ସ୍କର୍ପିଓ ସହ ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍‌ ତାର ଜବତ: ୪ ଅଭିଯୁକ୍ତ ଅଟକ

ରୂପ୍‌ସା, ୨୩।୮(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅଧୀନ ୬୦ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ୩୩କେଭି ବିଦ୍ୟୁତ୍‌ ଲାଇନ୍‌ରୁ ପ୍ରାୟ ୩୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବିଦ୍ୟୁତ୍‌ ତାର ଚୋରି ହୋଇଥିବା ବସ୍ତା ଥାନାରେ ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ଗତ ମେ ୩୦ ତାରିଖରେ ଥାନାରେ ଏକ ମାମଲା (ନଂ. ୧୩୮/୧୯) ରୁଜୁ ହୋଇଥିଲା। ବସ୍ତା ଥାନା ଆଇଆଇସି ଧନେଶ୍ୱର ସାହୁ, ଏସ୍‌ଆଇ ପ୍ରଶାନ୍ତ କୁମାର ପାଣି, ସିଂଲା ଆଇଆଇସି ସୁବ୍ରତ ବେହେରା ପ୍ରମୁଖ ସଦଳବଳେ ଶୁକ୍ରବାର ଭୋର୍‌ ସମୟରେ ଲଙ୍ଗଳେଶ୍ୱରର ଏକ କବାଡ଼ିଆ ଗୋଦାମରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଚୋରି ବିଦ୍ୟୁତ୍‌ ତାର ସହ ଏକ ସ୍କର୍ପିଓ ଜବତ କରିଛନ୍ତି। ଏଥିସହ ବିଦ୍ୟୁତ୍‌ ତାର ଚୋରି ଘଟଣାରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାର ୪ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ପୋଲିସ କହିଛି। ତଦନ୍ତରେ ବାଧା ଉପୁଜିବା ଆଶଙ୍କା କରି ପୋଲିସ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିନାହଁ।
ପ୍ରକାଶ ଯେ, ଏହି ମାମଲାରେ ଜୁନ୍‌ ୭ ତାରିଖ ରାତିରେ ବସ୍ତା ଥାନା ପୋଲିସ ଚଢ଼ାଉ କରି ବସ୍ତା ଅଞ୍ଚଳର ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସେମାନେ ବ୍ୟବହାର କରୁଥିବା ଏକ ପିକଅପ୍‌ ଭ୍ୟାନ୍‌ ସହ ୯ ସ୍ପାନ ଚୋରା ବିଦ୍ୟୁତ୍‌ ତାର ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଦଳିଦେଲା ହାତୀ

ରୁପ୍ରାରୋଡ଼,୨୦।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ଥାନା ଅଧୀନ ବାଗପୁର ଗ୍ରାମରେ ଏକ ଅଘଟଣ ଘଟିଛି। ଏକ ଦନ୍ତାହାତୀ ଜଣେ ମହିଳାଙ୍କୁ ଦଳି ଦେଇଛି। ଘଟଣାସ୍ଥଳରେ ତାଙ୍କର...

ମାଂସ ଭାଗବଣ୍ଟା ବେଳେ ୬ ଶିକାରୀଙ୍କୁ ଗିରଫ କଲେ ବନ କର୍ମଚାରୀ

ଠାକୁରମୁଣ୍ଡା,୪।୪ (ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ କେନ୍ଦୁମୁଣ୍ଡି ସଂରକ୍ଷିତ ଜଙ୍ଗଲ (୨) ଭିତରୁ ୬ ଶିକାରୀଙ୍କୁ ଗିରଫ କରାଯାଇଛି। ଏହା...

ପିଆଇସିଟି ଆଗରେ ଶ୍ରମିକଙ୍କ ଆନ୍ଦୋଳନ

ପାରାଦୀପ,୧୦ା୭(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ୩୦ ବର୍ଷିୟା ଲିଜ୍‌ ନେଇଥିବା କମ୍ପାନୀ ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) ଆଗରେ ମଙ୍ଗଳବାର ୩୦୦ରୁ ଊର୍ଦ୍ଧ୍ୱ ଠିକା ଶ୍ରମିକ...

ଦିବ୍ୟାଙ୍ଗ ଝି’ର ଉପରେ ବୁରୁଧ୍‌ ବାପର ବୋଝ୍‌

  ବିନିକା,୨୪ା୩ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ଗଁାର ଶରତ ଦାଶକଁର ଝି’ ଶୁଭଙ୍କରୀ ଦାଶ(୩୮)। ସେ ଜନ୍‌ମୁ ଦିବ୍ୟାଙ୍ଗ ଆଏ। ସେ...

ଢେଙ୍କାନାଳ ପୌରସଂସ୍ଥାରେ ଅଚଳାବସ୍ଥା

ଢେଙ୍କାନାଳ ଅଫିସ, ୩ା୯: ଢେଙ୍କାନାଳ ପୌର କାର୍ଯ୍ୟାଳୟରେ ପହଞ୍ଚତ୍ଛି ବିଜେଡି-ଭାଜପା କଳି। ସ୍ବାୟତ୍ତ ଶାସନ ଦିବସର ସାନ୍ଧ୍ୟ କାର୍ଯ୍ୟକ୍ରମ ବାତିଲ ଓ ଭାଜପା କାଉନ୍‌ସିଲର ସୂର୍ଯ୍ୟପ୍ରତାପ...

ଚାଷୀଙ୍କୁ ତହସିଲଦାରଙ୍କ ଦୁର୍ବ୍ୟବହାର ଅଭିଯୋଗ: ଇନପୁଟ ସବ୍‌ସିଡି ପାଇଁ ଯାଇଥିବା ଚାଷୀ ହଟହଟା

ନୂଆପଡା ଅଫିସ,୧୯ା୯: ସରକାର ଚାଷୀ କିମ୍ବା କୌଣସି ହିତାଧିକାରୀ ଅଧିକାରୀଙ୍କ ନିକଟକୁ ଆସିଲେ ତାଙ୍କୁ ଉପଯୁକ୍ତ ଆତିଥ୍ୟ ଦେଇ ଗୁହାରି ଶୁଣିବାକୁ ନିର୍ଦ୍ଦେଶ ରହିଥିବାବେଳେ ନୂଆପଡ଼ା...

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ଦୁଇ ଛାତ୍ର

ବୌଦ୍ଧ,୩୧ା୫(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ମହାନଦୀର କୁଶାସିଙ୍ଗା ଘାଟରେ ଗାଧୋଇବା ବେଳେ ଦୁଇ ଛାତ୍ରଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ହରଭଙ୍ଗା ବ୍ଲକ ଅରଖପଦର...

ଓକିଲାତି ପେଶାରେ ନୀଳଗିରି ରାଜଜେମା

ନୀଳଗିରି, ୧୦।୮(ଡି.ଏନ.ଏ.)-ବାଲେଶ୍ୱର ଜିଲାର ଏକମାତ୍ର ନୀଳଗିରି ଗଡ଼ଜାତ ରାଜ ପରିବାରର ରାଜଜେମା ଅକ୍ରୀତି ମର୍ଦ୍ଦରାଜ ଓକିଲାତି ପାଇଁ ଦିଲ୍ଲୀ ବାର୍‌ରେ ଗୁରୁବାର ତାଲିକାଭୁକ୍ତ କରାଇଛନ୍ତି। ସୁପ୍ରିମକୋର୍ଟ...

Advertisement
Archives

Model This Week