ଖାଦ୍ୟରେ କରିନାଙ୍କ ପସନ୍ଦ ‘ଖେଚୁଡ଼ି’, ତଥାପି ବି ସେ ଫିଟ୍‌

ମୁମ୍ବାଇ: ବଲିଉଡ୍‌ରେ ଦୁଇ ଦଶନ୍ଧିରୁ ଅଧିକ ସମୟ ବିତାଇଲେଣି କରିନା କପୁର ଖାନ୍‌। ଅଭିନେତ୍ରୀ ଭାବେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିବା ପରେ ବ୍ୟକ୍ତିଗତ ଜୀବନକୁ...

କ୍ୱାରାଣ୍ଟାଇନ୍‌ ଶେଷ କରି ଜିମ୍‌ରେ ପହଞ୍ଚିଲେ ସୋନମ

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ନିଜ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ଲଣ୍ଡନ ଫେରିଯାଇଛନ୍ତି। ଲଣ୍ଡନରେ ପହଞ୍ଚିବା ପରେ କରୋନା ସଙ୍କଟ ଯୋଗୁ...

ଐଶ୍ୱର୍ଯ୍ୟା ରାୟଙ୍କ ଫୋନ୍‌ ଚେକ୍‌ କରନ୍ତି କି ସ୍ବାମୀ ଅଭିଷେକ

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଫିଲ୍ମରେ ସେତେଟା ସକ୍ରିୟ ନ ଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା...

ଜନ୍ମଦିନର ଫଟୋ ଶେୟାର ମାଆବାପାଙ୍କୁ ମିସ୍‌ କଲେ ହେମାମାଳିନୀ

୧୬ ଅକ୍ଟୋବର ୧୯୪୮ରେ ଜନ୍ମିତ ହେମାମାଳିନୀ ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ହେମା କିଛିବର୍ଷ ଧରି ପ୍ରତିଜ୍ଞା କରିଥିଲେ ମିଡିଆ ସମ୍ମୁଖରେ ବନ୍ଧୁ, ପରିବାରବର୍ଗ ଏପରି...

ଟିମ୍‌ ‘ଗଲି ବୟ’ ପାଳନ କଲେ ଫିଲ୍ମର ପ୍ରଥମ ବାର୍ଷିକୀ

ମୁମ୍ବାଇ: ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ‘ଗଲି ବୟ’କୁ ଶୁକବ୍ରାର ବର୍ଷେ ପୁରିଛି। ଏହି ଅବସରରେ ଜେୟା ଅଖତର ଇନଷ୍ଟାଗ୍ରାମରେ ଫିଲ୍ମର...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *